ପାକିସ୍ତାନର ମୁକାବିଲା ପାଇଁ ଯୁଦ୍ଧ ଲୋଡ଼ାନାହିଁ
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଭାରତ ସହିତ ୧୯୪୭ର ସ୍ୱାଧୀନତା ହେବାଠାରୁ ହିଁ ପାକିସ୍ତାନର ସଘର୍ଷ ଚାଲିଆସିଛି । ହିନ୍ଦୁ ମୁଲସମାନମାନେ ସାଂଗରେ ରହିପାରିବେ ନାହିଁ ଏହି ବିଚାର ଦୃଷ୍ଟିକୋଣରୁ ଏହି ଦୁଇଟି ଦେଶ ଏ ପର୍ଯ୍ୟନ୍ତ ସବୁବେଳେ ନିଜ ନିଜ ମଧ୍ୟରେ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ଓ ବିବାଦରେ ଲାଗି ରହିଛନ୍ତି । ବର୍ତ୍ତମାନ ଭାରତକୁ ପୁରାଣ କାଳର ଡେଭିଡ୍ ହିସାବରେ ଉପସ୍ଥାପିତ କରାଯାଇପାରେ ଯିଏକି ଇହୁଦିମାନଙ୍କର ଇସ୍ରାଏଲି ନେତା ଓ ଗୋଲିଆଥ ପାଲେଷ୍ଟିନର ବିଶାଳକାୟ ଯୋଦ୍ଧା । ଦୁଇପକ୍ଷ ମଧ୍ୟରେ ଲଢ଼େଇ ଚାଲିଛି । କିନ୍ତୁ ବାସ୍ତବରେ ମୂଳ କଥା ହେଉଛି ଏହି ଯେ, ଭାରତର ଯୁଦ୍ଧ ଯୋଗୁ ବହୁତ କିଛି କ୍ଷତି ହେବାର ଅଛି । ପ୍ରଥମଟି ହେଲା ଭାରତର ଅଭିବୃଦ୍ଧି ଏହା ଫଳରେ ମନ୍ଥର ହେବ ଓ ପାକିସ୍ତାନରୁ ଅନେକ ଶରଣାର୍ଥୀ ଭାରତକୁ ଆସିବେ ଓ ଭାରତର ଏକ ପ୍ରକାର ୧୦୦ କୋଟି ମଧ୍ୟମ ବା ଉଚ୍ଚ ମଧ୍ୟବିତ୍ତ ପରିବାରର ଅନେକ କ୍ଷତି ହେବ । ଏହାଛଡ଼ା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଅନେକ ପ୍ରକାରର ସୁଯୋଗ ଯାହା ମିଳିବା କଥା ତାହା ନଷ୍ଟ ହେବ । ସେମି କଣ୍ଡକ୍ଟର ଯାହାକୁ ଚିପ୍ ବୋଲି କୁହାଯାଏ ଓ ଯାହା ନ ହେଲେ ମୋଟରଗାଡ଼ି, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ଟିିଭି ଇତ୍ୟଦି ଚାଲିପାରିବ ନାହିଁ ସେଗୁଡ଼ିକ ଏକପ୍ରକାର କ୍ଷତିଗ୍ରସ୍ତ ହୋଇଯିବେ । ତୁଳନାତ୍ମକ ଭାବରେ ପାକିସ୍ତାନ ହେଉଛି ଅର୍ଥନୈତିକ ଦୃଷ୍ଟିକୋଣରୁ ଗୋଟିଏ କାଂଗାଳ ଦେଶ । ସୁଯୋଗରେ ମିଳୁଥିବା ଖର୍ଚ୍ଚ ଭାରତ ପାଇଁ ଏ କ୍ଷେତ୍ରରେ ବହୁତ ଅଧିକ ହେବ । ଏ କ୍ଷେତ୍ରରେ ଖର୍ଚ୍ଚକୁ ସମ୍ଭାଳିବା ମଧ୍ୟ କଷ୍ଟକର ଏବଂ ଏ କ୍ଷେତ୍ରରେ ଏହା ବହନ କରିବାର ବୋଝ ମଧ୍ୟ କଷ୍ଟକର ଅଟେ । ତେବେ ଯୁଦ୍ଧର ବୋଝ ମୁଣ୍ଡେଇବା ଭାରତ ଅପେକ୍ଷା ପାକିସ୍ତାନର ଆହୁରି ଅଧିକ ଅଟେ । ସଂକ୍ଷେପରେ କହିବାକୁ ଗଲେ ଯେତେବେଳେ ଘୋରତର ଯୁଦ୍ଧ ହୁଏ, ସେତେବେଳେ ପୂର୍ବବର୍ଣ୍ଣିତ ଡେଭିଡ୍ ଗୋଲିଆଥ ଭାରତ-ପାକିସ୍ତାନ ଲଢ଼େଇରେ ପରିଣତ ହୁଏ ।
ବାସ୍ତବରେ କହିବାକୁ ଗଲେ ଡେଭିଡ ଗୋଲିଆଥର ଉଦାହରଣ ଏଠାରେ ଦିଆଯାଉଛି ଯେ, ଭାରତର ପାକିସ୍ତାନ ନୀତି ଠିକ୍ ସେହିପରି ଡେଭିଡ୍-ଗୋଲିଆଥ ପରି ଘଟୁଛି । ଯୁବକ ଡେଭିଡ୍ ପରି ଭାରତ କୌଣସି ବଡ଼ କଥା ଆଶା କରୁନାହିଁ । କାରଣ ଏ ଯୁଦ୍ଧରେ କ’ଣ ହେବ ଭାରତ ତାହା ଜାଣିଛି । ଅପରକ୍ଷେତ୍ରରେ ଏ ଯୁଦ୍ଧ ସମ୍ପର୍କରେ ଗୋଟିଏ କିଛି ଆଶା କରିବା ବିଶେଷ କିଛି ବଡ଼ କଥା ନୁହେଁ । ଗୋଟିଏ ସୁରକ୍ଷା ଛତା ତିଆରି କରାଯିବା ଉଚିତ ଯାହା ଉପରେ ଭାରତର ପ୍ରଗତି ନିର୍ଭର କରିବ ବିନା ବାଧକରେ । ଏହା ପାଇବା ପାଇଁ ଭାରତ ରାଷ୍ଟ୍ରର କେତେକ ଦାୟିତ୍ୱ ମଧ୍ୟ ରହିଛି । ଯେଉଁମାନଙ୍କ ମଧ୍ୟରୁ ଆହୁରି ସ୍ପଷ୍ଟ ଗତ ଦଶନ୍ଧିରେ ଘଟଣା ଘଟିଥିଲା । ସେମାନଙ୍କ ମଧ୍ୟରେ କଥାର ଲଢ଼େଇ ଅନେକ ଚାଲିଛି । ଏ ସମ୍ପର୍କରେ ଗୋଟିଏ ନିଷ୍ପତ୍ତିକୁ ହିସାବ କରାଯିବା ଉଚିତ । ଯାହା ପାକିସ୍ତାନ ନିଜର ନୀତିକୁ ଆତ୍ମବିଶ୍ଲେଷଣ କରିବା ଉଚିତ । ସେ ସମ୍ପର୍କରେ ପାକିସ୍ତାନ ନିଜର ଦେଶରେ ନିଷ୍ପତ୍ତି ନେବା ଉଚିତ । ଏହି ନୀତିକୁ ଆଶା କରାଯାଏ ଭାରତରେ ଅଧିକ ସମୟ ପାଇଁ ଏବଂ ଗୋଟିଏ ମୁକ୍ତ ଗଣତନ୍ତ୍ର ପ୍ରତି ଏକ ଆତଙ୍କବାଦ ଆକ୍ରମଣ ସମ୍ପର୍କରେ ଚିନ୍ତା କରାଯିବା ଉଚିତ ।
୨୦୧୬ର ଉରି ଆକ୍ରମଣ
୨୦୧୬ରେ ଯେତେବେଳେ ପାକିସ୍ତାନୀ ସେନା ଦୁଇଜଣ ଭାରତୀୟଙ୍କର ମୁଣ୍ଡକାଟ କରି ନେଇଥିଲେ ସେତେବେଳେ ଭାରତ ତରଫରୁ ଏହାର ସ୍ୱତନ୍ତ୍ର ସେନା ଗୁପ୍ତରେ ସୀମା ପାର୍ ହୋଇ ପାକିସ୍ତାନ ମଧ୍ୟକୁ ପଶି ପାକିିସ୍ତାନ ସେନା ଓ ଆତଙ୍କବାଦୀଙ୍କୁ ମାରି ଫେରି ଆସିଥିଲେ । ନିଜର କିଛି କ୍ଷତି ହୋଇନଥିଲା । ସେହିଭଳି ୨୦୧୯ରେ ପୁଲୱାମାଠାରେ ଭାରତ ବିମାନ ଆକ୍ରମଣ ଦ୍ୱାରା ପାକିସ୍ତାନ ଭିତରେ ଆତଙ୍କବାଦୀ ଶିବିରମାନଙ୍କ ଉପରେ ବୋମାମାଡ଼ କରି ତାହାକୁ ଧ୍ୱଂସ କରିଦେଇଥିଲା । ଏହା ପରେ ଘଟିଲା ପହଲଗାମର ନୃଶଂସ ଅତର୍କିତ ଆକ୍ରମଣ ଯେଉଁଠି ଆତଙ୍କବାଦୀମାନେ ଧର୍ମ ପଚାରି ୨୬ଜଣ ପର୍ଯ୍ୟଟକଙ୍କୁ ମାରିଦେଇଥିଲେ । ଏହା ଉପରେ ଭାରତର ଯେଉଁ ଜବାବ ଥିଲା ତାହା ହେଉଛି ସୀମିତ ଓ ପାରମ୍ପରିକ ଆକ୍ରମଣ । ପ୍ରଥମେ ଏହି ଆକ୍ରମଣରେ ଆତଙ୍କବାଦୀ ଘାଟୀମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ଓ ପରେ ସାମରିକ ପ୍ରତିଷ୍ଠାନମାନଙ୍କ ଉପରେ ସାରା ପାକିସ୍ତାନରେ ଆକ୍ରମଣ କରାଯାଇଥିଲା । ପ୍ରତ୍ୟେକ ଥର ଗୋଟିଏ ବଡ଼ ଦୁଇ ଆତଙ୍କବାଦୀ ପୂବବର୍ଣ୍ଣିତ ଆକ୍ରମଣ ମଝିରେ କିଛି ସମୟର ପାର୍ଥକ୍ୟ ଥିଲା । ସେତେବେଳେ ଏହି ଆକ୍ରମଣରେ ସଫଳତା ମଧ୍ୟ ଥିଲା । ସଂକ୍ଷେପରେ କହିବାକୁ ଗଲେ ଏହା ଭାରତ ପାଇଁ ଏକ ବହୁତ ବଡ଼ ସଫଳତା ଅଟେ । ଆତଙ୍କବାଦ ଆକ୍ରମଣକୁ ମୁକାବିଲା କରିବା ହେଉଛି ଯେ ଏକପ୍ରକାର ବିରୋଧାଭାସ । ଏପର୍ଯ୍ୟନ୍ତ ଇସ୍ରାଏଲ ବହୁ ଚେଷ୍ଟା କରି ମଧ୍ୟ ହାମାସକୁ ସମ୍ପୂର୍ଣ୍ଣ ଭାବରେ ଜବତ କରିପାରିନାହିଁ । ଆମେରିକା ନେତୃତ୍ୱାଧୀନ ମେଂଟ ଏପର୍ଯ୍ୟନ୍ତ ଗୋଟିଏ ଅତି ଦରିଦ୍ର ହାଉଦି ଆତଙ୍କବାଦୀ ଗୋଷ୍ଠୀକୁ ପୂର୍ଣ୍ଣ ଭାବରେ ସମାପ୍ତ କରିପାରିନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ କ୍ଷମତାରେ ପାର୍ଥକ୍ୟ ଅବଶ୍ୟ ଏ କ୍ଷେତ୍ରରେ ଅପେକ୍ଷାକୃତ କମ୍ । ଅନ୍ୟ ଦୁଇଟି