ଧର୍ମ ଓ ପରମ୍ପରାର ସଂଘର୍ଷ 

ରବିନାରାୟଣ ପଣ୍ଡା :ତାଜଖସ୍ଥାନରେ ଲମ୍ବା ସମୟ ଧରି ଆରବ ଇସ୍ଲାମ ଓ ତାଜÿାଖ ଇସ୍ଲାମ ଭିତରେ ସଂଘର୍ଷ ଜାରି ରହିଛି । ତାଜÿାଖବାସୀ ଇଣ୍ଡୋନେସିଆ ଭଳି ନିଜ ଦେଶରେ ଆରବ ଇସ୍ଲାମକୁ ବିଶ୍ୱାସ କରିବାକୁ ରାଜି କିନ୍ତୁ ନିଜ ପରମ୍ପରା ଓ ସଂସ୍କୃତିକୁ ପରିତ୍ୟାଗ କାରିବାକୁ ରାଜି ନାହାନ୍ତି । ୯୬% ମୁସଲିମ ବସବାସ କରୁଥିବା ତାଜÿାଖସ୍ଥାନର ରାଷ୍ଟ୍ରପତି ଜୁନ ମାସରେ ଏହି ସନେ୍ଦଶ ସାରା ବିଶ୍ୱକୁ ପ୍ରଦାନ କରିଛନ୍ତି । ଆଇନ ପ୍ରଣୟନ କରି ହିଜÿାବକୁ ନିଷିଦ୍ଧ ଘୋଷଣା କରିଛନ୍ତି ଏବଂ ଏହା ବିଦେଶୀ ପରିଧାନ ବୋଲି ମତବ୍ୟକ୍ତ କରିଛନ୍ତି । ତାଜାଖ ରାଷ୍ଟ୍ରପତି ହିଜାବକୁ ନିଷିଦ୍ଧ ଘୋଷଣା କରିବା ପଛରେ ଯେଉଁ କାରଣ ଉପସ୍ଥାପନା କରିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
୨୦୧୫ରେ ରାଷ୍ଟ୍ରପତି ଇମୋମାଳୀ ରାହେମନ ହିଜାବ ବିରୋଧରେ ତୀବ୍ର ଆନେ୍ଦାଳନ ଆରମ୍ଭ କରିଥିଲେ । ସରକାର ଫୋନ କରି ଜନତାଙ୍କୁ ପ୍ରଥମେ ବୁଝେଇବା ପାଇଁ ପ୍ରୟାସ କରିଥିଲେ । ତାଜାଖାସ୍ଥାନର ପାରମ୍ପରିକ ପୋଷାକର ମହତ୍ୱ ଲୋକଙ୍କ ନିକଟରେ ପହଂଚେଇବା ପାଇଁ ପ୍ରୟାସ କରିଥିଲେ । ତାଜÿାଖ ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ ଯେ, ହିଜାବ ବିଦେଶୀ ସଂସ୍କୃତିର ପ୍ରତୀକ । ତାଜାଖ ପରମ୍ପରାସହ ହିଜÿାବର କୌଣସି ସମ୍ୱନ୍ଧ ନାହିଁ । ସର୍ବସମ୍ମୁଖରେ ହିଜÿାବକୁ ବିରୋଧ କରି କହୁଥିଲେ " ହିଜବ ଖରାପ ଶିକ୍ଷା ଓ ଅସଭ୍ୟତାର ପ୍ରମାଣ ଅଟେ । ଇମୋମାଳୀଙ୍କ ଅନୁସାରେ ହିଜÿାବ ଦେଶର ସାଂସ୍କୃତିକ ବିରାସତ ପାଇଁ ବିପଜ୍ଜନକ ଅଟେ । ତାଙ୍କର ଦୃଢ ଯୁକ୍ତି ଓ ତାଜÿାଖ ସଂସ୍କୃତି ପ୍ରତି ଦୃଢ ନିଷ୍ଠା ଧୀରେଧୀରେ ତାଜÿାଖ ବାସୀଙ୍କୁ ପ୍ରଭାବିତ କରିବା ଆରମ୍ଭ କଲା । ତାଙ୍କ ଦଳ ପ୍ରତି ଜନସମର୍ଥନ ବଢିବା ଆରମ୍ଭ ହେଲା । ବିଗତ କିଛି ବର୍ଷ ହେଲା ତାଜÿାଖସ୍ଥାନରେ ହିଜÿାବ ଅଘୋଷିତ ଭାବେ ବନ୍ଦ ହୋଇଯାଇଥିଲା । ଏବେ କେବଳ ଔପଚାରିକ ଭାବେ ଆଇନ ପ୍ରଣୟନ କରି ତାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଗଲା ।
ଯେଉଁ କଠୋରପନ୍ଥୀମାନେ ଏହାକୁ ମାନୁନଥିଲେ ସେମାନଙ୍କ ପାଇଁ ନୂତନ ବ୍ୟବସ୍ଥାରେ ଦଣ୍ଡ ବିଧାନ ନିଷ୍ପତ୍ତି କରାଯାଇଛି । ସରକାରୀ କର୍ମଚାରୀ ହିଜାବ ପିନ୍ଧିଲେ ତାଙ୍କୁ ୩ଲକ୍ଷ ରୁ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ତାଜାଖସ୍ଥାନରେ ହିଜÿାବ ଉପରେ ଜୋରିମାନା ୬୦୦୦୦ ରୁ ଆରମ୍ଭ ହୋଇ ୫ ଲକ୍ଷ ପର୍ଯ୍ୟନ୍ତ ନିର୍ଧାରଣ କରାଯାଇଛି । ଅର୍ଥାତ ସରକାର ହିଜÿାବ ସପକ୍ଷବାଦୀ ମାନଙ୍କୁ କଠୋର ସନେ୍ଦଶ ଦେବା ପାଇଁ ଚାହୁଁଛନ୍ତି । ଦେଶର ଜନତାଙ୍କ ଠାରୁ ସରକାରୀ କର୍ମଚାରୀଙ୍କୁ ଅନୁଶାସନ ଭିତରେ ରହିବା ପାଇଁ ସରକାର ଅଧିକ କଠୋର ନୀତି ଅବଲମ୍ବନ କରିଛନ୍ତି । ଯେଉଁ କାରଣରୁ ସାଧାରଣ ଜନତାଙ୍କର ଜୋରିମାନା ରାଶି ଠାରୁ ସରକାରୀ କର୍ମଚାରୀଙ୍କର ଜୋରିମାନା ରାଶି ଅଧିକ ରଖାଯାଇଛି । ନିଜ ଦେଶର ପୋଷାକକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ଦେଶର ଶିକ୍ଷିତଲୋକ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି କିନ୍ତୁ କଠୋରପନ୍ଥୀମାନେ ତୀବ୍ର ବିରୋଧ କରିଛନ୍ତି । କଠୋରପନ୍ଥୀମାନଙ୍କୁ ଦେଶର ମାନବବାଦୀମାନେ ସମର୍ଥନ କରିଛନ୍ତି । ଏହି ସମର୍ଥନ ପଛରେ ପ୍ରଲୋଭନ ଥାଇପାରେ ବୋଲି ସନେ୍ଦହ କରାଯାଉଛି । ଏହାର ବଡ କାରଣ ହେଉଛି  ମାନବବାଦୀମାନେ ବିଦେଶରୁ ଅର୍ଥ ଆଣି ନିଜର ସଂସ୍ଥା ଚଳାଇବା କାମ କରୁଛନ୍ତି । ମାନବବାଦୀମାନଙ୍କୁ ତାଙ୍କର ପୃଷ୍ଠପୋଷକମାନଙ୍କୁ ଖୁସି କରିବାକୁ ପଡ଼ିବ । ଆରବ ଅର୍ଥରେ ସଂସ୍ଥା ଚଳାଉଥିବା ଲୋକମାନେ ନିଜର ବିବଶତା ପାଇଁ ସରକାରୀ ନିଷ୍ପତ୍ତିକୁ ବିରୋଧ କରୁଥାଇ ପାରନ୍ତି । କିନ୍ତୁ ଏହା ସତ୍ୟ ଯେ ଦେଶ ଭିତରେ ଏକ ବୈଚାରିକ ସଂଘର୍ଷ ଆରମ୍ଭ ହୋଇଯାଇଛି । ତାଜାଖ ପରମ୍ପରାକୁ ଭଲ ପାଉଥିବା ଜନତା ଓ ଆରବ ଜଗତ ଅର୍ଥରେ ପ୍ରତିପାଳିତ ହେଉଥିବା ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ଭିତରେ ଆରମ୍ଭ ହୋଇଥିବା ଏହି ଲଢେଇ ଭବିଷ୍ୟତରେ ଅଧିକ ତୀବ୍ର ରୂପ ଧାରଣ କରିବ । 
