ଧନତେରସ୍ରେ ଘରକୁ ଆଣିଲେ ଶୁଭ : ପ୍ରାପ୍ତ ହେବ ଲକ୍ଷ୍ମୀ କୃପା
ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ୱନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ । ଧନତେରାସ୍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ୱନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି । ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ । ସମସ୍ତେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରୟାସ କରିଥାଆନ୍ତି । ଏହି କାରଣରୁ ଧନତେରାସ ଦିନ ସୁନା-ରୂପା ଓ ଅନ୍ୟାନ୍ୟ ଜିନିଷ ଘରକୁ କିଣି ଆଣିଥାଆନ୍ତି । ସୁନା ରୂପାର ଅହେତୁକ ମୂଲ୍ୟ ଯୋଗୁଁ ସୁନା ରୂପା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ । ତେବେ ଧନତେରାସ ଦିନ ସୁନା ରୂପା ନ କିଣି ମଧ୍ୟ ଆପଣ ଅନ୍ୟ ଜିନିଷ କିଣି ଲାଭ ପାଇପାରିବେ ।
ତେବେ ଆସନ୍ତୁ ଜାଣିବା ଧନତେରସ୍ ଅବସରରେ କେଉଁ ସାମଗ୍ରୀ ଆଣିଲେ ଶୁଭ ?
ପିତଳ : ଧନତେରସ୍ ଦିନ ପିତଳ ବସ୍ତୁ କିଣିବା ଦ୍ୱାରା ଶୁଭ ହୋଇଥାଏ । ସୁନା-ରୂପା ପରେ ପିତଳ ଅତ୍ୟନ୍ତ ଶୁଭଧାତୁ । ଧନତେରସ ଦିନ ପିତଳ ବସ୍ତୁ କିଣି ମା’ ଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ଧନସମୃଦ୍ଧି ବଢିଥାଏ ।
ଧନିଆ : ଧନତେରାସ ଦିନ ଆପଣ ଧନିଆ ମଧ୍ୟ କିଣିପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଧନିଆ ଧନ ବୃଦ୍ଧି କରିଥାଏ ଏହାକୁ କିଣି ଧନିଆ କିଣି ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରିପାରିବେ । ଏହାପରେ ଏହି ଧନିଆରୁ କିଛି ନେଇ ଏକ କୁଣ୍ଡରେ ପୋତିଦେବେ । ଯଦି ଏହି ଧନିଆରୁ ଗଛ ବାହାରିବେ ତେବେ ଆପଣଙ୍କ ଘରେ ସର୍ବଦା ସୁଖ ଓ ସମୃଦ୍ଧି ରାଜ କରିବ ।
ଝାଡୁ : ଝାଡୁ ହେଉଛି ମାତା ଲକ୍ଷ୍ମୀଙ୍କର ଅନ୍ୟତମ ରୂପ । ଧନତେରସରେ ଝାଡୁ କିଣିବା ଦ୍ୱାରା ମାତା ଲକ୍ଷ୍ମୀ ଗୃହପ୍ରବେଶ କରିଥା’ନ୍ତି । ଝାଡୁ ଦ୍ୱାରା ଘରର ମଇଲାସଫଳା ହୋଇଥାଏ । ସେହିପରି ଏହି ଦିନ ଘରକୁ ଝାଡୁ ଆଣିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
ଅନ୍ନ : ଧନତେରସ ଦିନ ଧାନ ବା ଚାଉଳ ଆଣିବା ଉଚିତ୍ । ଶାସ୍ତ୍ରମତରେ ଧାନ କିମ୍ବା ଚାଉଳକୁ ସବୁଠୁ ଅଧିକ ଶୁଭ ବୋଲି କୁହାଯାଏ । ଏହା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଯଦି ଧନତେରସ ଦିନ ଧନ କିମ୍ବା ଚାଉଳ କିଣି ଘରକୁ ଆଣିଥା’ନ୍ତି ତେବେ ବୈଭବ ଓ ଐଶ୍ୱର୍ଯ୍ୟରେ ଅନନ୍ତ ବୃଦ୍ଧି ହୋଇଥାଏ ।