ହିମାଂଶୁ ଶେଖର : ପ୍ରଫେସର ଅବନୀ ବରାଳ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ଶିକ୍ଷକତାରୁ ଜୀବନ ଆରମ୍ଭ କରି ସିଏ ହୋଇଥିଲେ ଶିକ୍ଷକମାନଙ୍କର ସର୍ବମାନ୍ୟ ନେତା । ଖାଲି ସେତିକି ନୁହେଁ ବିଶ୍ୱ ଶିକ୍ଷକ ସଂଗଠନର ଉପସଭାପତି ମଧ୍ୟ ଥିଲେ । ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା ସାମ୍ୟବାଦୀ ଚେତନାର ରକ୍ତ । ତାହାକୁ ପାଥେୟ କରି ସେ ନିଖିଳ ଉକôଳ ଶିକ୍ଷକ ମହାସଂଘର ସମ୍ପାଦକ ଭାବେ ସେ ବିଭିନ୍ନ ଆନେ୍ଦାଳନର ଅଗ୍ରଭାଗରେ ରହି ନିଜକୁ ଜଣେ ଦୁର୍ବାର ସଂଗ୍ରାମୀ ଓ ଅପ୍ରତିଦ୍ୱନ୍ଦ୍ୱୀ ସଂଗଠକ ଭାବେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପ୍ରଫେସର ଅବନୀ ବରାଳଙ୍କ ଜନ୍ମ ନେଇଥିଲେ ୧୯୩୫ ମସିହା ଜୁନ୍ ୩ ତାରିଖରେ ଓ ଛାଡିଗଲେ ୨୦୧୩ ମସିହା ନଭେମ୍ବର ୭ ତାରିଖରେ । ତାଙ୍କ ଅବର୍ତ୍ତମାନରେ ଏକ ବିରାଟ ଶୂନ୍ୟତା !
ବାଲ୍ୟକାଳରୁ ଅବନୀ ବରାଳଙ୍କ ଶିରା ପ୍ରଶିରାରେ ସାମ୍ୟବାଦୀ ଚିନ୍ତା ଓ ଚେତନା ପ୍ରବାହିତ ହେଉଥିଲା । ପ୍ରାରମ୍ଭିକ ଅବସ୍ଥାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସାହଚର୍ଯ୍ୟ ଓ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ଆଦର୍ଶ ଓ ପରେ ପ୍ରାଣନାଥ କଲେଜରେ ଅଧ୍ୟାପନା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ଓଡିଶାର ଶିକ୍ଷକ ସମାଜ ଦୁଃଖରେ ନରୁହନ୍ତୁ, ସେମାନଙ୍କ ସମସ୍ୟାର ସମାଧାନ ହେଉ ସେଥିପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ତାଙ୍କର ଲେଖନୀ ଯେପରି ଶାଣିତ ଥିଲା, ବାକ୍ଶକ୍ତି ସେହିପରି ଥିଲା ବଜ୍ର ଗମ୍ଭୀର । କୈାଣସି କଥାରେ ମଥାନତ କରିବା ତାଙ୍କ ଜାତକରେ ନଥିଲା ।ଶିକ୍ଷକ ସମାଜ ପ୍ରତି ତାଙ୍କ ଅବଦାନ ଥିଲା ଅତୁଳନୀୟ । ବେସରକାରୀ ଶିକ୍ଷାନୁଷ୍ଠାନ ଓ ସରକାରୀ ଅନୁଦାନ କଥା ଉଠିଲେ ପ୍ରଥମେ ତାଙ୍କ କଥା ହିଁ ମନରେ ଉଙ୍କିମାରେ । ଏବେ ଭଳିକି ଭଳି ଶିକ୍ଷକ ସଂଗଠନ ଭିତରୁ ହଜାର ହଜାର ଶିକ୍ଷକ ମାନଙ୍କ ଭିତରୁ ସେଭଳି ଜଣେ ଦୁର୍ବାର ସଂଗ୍ରାମୀ ଓ ଶିକ୍ଷକନେତା ଜଣେ ବି ମିଳିବା କଷ୍ଟ ! ସେଇଥିପାଇଁ ଛାଏଁ ଛାଏଁ ମୁଣ୍ଡ ନଇଁଯାଏ ଅବନୀ ବରାଳଙ୍କ ପ୍ରତି । ୧୯୬୯ ମସିହା ଓ ତାର ପୂର୍ବବର୍ତ୍ତୀ ପରିସ୍ଥିତିରେ ବେସରକାରୀ ଶିକ୍ଷାନୁଷ୍ଠାନରେ ଚାକିରି ତାଳଗଛ ଛାଇ ସଦୃଶ ଥିଲା । ଯାହାଫଳରେ ସକାଳେ ଥିବା ଚାକିରି ସଞ୍ଜ ବେଳକୁ ନଥିଲା । ଶିକ୍ଷକମାନେ ଗୋତି ଶ୍ରମିକ ଠାରୁ ଅହୁରି ହୀନ ଅବସ୍ଥାରେ ଥିଲେ । ଏଭଳି ଦୟନୀୟ ସ୍ଥିତିରୁ ଶିକ୍ଷକମାନଙ୍କୁ ଉଦ୍ଧାର କରିବା ପାଇଁ ପୂଜ୍ୟ ବନମାଳୀ ବ୍ରହ୍ମଚାରୀ, ଅଧ୍ୟାପକ ଅବନୀ ବରାଳ ଓ କୈଳାସ ମହାପାତ୍ରଙ୍କ ଆହ୍ୱାନରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ ଓ କଲେଜ ଶିକ୍ଷକ ସଂଘକୁ ନେଇ ୨୭.