ମୂଳଟି ଅଟଇ ବିଶ୍ୱାସ

ଚରାଚର ବିଶ୍ୱବ୍ରହ୍ମାଣ୍ଡର ଆଧାରଶୀଳ ହେଉଛନ୍ତି ଈଶ୍ୱର । ବ୍ୟବହାର ଜଗତରେ ସେ ହେଉଛନ୍ତି ବିଶ୍ୱାସର ପ୍ରତୀକ । ବିଶ୍ୱାସ ଶ୍ରଦ୍ଧା ସମନ୍ୱିତ ହୋଇ ସୃଷ୍ଟି ସମ୍ଭାରକୁ ସାକାର କରିବାରେ ସଫଳ ହୋଇଛି । ଭବାନୀ ଶଙ୍କରୌ ବନେ୍ଦ ଶ୍ରଦ୍ଧା ବିଶ୍ୱାସ ରୂପିଣୌ । ଶ୍ରୀରାମ ଚରିତ ମାନସରେ ସନ୍ଥ ତୁଳସୀ ଦାସ ଏହା ବର୍ଣ୍ଣନା କରିଛନ୍ତି । ଭବାନୀ ହେଉଛନ୍ତି ଭବ କାରିଣୀ, ଭବ ତାରିଣୀ, ଶ୍ରଦ୍ଧା ରୂପିଣୀ, ପ୍ରକୃତି ସ୍ୱରୂପା ବିଶ୍ୱ ଜନନୀ । ଶଙ୍କର ହେଉଛନ୍ତି ବିଶ୍ୱାସ ରୂପରେ ବିଶ୍ୱ ସୃଷ୍ଟିର ମୂଳାଧାର ପରମ ଈଶ୍ୱର ପରମ ପିତା ଦେବ ଦେବ ମହାଦେବ ଶିବ ଶଙ୍କର । ଶ୍ରଦ୍ଧା ଜୀବ ହେଲେ ବିଶ୍ୱାସ ପରମ । ଶ୍ରଦ୍ଧା ଜୀବାତ୍ମା ହେଲେ ବିଶ୍ୱାସ ପରମାତ୍ମା । ଶ୍ରଦ୍ଧା ପ୍ରକୃତି ସ୍ୱରୂପା, ବିଶ୍ୱାସ ପରମ ପୁରୁଷ ରୂପେ ପ୍ରତିଷ୍ଠିତ । ଶ୍ରଦ୍ଧା, ଶକ୍ତି, ସନାତନୀ ଆଉ ବିଶ୍ୱାସ ହେଲେ ସତ୍ୟ ସନାତନ ଶିବ । ଏହି ଦୃଶ୍ୟ ଅଦୃଶ୍ୟ ବିଶ୍ୱ ବ୍ରହ୍ମାଣ୍ଡ ସବୁକିଛି ହେଉଛି ଶ୍ରଦ୍ଧା ବିଶ୍ୱାସର ପରିପ୍ରକାଶ । ଶ୍ରଦ୍ଧାର ଘନୀଭୂତ ରୂପ ବିଶ୍ୱାସ ଏବଂ ବିଶ୍ୱାସର ବ୍ୟକ୍ତି ବିଭୂତି ଶ୍ରଦ୍ଧା ଅଟନ୍ତି । ଏକ ଶକ୍ତି ଦୁଇ ରୂପରେ ପ୍ରତିଭାତ । ପ୍ରରମ ବ୍ରହ୍ମ ପରମାତ୍ମା ବିଶ୍ୱାସ ହେଲେ ଶ୍ରଦ୍ଧା ତାଙ୍କର ଶକ୍ତି । ବିଶ୍ୱାସ ଏହି ବିଶ୍ୱ ଚେତନାର ମୂଳ ।
