ଆତ୍ମଶକ୍ତିର ଉପଯୋଗ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ କ୍ଷ' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଆତ୍ମଶକ୍ତିର ଉପଯୋଗ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ଯେ ପର୍ଯ୍ୟନ୍ତ ନିଜ ବିଷୟରେ ଜାଣି ନାହିଁ, ସେ ପର୍ଯ୍ୟନ୍ତ ନିଜ ଶକ୍ତିର ଉପଯୋଗ କରିପାରିବ ନାହିଁ । ବ୍ୟକ୍ତି ନିକଟରେ ଇଚ୍ଛାଶକ୍ତି ଥିଲେ, ଦୃ? ଆତ୍ମବିଶ୍ୱାସ ଥିଲେ ପୃଥିବୀର କୌଣସି ଶକ୍ତି ତାକୁ ଅଟକାଇ ପାରିବ ନାହିଁ । ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନ ଅସମ୍ଭବକୁ ସମ୍ଭବ କରି ଦେଇପାରେ । ଆତ୍ମସର୍ମପଣ ଭାବ ଧରୁଥିବା ଲୋକ ମେରୁଦଣ୍ଡ ସିଧା କରି ଛିଡା ହୋଇପାରିବ ନାହିଁ । କାରଣ ତା' ପାଇଁ ଏକ ଆଶା ବାଡି ସବୁବେଳେ ଦରକାର ପଡିବ । କେହି ଜଣେ ତା' ନିକଟରେ ଠିଆ ନହେଲେ ସେ ନିଜେ ଛଡା ହୋଇପାରିବ ନାହିଁ । କେବଳ ଅନ୍ୟର ଆଶ୍ରାରେ ମଣିଷ ଆଗେଇ ପାରେ ନାହିଁ । ନିଜ ଶକ୍ତି ନିଜ ବୁଦ୍ଧି ବଳରେ ମଣିଷ ଏ ପୃଥିବୀକୁ ଜୟ କରେ । ଇତିହାସର ସମଗ୍ର ଯୁଦ୍ଧର ବିଜେତା ହେଉଛନ୍ତି, ଦୃଢ ଆତ୍ମବିଶ୍ୱାସୀ ଏବଂ ଅସମ୍ଭବକୁ ସମ୍ଭବରେ ପରିଣତ କରିବା ପାଇଁ ଦୃଢ ନିଷ୍ଠା ରଖିଥାନ୍ତି ।
ମଣିଷ ନିଜେ ବି ଶକ୍ତିର ଉସô । ତା' ପାଇଁ ଅନ୍ୟ କୌଣସି ଶକ୍ତିର ଆବଶ୍ୟକତା ନାହିଁ । କଥାରେ ଅଛି ପର କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଉଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିପାରେ ନାହିଁ । ଠିକ୍ ସେହିପରି ଅନ୍ୟର ଆଶ୍ରାରେ ଜୀବନ ବିତାଉଥିବା ବ୍ୟକ୍ତି କେବଳ ମାତ୍ର ବଞ୍ଚିପାରିବ କିନ୍ତୁ ଜୀବନ ଯୁଦ୍ଧରେ ଯୋଦ୍ଧା ଭାବରେ ଇତିହାସ ରଚି ପାରିବ ନାହିଁ । କୌଣସି ଭାଗ୍ୟ, ଭଗବାନ, ଅଦୃଷ୍ଟ, ପ୍ରାରବ୍ଧ କେହି ବି ବିଜୟର ସାଥୀ ହୁଅନ୍ତି ନାହିଁ । ଦୃଢ ଆତ୍ମବିଶ୍ୱାସର ସହ ନିଜକୁ ଉଦ୍ୟମ କରିବାକୁ ପଡ । ହାତ ଟେକି ଦେଇ ଭଗବାନ ଭରଷା କହିଲେ କେବଳ ନିଜ ପୌରୁଷର ଅଭିମାନ ନିଜେ କରିବା ବ୍ୟତୀତ ଆଉ ଅଧିକ କିଛି ହୁଏ ନାହିଁ । ଅନ୍ୟ କାହାର ସାଧନା ବା ନିରନ୍ତର ଉଦ୍ୟମର ଫଳ ଆମକୁ କେବେ ମିଳିବ ନାହିଁ । ଆମେ ଯେତିକି ଚାଷ କରି ବିହନ ବୁଣିବୁ, ସେତିକିର ଅମଳ କେବଳ ଆମକୁ ମିଳିବ । ଆମେ ନିଜେ ହିଁ ଶକ୍ତିର ଉସô ଏବଂ ପ୍ରତ୍ୟେକ ରୂପାନ୍ତରଣ ଏକ ସାଧନା, ଏକ ନିରନ୍ତର ପ୍ରୟାସ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।