ବାପାଙ୍କ ନୈତିକ ଶିକ୍ଷା (୭)
ବାପା ବ୍ୟକ୍ତିତ୍ୱ ଓ ଚରିତ୍ର ନିର୍ମାଣର କିଛି ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ଯାହା ଜଣେ ବ୍ୟକ୍ତିଙ୍କୁ ଅପର ବ୍ୟକ୍ତିଠାରୁ ପୃଥକ କରେ ବା ବୈଶିଷ୍ଟ ପ୍ରଦାନ କରେ ତାହାହିଁ ବ୍ୟକ୍ତିତ୍ୱ । ବ୍ୟକ୍ତିତ୍ୱରେ ରହିଥାଏ ମନୁଷ୍ୟର ଚରିତ୍ର, ବୁଦ୍ଧି, ସଦ୍ଗୁଣ, ସତ୍ସ୍ୱଭାବ, ସଦାଚାର, ବିନୟତା ପ୍ରଭୃତି । ଆକର୍ଷଣୀୟ ବ୍ୟକ୍ତିତ୍ୱ ଅନ୍ୟକୁ ପ୍ରଭାବିତ କରିଥାଏ । ଚରିତ୍ର ମନୁଷ୍ୟକୁ ଉତ୍ତମ ବ୍ୟକ୍ତିତ୍ୱ ପ୍ରଦାନ କରିଥାଏ । ଲୋକମାନେ ଚରିତ୍ରବନ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥାଆନ୍ତି । କେବଳ ଚରିତ୍ରବନ୍ତ ନୁହେଁ, ସାଧୁ, ସତ୍ୟବାଦୀ, ନିଷ୍କପଟ, ଦୟାଳୁ ଓ ଉଦାର ହୃଦୟ ବ୍ୟକ୍ତି ସଭିଙ୍କର ପ୍ରିୟ ହୋଇଥାଏ । ବ୍ୟକ୍ତିତ୍ୱ ସାଧନ ନିମିତ୍ତ ଚରିତ୍ରର ଉକ୍ରର୍ଷ ସାଧକ ବିଶେଷ ଆବଶ୍ୟକ । ପ୍ରସନ୍ନ ଚିତ୍ତ, ଫ୍ରଫୁଲ୍ଲ ସ୍ୱଭାବ, ସଦ୍ଗୁଣ, ପରିହିତ ରତ, ବିନୟତା ପ୍ରଭୃତି ବ୍ୟକ୍ତିତ୍ୱର ପରିଚାୟକ । ଆକର୍ଷଣୀୟ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଏକ ଅମୂଲ୍ୟ ସଂପଦ ।
ବ୍ୟକ୍ତିତ୍ୱକୁ ଆକର୍ଷଣୀୟ ଓ ଶକ୍ତିଶାଳୀ କରିବା ନିମିତ୍ତ ସଦ୍ଗୁଣର ଉକ୍ରର୍ଷ ସାଧନର ଆବଶ୍ୟକ । ଏହା ନିମିତ୍ତ ପ୍ରଥମ ପାବଛ ଚରିତ୍ର ଗଠନ । ମନୁଷ୍ୟର ଚରିତ୍ର ତାକୁ ଶକ୍ତି ଓ ବଳ ଦାନ କରେ । ଚରିତ୍ର ଗୋଟିଏ ଆତ୍ମିକ ବଳ । କୋ÷ଣସି ବ୍ୟକ୍ତି ଜ୍ଞାନୀ, ସାହିତି୍ୟକ, ଶିଳ୍ପୀ, ବୈଜ୍ଞାନିକ, ଉଚ୍ଚପଦବୀଧାରୀ ହେଲେ ହେଁ ଚରିତ୍ରହୀନ ହେଲେ ଲୋକମାନେ ତାଙ୍କୁ ଭଲପାଇବେ ନାହିଁ । ଚରିତ୍ରବାନ ବ୍ୟକ୍ତି ଦୟାଳୁ, ସତ୍ୟବାଦୀ, ଉଦାର, କ୍ଷମାଶୀଳ ଓ ସହନଶୀଳ ହୋଇଥାନ୍ତି । ତାଙ୍କର ସବୁ ପ୍ରକାର ସାତ୍ତ୍ୱିକ ଗୁଣ ଥାଏ । ଚିନ୍ତା ଓ କାର୍ଯ୍ୟ ମିଳି ତୁମର ଅଭ୍ୟାସ ସୃଷ୍ଟି ହୁଏ ଏବଂ ଅଭ୍ୟାସ ଚରିତ୍ର ସୃଷ୍ଟି