‘ସାମ୍ବାଦିକତା ଓ ଗଣଯୋଗାଯୋଗ’ ବିଭାଗ ପୂର୍ଣ୍ଣାଙ୍ଗ ହେଉ
ଡକ୍ଟର ଭି.ରାଜେନ୍ଦ୍ର ରାଜୁ: ସୁପ୍ତ ଜାତିର ପ୍ରାଣରେ ଚେତନାର ପ୍ରବାହ ଖେଳାଇ ଦେଶରୁ ଦୁର୍ନୀତି ଦୂର କରି ଭାରତୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରି ବିଶ୍ୱବାସୀଙ୍କୁ ଆକୃଷ୍ଟ କରିବା ସାମ୍ବାଦିକତା ଶିକ୍ଷାର ପ୍ରଧାନ ଉଦେ୍ଦଶ୍ୟ ଅଟେ । ସତ୍ୟ ଆଧାରିତ ସକାରାତ୍ମକ ଓ ସଶକ୍ତ ଜନମତ ସୃଷ୍ଟି କରିବାରେ ଗଣମାଧ୍ୟମର ଆବଶ୍ୟକତାକୁ ଉପଲବ୍ଧି କରି ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ସାମ୍ବାଦିକତା ଶିକ୍ଷା ପ୍ରଦାନ କରାଗଲା । ଏହା ଯୁବଗୋଷ୍ଠୀଙ୍କୁ ଗଣମାଧ୍ୟମରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ସତ୍ୟ ଓ ତଥ୍ୟର ଆଧାରରେ ସାଧାରଣ ଲୋକ ବୁଝିପାରୁଥିବା ସରଳ ଭାଷାରେ କିପରି ସଂବାଦ ପରିବେଷଣ କରାଯାଇ ପାରିବ ହେଉଛି ଏ ଶିକ୍ଷାର ମୂଳ ନୀତି ଓ ଉଦେ୍ଦଶ୍ୟ । ଏ ଶିକ୍ଷାର ମହତ୍ତ୍ୱକୁ ହୃଦୟଙ୍ଗମ କରି ଆଜିର ଯୁବ ସମାଜ ଏହା ପ୍ରତି ବହୁଳ ଭାବେ ଆକର୍ଷିତ ହେଲେଣି ।
ଓଡିଶାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମେ ‘ସାମ୍ବାଦିକତା ଓ ଗଣଯୋଗାଯୋଗ’ ବିଭାଗ ଖୋଲା ଯାଇଥିଲା । କିନ୍ତୁ ଓଡିଶାର ବିଭିନ୍ନ ପ୍ରାନ୍ତରେ ଥିବା ଛାତ୍ରଛାତ୍ରୀଗଣ ଏ ଶିକ୍ଷାର ସୁବିଧା ପାଇ ପାରିଲେନି । ଯାହାଫଳରେ ଉକôଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ବିଭାଗ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ କଲେ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକôଳ ବିଶ୍ୱବିଦ୍ୟାଳୟ ଏ ବିଭାଗକୁ ପ୍ରଥମେ ‘ସେଲ୍ଫ ଫାଇନାନ୍ସ’ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ପାଇଁ ଅନୁମତି ଦେଇଥିଲେ । ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ବିଭାଗ ନ ଖୋଲି ରାଜନୀତି ବିଜ୍ଞାନ ଅଧୀନରେ ଏ ବିଭାଗକୁ ରଖି ପ୍ରଥମେ ଏହାକୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ କାଳରେ ଏହା ଲୋକ ଶାସନ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଛାତ୍ରମାନଙ୍କୁ ଶିକ୍ଷା ଦେବା ପାଇଁ ଅଧ୍ୟାପକ ନିଯୁକ୍ତି ନ କରି ଅତିଥି ଅଧ୍ୟାପକମାନଙ୍କ ଦ୍ୱାରା ଶିକ୍ଷା ଦେବାର ବନେ୍ଦାବସ୍ତ ହେଲା । ଏପରିକି ଗବେଷଣା ପାଇଁ ଆସିଥିବା ଛାତ୍ରଛାତ୍ରୀମାନେ ଉପଯୁକ୍ତ ଗାଇଡ ନ ପାଇ ବର୍ତ୍ତମାନ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଛାତ୍ରମାନଙ୍କୁ ଶିକ୍ଷା ଦେବାପାଇଁ ଏକ ଉନ୍ନତ ଧରଣର ଷ୍ଟୁଡିଓ, ଏଫଏମ ବେତାର କେନ୍ଦ୍ର ଓ ଆଧୁନିକ ଯନ୍ତ୍ରପାତିର ଆବଶ୍ୟକତା ଅଛି, ଯାହାକି ଏ ଯାଏଁ ହୋଇ ପାରିନି । ଦିନ ପରେ ଦିନ ବିତିଗଲା କିନ୍ତୁ ଏ ବ୍ୟବସ୍ଥା ଆଜି ବି ଅପରିବର୍ତ୍ତିତ । ଭାରତର ଅନ୍ୟାନ୍ୟ ପ୍ରଦେଶରେ ଏ ଶିକ୍ଷାର ମହତ୍ୱକୁ ଉପଲବ୍ଧି କରି ‘ସାମ୍ବାଦିକତା ଓ ଗଣଯୋଗାଯୋଗ’ ବିଶ୍ୱବିଦ୍ୟାଳୟ ମୁଣ୍ଡ ଟେକିଲାଣି । ଭୋପାଳର ‘ମାଖନଲାଲ ଚତୁର୍ବେଦୀ ପତ୍ରକାରିତା ଜାତୀୟ ବିଶ୍ୱବିଦ୍ୟାଳୟ’ ଓ ଛତିଶଗଡର ‘ସାମ୍ବାଦିକତା ଓ ଗଣଯୋଗାଯୋଗ’ ବିଶ୍ୱବିଦ୍ୟାଳୟ ଏ ଦିଗରେ ଏକ ଉଦାହରଣ ସୃଷ୍ଟି କଲେଣି । ‘ସାମ୍ବାଦିକତା ଶିକ୍ଷାକୁ ନେଇ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଗଠନ କରିବାର ଉଦେ୍ଦଶ୍ୟ ହେଲା, ଏ ଶିକ୍ଷା ଆଉ ପ୍ରିଣ୍ଟ ଜର୍ଣ୍ଣାଲିଜମ ମଧ୍ୟରେ ସୀମିତ ହୋଇ ରହିନାହିଁ । ବେତାର, ଦୂରଦର୍ଶନ ଓ କମ୍ପୁ୍ୟଟର ଉଦ୍ଭାବନ ଏ ଶିକ୍ଷାର ପରିସରକୁ ବ୍ୟାପକ କରି ଦେଇଛି । ଏହାବାଦେ ଆଜିର ସାମାଜିକ ଗଣମାଧ୍ୟମର ମହାସ୍ରୋତରେ ଦେଖାଦେଇଥିବା ଫେସବୁକ, ୱ୍ୱାଟ୍ସଆପ, ଟୁଇଟର, ଇନଷ୍ଟାଗ୍ରାମ, ବ୍ଲଗ ଓ ଗୁଗୁଲ ଏ ଶିକ୍ଷାର ମହତ୍ୱକୁ ଆଜି ଦ୍ୱିଗୁଣିତ କରିଦେଇଛି । ଅତି ସହଜରେ ଏବଂ ଅତ୍ୟନ୍ତ ଦ୍ରୁତ ଗତିରେ ବିଶ୍ୱବ୍ୟାପୀ ବାର୍ତ୍ତାର ଆଦାନପ୍ରଦାନ କରିବାରେ ସୋସିଆଲ ମିଡିଆ ସକ୍ଷମ ହେଉଥିବା ଯୋଗୁଁ ଏ ଦିଗରେ ଯେଉଁ ସତର୍କତା ଆବଶ୍ୟକ, ତାହା ଏ ଶିକ୍ଷାର