କଟକ ନଗରର ଇତିହାସ


ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଓଡ଼ିଶାର ମଧ୍ୟାଞ୍ଚଳରେ ପ୍ରବାହିତ ମହାନଦୀ କୂଳରେ ଅବସ୍ଥିତ କଟକ ନଗର ଏକ ଖ୍ରୀଷ୍ଟପୂର୍ବ କାଳୀନ ପ୍ରାଚୀନ ନଗର  । ମହାନଦୀ ଓ କାଠଯୋଡ଼ିର ମଧ୍ୟଭାଗରେ ଅବସ୍ଥିତ ଏହି ନଗର ନଦୀ ପଥରେ ଓଡ଼ିଶାର ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ସଂପୃକ୍ତ  । ପ୍ରାଚୀନ କାଳରେ ନଦୀ ହିଁ ଥିଲା ଏକମାତ୍ର ଯାତାୟତ ପଥ  । ତେଣୁ ନଦୀପଥରେ ଅନାୟାସରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରୁ ପଣ୍ୟଦ୍ରବ୍ୟ କଟକକୁ ଆସିପାରୁଥିଲା  । ଓଡ଼ିଆ ସାଧବଗଣ ସେମାନଙ୍କ ବୋଇତରେ ସେହି ସବୁ ପଣ୍ୟଦ୍ରବ୍ୟ  ବୋଝେଇ କରି ମହାନଦୀର ପ୍ରଶସ୍ତ ବକ୍ଷରେ ବୋଇତ ଗୁଡିକୁ ମହୋଦଧି ପର୍ଯ୍ୟନ୍ତ ନେଉଥିଲେ ଏବଂ ମହୋଦଧିରେ ବୋଇତ ଚଳାଇ ଦରିଆପାରି ଦେଶମାନଙ୍କୁ ଯାଉଥିଲେ  । କଟକ ଥିଲା ପ୍ରାଚୀନ ଯୁଗର ବୃହତ ନଦୀବନ୍ଦର  । ଏହି ସୁବିଧା ଓଡ଼ିଶା କାହିଁକି ଭାରତର ଅନ୍ୟ କୋ÷ଣସି ସ୍ଥାନରେ ନଥିଲା  । ନୋ÷ବାଣିଜ୍ୟ ସମୃଦ୍ଧ ଓଡ଼ିଆ ଜାତି ନିମିତ୍ତ କଟକ ଥିଲା ପ୍ରକୃତିର ବରଦାନ  । ଏହି ନଦୀ ବନ୍ଦର ମହାନଦୀ ଓ କାଠଯୋଡି ମଧ୍ୟସ୍ଥଳରେ କର୍ଦ୍ଦମାକ୍ତ ଭୂଖଣ୍ଡରେ ଅବସ୍ଥିତ ଥିବାରୁ ପ୍ରାଚୀନ ଶାସ୍ତ୍ରରେ କଟକକୁ କଟିକର୍ଦ୍ଦମନଗର କୁହାଯାଇଛି  । ଓଡ଼ିଆ ଜାତି ଖ୍ରୀଷ୍ଟ ପୂର୍ବ କାଳରୁ ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ଜାତି ଭାବରେ ସମଗ୍ର ବିଶ୍ୱରେ ପରିଚିତ  । ମହାନଦୀ ଓ କାଠଯୋଡ଼ିର ମଧ୍ୟଭାଗସ୍ଥ ଏହି ଭୂଖଣ୍ଡରେ ନୋ÷ବାଣିଜ୍ୟକୁ ଆଧାର କରି ପ୍ରାଚୀନ ଯୁଗରୁ କେତୋଟି ଜନବସତି ଗଢି ଉଠିଲା ଏବଂ ସେହି ଜନବସତି କଟିକର୍ଦ୍ଦମନଗର ନାମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା  । ବିଶେଷତଃ କଟିକର୍ଦ୍ଦମନଗର ସମଗ୍ର ଓଡ଼ିଶା ଭୂଖଣ୍ଡର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଥିବାରୁ ଏହାର ଗୁରୁତ୍ୱ ବୃଦ୍ଧି ପାଇଥିଲା  । କଟିକର୍ଦ୍ଦମନଗର କେବଳ ଓଡ଼ିଶା ବା ଭାରତ ନୁହେଁ ସମଗ୍ର ବିଶ୍ୱରେ ଏକ ବୃହତ୍ ନଦୀ ବନ୍ଦର ଭାବରେ ଖ୍ୟାତ ଥିଲା  ।