ବିଶ୍ୱାସର ବିଭୂତି ବ୍ୟାପ୍ତ ହେଲେ ଶ୍ରଦ୍ଧା ହୋଇ ସଂସାର ରୂପେ ପରିବ୍ୟାପ୍ତ ହୋଇଯାଏ । ସେହି ଶ୍ରଦ୍ଧା, ସେହି ବିଶ୍ୱାସ, ସର୍ବ ସ୍ୱରୂପରେ ସେହି ଏକ ପରମାତ୍ମା ହିଁ ବିଦ୍ୟମାନ । ବସ୍ତୁତଃ ଆମେ ସଂସାର ଠାରୁ ଭିନ୍ନ ଏବଂ ପରମାତ୍ମାଙ୍କ ଠାରୁ ଅଭିନ୍ନ । ଅନୁଭବୀଙ୍କ ଅନୁଭବରେ ଏହି ବିଶ୍ୱାସ ବୋଧ ବଳିଷ୍ଠ ହେବା ଉଚିତ । ବିଶ୍ୱାସ ବୋଧକୁ ବଳିଷ୍ଠ କରିବା ପାଇଁ ଦିବ୍ୟଦ୍ରଷ୍ଟ ମହାମାନବ ମାନେ ଅନେକ ଉପାୟ ଅବଲମ୍ବନ କରିବାକୁ କହିଛନ୍ତି । ଶ୍ରଦ୍ଧା ସହିତ ବିଶ୍ୱାସ ହେଉ, ଜୀବ ସହିତ ପରମ ହୁଅନ୍ତୁ, ପ୍ରତ୍ୟେକ ଆପଣା ଆପଣା ଭାବ ଆଧାରରେ ଯୋଗଯୁକ୍ତ ହେବାର ପଥ ଅନୁସରଣ କରିଥାଆନ୍ତି । ଏଗୁଡ଼ିକ ହେଲେ କର୍ମ, ଜ୍ଞାନ ଓ ଭକ୍ତି । ଏହି ସବୁକୁ ଆମେ ଏକ ଏକ ଯୋଗ ପଥ ଭାବେ ଗ୍ରହଣ କରିଥାଉ । କର୍ମ ଯୋଗ ଦ୍ୱାରା ଅନାସକ୍ତ ଭାବେ ସଂସାରରୁ ବିମୁକ୍ତ ହୋଇଗଲେ ବିଶ୍ୱାସ ଘନୀଭୂତ ହୋଇଯିବ । ଜ୍ଞାନଯୋଗ ଦ୍ୱାରା ଆତ୍ମା ଯେ ଏକ ଏବଂ ଅଦ୍ୱିତୀୟ ଏହି ବିଶ୍ୱାସ ଦୃଢ଼ୀଭୂତ ହୋଇ ଉଠିବ । ଭକ୍ତିଯୋଗ ଦ୍ୱାରା ଭଗବାନଙ୍କ ପ୍ରତି ଅହେତୁକ ପ୍ରୀତି ବିଶ୍ୱାସ ଦ୍ୱାରା ସମର୍ପିତ ହୋଇଉଠେ । 
ବିଶ୍ୱାସରେ ଜୀବନର ସୃଷ୍ଟି । ପିତାମାତା ପ୍ରିୟ ପରିଜନବର୍ଗ ଗଭୀର ବିଶ୍ୱାସରେ ଶିଶୁକୁ ପ୍ରତୀକ୍ଷା କରନ୍ତି, ଆନନ୍ଦର ଆଗମନୀ ସଙ୍ଗୀତରେ ସ୍ୱାଗତ ଜଣାନ୍ତି । ବିଶ୍ୱାସରେ ଜୀବନର ବିକାଶ, ବିସ୍ତୃତି ଆଉ ସମୃଦ୍ଧି । ବିଶ୍ୱାସ ମଧ୍ୟ ଜୀବନର ପରିଣତିକୁ ପ୍ରତ୍ୟାଶା କରେ ସ୍ୱର୍ଗଦ୍ୱାର, ଶିବାଳୟ କିମ୍ବା କୌଣସି ଶ୍ମଶାନ ଘାଟରେ । ଖାଲି ସେତିକି ନୁହେଁ ମୃତୁ୍ୟ ଉପରାନ୍ତ ମଧ୍ୟ ବିଶ୍ୱାସ ଆତ୍ମସତ୍ତାର ଉତ୍ତରଣରେ ଆସ୍ଥା