ନିଜ ଦେଇ ଯେତିକି ସମ୍ଭବ
ଆଜ୍ଞା ନମସ୍କାର,
ଜୀବନର ଛୋଟ କଥାର ବଡ ବି·ରକୁ ନେଇ ‘ଅମୃତ ବିନ୍ଦୁ'ର ଉପସ୍ଥାପନା ।'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ । ଆଜି ଜାଣିବା ଛୋଟ ଘଟଣାର ବଡ଼ ଦିଗ ବାବଦରେ କେତେକ କଥା । ଏକଥାକୁ ଆପଣ ଗ୍ରହଣ କରନ୍ତୁ, ହୃଦୟଙ୍ଗମ କରନ୍ତୁ ଆଉ ବି·ର କରନ୍ତୁ ।
ମଣିଷ ଯେତେବେଳେ ସୁଖ ଏବଂ ଭଲ ସମୟ ଦେଇ ଗତି କରୁଥାଏ, ସେତେବେଳେ ସେ ସାମାଜିକ ସମ୍ପର୍କର ମୂଲ୍ୟକୁ ବୁଝିପାରେ ନାହିଁ । କିନ୍ତୁ ଦୁଃଖରେ ପଡିଲେ ଏବଂ ଅନ୍ୟମାନଙ୍କର ସାହାଯ୍ୟ ଓ ସହଯୋଗ ନ ପାଇଲେ ମଣିଷ ସମ୍ପର୍କର ମୂଲ୍ୟ ବୁଝେ । ମଣିଷ ଭଲ ସମୟରେ ଅନ୍ୟମାନଙ୍କ ଠାରୁ ପାଉଥିବା ସାହାଯ୍ୟ, ସହଯୋଗ ଆଦିକୁ ବୁଝିପାରେ ନାହିଁ । କିନ୍ତୁ ଯେତେବେଳେ ପରିସ୍ଥିତି କଠିନ ସମୟ ଦେଇ ଗତି କରୁଥାଏ, ସେତିକି ବେଳେ ମଣିଷ ଅନ୍ୟର ସାହାଯ୍ୟ ଏବଂ ସହଯୋଗ ଟିକେ ନିହାତି ଲୋଡେ । ଆଉ ଠିକ୍ ଏତିକି ବେଳେ କେଉଁ ବ୍ୟକ୍ତି କେଉଁ ପ୍ରକାରର ଏବଂ କେଉଁ ବ୍ୟକ୍ତିର ଚରିତ୍ର କେମିତି, ତାହା ଫୁଟିକି ଦୁଶେ । ବିପଦରେ ପଡିଥିବା ଲୋକକୁ ସାହାଯ୍ୟ କରିବା ମଣିଷର ଏକ ସହଜାତ ପ୍ରବୃତ୍ତି । ହେଲେ ବିପଦରେ ପଡିଥିବା ଲୋକକୁ ନିଃସ୍ୱାର୍ଥପର ଭାବରେ ସାହାଯ୍ୟ କରିବା ଲୋକଙ୍କ ସଂଖ୍ୟା ହାତଗଣତା ।
ଅନେକ ଲୋକ ଅନ୍ୟର ଅସମୟରେ, ଅବେଳରେ, ଦୁର୍ଦ୍ଦିନରେ ନ ଚିହ୍ନିଲା ଭଳି, ନ ଜାଣିଲା ଭଳି ଏମିତି ଅଭିନୟ କରନ୍ତି ଯେ ସତେ ଯେମିତି ସେମାନେ କିଛି ଜାଣନ୍ତିନି । ଭଲ ସମୟରେ ବା ସୁଖ ସମୟରେ ସାମାଜିକ ସହଯୋଗ ମିଳିବା ଏକ ସାଧାରଣ ଘଟଣା । ଅଥଚ ପ୍ରତିକୂଳ ପରିସ୍ଥିତିରେ ଯିଏ ସହଯୋଗକାରୀ, ସେ ହିଁ ବାସ୍ତବ ବନ୍ଧୁ । ସବୁଦିନ କଦାପି ସମସ୍ତଙ୍କ ପାଇଁ ଭଲରେ ଯାଏ ନାହିଁ । ଆଜି ଆମର ସହଯୋଗ ଯଦି କାହାକୁ ଲୋଡା ତ କାଲି କାହାର ସହଯୋଗ ଆମକୁ ମଧ୍ୟ ଆବଶ୍ୟକ ହେବାଟା ହେବ । ଜୀବନରେ କାହାକୁ ହେୟଜ୍ଞାନ କରିବା କଥା ନୁହଁ । ଯୋଉ ଜୀବନ ଅନ୍ୟର ଅସମୟରେ, ଅବେଳରେ ସାହାଯ୍ୟ ଓ ସହଯୋଗ କରିପାରେ ନାହିଁ, ସେ ଜୀବନ କି ଜୀବନ ? ଏତକ କଥାକୁ ଅ ।ମକୁ ସାରା ଜୀବନ ମନେ ରଖିବାକୁ ହେବ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।