କ୍ଷେତ୍ରରେ ହାମାସ ଓ ହାଉଦିଙ୍କ ଅପେକ୍ଷା ଇସ୍ରାଏଲ ଓ ଆମେରିକାର ଶକ୍ତି ବହୁ ଅଧିକ । ଭାରତ, ପାକିସ୍ତାନ ବିରୁଦ୍ଧରେ ଖୋଲାଖୋଲି ଯୁଦ୍ଧ କରିବ ତାହା କଷ୍ଟକର ହେଉଛି କାରଣ ଏ କ୍ଷେତ୍ରରେ ପାକିସ୍ତାନ ନିକଟରେ ପରମାଣୁ ବୋମା ଅଛି ବୋଲି ଜଣାପଡୁଛି । ବାସ୍ତବରେ ଦେଖିବାକୁ ଗଲେ ଅସମ୍ଭବ ଓ ଅବାସ୍ତବ ଲକ୍ଷ୍ୟସ୍ଥଳ ହାସଲ କରିବା ଗୋଟିଏ ଭଲ ଲକ୍ଷ୍ୟର ବିଶ୍ୱସନୀୟତାକୁ ଲକ୍ଷ୍ୟ କରୁଛି । ପ୍ରତିରକ୍ଷାକୁ ଗୋଟିଏ ସୁରକ୍ଷିତ ଲକ୍ଷ୍ୟ ହିସାବରେ ଗ୍ରହଣ କରିହେବ ନାହିଁ । ଯେମିତି ଇସଲାମାବାଦ ତା’ର ଅଣସଂରକ୍ଷିତ ବିକଳ୍ପ ଗୁଡ଼ିକ ପ୍ରୟୋଗ କରିପାରୁଛି । ଯେମିତି ଏ ଦେଶ କହୁଛି ଯେ, ଦୁଇ ଦେଶ ମଧ୍ୟରେ ଏକମାତ୍ର ବାଟ ହେଉଛି ଆଳାପ ଆଲୋଚନା ହେବା ବା ପାକିସ୍ତାନ କହୁଛି ଏକ ସ୍ଥିର ପାକିସ୍ତାନ ଭାରତର ସ୍ୱାର୍ଥ ପାଇଁ ବହୁତ ବଡ଼ କଥା ଅଟେ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଯେତେବେଳେ ଲକ୍ଷ୍ୟଗୁଡ଼ିକ ସାଧିତ ହେଉଛି ସେତେବେଳେ ବାସ୍ତବତା ଦୃଷ୍ଟିରୁ ଏହା କରାଯିବା ଉଚିତ । ସାମରିକ କ୍ଷେତ୍ରରେ ଯୁଦ୍ଧ କରିବା ଅପେକ୍ଷା କୂଟନୈତିକ ସ୍ତରରେ ଏ ସମ୍ପର୍କରେ କଥାବାର୍ତ୍ତା କରିବା ଗୋଟିଏ ବଡ଼ କଥା ଅଟେ ।
ପାକିସ୍ତାନ ଭିତରେ ଭାରତର ଆକ୍ରମଣ
ଭାରତ ତା’ର ସୀମା ଅତିକ୍ରମ କରି ପାକିସ୍ତାନର ଭିତର ଅଂଚଳରେ ଆଘାତ କରିଛି । ଅବଶ୍ୟ ଭାରତ ସ୍ୱୀକାର କରିଛି ଯେ, ତା’ର ଦୁଇଟି ଜେଟ୍ ବିମାନକୁ ପାକିସ୍ତାନ ଖସାଇ ଦେଇଛି । ଭାରତର ୩ ସେନା ବାହିନୀର ମୁଖ୍ୟ ଅନିଲ ଚୌହାନ ଏ ସମ୍ପର୍କରେ ସ୍ୱୀକାର କରିଛନ୍ତି । ସିଂଗାପୁରରେ ସାଂଗ୍ରିଲା ଡାଇଲଗରେ ଯୋଗଦେଇ ବ୍ଲୁମ୍ବର୍ଗ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଭାରତ ଯୁଦ୍ଧବିମାନ ହରାଇଛି ସତ୍ୟ କିନ୍ତୁ ଭାରତର ୬ଟି ଯୁଦ୍ଧବିମାନକୁ ଖସାଇ ଦେଇଥିବା ସମ୍ପୂର୍ଣ୍ଣ ଭୁଲ୍ । ଭାରତ କେତେ ଜେଟ୍ ବିମାନ ହରାଇଛି ତାହା ସ୍ପଷ୍ଟ କରିବାକୁ ୩ ସେନାବାହିନୀର ମୁଖ୍ୟ ସିଡିଏସ୍ ମନା କରିଥିଲେ ମଧ୍ୟ ଏହି ସଂଘର୍ଷରେ କିଛି କିଛି କ୍ଷତି ହେବା ସ୍ୱାଭାବିକ ବୋଲି ସେ କହିଛନ୍ତି । ୪ ଦିନ ଧରି ଚାଲିଥିବା ଏହି ସଂଘର୍ଷ କେବେ ବି ପରମାଣୁ ଯୁଦ୍ଧର ନିକଟତର ହୋଇନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ତଥାପି ମଧ୍ୟ କେତୋଟି ଲଢ଼ୁଆ ବିମାନ ଖସିଥିଲେ ବୋଲି ୩ ସେନା ମୁଖ୍ୟ ଜେନେରାଲ ଚୌହାନ ସ୍ୱୀକାର କରିଛନ୍ତି ଏବଂ ପରବର୍ତ୍ତୀ କାଳରେ ଜେଟ ବିମାନଗୁଡ଼ିକୁ ଠିକ୍ ଠାକ୍ କରି ପୁନର୍ବାର ଉଡ଼ାଇବାକୁ ଭାରତ ସକ୍ଷମ ହୋଇଥିଲା ବୋଲି କହିଛନ୍ତି । ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହୱାଜ ସରିଫ କହିଥିଲେ ଯେ, ତାଙ୍କର ଦେଶ ୬ଟି ଲଢ଼ୁଆ ଭାରତୀୟ ବିମାନକୁ ଖସାଇ ଦେଇଛି । ଯେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲା ସେତେବେଳେ ଚୀନ ପାକିସ୍ତାନକୁ ବାୟୁ ପ୍ରତିରକ୍ଷା ଓ ସାଟେଲାଇଟ ସହାୟତା ପ୍ରଦାନ କରିଥିଲା । ଭାରତ ତରଫରୁ କୁହାଯାଇଛି ଯେ, ଭାରତ ୩ଶହ କିଲୋମିଟର ପାକିସ୍ତାନ ଭିତରେ ପ୍ରାୟ ଏକ ମିଟରର ସଠିକତା ସହିତ ବିମାନ ଆକ୍ରମଣ କରିଛନ୍ତି ଓ ସଫଳ ହୋଇଛନ୍ତି । ଭାରତର ପାକିସ୍ତାନର ଏତେ ଗଭୀର ଅଂଚଳରେ ଆଘାତ କରାଯିବା ଏକ ବହୁତ ବଡ଼ କଥା ଅଟେ । ଏହାକୁ ଭବିଷ୍ୟତରେ ଯୁଦ୍ଧ ବୋଲି କୁହାଯାଇପାରେ । ଏହାର ଅର୍ଥ ହେଉଛି ଭାରତର ପ୍ରତିରକ୍ଷା ସୈନ୍ୟ ଓ ଏହାର ଅର୍ଦ୍ଧସାମରିକ ବଳ ବର୍ତ୍ତମାନର ‘ନୂଆ ସ୍ୱାଭାବିକତା’(ନୂଆ ନର୍ମାଲ) ଅବସ୍ଥା ହେଉଛି ଯେତେବେଳେ ଭାରତ ଉପରେ କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣ ହେବ ସେତେବେଳେ ଭାରତ ତା’ର ଜବାବ ଦେବ । ପାକିସ୍ତାନ ଆତଙ୍କବାଦୀମାନଙ୍କ ଦ୍ୱାରା ଯେଉଁ ଆକ୍ରମଣ କରୁଛି ତାହା ହେଉଛି ବାସ୍ତବ ସାମରିକ କାର୍ଯ୍ୟାନୁଷ୍ଠାନ । ସୈନ୍ୟମାନଙ୍କୁ, ଆତଙ୍କବାଦୀମାନଙ୍କୁ, ସେନା ଦ୍ୱାରା ପ୍ରଶିକ୍ଷିତ କରାଇ ପାକିସ୍ତାନ ଭାରତ ଉପରେ ଏକ ଛାୟାଯୁଦ୍ଧ ଚଲାଇଛି । ଏହାଦ୍ୱାରା ଅନେକ ଯୁଦ୍ଧଜନିତ କ୍ଷୟକ୍ଷତି ମଧ୍ୟ ଘଟୁଛି । ଏହାଦ୍ୱାରା ବିଭିନ୍ନ ପ୍ରକାର ବିଷାାକ୍ତ ଗ୍ୟାସର ବିକିରଣ ମଧ୍ୟ ଘଟୁଛି । ଏ କ୍ଷେତ୍ରରେ ଭାରତର ଗୋଟିଏ ବଡ଼ ଭୂମିକା ରହିଛି । ପାକିସ୍ତାନ ଏକଥା ଜାଣେ ଏବଂ ଏହାର ପ୍ରତିରୋଧକାରୀ ପଦକ୍ଷେପ ମଧ୍ୟ ନେବାକୁ ଚାହିଁବ । କିନ୍ତୁ ଯୁଦ୍ଧ ବା ପ୍ରତିଯୁଦ୍ଧର ଖର୍ଚ୍ଚ କିଛି କମ୍ ନୁହେଁ । ଅତୀତରେ ଆମେରିକା ଶୀତଳ ଯୁଦ୍ଧକୁ ସୋଭିଏତ ୟୁନିୟନ(ୟୁଏସ୍ଏସ୍ଆର୍) ବିରୁଦ୍ଧରେ ଜିତିଥିଲା ଏବଂ ତା’ ସହିତ ସମାସ୍କନ୍ଧ ହେବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଏ କ୍ଷେତ୍ରରେ ଭାରତ ପାକିସ୍ତାନ ସହିତ ସମାସ୍କନ୍ଧ ହେବାକୁ ଚାହୁଁନାହିଁ । କିନ୍ତୁ ଏହାଦ୍ୱାରା ଭାରତର ଡଲାର ଖର୍ଚ୍ଚ ମଧ୍ୟ ବହୁତ ବଢ଼ୁଛି ।
ଜେନେରାଲ ଜିଆଉଲ ହକ୍ କହିଥିଲେ ଯେ, ପାକିସ୍ତାନର ନୀତି ହେଲା ଭାରତର ଶରୀରରେ ସହସ୍ର କ୍ଷତ କରି ତାକୁ ରକ୍ତ ବୁହାଇ ବୁହାଇ ମାରିବା ଏବଂ ସେହି ସହସ୍ର କ୍ଷତ ହେଉଛି ନାନା ପ୍ରକାର ଏ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣ ମଧ୍ୟରୁ କେତେକ ହେଉଛି ପ୍ରତ୍ୟକ୍ଷ ଓ ଆଉ କେତେକ ଅପ୍ରତ୍ୟକ୍ଷ । ଗତ ୪୦ବର୍ଷ ତଳେ ଜେନେରାଲ ଜିଆଉଲ ହକ ଗୋଟିଏ ବିମାନ ଦୁର୍ଘଟଣାରେ ପ୍ରାଣ ଦେଇଥିଲେ । ଭାରତ ଏ କ୍ଷେତ୍ରରେ ଶୀତଳ ଯୁଦ୍ଧରେ ଆମେରିକା ଜିତିବା ପରି ଘଟଣା ହୋଇଛି । ଭାରତ, ପାକିସ୍ତାନର ଅର୍ଥନୀତି ଅପେକ୍ଷା ୪.