କରେ । ତେଣୁ ସତଚିନ୍ତା ଓ ସତକାର୍ଯ୍ୟ ଅଭ୍ୟାସ କରିବା ଉଚିତ୍ । ପାପୀ ବ୍ୟକ୍ତି ମଧ୍ୟ ସାଧୁ ସନ୍ଥ, ସତଚିନ୍ତା ଓ ସତକାର୍ଯ୍ୟ ଅଭ୍ୟାସ ପୂର୍ବକ ଚରିତ୍ରବନ୍ତ ହୋଇପାରେ । ଅସତ୍ ଚରିତ୍ର ଓ ଚିନ୍ତାର ପରିବର୍ତ୍ତନ ସାଧନ କରିବା ମନୁଷ୍ୟର କରାୟତ୍ତ । ପ୍ରତିପକ୍ଷ ଭାବନା ଦ୍ୱାରା ଅଭ୍ୟାସ, ଗୁଣ ଓ ଚରିତ୍ରର ପରିବର୍ତ୍ତନ ଘଟିଥାଏ । ସାହସ ଓ ସତ୍ୟ ବିଷୟ ଚିନ୍ତା କଲେ, ସାହସୀ ଓ ସତ୍ ହୋଇଯିବ । ବ୍ରହ୍ମଚର୍ଯ୍ୟ ଓ ସନ୍ତୋଷ କଥା ଚିନ୍ତା କଲେ କାମ ଓ ଲୋଭ ଚାଲିଯିବ । ଚରିତ୍ରଟି ଚିନ୍ତା, ଆଦର୍ଶ ଓ ମାନସିକ ଇଛାରେ ପରିଣତି । ଇଛା ଓ ଚିନ୍ତାକୁ ପରିବର୍ତ୍ତନ କଲେ ଚରିତ୍ର ପରିବର୍ତ୍ତନ ହୋଇଯିବ । ଚରିତ୍ର ଗଠନର ଅର୍ଥ ଅଭ୍ୟାସ ଗଠନ ଏବଂ ଚରିତ୍ର ପରିବର୍ତ୍ତନ ଅର୍ଥ ଅଭ୍ୟାସ ପରିବର୍ତ୍ତନ । ଚରିତ୍ର ହିଁ ସ୍ୱଭାବ । ଏହା ଇଛା, ଆଗ୍ରହ, ମନୋଯୋଗ ଓ ବିଶ୍ୱାସ ଦ୍ୱାରା ପରିବର୍ତ୍ତିତ ହୋଇପାରେ । ତ୍ୟାଗ, ନିଷ୍କାମ ସେବା ତପସ୍ୟା, ସଦାଚାର, ଦୟା, ଭକ୍ତି, ପ୍ରାର୍ଥନା ଓ ଉତ୍ତମ ବିଚାର ଚରିତ୍ର ଗଠନର ସହାୟକ । ଚରିତ୍ର ଗଠନ କରିବା କଷ୍ଟକର ମନେହେଲେ ସାଧୁ ଓ ସନ୍ଥ ମାନଙ୍କ ସତସଙ୍ଗ ଲାଭ କର । ସତ୍ସଙ୍ଗର ଆଧ୍ୟାତ୍ମିକ ପ୍ରବାହ ଦ୍ୱାରା ତୁମ୍ଭର ପରିବର୍ତ୍ତନ ଆସିବ । ମନେରଖ, ଚରିତ୍ର ତୁମ୍ଭର ସର୍ବସ୍ୱ ଏବଂ ଆନନ୍ଦ ତଥା ଆତ୍ମୋପଲବ୍ଧôର ପ୍ରଧାନ ସହାୟକ ।
ଉପଯୋଗୀକରଣଶୀଳତା ଗୋଟିଏ ମହତ ଗୁଣ । ଏହି ଗୁଣ ବଳରେ ଲୋକ ଯେ କୋ÷ଣସି ସ୍ୱଭାବ ବିଶିଷ୍ଟ ଅନ୍ୟ ଲୋକ ସହ ମିଳିମିଶି ଚଳିପାରେ । ଜୀବନରେ କୃତକାର୍ଯ୍ୟ ହେବା ପାଇଁ ଏହି ଗୁଣଟି ବିଶେଷ ଆବଶ୍ୟକ । ଯେ ଏହି ଗୁଣ ଆୟତ୍ତ କରି ପାରିଛନ୍ତି ସେ ସୁଖରେ ଜୀବନ ଯାପନ କରିଛନ୍ତି । ଲୋକମାନଙ୍କ ସହ ମିଳିମିଶି ଚଳିବାକୁ ହେଲେ ନିଜକୁ ଅନେକ ପରିମାଣରେ ନମନଶୀଳ ହେବାକୁ ପଡିବ । ଏହା ଶିକ୍ଷା କରିବା ପାଇଁ ବୁଦ୍ଧି ଓ ଜ୍ଞାନ ଆବଶ୍ୟକ । ତୁମ୍ଭକୁ ଏଥିପାଇଁ ମଧୁରବାକ୍ୟ ଓ ବ୍ୟବହାର ପ୍ରୟୋଗ କରିବାକୁ ପଡିବ । ମନେ ରଖ ଯେ ଆନୁଗତ୍ୟ ସର୍ବାପେକ୍ଷା ଶ୍ରେଷ୍ଠ ପଥ । ଅହଂକାରୀ ଓ ଗର୍ବିତ ଲୋକ ପକ୍ଷରେ ଅପର ଲୋକ ସହ ମିଳିମିଶି ଚଳିବା ଅତ୍ୟନ୍ତ କଷ୍ଟସାଧ୍ୟ । କେବଳ ବିନୟ ଓ ଆନୁଗତ୍ୟ ଦ୍ୱାରା ସମସ୍ତଙ୍କ ହୃଦୟକୁ ଜୟ କରି ହୁଏ । ନମନୀୟତା ବନ୍ଧୁତ୍ୱ ସୃଷ୍ଟି କରେ । ପର ସହିତ ମିଳିମିଶି ଚଳିବାକୁ ହେଲେ ଅନେକ ବିଷୟରେ ତ୍ୟାଗ ସ୍ୱୀକାର କରିବାକୁ ପଡିବ । ବାକ୍ୟରେ, ମନରେ ବା କର୍ମରେ କାହାର କ୍ଷତି ନକରିବା ଅହିଂସା ନାମରେ ଅଭିହିତ । ଅହିଂସା ଦୃଢ ଭାବରେ ପ୍ରତିଷ୍ଠିତ ହୋଇପାରିଲେ ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ ସ୍ୱତଃ ଉଦୟ ହୁଏ । ଏଥିନିମିତ୍ତ ଅହଂ ଭାବକୁ ନାଶ କରିବାକୁ ହେବ । ଅହିଂସା ଅଭ୍ୟାସ କଲେ ଇଛାଶକ୍ତି ବୃଦ୍ଧି ହୁଏ । ଅହିଂସା ଶ୍ରେଷ୍ଠ ଧର୍ମ । ଅହିଂସାର ଏକ ଗୁପ୍ତ ଶକ୍ତି ଅଛି, ଯାହା ପାଳନକାରୀଙ୍କୁ ରକ୍ଷା କରେ । ଅହିଂସା ବ୍ରତ ଆଚରଣ କରୁଥିବା ବ୍ୟକ୍ତିଙ୍କର କୋ÷ଣସି ଭୟ ନଥାଏ । କାହାକୁ ସଂଯମ କରିବା ଏକ ମହାନ ବ୍ରତ । ତୁମେ ପ୍ରତିଜ୍ଞା କର ଯେ ଆଜିଠାରୁ କାହାକୁ କଟୁବଚନ କହିବ ନାହିଁ । ଯେ କୋ÷ଣସି ପରିସ୍ଥିତିର ସମ୍ମୁଖୀନ ହେଲେ ହେଁ ପ୍ରତିଜ୍ଞାରୁ ବିଚୁ୍ୟତ୍ ହୁଅ ନାହିଁ । ପ୍ରତିଜ୍ଞା ରକ୍ଷା କରିବାରେ ତୁମେ ବାରମ୍ବାର ଅକୃତକାର୍ଯ୍ୟ ହୋଇପାର,ତଥାପି ତୁମେ ପ୍ରତିଜ୍ଞା ତ୍ୟାଗ କରିପାରିବ ନାହିଁ । କ୍ରମେ କ୍ରମେ ତୁମେ ଶକ୍ତି ଲାଭ କରିବ ତୁମ୍ଭର ଉଦେ୍ଦଶ୍ୟ ସିଦ୍ଧ ହେବ । ବେଶି ଗୁଡ଼ିଏ କଥା କହିବାର ପ୍ରବୃତ୍ତିକୁ ସଂଯତ କର । ମୌନ ରହ । କ୍ଷମା ଅଭ୍ୟାସ କର । ଅଭିମାନ ତ୍ୟାଗ କର । ହିଂସା ଚିନ୍ତା ଦମନ କର । କାହାର କ୍ଷତି କରିବା କଥା ଚିନ୍ତା କର ନାହିଁ । ନୀରାମିଷ ଅହାର କର,ଏହା ଦ୍ୱାରା ତୁମ୍ଭ ବୁଦ୍ଧି ତୀକ୍ଷଣ ଓ ପ୍ରଖର ହେବ ।