ରଖେ । ନିତିଦିନିଆ ବ୍ୟବହାର ଜଗତରେ ମଧ୍ୟ ବିଶ୍ୱାସ ବିନା କାର୍ଯ୍ୟ ଚଳେନାହିଁ । ଘର ସଂସାର, ପରିବାର, ପରିଜନ, ବନ୍ଧୁବାନ୍ଧବ ସବୁକିଛି ବିଶ୍ୱାସର ବଳିଷ୍ଠ ବନ୍ଧନରେ ବନ୍ଧା । ବିଶ୍ୱାସ ବିନା ଜୀବନ ନାହିଁ । ବିଶ୍ୱାସ ପାଇଁ ବିଶ୍ୱ ଏତେ ସୁନ୍ଦର । ବିଶ୍ୱାସର ଚେତନା ପ୍ରବାହରେ ବିଶ୍ୱ ପ୍ରାଣବନ୍ତ, ଚେତନାଯୁକ୍ତ ବୋଧ ହୁଏ । ବିଶ୍ୱାସର ବିଷ୍ମୟ ବିଭୂତି ଶକ୍ତି । ଅସମ୍ଭବକୁ ସମ୍ଭବ କରିବାରେ ଅଦ୍ଭୁତରୁ ଅଦ୍ଭୁତ ଚମକ୍ରାରିତା ବିଶ୍ୱାସ ବଳରେ ବ୍ୟକ୍ତ ହୋଇଥାଏ । ଆମର ସମସ୍ତ ଶାସ୍ତ୍ର ପୁରାଣର ପୃଷ୍ଠାସବୁ ବିଶ୍ୱାସର ବିଶେଷ ମହିମା ବର୍ଣ୍ଣନାରେ ବିମଣ୍ଡିତ ହୋଇଛି ।  ଓଡ଼ିଆ ଭାଗବତର ରଚନାକାର ଶ୍ରୀ ଜଗନ୍ନାଥ ଦାସଙ୍କ ଜୀବନର ଏକ ରୋଚକ କାହାଣୀ ମନକୁ ଆସୁଛି - ଭାଗବତ ରଚନା ପରେ ଜଗନ୍ନାଥ ଦାସ ଚିନ୍ତା କଲେ ଜଣେ ଜ୍ଞାନୀ ଗୁଣବ୍ୟକ୍ତିଙ୍କୁ ଟିକେ ପାଣ୍ଡୁଲିପିଟି ଦେଖାଇ ଦେବା ପାଇଁ । ତାଙ୍କ ବିଚାରରେ ବ୍ରହ୍ମଗିରି ନିକଟସ୍ଥ କାଣ୍ଡଗଦାର ମନେଇ ସାହୁ ଜଣେ ଯୋଗ୍ୟ ବ୍ୟକ୍ତି ଥିଲେ । ତେଣୁ ଭାଗବତର ପାଣ୍ଡୁଲିପି ଧରି ସେ ଦିନେ ତାଙ୍କ ଘରେ ପହଞ୍ଚôଲେ ସେ ନିଜର ଇଛା ବ୍ୟକ୍ତ କଲେ । ମନେଇ ସାହୁ କହିଲେ - ପଣ୍ଡିତ ମହାରାଜ! ଆପଣ ଆପଣଙ୍କ ପାଣ୍ଡୁଲିପି ଥୋଇ ଦେଇ ଯାଆନ୍ତୁ ମୁଁ ଦେଖି ଦେଇଥିବି । ଆପଣ ମାସକ ପରେ ଆସି ନେଇଯିବେ । ସେହି ଅନୁଯାୟୀ ଜଗନ୍ନାଥ ଦାସ ଯାଇ ମନେଇ ସାହୁଙ୍କ ଘରେ ପହଞ୍ଚôଲେ । ପଚାରିଲେ ! ଆଜ୍ଞା ଆପଣ ଟିକେ ଆଖି ପକାଇ ଦେଇଛନ୍ତି? ସେ କହିଲେ ହଁ ଦେଖିଦେଇଛି । ଜଗନ୍ନାଥ ଦାସ ପୁନଶ୍ଚ ପଚାରିଲେ କିପରି ହୋଇଛି? ବିଶ୍ୱାସ ଏକ ତିନି ଅକ୍ଷର ବିଶିଷ୍ଠ ଛୋଟିଆ । ଶବ୍ଦ ପଢ଼ିବାକୁ ମୁହୂର୍ତ୍ତେ ଲାଗିବ ନାହିଁ । ଭାବି ବସିଲେ ଦିନ ଦିନ ବିତିଯିବ । ବୁଝିବା ପାଇଁ ମାସ ମାସ ଲାଗିଯିବ । ପ୍ରମାଣକରି ଧରି ରଖିବାକୁ ସାରା ଜୀବନ ମଧ୍ୟ ପର୍ଯ୍ୟାପ୍ତ ହେବନାହିଁ । ନିଶ୍ୱାସ ବନ୍ଦ ହେଲେ ମଣିଷ ଥରୁଟିଏ ମରେ । ବିଶ୍ୱାସ ତୁଟିଗଲେ ମଣିଷ ଜୀବନ ସାରା ମରି ମରି ବଞ୍ଚôଥାଏ । ବିଶ୍ୱାସ ତୁଟିବାକୁ ଗୋଟିଏ ମୁହୂର୍ତ୍ତ ହେଲେ ବିଶ୍ୱାସ ଜିତିବା ପାଇଁ ଜୀବନ ସାରା ସତର୍କତା ଲୋଡ଼ା । ବିଶ୍ୱାସର ସବୁଠାରୁ ବଡ଼ ଶତ୍ରୁ ହେଉଛି ସନେ୍ଦହ । ସାବଧାନ ଓ ସତର୍କ ହୋଇ ବିଶ୍ୱାସ ବୃକ୍ଷକୁ ବଞ୍ଚାଇ ରଖିବା ଦରକାର । ଜୀବନ ହେଉଛି ଶ୍ରଦ୍ଧା ବିଶ୍ୱାସର ସମ୍ମିଳିତ ରୂପ । ଯେଉଁଠି ଜୀବନ ଅଛି ସେଠି ଶ୍ରଦ୍ଧା ଅଛି । ଯେଉଁଠି ଶ୍ରଦ୍ଧା ଅଛି ସେଠାରେ ବିଶ୍ୱାସ ଅଛି । ଯେଉଁଠାରେ ବିଶ୍ୱାସ ଅଛି । ସେଠାରେ ସୁଖ, ଶାନ୍ତି, ଆନନ୍ଦ ପରିପୂର୍ଣ୍ଣ ହୋଇ ରହିଛି । ଯେଉଁଠାରେ ସୁଖଶାନ୍ତି ଆନନ୍ଦ ଅଛି ସେଠାରେ ସଚ୍ଚିଦାନନ୍ଦ ଘନ ପ୍ରେମ ମୂର୍ତ୍ତି ଭଗବାନ ଅଛନ୍ତି । ଯେଉଁଠାରେ ଭଗବାନ ବିଦ୍ୟମାନ ଅଛନ୍ତି ସେଠାରେ ସବୁଅଛି । ତେବେ ଆସନ୍ତୁ ବିଶ୍ୱାସ ରୂପକ ଈଶ୍ୱରଙ୍କୁ ଶ୍ରଦ୍ଧାଯୁକ୍ତ ହୋଇ ଆବାହ୍ନ କରିବା । ଆରାଧନା କରିବା ବିଶ୍ୱାସକୁ ଆଧାର କରି ସତ୍ୟ ପରମାନନ୍ଦ ହରିଙ୍କ ସହିତ ଏକିଭୂତ ହୋଇଯିବା । 
ହେମନ୍ତ କୁମାର ପରିଡ଼ା,ମୋ: ୮୭୬୩୧୦୭୧୨୬