ଖ୍ରୀଷ୍ଟପୂର୍ବ କାଳୀନ ପ୍ରାଚୀନ ଶାସ୍ତ୍ରରେ ଓଡ଼ିଶାର ଚାରିଗୋଟି ମୁଖ୍ୟସ୍ଥାନର ନାମ ଉଲ୍ଲିଖିତ  । ସେଗୁଡିକ ହେଉଛି କଟିକର୍ଦ୍ଦମନଗର (କଟକ), ବିରଞ୍ଚା (ଯାଜପୁର), ଭଦ୍ରଖୀୟ କଟକ (ଭଦ୍ରଖ) ଓ ତି୍ରତଳଗଡ଼ (ଟିଟିଲାଗଡ)  । ତନ୍ମଧ୍ୟରୁ କଟିକର୍ଦ୍ଦମନଗର ଏକ ନଦୀ ବନ୍ଦର ଥିଲା  । ପ୍ରାଚୀନ ଶାସ୍ତ୍ର ଓ ବିଦେଶୀ ପର୍ଯ୍ୟଟକଙ୍କ ବିବରଣୀରେ ଓଡ଼ିଶାର ବହୁ ବନ୍ଦରର ନାମ ଉଲ୍ଲିଖିତ ରହିଛି  । ତନ୍ମଧ୍ୟରୁ ପିପିଲି, ଅଜିତା, ହାନ୍ତୁନ, ଚାନ୍ଦବାଲି, କୋଣାର୍କ, ପାଲୁର ପ୍ରଭୃତି ନଦୀମୁହାଣ ସ୍ଥିତ ବନ୍ଦର ହେଲେ ହେଁ କଟିକର୍ଦ୍ଦମନଗର ନଦୀ ମୁହାଣରେ ଅବସ୍ଥିତ ନୁହେଁ  । ନଦୀ ମୁହାଣରେ ଅବସ୍ଥିତ ବନ୍ଦର ଗୁଡିକରୁ ବୋଇତ ଦରିଆ ପାରି ଦେଶମାନଙ୍କୁ ଯାଇପାରୁଥିଲା  । କିନ୍ତୁ  ଏହି ବନ୍ଦରଗୁଡିକୁ ପଣ୍ୟ ଦ୍ରବ୍ୟ ଅନାୟାସରେ ପହଞ୍ଚô ପାରୁନଥିଲା  । କଟିକର୍ଦ୍ଦମନଗର ଏକ ମାତ୍ର ନଦୀ ବନ୍ଦର ଯେଉଁଠିକୁ ଓଡ଼ିଶାର ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରୁ ପଣ୍ୟଦ୍ରବ୍ୟ ନଦୀ ପଥରେ ସୁବିଧାରେ ପହଞ୍ଚô ପାରୁଥିଲା  । ଓଡ଼ିଆ ବଣିକମାନେ ସେହିସବୁ ପଣ୍ୟଦ୍ରବ୍ୟ ବୋଇତରେ ନେଇ ଦରିଆପାରି ଦେଶମାନଙ୍କରେ ବିକ୍ରୟ କରୁଥିଲେ ଏବଂ ବିଦେଶରୁ ସୁବର୍ଣ୍ଣ, ମୁକ୍ତା, ରୂପା, ତମ୍ବା, ଅଗୁରୁ ଓ ମୂଲ୍ୟବାନ ମସଲା ଆମଦାନି କରୁଥିଲେ  । ଓଡ଼ିଶାରୁ ଯେଉଁସବୁ ଦ୍ରବ୍ୟ ଦରିଆପାରି ଦେଶମାନଙ୍କୁ ବଣିକମାନେ ରପ୍ତାନି କରୁଥିଲେ ସେଗୁଡିକ ହେଉଛି ହାତୀଦାନ୍ତ, ସୂକ୍ଷ୍ମବସ୍ତ୍ର, ପାଟଲୁଗା, ମଠାଲୁଗା, ସୋ÷ଖୀନ ହସ୍ତଶିଳ୍ପ ସାମଗ୍ରୀ, ସିଙ୍ଗ ନିର୍ମିତ ସାମଗ୍ରୀ, ରତ୍ନପଥର, ଚାନ୍ଦୁଆ, ରେଶମ ବସ୍ତ୍ର ପ୍ରଭୃତି  । ଏହି ରପ୍ତାନି ହେଉଥିବା ପଣ୍ୟ ଦ୍ରବ୍ୟ ସମ୍ବଲପୁର, ବରଗଡ଼, ସୋନପୁର, ବିନିକା, ବଲାଙ୍ଗୀର, ବୋ÷ଦ୍ଧ, ଅନୁଗୁଳ, ଢେଙ୍କାନାଳ, ପିପିଲି, ନୟାଗଡ, କଣ୍ଟିଲୋ, ଭୁବନ, ତାଳଚେର ପ୍ରଭୃତି ସ୍ଥାନରୁ ଅନାୟାସରେ ନଦୀ ପଥରେ କଟକକୁ ଆସି ପାରୁଥିଲା  । ତେଣୁ କଟକ ପ୍ରାଚୀନ ଯୁଗରୁ ଓଡ଼ିଶାର ମୁଖ୍ୟ ବାଣିଜ୍ୟସ୍ଥଳୀ ଥିଲା  । କଟକରୁ କେବଳ ବୋଇତ ବିଦେଶକୁ ଯାଉନଥିଲା, କଟକରେ ମଧ୍ୟ ବିଭିନ୍ନ ପ୍ରକାର ସମୁଦ୍ରଗାମୀ ପୋତ ନିର୍ମାଣ କରାଯାଉଥିଲା, ଖ୍ରୀଷ୍ଟ ପୂର୍ବ ଚତୁର୍ଥ ଶତାବ୍ଦୀରେ ଚାଣକ୍ୟ ସ୍ୱରଚିତ ଅର୍ଥଶାସ୍ତ୍ରରେ ଓଡ଼ିଶାର ନୋ÷ବାଣିଜ୍ୟ ଓ ବିଭିନ୍ନ ପ୍ରକାର ପୋତ ନିର୍ମାଣର ବର୍ଣ୍ଣନା କରିଛନ୍ତି  । ପ୍ରାଚୀନ ଶାସ୍ତ୍ର, ଅଭିଲେଖ, ଭୌଗୋଳିକ, ଐତିହାସିକ ଓ ପର୍ଯ୍ୟଟକଙ୍କ ବିବରଣୀରେ ଓଡ଼ିଶାର ପ୍ରାଚୀନ କାଳର ନୋ÷ବାଣିଜ୍ୟ ପ୍ରସଙ୍ଗ ଉଲ୍ଲିଖିତ  । ଏହି ଦୃଷ୍ଟିକୋଣରୁ  ପ୍ରମାଣିତ ହୁଏ, ଖ୍ରୀଷ୍ଟପୂର୍ବ  ଚତୁର୍ଥ ଶତାବ୍ଦୀର ବହୁ ପୂର୍ବରୁ ନୋ÷ବାଣିଜ୍ୟକୁ କେନ୍ଦ୍ର କରି କଟକ ନଗର ପ୍ରତିଷ୍ଠିତ ହୋଇ ସାରିଥିଲା  । ଅତଏବ କଟକ ନଗରର ଇତିହାସ ଦୁଇହଜାର ପାଞ୍ଚଶହରୁ ବର୍ଷରୁ ଊଦ୍ଧ୍ୱର୍  । ଏପରିସ୍ଥଳେ କଟକ ନଗରକୁ ହଜାରେ ବର୍ଷର ନଗର କହିବା ଏକ ଐତିହାସିକ ଭୁଲ  ।
ନୋ÷ବାଣିଜ୍ୟକୁ କେନ୍ଦ୍ର କରି ମହାନଦୀ ଓ କାଠଯୋଡିର ମଧ୍ୟବର୍ତ୍ତୀ ଭୂଖଣ୍ଡରେ କେତେଗୋଟି ଗ୍ରାମ ଗଢି ଉଠିଥିଲା  । ଏହି ଗ୍ରାମ ଗୁଡିକ ନିକଟରେ କିଛି ଚାଷ ଜମି ଓ ଜଙ୍ଗଲ ମଧ୍ୟ ରହିଥିଲା  । ଗ୍ରାମରେ ବାସ କରୁଥିବା ଲୋକମାନେ ସେହି ଜମିକୁ ଚାଷ କରି ବିଭିନ୍ନ ଫସଲ ଉତ୍ପନ୍ନ କରୁଥିଲେ ତଥା ଗୋଚାଲାଣ, ଫଳମୂଳ, ଔଷଧ,  ପ୍ରଭୃତି ନିମିତ୍ତ ଜଙ୍ଗଲ ଉପରେ ନିର୍ଭର କରୁଥିଲେ  । ସେହି ଗ୍ରାମମାନଙ୍କରେ ବଣିକ ବା ସାଧକମାନେ ରହୁଥିଲେ  । ଯେଉଁମାନେ ନୋ÷ବାଣିଜ୍ୟ କରୁଥିଲେ  । ଏମାନଙ୍କ ସହିତ ଅନ୍ୟାନ୍ୟ ପାଟକ ମଧ୍ୟ ନିବାସ କରୁଥିଲେ  । ଫଳରେ ପ୍ରାୟ ଷାଠିଏ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ନଗରୀରେ ନଗର ସଭ୍ୟତା ଓ ଗ୍ରାମ୍ୟ ସଭ୍ୟତାର କ୍ରମବିକାଶ ଘଟିଥିଲା, ଯାହାକି କଟକ ନଗରରେ ପରିଦୃଷ୍ଟ  । ଅନ୍ୟ ଭାଷାରେ ଉଲ୍ଲେଖ କଲେ ବର୍ତ୍ତମାନ କଟକ ନଗରର ସେହି ପ୍ରାଚୀନ ଗ୍ରାମଗୁଡିକ ବିଭିନ୍ନ ସାହି ଓ ବଜାରରେ ପରିଣତ ହୋଇଛି ତଥା ଚାଷଜମି ଓ ଜଙ୍ଗଲ ଲୋପ ପାଇଛି, ତଥାପି କଟକରେ ନଗର ସଭ୍ୟତା ସହିତ ପଲ୍ଲୀସଭ୍ୟତା ବଞ୍ଚô ରହିଛି  । ଏହାହିଁ କଟକର ମହାନତା  । ବର୍ତ୍ତମାନର ତୁଳସୀପୁର, ଦେଉଳସାହି, କିଲା, ମଧୁସୂଦନ ନଗର, ବିଜୁ ପଟ୍ଟନାୟକ ଛକ, ବକ୍ସିବଜାର, ଆକାଶବାଣୀ, ମାତାମଠ, କନିକାଛକ, ଚଣ୍ଡୀଛକ, ମିଶନରୋଡ ପ୍ରଭୃତି ଅଞ୍ଚଳ ତୁଳସୀପୁର ଗ୍ରାମ ଥିଲା  । ସଂପ୍ରତି ଯୋବ୍ରା, କେନାଲରୋଡ, ରାଣୀହାଟ, ମଙ୍ଗଳାବାଗ, କଲେଜଛକ, ପାଟରାସାହି, ପାରେଶ୍ୱରସାହି ପ୍ରଭୃତି ଅଞ୍ଚଳ ଯୋବ୍ରା ଗ୍ରାମ ନାମରେ ପରିଚିତ ଥିଲା  । ବର୍ତ୍ତମାନର କାଳିଆ ବୋଦା, ଶିଖରପୁର, ଗଣ୍ଡରପୁର, ଚାଉଳିଆଗଞ୍ଜ, ରେଳଷ୍ଟେସନ ଓ ମହାନଦୀବିହାର ପ୍ରଭୃତି ଅଞ୍ଚଳ କାଳିଆବୋଦା ଗ୍ରାମ ଥିଲା  । ବିଦ୍ୟାଧରପୁର, ଧାନଗବେଷଣା କେନ୍ଦ୍ର ଓ ନୂଆବଜାର ପ୍ରଭୃତି ଅଞ୍ଚଳ ବିଦ୍ୟାଧରପୁର ନାମରେ ପରିଚିତ ଥିଲା  । ମଧୁପାଟଣା, କଲ୍ୟାଣନଗର, ପ୍ରେସଛକ, ଶିଳ୍ପାଞ୍ଚଳ ଓ ଖପୁରିଆ ପ୍ରଭୃତି ଅଞ୍ଚଳ ଖପୁରିଆ ଗ୍ରାମ ଥିଲା  । ବାଦାମବାଡି, ଦାସସାହି, ଛତ୍ରବଜାର, ଶଙ୍କରପୁର, ମହାତାବରୋଡ ଓ ଖାନନଗର ପ୍ରଭୃତି ଅଞ୍ଚଳ ଶଙ୍କରପୁର ଗାମ ଥିଲା  ।  ଦୋଳମୁଣ୍ଡାଇ, ହରିପୁରରୋଡ, ପୀଠାପୁର, ଝାଞ୍ଜିରିମଙ୍ଗଳା, ରାଜାବଗିଚା, ଝୋଲାସାହି, ନନ୍ଦୀସାହି ପ୍ରଭୃତି ଅଞ୍ଚଳ ହରିପୁର ଗ୍ରାମ ଥିଲା  । କେଶରପୁର, ରାଉସାପାଟଣା, କୁମ୍ଭାରସାହି, ବଢେଇସାହି, ମେରିଆବଜାର ଓ ଗହ୍ମାଡିଆ ପ୍ରଭୃତି ଅଞ୍ଚଳ କେଶରପୁର ଥିଲା  । ତେଲଙ୍ଗାବଜାର, ବଙ୍ଗାଳିସାହି, ଫିରିଙ୍ଗିବଜାର, ଟାଉନହଲ, ଶ୍ରୀରାମଚନ୍ଦ୍ର ଭବନ, ମୁ୍ୟନିସିପାଲଟି କାର୍ଯ୍ୟାଳୟ, ଯାଉଁଳିଆପଟି, ଗୋ÷ରୀଶଙ୍କର ପାର୍କ, ତିନିକୋଣିଆ ବଗିଚା, ଓଡ଼ିଆବଜାର ଓ ଚୋ÷ଧୁରୀ ବଜାର ପ୍ରଭୃତି ଅଞ୍ଚଳ ଚୋ÷ଧୁରୀ ସାହି ଗ୍ରାମ ଥିଲା  । ବାଲୁବଜାର, ଗଣେଶଘାଟ, କଲେଜିଏଟ ସ୍କୁଲ, ନିମଚଉଡି, ପୁରୁଣା ହାଇକୋର୍ଟ, କାଳୀଗଳି, କଲେକ୍ଟରେଟ, ରାଜସ୍ୱ ପର୍ଷଦ, ଚାନ୍ଦିନୀଚୋ÷କ  ଓ ବିହାରବାଗ ପ୍ରଭୃତି ଅଞ୍ଚଳ ରାମଗଡ଼ ଗ୍ରାମ ଥିଲା  । ଅଲିସାବଜାର, ମହମଦିଆବଜାର, ସେକବଜାର, ମାନସିଂହପାଟଣା ଓ କାଫଲା ପ୍ରଭୃତି ଅଞ୍ଚଳ ମାନସିଂହପାଟଣା ଗ୍ରାମ ଥିଲା  । ବିଡାନାସୀ, ଚହଟା ଅଞ୍ଚଳ ଓ କାଠଯୋଡିର ଉତ୍ପତ୍ତି ସ୍ଥଳ ପର୍ଯ୍ୟନ୍ତ ବିଡ଼ାନାସୀ ଗ୍ରାମ ଥିଲା  । ଏରୂପ ତୁଳସୀପୁର, ଯୋବ୍ରା, କାଳିଆବୋଡା, ବିଦ୍ୟାଧରପୁର, ଖପୁରିଆ, ଶଙ୍କରପୁର, ହରିପୁର, ଚୋ÷ଧୁରୀ ସାହି, କେଶରପୁର, ରାମଗଡ, ମାନସିଂହପାଟଣା ଓ ବିଡାନାସୀ ପ୍ରଭୃତି ବାରଗୋଟି ଗ୍ରାମ ମହାନଦୀ ଓ କାଠଯୋଡି ମଧ୍ୟାଞ୍ଚଳରେ ଗଢି  ଉଠିଥିଲା  । ଏହିସବୁ ଗ୍ରାମରେ ବ୍ରାହ୍ମଣ, କ୍ଷତ୍ରିୟ, ତେଲି, ବଣିଆ, କଂସାରି, କପଡିଆ, ପାଟଣା, ଥୋରିଆ ପ୍ରଭୃତି ବିଭିନ୍ନ ପାଟକ ବାସ କରୁଥିଲେ  । ଅନ୍ୟାନ୍ୟ ପାଟକ ଯଥା ବଢେଇ, କୁମ୍ଭାର, ବାରିକ, ବାଉରି, କଣ୍ଡରା ପ୍ରଭୃତି ମଧ୍ୟ ଏଠାରେ ନିବାସ କଲେ  । 
ପ୍ରାଚୀନ ଯୁଗରେ ଓଡ଼ିଶା ଉକ୍ରର୍ଷ, ତୋଷଳ, ଓଡ୍ର, କଳିଙ୍ଗ ପ୍ରଭୃତି ବହୁ ନାମରେ ପରିଚିତ ଥିଲା  । ଏହି କଟକ ନଗର ଦକ୍ଷିଣ ତୋଷଳର ଅନ୍ତର୍ଭୁକ୍ତ ଥିଲା  । ବାଣିଜ୍ୟ ସ୍ଥଳୀ ଭାବରେ ଖ୍ୟାତ ହେବା ପରେ ବିଭିନ୍ନ ରାଜା, ଜମିଦାର ଓ ଭୂମ୍ୟାଧିକାରୀମାନେ ଏଠାରେ ସାମୟିକ ନିବାସସ୍ଥଳୀ ନିର୍ମାଣ କଲେ  । ପ୍ରଶାସନିକ ଦୃଷ୍ଟିକୋଣରୁ କଟକ ନଗରରେ ବାରଗୋଟି ଗ୍ରାମକୁ ଏକ ସ୍ୱତନ୍ତ୍ର ଉପଖଣ୍ଡ ବା ଦଣ୍ଡପାଟର ମାନ୍ୟତା ଦିଆଯାଇଥିଲା  । ସମଗ୍ର ଭୂଭାଗଟି ଗୋଟିଏ କୋଦଣ୍ଡ ବା ଧନୁ ସମ ପ୍ରତୀୟମାନ ହେଉଥିବାରୁ ଏହି ଦଣ୍ଡପାଟକୁ କୋଦଣ୍ଡ ବା କୋଦିଣ୍ଡା ଦଣ୍ଡପାଟ କୁହାଯାଇଥିଲା  । ଧାର୍ମିକ ଦୃଷ୍ଟିକୋଣରୁ ମହାନଦୀ କୂଳରେ ବିଶ୍ୱେଶ୍ୱର ଶିବଲିଙ୍ଗ, ଚଣ୍ଡୀ ଠାକୁରାଣୀ, କାଳିଆବୋଦାରେ ମହାକାଳୀ, ବାଘମଙ୍ଗଳା ଓ କାଠଯୋଡି କୂଳରେ ଶ୍ମଶାନକାଳୀ ଓ ଝାଞ୍ଜିରି ମଙ୍ଗଳା ପୂଜା ପାଇଲେ  । ଏହିସବୁ ଦେବଦେବୀ ପଞ୍ଚମ-ଷଷ୍ଠ ଶତାବ୍ଦୀରୁ ପୂଜା ପାଉଥିଲେ ହେଁ ପରବର୍ତ୍ତୀ କାଳରେ ମନ୍ଦିର ନିର୍ମାଣ କରାଯାଇଛି  । କଟକ ନଦୀ ବନ୍ଦରରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ କୋଡିଏ ହଜାର ଓଡ଼ିଆ ବୋଇତରେ ଯାଇ ବାଲି ପ୍ରଭୃତି ଦରିଆପାରି ଦେଶରେ ଉପନିବେଶ ସ୍ଥାପନ କରିଥିଲେ  । ବର୍ତ୍ତମାନ ସେମାନଙ୍କ ବଂଶଧାରାକୁ ‘କ୍ଲିଙ୍ଗ’ କୁହାଯାଉଛି  । ଓଡ଼ିଆଙ୍କର ବାଲିଦ୍ୱୀପକୁ ଯାତ୍ରାକୁ ଆଧାର କରି କଟକରେ ଦୁଇହଜାରରୁ ଅଧିକ ବର୍ଷ ଧରି ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଛି  । ତେବେ କଟକର ଇତିହାସ ହଜାର ବର୍ଷର ବୋଲି କାହିଁକି କୁହାଯାଉଛି ? ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାମେଘବାହାନ ଖାରବେଳ କଳିଙ୍ଗର ସମ୍ରାଟ୍ ଥିଲେ  । ତାଙ୍କ ରାଜତ୍ୱର ତିନିଶହ ପୂର୍ବରୁ ମଗଧର ନନ୍ଦ ରାଜା କଟକ ନଗର ଅପରପାଶ୍ୱର୍ ତି୍ରଶୁଳିଆ ଠାରୁ ଗୋଟିଏ କେନାଲ ଖୋଳି ପାର୍ବତ୍ୟଭୂମି ଏକାମ୍ର କାନନକୁ ମହାନଦୀର ଶାଖା କାଠଯୋଡିର ପାଣି ନେଇଥିଲେ  । ଖାରବେଳ ସେହି କେନାଲର ପୁନଃନିର୍ମାଣ କରିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲିଖିତ  । ଏଥିରୁ ପ୍ରମାଣ ମିଳୁଛି ଏକାମ୍ରରେ ପାର୍ଷଳୀନଗରୀ ଗଢିଥିଲେ ହେଁ କଟକ ନଗର ପ୍ରତି ଖାରବେଳଙ୍କର ସୁଦୃଷ୍ଟି ଥିଲା  । ଖାରବେଳଙ୍କ ସମୟରେ କଟକ ନଦୀବନ୍ଦର ଓ ବାଲିଯାତ୍ରା ନିମିତ୍ତ ପ୍ରସିଦ୍ଧି ଲାଭ କରିଥିଲା  । ପରବର୍ତ୍ତୀ ରାଜାଗଣ କଟକକୁ ପ୍ରାଧାନ୍ୟ ଦେଇଥିଲେ  । ତିନିଶହ ବର୍ଷର ଭୋ÷ମକର ଶାସନରେ ଓଡ଼ିଶାର ନୋ÷ବାଣିଜ୍ୟ ସୁସମୃଦ୍ଧ ଥିଲା ବୋଲି ଇତିହାସରୁ ଜଣାଯାଏ  । ଏହା କଟକ ଯୋଗୁ ସମ୍ଭବ ହୋଇଥିଲା ବୋଲି ଭୋ÷ମକର ରାଜା ଓ ରାଣୀଗଣ କଟକକୁ ପ୍ରାଧାନ୍ୟ ଦେଇଥିଲେ  । ସେହି ସମୟରେ ବିଶ୍ୱେଶ୍ୱର, ଗଡଚଣ୍ଡୀ, ମଙ୍ଗଳା ଓ କାଳିଆବୋଦା କାଳୀଙ୍କର ମନ୍ଦିର ନିର୍ମାଣ ହୋଇଥିଲା, ଯାହା ଭାଙ୍ଗିଯିବାରୁ ପୁନଃନିର୍ମିତ ହୋଇଛି  ।
ସୋମବଂଶୀ ରାଜାମାନେ କଟକର ଅପରପାଶ୍ୱର୍ ଚୋ÷ଦ୍ୱାରରେ ରାଜଧାନୀ ସ୍ଥାପନା କରିଥିଲେ ହେଁ କଟକକୁ ପ୍ରାଧାନ୍ୟ ଦେଇଥିଲେ  । ଏହି ବଂଶର ମହାଶିବଗୁପ୍ତ ପ୍ରଥମ ଯଯାତି ସ୍ୱରାଜତ୍ୱର ୯ ଅଙ୍କରେ ଶଙ୍ଖପାଣି ନାମକ ଜଣେ ବିଦ୍ୱାନ ବ୍ରାହ୍ମଣଙ୍କୁ କଟକଠାରେ ଦକ୍ଷିଣ ତୋଷାଳୀର ଶ୍ରୀଭିଲା ଗ୍ରାମ ଦାନ ଦେଇଥିଲେ  । ପରବର୍ତ୍ତୀ ସୋମବଂଶୀ ରାଜା ମହାଭବଗୁପ୍ତ ଭୀମରଥ ସ୍ୱରାଜତ୍ୱରେ ୩ ଅଙ୍କରେ ରାଣକୋରାଚ୍ଛୋଙ୍କୁ  ଗୋଟିଏ ଗ୍ରାମ କଟକରେ ଦାନ ଦେଇଥିଲେ  । ସେହି ତାମ୍ରପତ୍ର କଟକରୁ ମିଳିଛି  । ସୋମବଂଶୀମାନେ ଶତ୍ରୁ ଆକ୍ରମଣ ଯୋଗୁ ଚୋ÷ଦ୍ୱାର ଅପେକ୍ଷା କଟକକୁ ସୁରକ୍ଷିତ ମଣୁଥିଲେ ଓ ଏଠାରେ ସାମୟିକ ନିବାସ କରୁଥିଲେ  । ସେହି ସମୟରେ କଟକକୁ ବନ୍ୟାକାଳୀନ ଭୟ ରହୁଥିଲା  । ମହାନଦୀର ପ୍ରଶସ୍ତ ବକ୍ଷରେ ବନ୍ୟାଜଳ ସାଗରଗାମୀ ହେଉଥିବା ସ୍ଥଳେ କାଠଯୋଡି ବକ୍ଷ ଅପ୍ରଶସ୍ତ ଓ ଏହି ନଦୀ ନିମ୍ନ ଭୂମିରେ ଅବସ୍ଥିତ ଥିବାରୁ ଏହାର ଉଦ୍ବୃତ୍ତ ବନ୍ୟାଜଳ କଟକ ନଗରର ବହୁ କ୍ଷତି କରୁଥିଲା  । ବାଇମୁଣ୍ଡି ନାମକ ଜଣେ କୃଷକ ଏହା ସୋମବଂଶୀ ରାଜା ନୃପକେଶରୀଙ୍କ ଦୃଷ୍ଟି ଆକର୍ଷଣ କରାଇବାରୁ ସେ କାଠଯୋଡିରେ ପଥରବନ୍ଧ ନିର୍ମାଣ ପୂର୍ବକ କଟକ ନଗରକୁ ବନ୍ୟା ଦାଉରୁ ରକ୍ଷା କରିଥିଲେ  । ଏହି ପଥରବନ୍ଧ ଦଶମ ଶତାବ୍ଦୀର ଶେଷ ସମୟରେ ନିର୍ମିତ ହୋଇଥିଲେ ହେଁ ତର୍ହିର ଏକହଜାର ପାଞ୍ଚଶହ ବର୍ଷ ପୂର୍ବରୁ କଟକ ନଗର ରହିଥିଲା  ।
ସୋମବଂଶୀ ପରେ ଗଙ୍ଗବଂଶ ଓଡ଼ିଶା ଶାସନ କଲେ  । ଗଙ୍ଗରାଜତ୍ୱରେ ଉକ୍ରଳ, କଙ୍ଗୋଦ, କଳିଙ୍ଗ ଓ କୋଶଳ ଏକତ୍ର ହୋଇ ଓଡ଼ିଶା ସାମ୍ରାଜ୍ୟ ଗଠନ ହେଲା  । ଗଙ୍ଗରାଜତ୍ୱରେ ଉତ୍ତରରୁ ବଙ୍ଗର ମୁସଲମାନ ଶାସକ ଓ ପଶ୍ଚିମରୁ କଳଚୁରୀମାନେ ବାରମ୍ବାର ଆକ୍ରମଣ କରୁଥିଲେ  । ଗଙ୍ଗବଂଶୀ ତୃତୀୟ ଅନଙ୍ଗଭୀମ ଦେବ କଟକକୁ ନିରାପଦ ମଣି ବାରବାଟୀଦୁର୍ଗ ନିର୍ମାଣ କଲେ ଓ ଚୋ÷ଦ୍ୱାରରୁ ରାଜଧାନୀ କଟକକୁ ଉଠାଇ ଆଣିଲେ  । ସେ ଗଡ଼ଚଣ୍ଡୀଙ୍କ ମନ୍ଦିର, ବିଶ୍ୱେଶ୍ୱରଙ୍କ ମନ୍ଦିର ଓ ଗଙ୍ଗାମନ୍ଦିରର ଗଙ୍ଗେଶ୍ୱରଙ୍କ ମନ୍ଦିର ନିର୍ମାଣ କରିଥିଲେ  । ସେ ବାରବାଟୀ ଦୁର୍ଗରେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ  ଯାହା ଫିରୋଜସାହା ଭାଙ୍ଗି ଦେଇଛନ୍ତି  । କଟକରେ ବାରବାଟୀ ଦୁର୍ଗ ନିର୍ମାଣ ପୂର୍ବରୁ ଗଙ୍ଗବଂଶ ଦ୍ୱାରା ପାରଳାଖେମୁଣ୍ଡିରେ ବାରାଣସୀ ନଗରୀ ସ୍ଥାପନ ହୋଇଥିଲା  । ତେଣୁ ଅନଙ୍ଗଭୀମ ଦେବ କଟକର ନାମ ‘ଅଭିନବ ବାରାଣସୀ’ ରଖିଲେ  । ଅଭିନବ ବାରଣାସୀ ରାଜପ୍ରାସାଦରେ ଅନଙ୍ଗଭୀମଦେବ ସ୍ୱରାଜର ୧୫ ଅଙ୍କ ଫାଲଗୁନି ଶୁକ୍ଳ ଏକାଦଶୀତିଥି ଗୁରୁବାର ଯେଉଁ ଘୋଷଣାପତ୍ର ଜାରି କରିଥିଲେ ତାହା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ  । ଏହି ଘୋଷଣାପତ୍ର ଓଡ଼ିଶାର ସ୍ୱାଭିମାନର ନିଦର୍ଶନ ଯହିଁରେ ଓଡ଼ିଶାର ଏକ ସ୍ଥୂଳ ଚିତ୍ର ବର୍ଣ୍ଣିତ  । ତାଙ୍କ ପୁତ୍ର ଲାଙ୍ଗୁଳା ନରସିଂହ ଦେବ କଟକରେ ରହି ରେମୁଣା ଗୋପୀନାଥ ମନ୍ଦିର, କପିଳାସର ଶିଖରେଶ୍ୱର ବା ଚନ୍ଦ୍ରଶେଖର ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଇଥିଲେ  । ଗଙ୍ଗ ରାଜତ୍ୱରେ କଟକରେ ବହୁ ଜ୍ଞାନୀ, ଗୁଣୀ ଓ ପଣ୍ଡିତ ବାସ କରୁଥିଲେ  । ଏହି ସମୟରେ ନିମ୍ବାର୍କାଚାର୍ଯ୍ୟ ବୃନ୍ଦାବନରୁ ଗୋପାଳଙ୍କୁ ଆଣି ଗୋପାଳଜୀ ମନ୍ଦିରରେ ରଖାଇଥିଲେ  । ଗଙ୍ଗବଂଶୀଙ୍କ ପରେ ସୂର୍ଯ୍ୟବଂଶୀ ଗଜପତି ବୃନ୍ଦ କଟକ ରାଜଧାନୀରେ ନିବାସ କରି ବିଶାଳ ଓଡ଼ିଶାକୁ ଶାସନ କରିଥିଲେ  । ଗଜପତି ପୁରୁଷୋତ୍ତମ ଦେବ ଦକ୍ଷିଣରୁ ସାକ୍ଷୀ ଗୋପୀନାଥଙ୍କୁ ଆଣି କଟକରେ ସୁରମ୍ୟ ମନ୍ଦିରରେ ରଖାଇଥିଲେ  । ୧୫୦୦ରେ ଶ୍ରୀଚୈତନ୍ୟ କଟକଠାରେ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରିଥିଲେ  । ବର୍ତ୍ତମାନ ସାକ୍ଷୀଗୋପାଳ ସତ୍ୟବାଦୀ ସନ୍ନିକଟ ଫୁଲଅଳସା ଗ୍ରାମରେ ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି  । ଶ୍ରୀ ଚୈତନ୍ୟ ନିମ୍ବାର୍କ ଆଣିଥିବା ଗୋପାଳଜୀଉଙ୍କ ନିକଟରେ ରାଧାରାଣୀଙ୍କୁ ସ୍ଥାପନା କରିଥିଲେ  । ସୂର୍ଯ୍ୟବଂଶ ଶାସନ କାଳରେ ବକ୍ସିବଜାରର ଅମରେଶ୍ୱରଙ୍କ ମନ୍ଦିର ନିର୍ମିତ  । ଗଙ୍ଗ ଓ ସୂର୍ଯ୍ୟବଂଶ ପରେ ଭୋଇବଂଶୀୟ ଗୋବିନ୍ଦ ବିଦ୍ୟାଧର ରାଜା ହେଲେ  । ତତ୍ପରେ ତେଲଙ୍ଗା ମୁକୁନ୍ଦ ଦେବ କଟକରେ ରାଜତ୍ୱ କଲେ  । ୧୫୬୮ରେ ଗୋହିରା ଟିକିରୀ ଯୁଦ୍ଧରେ ସେ ନିହତ ହେଲେ ଏବଂ ଓଡ଼ିଶାର ଗୋ÷ରବ ରବି ଅସ୍ତ ହୋଇଗଲେ  । ମୁକୁନ୍ଦଦେବଙ୍କ ରାଣୀ ତେଲଙ୍ଗାବଜାର ରଘୁନାଥ ଜୀଉ ମନ୍ଦିର ନିର୍ମାଣ କରିଥିଲେ  । ୧୫୬୮ ପରେ ଆଫଗାନ, ମୋଗଲ ଓ ଇଂରେଜମାନେ ଓଡ଼ିଶା ଶାସନ କରିଥିଲେ ହେଁ କଟକ ଓଡ଼ିଶାର ରାଜଧାନୀ ରହିଥିଲା  । 
କଟକ ହେଉଛି ଦୁଇହଜାର ପାଞ୍ଚଶହ ବର୍ଷରୁ ଊଦ୍ଧ୍ୱର୍କାଳର ନଗର  । ଏହାକୁ ହଜାରେ ବର୍ଷର ନଗର ବିବେଚନା କରିବା ସମୀଚୀନ ନୁହେଁ  । କଟକନଗର ବିଶ୍ୱର ଏକ ପ୍ରାଚୀନ ନଗର ଓ ବୃହତ ନଦୀବନ୍ଦର  । ଓଡ଼ିଶାର ଇତିହାସ, ରାଜନୀତି, ଶିକ୍ଷା, ସାହିତ୍ୟ , ସଂସ୍କୃତି, ବାଣିଜ୍ୟ, କଳା, କାରିଗରୀ ପ୍ରଭୃତିକୁ କଟକର ଦାନ ଅତୁଳନୀୟ  । ମହନୀୟତା ହେଉଛି, ଏହି ପ୍ରାଚୀନ ନଗରର ନଗର ସଂସ୍କୃତି, ଓ ଭାଇଚାରା ଅନନ୍ୟ ଓ ଅନୁପମ  ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ
ମୋ- ୮୮୯୫୨୩୦୭୨୨