ସବୁବେଳେ ସାତ୍ତ୍ୱିକ ଆହାର କର । ବେଦରେ କୁହାଯାଇଛି “ ସତ୍ୟ କହ; ସତ୍ୟର ସର୍ମଦା ଜୟ” । ଈଶ୍ୱର ସତ୍ୟ ସ୍ୱରୂପ ଏବଂ ଈଶ୍ୱରଙ୍କୁ ଜାଣିବାକୁ ହେଲେ ସତ୍ୟଶ୍ରୟୀ ହେବାକୁ ପଡ଼ିବ । ସତ୍ୟ କହୁଥିବା ବ୍ୟକ୍ତି ସମୁବେଳେ ଚିନ୍ତା ଏବଂ ଭାବନାମୁକ୍ତ । ସମାଜରେ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି । ଦୀର୍ଘକାଳ ସତ୍ୟ କହିଲେ ବାକ୍ସିଦ୍ଧି ହୁଏ । ମିଥ୍ୟା ମନକୁ ଅପବିତ୍ର କରେ ଓ ତୁମର ଅବଚେତନ ମନକୁ ଦୂଷିତ କରିଦିଏ ।ତେଣୁ ତୁମର ଚିନ୍ତା ଓ କାର୍ଯ୍ୟକୁ ସତ୍ୟ ଉପରେ ପ୍ରତିଷ୍ଠିତ କର । ଘରେ ବଡ଼ ବଡ଼ ଅକ୍ଷରରେ “ସତ୍ୟ କଥା କହ” ·ରିଆଡ଼େ ଲେଖିଦିଅ । ମିଥ୍ୟା କଥେ କହିବା ସମୟରେ ଏହି ସବୁ ଲେଖା ତୁମକୁ ସଂଯତ କରିବ । କ୍ରମେ କ୍ରମେ ତୁମେ ସତ୍ୟରେ ପ୍ରତିଷ୍ଠିତ ହୋଇଯିବ ।ଯଦି କେବେ ମିଥ୍ୟା କହିବ ସେଦିନ ତୁମେ ଉପବାସ କରି ମନ୍ତ୍ର ଜପ ଓ ପ୍ରାର୍ଥନା କର । କ୍ରମେ ମିଥ୍ୟା ପ୍ରଭାବରୁ ତୁମେ ମୁକ୍ତ ହୋଇ ସତ୍ୟର ପୂଜାରୀ ହୋଇଯିବ । ତୁମର ବାକ୍ୟରେ ଶକ୍ତି ବୃଦ୍ଧି ହେବ ଓ ଲୋକଙ୍କ ଉପରେ ତୁମର ପ୍ରଭାବ ପଡ଼ିବ । ଶେଷରେ ଜଣେ ବାକସିଦ୍ଧ ପୁରୁଷ ଭାବରେ ତୁମେ ସଭିଙ୍କ ପ୍ରିୟ ହେବ ।
ସତ୍ୟ ସଦୃଶ ଆତ୍ମ ନିର୍ଭରତା ମଧ୍ୟ ଗୋଟିଏ ମହତ ଗୁଣ ।ଏହା ଆଭ୍ୟନ୍ତରିକ ଶକ୍ତି ବୃଦ୍ଧି କରେ । ଅଧିକାଂଶ ଲୋକ ପର ଉପରେ ନିର୍ଭରଶୀଳ । ସଂପ୍ରତି ଆତ୍ମନିର୍ଭରତା ଏକାବେଳେକେ ଲୋପ ପାଇଯାଇଛି । ମନୁଷ୍ୟ ସବୁ କାର୍ଯ୍ୟ ନିମିତ୍ତ ଅନ୍ୟ ଉପରେ ନିର୍ଭର କରୁଅଛି । ଆତ୍ମଶକ୍ତି ବିଷୟ ମଣିଷ ଭୁଲିଗଲାଣି । ।ତଣୁ ବୃଥା ମିଥ୍ୟାଭିମାନ ତ୍ୟାଗ କରି ନିଜ କାମ ନିଜେ କର । ନିଜର ଆତ୍ମା ଓ ଜ୍ଞାନ ସମ୍ପର୍କରେ ସଚେତନ ହୁଅ । ଏହା ସାଂସାରିକ ଓ ଆଧ୍ୟାତ୍ମିକ ସଫଳତା ନିମିତ୍ତ ଏକ ବିଶେଷ ଗୁଣ । ଏହା ସାଂସାରିକ ଓ ଆଧ୍ୟାତ୍ମିକ ସଫଳତା ନିମିତ୍ତ ଏକ ବିଶେଷ ଗୁଣ । ଧୈର୍ଯ୍ୟ ଓ ଅଧ୍ୟବସାୟ ସତ୍ତ୍ୱ ସଂଜାତ ସଦଗୁଣ । ଏହି ଗୁଣ ବ୍ୟତୀତ ସାଂସାରିକ ଓ ଆଧ୍ୟାତ୍ମକ ବ୍ୟାପାରରେ ସଫଳତା ଲାଭ କରିବା ସମ୍ଭବପର ନୁହେଁ । ଏହା ଦ୍ୱାରା ଇଚ୍ଛାଶକ୍ତ ବୃଦ୍ଧି ହୋଇଥାଏ । ଧୈର୍ଯ୍ୟ ମସ୍ତିଷ୍କକୁ ଶୀତଳ ରଖେ ଓ ମନକୁ ବିଚଳିତ କରେ ନାହିଁ । ମନକୁ ଏକାଗ୍ର କରିବାର ଅଭ୍ୟାସ ନିମିତ୍ତ ଧୈର୍ଯ୍ୟ ଦରକାର । ଧୈର୍ଯ୍ୟଶୀଳ ବ୍ୟକ୍ତି କଦାପି ବିରକ୍ତ ହୁଏ ନାହିଁ । ଧୈର୍ଯ୍ୟ ମଧ୍ୟ କ୍ରୋଧକୁ ସଂଯମ କରେ ଓ ପ୍ରଭୂତ ଶକ୍ତି ଦାନ କରେ । ଦିନଯାକର କାର୍ଯ୍ୟ ଧୈର୍ଯ୍ୟ ସହକାରେ ସମ୍ପନ୍ନ କର, କଦାପି ବିରକ୍ତି ଓ ଅସନ୍ତୋଷ ହୁଅ ନାହିଁ । କ୍ରମେ କ୍ରମେ ତୁମେ ଜଣେ ପରମ ଧୈର୍ଯ୍ୟଶାଳୀ ବ୍ୟକ୍ତିରେ ପରିଣତ ହୋଇପାରିବ । ସାଧୁତା ଓ ଅକପଟତା ଗୋଟିଏ ଗୋଟିଏ ମହତ ଗୁଣ, ଯଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ । ଯେଉଁ ଲୋକର ଏହି ଦୁଇ ଗୋଟି ିଗୁଣ ଅଛି ସେ ସର୍ବତ୍ର ଜୟୀ ହୁଏ । ଏତାଦୃଶ ବ୍ୟକ୍ତି ଏହି ସଂସାରରେ ବିରଳ । ନିଷ୍କପଟ ବ୍ୟକ୍ତି ଅନ୍ୟର ଦୁଃଖ,କଷ୍ଟ ହୃଦୟଙ୍ଗମ କରିତାହା ଦୂର କରିବା ପାଇଁ ଚେଷ୍ଟା କରନ୍ତି । ସେ ସହାନୁଭୂତିଶୀଳ ଓ କୋମଳ ହୃଦୟ ।ବଞ୍ଚନା ଓ ମିଥ୍ୟା ଆଦି ଅସଦଗୁଣ ତାଙ୍କଠାରେ ଦେଖାଯାଏ ନାହିଁ । ଲୋକମାନେ ତାଙ୍କୁ ବିଶ୍ୱାସ କରନ୍ତି । ଆଧ୍ୟାତ୍ମିକ ସାଧନାରେ ଅକପଟତା ଏକାନ୍ତ ଆବଶ୍ୟକ । ଅକପଟ ବନ୍ଧୁ ,ଭକ୍ତ,ପତି,ପତ୍ନୀ,ପୁତ୍ର,ଓ ଭୃତ୍ୟ ଦେବତା ସଦୃଶ । ପ୍ରବାଦ ଅଛି,” ଯେ ସର୍ବଦା ସନ୍ତୁଷ୍ଟ ସେ ସଦା ସୁଖୀ” ।
ଲୋଭ ହେତୁ ମନ ସର୍ବଦା ଚଞ୍ଚଳ ଥାଏ ।ଲୋଭ ମହ୍ନି ସଦୃଶ ମନକୁ ଆସ୍ତେ ଆସ୍ତେ ଦହନ କରେ । ସନ୍ତୋଷ ଏ ବିଷୟରେ ମହୌଷଧି । ଶାନ୍ତି ,ସନ୍ତୋଷ, ସତସଙ୍ଗ ଓ ବି·ର ମୋକ୍ଷ ଲାଭର ·ରି ପ୍ରହରୀ । ସନ୍ତୋଷକୁ କରାୟତ୍ତ କରିପାରିଲେ ଅନ୍ୟ ତିନୋଟି ତୁମର ଅନୁଗାମୀ ହେବେ । ସନ୍ତୋଷ ଏକ ସତ୍ତ୍ୱ ଗୁଣ । ଏହା ମନୁଷ୍ୟକୁ ଈଶ୍ୱରାଭିମୁଖୀ କରେ । ସନ୍ତୋଷ ସାଧକକୁ ଆତ୍ମନୁଭୂତି ପଥରେ ଓ ଦୁର୍ଗମ କଷ୍ଟସାଧ୍ୟ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେବା ନିମିତ୍ତ ସାହସ ପ୍ରଦାନ କରେ । ଯେ ସଦା ସନ୍ତୁଷ୍ଟ ,ତାର ମନର ସମତା ଓ ତୁଷ୍ଟି ଅଛି । ସନ୍ତୋଷ ହିଁ ଅନନ୍ଦ ଓ ଅମୃତ । ନିୟମାନୁବର୍ତ୍ତିତା ଓ ସମୟାନୁବର୍ତ୍ତିତା ଜୀବନରେ ସାଫଲ୍ୟ ଆଣିଥାଏ । ଏହାଦ୍ୱାରା ଜୀବନଯାପନ ପ୍ରଣାଳୀ ଶୃଙ୍ଖଳିତ ହୁଏ । ନିୟମିତ ଅଭ୍ୟାସ ଦ୍ୱାରା ଲୋକମାନେ ଉନ୍ନତି ପଥରେ ଅଗ୍ରସର ହୋଇଥାନ୍ତି । ଯେ ନିୟମିତ ଧ୍ୟାନ କରେ ସେ ଶୀଘ୍ର ସମାଧି ଲାଭ କରେ । ସୂର୍ଯ୍ୟ,ଚନ୍ଦ୍ର ଋତୁଗୁଡ଼ିକ ଓ ପଞ୍ଚ ମହାଭୂତଙ୍କ ଠାରୁ ନିୟମାନୁବର୍ତ୍ତିତା ଓ ସମୟାନୁବର୍ତ୍ତିତା ଶିକ୍ଷା କର । ନିୟମାଧୀନତା, ସମୟନିଷ୍ଠା ଓ ସଂଯମ ଏକ ସଙ୍ଗରେ ଗମନ କରନ୍ତି । ପାଶ୍ଚାତ୍ୟ ଦେଶର ଲୋକମାନେ ନିୟମାଧୀନତା ଓ ସମୟନିଷ୍ଠାକୁ ଗୁରୁତ୍ୱ ଦିଅନ୍ତି । ତେଣୁ ପାଶ୍ଚାତ୍ୟରେ ଗବେଷକ ଓ ବିଶେଷଜ୍ଞଙ୍କ ସଂଖ୍ୟା ଅଧିକ । ମହାତ୍ମ ଗାନ୍ଧି ,ରମଣ ମହର୍ଷି, ସ୍ୱାମୀ ଶିବାନନ୍ଦ ପ୍ରଭୃତି ଗଭୀର ପଠନଶୀଳ,ସମୟାନୁବର୍ତ୍ତୀ ଓ ନିୟମାନୁବର୍ତ୍ତୀ । ସେମାନେ ଏହି ଗୁଣ ପାଇଁ ବିଖ୍ୟାତ । ଆହାର, ଅଧ୍ୟୟନ, ଧ୍ୟାନ, ପ୍ରାର୍ଥନା ବ୍ୟାୟାମ ପ୍ରଭୃତିରେ ନିୟମ ରକ୍ଷା କରିବା ଉଚିତ । ତାହାହେଲେ ତୁମେ ଜୀବନରେ ସଫଳତା ଲାଭ କରିପାରିବ । ଉଦ୍ୟମଶୀଳତା ଏକ ପ୍ରବହମାନ ସ୍ୱଭାବ ।ଉଦଯୋଗୀ ବ୍ୟକ୍ତି ବାୟୁ ସଦୃଶ ସବୁ ସ୍ଥାନରେ ପ୍ରବେଶ କରିପାରେ । ଉଦଯୋଗୀ ପୁରୁଷ ମିଷ୍ଟଭାଷୀ ଓ ସାହସୀ । ସେ ନିର୍ଭୀକ ଓ ଅକୁତୋଭୟ । ସେ ସର୍ବଦା କର୍ମତତ୍ପର । ସେ ଅନ୍ୟକୁ ସନ୍ତୁଷ୍ଟ କରି ିଜାଣେ ଓ ଅନ୍ୟର ହୃଦୟ ଜୟ କରିପାରେ । ସେ ଅନ୍ୟର ସେବା କରିପାରେ ଓ ତାର ବିଶ୍ୱାସଭାଜନ ହୋଇପାରେ । ସେ ସବୁବେଳେ କିଛି ନା କିଛି କାର୍ଯ୍ୟ ସମ୍ବନ୍ଧରେ ଚିନ୍ତା କରି ସେଥିରେ ଲାଗିପଡେ । ତାର ସ୍ୱଭାବ ପ୍ରଫୁଲ୍ଲ ଓ ସେ ସମସ୍ତଙ୍କ ସହ ମିଳିମିଶିପାରେ । ସେ ସଂରତ । ଏହି ସବୁ ଗୁଣ ତାକୁ ଜୀବନର ଉନ୍ନତ ପଥରେ ଅଗ୍ରସର କରାଏ । ଦକ୍ଷତାର ଅର୍ଥ କର୍ମଶୁଶତୋ ବା ନିପୁଣତା, ଡାକ୍ତର, ଓକିଲ, ଗବେଷକ, ବୈଜ୍ଞାନିକ, ବ୍ୟବସାୟୀ, ଛାତ୍ରଛାତ୍ରୀମାନଙ୍କର ଏହି ଗୁଣ ବିଶେଷ ଆବଶ୍ୟକ । କେତେକଙ୍କର ଏହା ଜନ୍ମାଗତ ସ୍ୱଭାବ । ତଥାପି ଇଛାଶକ୍ତି ପ୍ରୟୋଗ ଦ୍ୱାରା ଏହି ଗୁଣ ବର୍ଦ୍ଧନ କରାଯାଇପାରେ ।
ବାପା ମୋତେ କିଶୋର ବୟସରୁ ଏହିସବୁ ନୈତିକ ଶିକ୍ଷା ପ୍ରଦାନର କାରଣ ବୁଝାଇ କହିଥିଲେ ଯେ କିଶୋର ବୟସରୁ ଏହି ଶିକ୍ଷା ଲାଭ ନକଲେ ଯୁବକ ବୟସରେ ଲାଭ କରିହେବ ନାହିଁ । କାରଣ ଯୁବା ବୟସ ଉଚ୍ଛୁକାଂକ୍ଷ, ତେଣୁ ସଦ୍ଶିକ୍ଷା ସହଜରେ ହୃଦୟରେ ପ୍ରବେଶ କରିପାରିବ ନାହିଁ । ସେ ମଧ୍ୟ କହିଥିଲେ ଯେ ଏହି ସବୁ ଜ୍ଞାନ ତାଙ୍କର ନୁହେଁ । ତାଙ୍କ ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଠାରୁ ସେ ଏହି ଶିକ୍ଷା ପାଇଥିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଉଛି । ତେଣୁ କାଳେ ତାଙ୍କ ଜୀବନର ସବସାନ ଘଟିଯିବ ସେ ମୋତେ ଏହି ସବୁ ଶିକ୍ଷା ପ୍ରଦାନ କଲେ । କେବଳ ନୈତିକ ଶିକ୍ଷା ପ୍ରଦାନ କଲେ ନାହିଁ, ତାହା ମୁଁ ପାଳନ କରୁଛି କି ନାହିଁ ମଧ୍ୟ ନିରୀକ୍ଷଣ କଲେ । ଏଥି ନିମିତ୍ତ ସେ ଦିନଲିପି ଲେଖିବାକୁ ମୋତେ ଉପଦେଶ ଦେଲେ । ତାଙ୍କ ମତରେ ଦିନଲିପି ଲେଖିବା ସାଧନା ମାର୍ଗର ଏକ ଅପରିହାର୍ଯ୍ୟ ଅଙ୍ଗ । ଦିନଲିପିରେ କେଉଁ ସମୟରେ ଶଯ୍ୟାତ୍ୟାଗ କଲା ତାପରେ ଧ୍ୟାନ ଓ ପ୍ରାର୍ଥନା କେତେ ସମୟ କଲ । ଏହାପରେ କେତେ ସମୟ ପାଠ ପଢିଲା । କେଉଁ ସମୟରେ ସ୍ନାନକଲ ଓ ଭୋଜନ କରି ବିଦ୍ୟାଳୟ ଗଲ । ବିଦ୍ୟାଳୟରେ କେଉଁ ପିରିଅଡ଼ରେ କେଉଁ ଶିକ୍ଷକ କ’ଣ ପଢାଇଲେ ବା ବିଦ୍ୟାଳୟରେ ଅନ୍ୟ ଯାହା ଘଟିଲା । କେତେବେଳେ ବିଦ୍ୟାଳୟରୁ ଫେରି ଜଳଖିଆ ଖାଇଲ ଏବଂ କେତେ ସମୟ ନଦୀକୂଳ ବା ପଡିଆକୁ ବୁଲିବାକୁ ଗଲ । ସେଠାରେ ଯଦି କିଛି ବ୍ୟାୟାମ କରିବା ତା ମଧ୍ୟ ଲେଖିବ ।
ସେଠଶରୁ ଫେରି ସନ୍ଧ୍ୟା ସମୟରେ କେତେ ସମୟ ପ୍ରାର୍ଥନା କଲି । ପ୍ରାର୍ଥନା ପରେ କେତେ ସମୟ ପଢିଲି । ରାତିଭୋଜନ କେତେବେଳେ କଲ ଏବଂ କେତେ ସମୟ ପ୍ରାର୍ଥନା କରି କେତେବେଳେ ଶୋଇଲ । ଅବସର ସମୟରେ ଯଦି କିଛି ଧର୍ମପୁସ୍ତକ ପାଠ କରିଛ ତାହା ମଧ୍ୟ ଲେଖିବ ଏବଂ ସେଥିରୁ କଣ ଶିକ୍ଷାଲାଭ କଲି । କେତେ ଥର ମିଥ୍ୟା କହିଛି ଏବଂ ସେଥି ନିମିତ୍ତ ଅନୁତାପ କରିଛ କି ନାହିଁ । କେତେଥର ରାଗିଛ, କେତେ ସମୟ ନିଷ୍କାମ କର୍ମ କରିଛ, କେତେ ସମୟ ମୋ÷ନ ରହିଛ । ଓଷା, ବାର, ବ୍ରତ ଦିବସମାନଙ୍କରେ ଉପବାସ କରିଥିଲ କି ନାହିଁ । ବାପାଙ୍କର ନିଦେ୍ର୍ଦଶ ଥିଲା ଦିନଲିପି ଲେଖିବା ବେଳେ କଦାପି କୋ÷ଣସି ମିଥ୍ୟା କଥା ସେଥିରେ ଲେଖିବ ନାହିଁ । ଦିନ ଲିପି ପ୍ରତ୍ୟେକ ସପ୍ତାହରେ ତୁଳନା କରି ଦେଖିବ ଯେ ତୁମର ସାଧନାରେ ଉନ୍ନତି ଘଟୁଛି ନା ଅବନ୍ନତି ଘଟୁଛି । ଦିନଲିପି ତୁମ ପାଇଁ ଚାବୁକ ସଦୃଶ । ଏହା ମନକୁ ସତ୍ପଥରେ ନେବା ନିମିତ୍ତ ଉଦ୍ଦିଷ୍ଟ । ଦିନଲିପିକୁ ତୁମର ପଥ ପ୍ରଦର୍ଶକ ଭାବିବ ।
ବାପାଙ୍କର ମୋ ପ୍ରତି ନୈତିକ ଉପଦେଶର ମୁଖ୍ୟ ଉଦେ୍ଦଶ୍ୟ ଥିଲା ମୋତେ କିଶୋର ବୟସରୁ ସାଧନାରେ ଅଗ୍ରସର କରାଇବା । ତେଣୁ ମୋତେ ସେ ଗାଁରେ କୋ÷ଣସି ପିଲାଙ୍କ ସାଥୀରେ ମିଶାଇ ଦେଉନଥିଲେ । କେବଳ ବିଦ୍ୟାଳୟରେ ମୋ ସହପାଠୀଙ୍କ ସହିତ ମୁଁ ମିଶେ । ବାପା କିନ୍ତୁ ସାବଧାନ କରି ଦେଇଥିଲେ ଯେ ଛାତ୍ର ଜୀବନରେ ସ୍ଖଳନରେ ଆଶଙ୍କା ରହିଛି । ତେଣୁ ଶୃଙ୍ଖଳିତ ଛାତ୍ର ଜୀବନ ଯାପନ ନିମିତ୍ତ ସେ ଉପଦେଶ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନଙ୍କୁ ଯଥୋଚିତ ସମ୍ମାନ ଦେବାକୁ ସେ ତାଗିଦ କରିଥିଲେ । ବିଦ୍ୟାଳୟରେ ନମ୍ର, ଧୀର ଓ ବିନୀତ ହେବାକୁ ତାଙ୍କର ଉପଦେଶ ଥିଲା । ବାପା ସବୁବେଳେ କହୁତôଲେ, ଆଜିର ଛାତ୍ର, ଆଗାମୀ କାଲି ଭାରତର ଗୋ÷ରବ ।
ଆନନ୍ଦନଗର,କାଠଗଡା
ଢେଙ୍କାନାଳ, ମୋ-୮୮୯୫୭୩୦୭୦୨