ପରିସରରେ ଅନ୍ତର୍ଗତ । ଏହା ବାଦେ ଏ ଶିକ୍ଷାର ପରିସରରେ ଲୋକ ସଂପର୍କ ଓ ବିଜ୍ଞାପନ ବିଦ୍ୟା ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ଚାହିଦା ଆଜି ବେଶି । ମାତ୍ର କିଛି ଦିନ ତଳେ ନୂତନ ଭାବେ ଗଢି ଉଠିଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏ ଶିକ୍ଷାର ଉପାଦେୟତାକୁ ଅନୁଭବ କରି ସାମ୍ବାଦିକତା ବିଭାଗ ଖୋଲିଲା, ଯାହାକି ଆଜି ଏହା ଏକ ପୂର୍ଣ୍ଣାଙ୍ଗ ବିଭାଗ ରୂପେ କାମ କରୁଛି ।
‘ସାମ୍ବାଦିକତା ଓ ଗଣଯୋଗାଯୋଗ’ ବିଭାଗ ଏପରି ଏକ ବିଭାଗ ଯାହାକି ବିଶ୍ୱବିଦ୍ୟାଳୟର ସବୁ ବିଭାଗର ଶିକ୍ଷାର ମାନ ବୃଦ୍ଧି କରିବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ପତ୍ରପତ୍ରିକା ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଖ୍ୟାତି ବଢାଇବାରେ ସାହାଯ୍ୟ କରିପାରିବ । କିନ୍ତୁ ସେଥିପାଇଁ କାହାର ଚିନ୍ତା ନାହିଁ । ଉକôଳ ବିଶ୍ୱବିଦ୍ୟାଳୟ ଏକ ସାଧାରଣ ବିଶ୍ୱବିଦ୍ୟାଳୟ ନୁହଁ । ଓଡିଶାର ଗର୍ବ ଓ ଗୌରବର ଏହା ଏକ ମୂକ ସାକ୍ଷୀ ତଥା ଓଡିଆ ଅସ୍ମିତାର ଏକ ବଳିଷ୍ଠ ପରିଚୟ । ବର୍ତ୍ତମାନ ଏ ବିଭାଗର ରୌପ୍ୟ ଜୟନ୍ତୀ ପାଳନ କରିବାର ସମୟ ଆସିଯାଇଛି । ଏ ଅବସରରେ ସମ୍ବାଦିକତା କ୍ଷେତ୍ରରେ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳମଣି ବିଦ୍ୟାରନô ,ଶଶିଭୂଷଣ ରଥ ଓ ଗୌରି ଶଙ୍କର ରାୟଙ୍କ ଅବଦାନକୁ ଭିତ୍ତି କରି ସେମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଚେୟାର ପ୍ରତିଷ୍ଠା କରିବା ଓ ବୃତ୍ତି ପ୍ରଦାନ କରିବା ଆବଶ୍ୟକ ହେଉଛି । ଏ ବିଭାଗ ପାଇଁ ସ୍ୱତନ୍ତ୍ର ପ୍ରାସାଦ ନିର୍ମାଣ କରି ସେମାନଙ୍କର ନାମରେ ଅର୍ପଣ କରିବାର ସମୟ ମଧ୍ୟ ଆସିଛି । ଏହାକୁ ଏକ ପୂର୍ଣ୍ଣାଙ୍ଗ ବିଭାଗ ରୂପେ ଗଢିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଓଡିଶା ସରକାର ପଦକ୍ଷେପ ନେଲେ ଆମେ ବିକଶିତ ଓଡିଶାର ସ୍ୱପ୍ନ ଦେଖିପାରିବା ।
ଭୁବନେଶ୍ୱର,ମୋ:୯୪୩୮୩୬୨୨୬୨