ସାର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ 

ସାର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ ଥିଲେ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମହିଶୂର ଦିୱାନ ଥିଲେ । ୧୯୫୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଜନମଙ୍ଗଳରେ ଅତୁଳନୀୟ ଅବଦାନ ପାଇଁ ରାଜା ଜର୍ଜ ପଞ୍ଚମଙ୍କ ଦ୍ୱାରା ସେ ବ୍ରିଟିଶ ଇଣ୍ଡିଆ ସାମ୍ରାଜ୍ୟର ନାଇଟ କମାଣ୍ଡର ଭାବେ ନାଇଟ ଉପାଧି ଲାଭ କରିଥିଲେ । ତାଙ୍କ ଅବଦାନକୁ ମନେରଖିବା ପାଇଁ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ ସମଗ୍ର ଭାରତ ବର୍ଷରେ ଇଞ୍ଜିନିୟର ଦିବସ ରୂପେ ମଧ୍ୟ ପାଳନ କରାଯାଏ । କନ୍ନଡ଼ ମିଡ଼ିୟମ ପ୍ରାଇମେରୀ ସ୍କୁଲ ଓ ବାଙ୍ଗାଲୋର ସ୍ଥିତ ହାଇସ୍କୁଲରେ ଶିକ୍ଷା ଶେଷକରି ସେ ବାଙ୍ଗାଲୋର ସେଣ୍ଟ୍ରାଲ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତା'ପରେ ପୁନେର କଲେଜ ଅଫ୍ ଇଞ୍ଜିନିୟରିଙ୍ଗରେ ସିଭିଲ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମ ଶେଷ ପରେ ମୁମ୍ବାଇ ପିଡବ୍ଲୁ୍ୟଡିରେ ତାଙ୍କୁ ଚାକିରି ମିଳିଲା । ଏହାପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ସେ ଚଢ଼ିଚାଲିଲେ । ଭାରତୀୟ ଜଳସେଚନ କମିସନରେ କାର୍ଯ୍ୟଭାର ଗ୍ରହଣ କଲେ । ଅନେକ ନାମୀ ସଂସ୍ଥା ସହ ମିଶି ଦେଶର ବିଭିନ୍ନ ଅଞ୍ଚଳ ଉନ୍ନତି ପାଇଁ କାର୍ଯ୍ୟ କଲେ । ହାଇଦ୍ରାବାଦର ବନ୍ୟା ନିରାପତ୍ତା ପ୍ରଣାଳୀର ସେ ଥିଲେ ମୁଖ୍ୟ ଡିଜାଇନର । ମହିଶୂର କୃଷ୍ଣରାଜସାଗର ଡ୍ୟାମ ନିର୍ମାଣର ମୁଖ୍ୟ ଇଞ୍ଜିନିୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ବିଶ୍ୱେଶ୍ୱରାୟ ୧୮୬୦ ମସିହାରେ ମୁଲୁକାନାଡୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।
ଇଂ.ପ୍ରକାଶ କୁମାର ଭୂୟାଁ
ମୋ : ୬୩୭୦୩୩୮୩୦୪