୭.୧୯୬୯ ମସିହାରେ ଖ୍ରୀଷ୍ଟ କଲେଜ ପରିସରରେ ମିଳିତ ଶିକ୍ଷକ କାର୍ଯ୍ୟାନୁଷ୍ଠାନ କମିଟି ଗଠିତ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୭୧ ମସିହା ପବିତ୍ର ଗୁରୁଦିବସ ଦିନ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ଠାରେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘ ଗଠନ ହେଲା । ଏହାର ସଭାପତି ଭାବେ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ଓ ସାଧାରଣ ସମ୍ପାଦକ ଭାବେ ଅଧ୍ୟାପକ ଅବନୀ ବରାଳ ନିର୍ବାଚିତ ହୋଇଥିଲେ । ଏହା ଥିଲା ଶିକ୍ଷକ ସଂଗଠନ ଇତିହାସର ମାଇଲଖୁଣ୍ଟଣ୍ଟ । ଏମାନଙ୍କ ନେତୃତ୍ୱ ଓ ଅନ୍ୟାନ୍ୟ ଆଗଧାଡିର ଶିକ୍ଷକ ନେତାମାନଙ୍କ ନିରନ୍ତର ପ୍ରଚେଷ୍ଟା ବଳରେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘ କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏକ ସଂଗ୍ରାମୀ ଗଣ ଅନୁଷ୍ଠାନରେ ପରିଣତ ହୋଇଥିଲା । ଶିକ୍ଷକ ମହାସଂଘ ପକ୍ଷରୁ ଧାରାବାହିକ ଭାବେ ଓ ବିଶେଷ କରି ୧୯୬୯, ୧୯୭୪, ୧୯୮୪, ୧୯୮୯ ମସିହାର ଆନେ୍ଦାଳନ ଫଳସ୍ୱରୂପ ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀମାନେ ୧୯୬୯ ମସିହା ପ୍ରଥମ ଶିକ୍ଷା ଆଇନ ସହ ଚାକିରି ନିରାପତ୍ତା, ଅବସରକାଳୀନ ସୁବିଧା, ମଧ୍ୟ ଇଂରାଜୀ ଓ ମାଧ୍ୟମିକ ବିଦ୍ୟାଳୟର ସରକାରୀକରଣ ଓ ୟୁଜିସି ବେତନ ସଂଶୋଧନ ସୁବିଧା ପାଇଲେ । ଏସବୁ ଭିତରେ ୧୯୭୪ ମସିହାରେ ଶିକ୍ଷକ ସମାଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବା ହେଉଛି ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ।
ଜଣେ ଅପ୍ରତିଦ୍ୱନ୍ଦ୍ୱୀ ସଂଗଠକ ଭାବେ ଏକ ନିଆରା ପରିଚୟ ଥିଲା ଅବନୀ ବରାଳଙ୍କର । ଶିକ୍ଷକ ମହାସଂଘର ସମସ୍ତ ଆନେ୍ଦାଳନ ଅଗ୍ରଭାଗରେ ରହୁଥିଲେ ସେ । ଜଣେ ସଂଗଠକ ଭାବେ ୧୯୬୯ ବିଶେଷକରି ୧୯୭୧ ମସିହାରୁ ମୃତୁ୍ୟ ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି ସେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ଅତୁଳନୀୟ ଥିଲା । ଥରେ ସେ ଯାହା ଚିନ୍ତା କରୁଥିଲେ ତାକୁ କାର୍ଯ୍ୟରେ ପରିଣତ କରି ଦେଖାଉଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ଏପରିକି ବିଶ୍ୱ ସଂଗଠନର ଉପସଭାପତି ହୋଇ ସେ ଅନ୍ତର୍ଜାତୀୟ ସ୍ତରରେ ନିଜପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ ସେ । ସେହିପରି ସାମ୍ୟବାଦୀ ଆନେ୍ଦାଳନର ପୁରୋଧା ଭାବରେ ଅବହେଳିତ ଦଳିତ ସମାଜର ସେ ଆଶା ଭରସା ଥିଲେ । ଯେଭଳି ଜଣେ ସଂଗଠକ ସେଭଳି ଜଣେ ସୁବକ୍ତା ଥିଲେ ଅବନୀ ବରାଳ । ସେ ତାଙ୍କ ଭାଷଣକୁ ଏଭଳି ଭାବଭିତ୍ତିକ ଓ ତଥ୍ୟାତ୍ମକ କରନ୍ତି ଯେ କେବଳ ଶିକ୍ଷକ ସମାଜ ନୁହେଁ, ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଶ୍ରୋତା ତାଙ୍କ ଭାଷଣକୁ ବେଶ୍ ଉପଭୋଗ କରୁଥିଲେ । ସଂଗ୍ରାମୀ ଜୀବନ ଭିତରେ ଅବନୀ ବରାଳଙ୍କ ସାହିତ୍ୟ ସାଧନା ସ୍ଥିର ହୋଇନଥିଲା । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ନିଜପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଯାଇଛନ୍ତି । ପ୍ରାୟ ୨୫ ଖଣ୍ଡରି ଊଦ୍ଧ୍ୱର୍ ପୁସ୍ତକ ସେ ଲେଖିôଯାଇଛନ୍ତି ସେ ଯେଉଁଥିରେ ଅଛି ଉପନ୍ୟାସ, ଗଳ୍ପ, ଆଲୋଚନା ଓ ଭ୍ରମଣ କାହାଣୀ । ଏସବୁ ସତ୍ତ୍ୱେ ତାଙ୍କ ସାହିତ୍ୟକୃତି ରହିଯାଇଛି ସ୍ୱୀକୃତି ଅପେକ୍ଷାରେ । “ପ୍ରେମ ଅନ୍ୱେଷଣରେ ଗୋଟିଏ ତରୁଣୀ” ରୁ ବା “ମାୟାବିନୀ ମଞ୍ଚ” ରୁ “ଅପରାହ୍ନର ଛାୟା” ପର୍ଯ୍ୟନ୍ତ ସବୁଠି ତାଙ୍କ ସୃଜନଶୀଳତାର ଛାପ ବେଶ୍ ବାରି ହୋଇପଡେ । ସେହିପରି ତାଙ୍କ ଭ୍ରମଣ କାହାଣୀ ପଢିଲେ ପାଠକ ସ୍ତବ୍ଧ ହୋଇଯାଏ । ଏହିପରି ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ବହୁ ମୂଲ୍ୟବାନ ନିବନ୍ଧ ଲେଖି ସେ ବିଶେଷ ଖ୍ୟାତିର ଅଧିକାରୀ ହୋଇପାରିଥିଲେ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସୋଭିଏତ୍ ଦେଶ ନେହେରୁ ସମ୍ମାନ ଲାଭ କରିଥିଲେ । ଏଥି ସହିତ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଥିଲେ । ସଂପ୍ରତି ସବୁବର୍ଗର ଶିକ୍ଷକ ସଂଗଠନ ଭାଗ ଭାଗ ହୋଇଯାଇଛି । ପ୍ରତ୍ୟେକ ସମସ୍ତଙ୍କ ପାଇଁ ଓ ସମସ୍ତେ ପ୍ରତ୍ୟେକଙ୍କ ପାଇଁ ଚିନ୍ତା ଚେତନା କେବଳ ସାଙ୍ଗଠନିକ ସ୍ଲୋଗାନରେ ସୀମିତ ହୋଇ ରହିଛି । ଏପରିକି ଅବନୀ ବରାଳଙ୍କ ତାଙ୍କ ହାତଗଢା ନିଖିଳ ଉକ୍ରଳ ଶିକ୍ଷକ ମହାସଂଘ ମଧ୍ୟ ଏଥିରୁ ବାଦ୍ ପଡିନି । ସେହିପରି ଶିକ୍ଷକମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି । ସଂଗଠନର ମୂଳ ଲକ୍ଷ୍ୟ “ପ୍ରତ୍ୟେକ ସମସ୍ତଙ୍କ ପାଇଁ ଓ ସମସ୍ତେ ପ୍ରତ୍ୟେକଙ୍କ ପାଇଁ” କେବଳ ସ୍ଳୋଗାନରେ ସୀମିତ । ସମସ୍ୟା ଜର୍ଜରିତ ଶିକ୍ଷକ ମାନଙ୍କର ଗୁହାରି ଶୁଣିବାକୁ ସେଭଳି ନେତା ମଧ୍ୟ କେହି ନାହିଁ । ଏତିକିବେଳେ ଅବନୀ ବରାଳଙ୍କ ଶୂନ୍ୟତା ବାରି ହୋଇପଡୁଛି ।
ଜଗତସିଂହପୁର
ମୋ - ୯୩୩୭୨୨୧୯୨୪