ଶାରୀରିକ ଶ୍ରମ ଓ ରାଷ୍ଟ୍ରଗଠନ

ଶାରୀରିକ ଶ୍ରମ କରିବାକୁ ଭାରତୀୟ ମାନେ ଆଗ୍ରହୀ ନୁହଁନ୍ତି । ଏକଥା କହିବାକୁ ଓ ଶୁଣିବାକୁ ଖରାପ ଲାଗୁଥିଲେ ମଧ୍ୟ ବିଶ୍ୱସ୍ତରୀୟ ଏକ ପ୍ରତିଷ୍ଠିତ ଜର୍ଣ୍ଣାଲରେ ଏହା ପ୍ରକାଶ ପାଇଛି । ଜର୍ଣ୍ଣାଲର ନାମ ହେଉଛି ଲେଁସେଟ ଗ୍ଲୋବାଲ ହେଲ୍ଥ ଜର୍ଣ୍ଣାଲ । ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ଭାରତୀୟ ବୟସ୍କ ଶାରୀରିକ ଶ୍ରମଠାରୁ ଦୂରେଇ ରହୁ ଥିବା ବେଳେ ମହିଳାଙ୍କ ସ୍ଥିତି ଉଦ୍ବେଗଜନକ । ୫୭ ପ୍ରତିଶତ ଭାରତୀୟ ମହିଳା ଶାରୀରିକ ଶ୍ରମ ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ଓ ପୁରୁଷଙ୍କ ନିଷ୍କ୍ରିୟତା ହାର ୪୨ ପ୍ରତିଶତ । ଲୋକେ ଆରାମଦାୟକ ଜୀବନ ଶୈଳୀକୁ ଏକ ପ୍ରକାର ଆପଣେଇ ନେଲେଣି ବୋଲି ରିପୋର୍ଟରେ କୁହାଯାଇଛି । ଏକ ତଥ୍ୟ ଅନୁସାରେ ୨୦୦୦ ମସିହାବେଳେ ଭାରତରେ ଶାରୀରିକ ନିଷ୍କ୍ରିୟ ବ୍ୟକ୍ତିଙ୍କ ସଂଖ୍ୟା ୨୨ ପ୍ରତିଶତ ଥିଲା ଏବଂ ୨୦୩୦ ବେଳକୁ ୬୦ ପ୍ରତିଶତରେ ପହଞ୍ଚô ଯିବ ବୋଲି ଲେଁସେଟ ଗ୍ଲୋବାଲ ହେଲଥ ଜର୍ଣ୍ଣାଲ ଆକଳନ କରିଛି । ଦେଶ ଏବେ ଆଗେଇଛି ବୋଲି କୁହାଯାଇଛି । ଦେଶରେ ଉପଲବ୍ଧି ଓ ସଫଳତା ପାଇଁ ଉସôବ ପାଳନ କରାଯାଉଛି । କିନ୍ତୁ ପଛକୁ ଚାହିଁ ଦେଖିଲେ ଅନେକ ତ୍ରୁଟି ରହିଥିବା ସ୍ପଷ୍ଟ ଜଣାପଡୁଛି । ବେକାରୀ ହୂର କରିବାର ସଂକଳ୍ପ ଅନୁକମ୍ପାର ଉଦାର ବିତରଣରେ ରହିଯାଉଛି । ଦରଦାମ୍ର ନିୟନ୍ତ୍ରଣ କଥା ଛଳନା ଭଳି ଲାଗୁଛି । କୁହାଯାଉଛି ଯେ ଥୋକ୍ ନୁହେଁ ଖୁଚୁରା ସୂଚକାଙ୍କ ମଧ୍ୟ ତଳକୁ ଖସିଛି । ଖାଦ୍ୟ ବସ୍ତୁର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏସବୁ ପରେ ଦେଶ ଆଶ୍ୱସ୍ତ ହୋଇଯାଇଛି ଯେ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଆମେ ବିଶ୍ୱର ତୃତୀୟ ଅର୍ଥ ବ୍ୟବସ୍ଥା ହୋଇପାରିବା । ୨୦୪୭ରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ ଓ ଆମେ ପୁଣି ଥରେ ନିଜକୁ ଏକ ବିଶ୍ୱଶକ୍ତି ବୋଲି କହିପାରିବା ବୋଲି ଆଶାରଖିଛେ । ଆଶା କରାଯିବ ଉଚିତ୍ ଯେ ଆର୍ଥୀକ କ୍ଷେତ୍ରରେ ଭାରତ ମଜଭୁତ ହୋଇ ପାରିବ ।