୫ଗୁଣ ବଡ଼ । ୧୯୬୭ ତୁଳନାରେ ଏହି ଅଭିବୃଦ୍ଧିକୁ ଆକଳନ କରାଯାଇପାରେ । ଭାରତର ଅର୍ଥନୀତି ବର୍ତ୍ତମାନ ଅବସ୍ଥାରେ ପାକିସ୍ତାନ ଅପେକ୍ଷା ୧୧ଗୁଣ ଅଧିକ ଅଟେ । ଏହି ପାର୍ଥକ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯେମିତିକି ଭାରତର ମୋଟ ଜାତୀୟ ଉତ୍ପାଦ ୨୦୨୪-୨୫ରେ ୬.୫ ପ୍ରତିଶତ ହୋଇଛି । ପାକିସ୍ତାନ ଅପେକ୍ଷା ଭାରତର ଆର୍ଥିକ ଅଭିବୃଦ୍ଧି ୩-୪ପ୍ରତିଶତ ଅଧିକ ଏବଂ ପ୍ରତ୍ୟେକ ବର୍ଷ ଘଟୁଛି । ଏ ସବୁ ଅପେକ୍ଷା ଭାରତ ପାକିସ୍ତାନ ସହିତ ବିଭିନ୍ନ ବାଣିଜ୍ୟ ଚୁକ୍ତି ମଧ୍ୟ କରୁଛି । ବର୍ତ୍ତମାନ ପାକିସ୍ତାନ ଆନ୍ତର୍ଜାତିକ ମୁଦ୍ରାକୋଷଠାରୁ ଆର୍ଥିକ ମୁକ୍ତି ପାଇବା ପାଇଁ ବହୁତ ସାହାଯ୍ୟ ଆଣୁଛି । ଭାରତ ସହିତ ଯଦି ପାକିସ୍ତାନର ଗୋଟିଏ ଦୀର୍ଘକାଳୀନ ଯୁଦ୍ଧ ହୁଏ, ତା ହେଲେ ବହୁତ ଅଧିକ ଯୁଦ୍ଧ ଚାହୁଁଥିବା ବ୍ୟକ୍ତିମାନେ କେବଳ ତଦ୍ୱାରା ଲାଭବାନ ହେବେ ଏବଂ ଭାରତର ବିଜୟ ପରିବର୍ତ୍ତେ ଗୋଟିଏ ପରାଜୟ ହେବ ବୋଲି କୁହାଯିବ । ଆମର ଉଚ୍ଚାଭିଳାଷ ହାସଲ ପାଇଁ ଅବଶ୍ୟ ଆଉ ଟିକିଏ ସମୟ ଲାଗିବ କିନ୍ତୁ ଶେଷକୁ ଭାରତ ବୃହତ୍ତମ ଅର୍ଥନୀତିମାନଙ୍କ ମଧ୍ୟରେ ଗୋଟିଏ ହୋଇ ରହିବ । ଯେମିତି ଭାରତ ସାରା ବିଶ୍ୱରେ ଗୋଟିଏ ବିରାଟ ଶକ୍ତି ଆକାରରେ ନିଜକୁ ପ୍ରମାଣିତ କରିପାରିବ । ଯୁବ ଡେଭିଡର ଭୂମିକା ଭାରତ ଆଗାମୀ ଦିନରେ ଗ୍ରହଣ କରିପାରେ ଯାହାଫଳରେ ଡେଭିଡର ପ୍ରବୃତ୍ତିକୁ ଭାରତ ରକ୍ଷା କରିପାରିବ ଓ ବିଜୟ ହାସଲ ପାଇର୍ ଶେଷକୁ ଚେଷ୍ଟା କରିବ । ଭାରତ ଯୁଦ୍ଧ କରି ନୁହେଁ କୂଟନୈତିକ ଓ ଅନ୍ୟାନ୍ୟ ପଦକ୍ଷେପ ଦ୍ୱାରା ପାକିସ୍ତାନକୁ ପରାସ୍ତ କରିବାର ଆବଶ୍ୟକତା ଅଛି ଓ ପାକିସ୍ତାନ ମଧ୍ୟ ସେ ଦିଗରେ ଏକ ପ୍ରକାର ପରାସ୍ତ ହୋଇଯାଇଛି କହିଲେ ଚଳେ ।
ମୋବାଇଲ୍ -୯୪୩୭୦୨୦୨୯୦