ମହମ୍ମଦ୍ ମୁଇଜୁଙ୍କ ୟୁ-ଟର୍ଣ୍ଣ
ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଗତ କେତେମାସ ହେଲା ଭାରତ ବିରୋଧୀ ମନୋଭାବ ପ୍ରକାଶ କରି ଆସୁଛନ୍ତି । ଏପରିକି ଭାରତୀୟ ସୈନ୍ୟବାହିନୀକୁ ମାଳଦ୍ୱୀପରୁ ପ୍ରତ୍ୟାହାର କରାଇ ନେବା ପାଇଁ ଭାରତ ସରକାରଙ୍କୁ କହିଛନ୍ତି । ଗତ ୨୦୨୩ ମସିହାରେ ମୁଇଜୁ କ୍ଷମତାକୁ ଆସିବା ପରେ ଭାରତ ବିରୁଦ୍ଧରେ ତାଙ୍କର ମନୋଭାବ ପ୍ରକାଶ ପାଉଛି । ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ପ୍ରକାଶ୍ୟ ଭାବରେ ମୁଇଜୁ ଭାରତ ବିରୁଦ୍ଧରେ ବିରୋଧୀ ମନ୍ତବ୍ୟ ଦେବା ସହିତ ଭାରତର ପୁରୁଣା ଶତ୍ରୁ ଚୀନ୍ ସହିତ ହାତ ମିଳେଇଛନ୍ତି । ମାଳଦ୍ୱୀପର ଅର୍ଥନୀତିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତୀୟ ପର୍ଯ୍ୟଟକ ମାନଙ୍କର ସର୍ବାଧିକ ଭୂମିକା ଥିବା ବେଳେ ଭାରତୀୟମାନଙ୍କ ପ୍ରତି ଗୌଣ ମନୋଭାବ ପୋଷଣ କରି ଆସିଛନ୍ତି । ଏହା ଫଳରେ ଗତ ପର୍ଯଟନ ଋତୁରେ ମାଳଦ୍ୱୀପର ପ୍ରଭୃତ କ୍ଷତି ଘଟିଛି । ଭାରତ ସାମରିକ ପ୍ରତିଷ୍ଠାନକୁ ମେ ୧୦ ସୁଦ୍ଧା ହଟାଇ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଭାରତରୁ ନେଇଥିବା ଋଣ ଅର୍ଥର ପରିଶୋଧ କ୍ଷେତ୍ରରେ ବର୍ତ୍ତମାନ ମାଳଦ୍ୱୀପ ଅସୁବିଧାର ସମ୍ମୁଖୀନ ହୋଇଛି ।
ଦ୍ୱିତୀୟ ପକ୍ଷରେ ଭାରତୀୟ ପର୍ଯ୍ୟଟଙ୍କ ଆଗମନ କମିଯାଇଛି । ଆର୍ôଥକ ଅଭିବୃଦ୍ଧି କ୍ଷେତ୍ରରେ ସଂକଟ ସୃଷ୍ଟି ହୋଇଛି । ଚୀନ୍କୁ ବନ୍ଧୁରାଷ୍ଟ୍ର ଭାବରେ ଭାବୁଥିବା ଭାରତର ଯେତିିକି ସଂଖ୍ୟକ ପର୍ଯ୍ୟଟକ ମାଳଦ୍ୱୀପ ଯାଉଥିଲେ, ସେତିକି ସଂଖ୍ୟକ ପର୍ଯ୍ୟଟକ ଚୀନ୍ରୁ ଆସିବେ ବୋଲି ମାଳଦ୍ୱୀପ ଭାବୁଥିଲା । କିନ୍ତୁ ମୁଇଜୁ ଏବେ ଅନୁଭବ କରି ସାରିଲେଣି ଯେ ଭାରତ ସହିତ ଶତ୍ରୁତା କରି ବଡ଼ ଭୁଲ୍ କରଛନ୍ତି । ଏହି ଅଳ୍ପ କେତେମାସ ତଳେ ମହମ୍ମଦ ମୁଇଜୁ କହିଥିଲେ ଯେ ତାଙ୍କ ରାଷ୍ଟ୍ର ଛୋଟ ହୋଇପାରେ, କିନ୍ତୁ ଭୟଭୀତ ନୁହେଁ । ଏବେ ସିଏ ଭାରତ ନିକଟରେ ଋଣର ଅର୍ଥ ପରିିଶୋଧ ପ୍ରକ୍ରିୟାକୁ କୋହଳ କରିବା ପାଇଁ ଅନୁରୋଧ କରି ସାରିଲେଣି । ମାଳଦ୍ୱୀପର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବାବଦକୁ ଭାରତରୁ ପ୍ରାୟ ୪୦୦ ନିୟୁତ ଡ଼ଲାର୍, ଯାହାକି ଭାରତୀୟ ଟଙ୍କାରେ ୩୩୫ କୋଟି ଟଙ୍କା ଋଣ କରିଛି । ବର୍ତ୍ତମାନ ଏହାର ଆର୍ôଥକ ଅବସ୍ଥା ଭଲ ନଥିବାରୁ ଋଣ ପରିଶୋଧ କରିବା ସମ୍ଭବ ହୋଇ ପାରୁନାହିଁ । ଏବେ ସେ ସ୍ୱର ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଭାରତ ହେଉଛି ମାଳଦ୍ୱୀର ପରମ ବନ୍ଧୁ ରାଷ୍ଟ୍ର ଏବଂ ଏହି ସମ୍ପର୍କ ଆଗକୁ ଅକ୍ଷୁର୍ଣ୍ଣ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି କହିବା ପଛରେ ମୁଇଜୁଙ୍କୁ ପରିସ୍ଥିତି ବାଧ୍ୟ କରିଛି । କାରଣ ତାଙ୍କ ଦେଶ ଭିତରେ ତାଙ୍କୁ ଭାରତ ସହିତ ସମ୍ପର୍କ ଖରାପ ହେବା ନେଇ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଦୁଇମାସ ତଳେ ମାଳଦ୍ୱୀପ ପକ୍ଷରୁ ଭାରତ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରାଯାଇଥିଲା ତାହା ଚୀନ୍ର ବଦମାସୀ ବୋଲି ଏବେ ସ୍ପଷ୍ଟ ହୋଇଯାଇିଛି । ନିଜ ସ୍ୱାର୍ଥ ହାସଲ ହୋଇଯିବା ପରେ ଚୀନ୍ ସମସ୍ତଙ୍କୁ ଧୋକ୍କା ଦିଏ ।
ଇତିମଧ୍ୟରେ ଚୀନ୍ ମାଳଦ୍ୱୀପରେ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରିଥିଲା । ଭାରତ ବିରୋଧରେ ଏହି ସାମରିକ ଶକ୍ତିକୁ ବ୍ୟବହାର କରିବା ପାଇଁ ତଥା ଏହାର ବନ୍ଦରରେ ଚୀନ୍ରୁ ଯୁଦ୍ଧଜାହାଜକୁ ମୁତୟନ କରିବା ଉଦ୍ଦେଶ୍ୟରେ ପ୍ରବଳ ଉଦ୍ୟମ ମଧ୍ୟ କରିଥିଲା । ସେତିକି ବେଳେ ଚୀନ୍ର ସହାୟତା ମିଳିବ ବୋଲି ଆଶା କରି ମାଳଦ୍ୱୀପ ପକ୍ଷରୁ ଭାରତକୁ ବେଖାତିର୍ କରାଯାଇଥିଲା । ତେବେ ଏତେ ଶୀଘ୍ର ପରିସ୍ଥିତି ବଦଳିଯିବ ଏବଂ ମାଳଦ୍ୱୀପ ନିଜର ଭୁଲ୍ ବୁଝିପାରିବ ବୋଲି କେହି ଆଶା କରିନଥିଲେ ।
ସେ ଯାହାବି ହେଉ ନିଜର ଭୁଲ୍ ବୁଝିବାରେ ମୁଇଜୁ ଆଉ ବିଳମ୍ବ କରିନାହାନ୍ତି ଏବଂ ଯଥାଶୀଘ୍ର ସେ ଭାରତକୁ ବନ୍ଧୁରାଷ୍ଟ୍ର ଭାବରେ ଘୋଷଣା କରି ନିଜ ଭୁଲ ପାଇଁ ଅନୁତାପ କରିବା ଏକ ସ୍ୱାଭାବିକ ଘଟଣା ।