ଭାରତର ଲୋକେ ଯେତେ ଅଳସ ବା ଶାରୀରିକ ଶ୍ରମ ପାଇଁ ଅନିଛୁକ ଓ ଦୂରଦୃଷ୍ଟିହୀନ ସେଭଳି ଲୋକ ବୋଧହୁଏ ଅନ୍ୟ କୌଣସି ଦେଶରେ ନଥିବେ । ଏକଥା ଲେଁସେଟ ଗ୍ଲୋବାଲ ହେଲଥ ଜର୍ଣ୍ଣାଲରେ ପ୍ରକାଶ କରିଛି । ଜର୍ଣ୍ଣାଲରେ ଉଲ୍ଲେଖ ରହିଛି ଯେ ଭାରତର ଲୋକେ ଆଳସ୍ୟ ପରାୟଣ । ଏହି ଅବସ୍ଥା ଜାରି ରହିଲେ ଏବଂ ଲୋକଙ୍କୁ ମାଗଣାରେ ଜିନିଷ ବାଣ୍ଟିବା ଜାରି ରହିଲେ ୨୦୩୦ ସୁଦ୍ଧା ଭାରତରେ ଶାରୀରିକ ଶ୍ରମ କରିବାକୁ ଅନିଛୁକ ଥିବା ଲୋକଙ୍କ ସଂଖ୍ୟା ଆହୁରି ବଢ଼ିଯିବ । ଲୋକଙ୍କ ବୟସ ବଢ଼ୁଛି । ଭାରତରେ କୁପୋଷଣ ଏବଂ ଖାଦ୍ୟାଭାବ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟର ସର୍ବନିମ୍ନ ମାନଦଣ୍ଡ ତଳକୁ ଖସିବାରେ ଲାଗିଛି । ଏକଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । କାରଣ ଏହା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ । ଲୋକଙ୍କ ମଧ୍ୟରେ ମାଗଣାରେ ସବୁ ପାଇଯିବାର ମାନସିକତା ବୃଦ୍ଧି ପାଉଛି । ଏବେ ବିନାଶ୍ରମରେ ଲୋକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିଯାଉଛି । ନେତା ଦେଇଥିବା ପ୍ରତିଶ୍ରୁତି ଯୋଗୁଁ ଏଭଳି ହେଉଥିବାରୁ ଲୋକେ ପରିଶ୍ରମ କରିବା ପାଇଁ ଚାହୁଁନାହାଁନ୍ତି । କାହିଁକି ବା ପରିଶ୍ରମ କରିବେ? ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ ମହିଳାମାନେ ଘର ସମ୍ଭାଳନ୍ତି, ପରିଶ୍ରମ ମଧ୍ୟ କରନ୍ତି ତେବେ ସେମାନଙ୍କୁ ନିଷ୍କ୍ରିୟ ବା ଶାରୀରିକ ଶ୍ରମ ପାଇଁ ଅନିଛୁକ ବୋଲି କୁହାଯିବ କେମିତି? ଯୁବକ ମାନେ ବାପା- ଦାଦାଙ୍କ ସହ ମିଶି କ୍ଷେତରେ, ଦୋକାନରେ ବା ଅନ୍ୟ ରୋଜଗାର ପାଇଁ କାମ କରନ୍ତି । ଏଣୁ ସେମାନଙ୍କୁ ନିଷ୍କ୍ରିୟ କୁହାଯିବ କାହିଁକି? ଉତ୍ତର ହେଉଛି ହଁ । ଯେଉଁ ଶ୍ରମ ଦେଶର ରାଷ୍ଟ୍ରୀୟ ଆୟରେ ଯୋଗଦାନ ଦେଇପାରେନାହିଁ ତାକୁ ନିଷ୍କ୍ରିୟ କୁହାଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସକ୍ରିୟତା ପ୍ରସଙ୍ଗରେ ଯେଉଁ ମାନଦଣ୍ଡ ନିର୍ଦ୍ଦାରଣ କରିଛି ତଦନୁସାରେ ଯଦି କେହି ବୟସ୍କ ବ୍ୟକ୍ତି ପ୍ରତି ସପ୍ତାହରେ ୧୫୦ ମିନିଟର ମଧ୍ୟମ ବା ୭୫ ମିନିଟର ତୀବ୍ର ଗତି ବାଲା ଶାରୀରିକ ଶ୍ରମ କରିନଥାନ୍ତି ତେବେ ତାଙ୍କୁ ନିଷ୍କ୍ରିୟ କୁହାଯିବ । ଏହି ମାନଦଣ୍ଡକୁ ଆଧାର କରି ଲେଁସେଟ ଜର୍ଣ୍ଣାଲ ରିପୋର୍ଟ ପ୍ରକାଶ କରିଛି । ଏହି ମାନଦଣ୍ଡ ଅନୁସାରେ ଚିନ୍ତାକଲେ ଅଜବ ଲାଗେ । ତଥ୍ୟ ଅନୁସାରେ ଭାରତୀୟ ମହିଳାଙ୍କ ନିଷ୍କ୍ରିୟତା ଭୁଟାନ, ବଙ୍ଗଳାଦେଶ ଓ ନେପାଳ ଠାରୁ ମଧ୍ୟ ତଳେ ରହିଛି । ଏହି ନିଷ୍କ୍ରିୟତା କାରଣରୁ ସେମାନେ ଅନେକ ରୋଗର ଶୀକାର ହୋଇଥାନ୍ତି । ସରକାର ଆୟୁଷ୍ମାନ ଯୋଜନା ବା ଅନ୍ୟ କିଛି ସ୍ୱାସ୍ଥ୍ୟ ଯୋଜନା କରନ୍ତୁ ଘରୋଇ ଚିକିସôାଳୟମାନେ ଏହାକୁ ଅନେକ କ୍ଷେତ୍ରରେ ସ୍ୱୀକାର କରୁନାହାଁନ୍ତି । ଘରୋଇ ଚିକିସôାଳୟମାନଙ୍କର ଯୁକ୍ତି ହେଉଛି ଏସବୁ ଯୋଜନାରେ ଚିକିସôିତ ବ୍ୟକ୍ତିଙ୍କ ଖର୍ଚ୍ଚବାଦ ଅର୍ଥ ସରକାର ଉଚିତ୍ ସମୟରେ ପ୍ରଦାନ କରନ୍ତି ନାହିଁ । ଦେଶରେ ବିକାଶ ହେଉଛି ବୋଲି କୁହାଯାଥିବା ବେଳେ ଦେଶରେ ଏକ ସର୍ଟକର୍ଟ ସଂସ୍କୃତି ଏବଂ ଉପଭୋକ୍ତାବାଦ ବଢ଼ିବାରେ ଲାଗିଛି । ସର୍ଟକର୍ଟ ସଂସ୍କୃତିରେ ନୀତି ଏବଂ ନୈତିକତା ପୁରୁଣା ସମୟର କଥା ବୋଲି କୁହାଗଲାଣି । ଏମିତି ଆରାମ ଦାୟକ ଜୀବନ ଶୈଳୀ ଯେଉଁଥିରେ କାମ ଏବଂ ପରିଶ୍ରମ କମ୍ ଏବଂ ଆରାମ ଅଧିକ ହୋଇଥାଏ । ଲେଁସେଟର ଏହି ରିପୋର୍ଟର ତଥ୍ୟ ସବୁ ଆମ ପାଇଁ ଏକ ଚେତାବନୀ । ସମାଜର ମାର୍ଗଦର୍ଶକ ମାନଙ୍କୁ, ଶାସନର କର୍ଣ୍ଣଧାରଙ୍କୁ ଏହି ତଥ୍ୟ ସୂଚାଇ ଦେଉଛି ଯେ ଉଦାରବାଦ ନୀତି ଓ ଅନୁକମ୍ପାର ବର୍ଷା ଦ୍ୱାରା କୌଣସି ଦେଶର ଆତ୍ମସମ୍ମାନ ବା ଆତ୍ମଗୌରବ ବୃଦ୍ଧି ହୁଏ ନାହିଁ । ଏସବୁ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ ।
ଏବେ ସରକାର ମନରେଗା ଯୋଜନାର ଅବଧିକୁ ଶହେ ଦିନରୁ ୨୦୦ ଦିନ ବଢାଇବା ପାଇଁ ଚିନ୍ତା କରୁଛନ୍ତି । କିନ୍ତୁ ଏହି ମନରେଗା ଦ୍ୱାରା କେଉଁ ଲକ୍ଷ୍ୟ ସିଦ୍ଧି ହୋଇଛି? ଆଜି ଦେଶର ଯୁବବର୍ଗ ଦିଗ ଭ୍ରମିତ ହୋଇ ଦେଶରୁ ପଳାୟନ କରିବାକୁ ଚାହୁଁଛନ୍ତି । ଯୁବବର୍ଗ ନିଶାଦ୍ରବ୍ୟର ଶୀକାର ହେଉଛନ୍ତି । ସୂଚନା ଅନୁସାରେ ଭାରତ ହେଉଛି ଏମିତି ଏକ ଦେଶ ଯେଉଁଠି ଅଧିକ ଲୋକ ମଦ୍ୟପାନ କରିଥାନ୍ତି । ଏହା ଏକ ନିଛକ ସତ୍ୟ ଯାହା ଚିନ୍ତା ବଢାଇଦେଉଛି । ଏବେର ଆବଶ୍ୟକତା ହେଉଛି ଜୀବନ ଶୈଳୀରେ ପରିବର୍ତ୍ତନ ଓ ଜୀବନ ଆଦର୍ଶ ପ୍ରତି ପୁନଃ ସମର୍ପିତ ହୋଇ ଏକ ନୂଆ ସମାଜ ଗଠନ କରିବା ପ୍ରତି ଗୁରୁତ୍ୱ ଦିଆଯିବା ଏବଂ ନିଜର କର୍ତ୍ତବ୍ୟ ପଥରେ ଅଗ୍ରସର ହେବା । ସର୍ଟକର୍ଟର ରାସ୍ତାକୁ ନଖୋଜି ପରିଶ୍ରମ କରିବା ମାନସିକତାକୁ ଆପଣେଇବା ମଧ୍ୟ ଆଜିର ଆବଶ୍ୟକତା ।
ରାମଚନ୍ଦ୍ରପୁର, ରଣପୁର
ମୋ: ୯୪୩୮୪୮୫୦୯୪