ପ୍ରକୃତରେ ଏହି ବୈଚାରିକ ସଂଘର୍ଷ ୨୦୦୭ ରୁ ଆରମ୍ଭ ହୋଇଥିଲା । ଶିକ୍ଷାବିଭାଗ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରଥମେ ଏହି ପ୍ରୟୋଗ କରିଥିଲେ । ପରେ ସମାଜର ବିଭିନ୍ନ ସଂସ୍ଥାକୁ ହିଜାବ ବିରୋଧୀ ଓ ସ୍ୱଦେଶୀ ପୋଷାକ ପ୍ରୋତ୍ସାହନ ପାଇଁ ଦେଶ ଭିତରେ ହେଉଥିବା ଆନେ୍ଦାଳନ ସହ ଯୋଡିବା ଆରମ୍ଭ କଲେ । ତାଜÿାଖ ସ୍ୱାଭିମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କର ଦାବିଥିଲା ଇସ୍ଲାମକୁ ପାଳନକରିବା ସହ ନିଜର ହଜାର ହଜାର ବର୍ଷର ପରମ୍ପରାକୁ ପାଳନ କରାଯାଉ । ସେଥିପାଇଁ ଆରବୀ ହିଜାବ ଓ ୟୁରୋପିୟାନ ମିନିସ୍କଟକୁ ପ୍ରଥମେ ବିରୋଧ କରାଗଲା । ତାଜÿାଖବାସୀଙ୍କର ବିଶ୍ୱାସ ଥିଲା ବିଦେଶୀ ପୋଷାକ ପରମ୍ପରା ତାଜାଖ ଲୋକଙ୍କୁ ସ୍ୱାଭିମାନ ଶୂନ୍ୟ କରିଦେଇପାରେ, ସାଂସ୍କୃତିକ ଦାସତ୍ୱ ପ୍ରସ୍ଥାପିତ କରିପାରେ । ସେଥିପାଇଁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ବିଦେଶୀ ସଂସ୍କୃତି ଓ ପରମ୍ପରାକୁ ବିରୋଧ କରାଗଲା । ତାଜାଖସ୍ଥାନ ପୂର୍ବରୁ କାଜାଖସ୍ଥାନ, କିରଗିଜସ୍ଥାନ ଓ ଅଜାରବୈଜନ ଭଳି ପଡୋଶୀ ଦେଶ ହିଜାବ ଉପରେ ପ୍ରତିବନ୍ଧକ ଲଗେଇ ସାରିଛନ୍ତି । ସମ୍ଭତଃ ଏହି ପଡୋଶୀ ଦେଶମାନଙ୍କର ହିଜାବ ବିରୋଧୀ ଆନେ୍ଦାଳର ସିଧାସଳଖ ପ୍ରଭାବ ତାଜାଖସ୍ଥାନ ଉପରେ ପଡିଛି ।
ଗୋଟିଏ ପରେ ଗୋଟିଏ ଦେଶ ହିଜାବକୁ ବେଆଇନ ଘୋଷଣା କରୁଥିବା ବେଳେ ଭାରତରେ ଏହି ଆରବ ସଂସ୍କୃତିର ପ୍ରଚଳନ ପାଇଁ ବ୍ୟାପକ ଆନେ୍ଦାଳନ ଦେଖିବାକୁ ମିଳୁଛି । ଭାରତୀୟ ମୁସଲମାନଙ୍କ ଭିତରୁ କିଛିଲୋକ ଇସ୍ଲାମ ନାମରେ ଆରବ ପରମ୍ପରା ଓ ସଂସ୍କୃତିକୁ ଆପଣେଇ ନେବାପାଇଁ ଚେଷ୍ଟା କରୁଛନ୍ତି । ଭାରତୀୟ ପୋଷାକ ପରିବର୍ତ୍ତେ ଆରବର ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ଜିଦ ଧରୁଛନ୍ତି । ଅଧିକାଂଶ ସମୟରେ ଆରବୀ ଟୋପିର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ନିଜ ଉପାସନା ସ୍ଥଳୀରେ ପରିଧାନ କରିବା ସହିତ ଅନ୍ୟମାନଙ୍କୁ ପରିଧାନ କରିବା ପାଇଁ ଚାପ ପକାଯାଉଛି । ଇସଲାମ ଦେଶରେ ହିଜାବ ବିରୋଧୀ ଆନେ୍ଦାଳନ ଦ୍ରୁତ ଗତିରେ ଆଗକୁ ବଢିଚାଲିଥିବା ବେଳେ ଭାରତରେ ହିଜାବ ସପକ୍ଷବାଦୀ ଆନେ୍ଦାଳନ ଅନେକ ମୁସଲିମ ବିଦ୍ୱାନମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।  ତାଜାଖସ୍ଥାନ ଭଳି ଭାରତର ମୁସଲମାନଙ୍କ ନିକଟରେ ଏପରି ଆନେ୍ଦାଳନ ହେବାର ଦେଖାଯାଏନାହିଁ । ସ୍ୱଭାଷା, ପୋଷାକ,ପରମ୍ପରା ଇତ୍ୟାଦି ଆମର ଭୂମିପ୍ରତି ଶ୍ରଦ୍ଧା ନିର୍ମାଣ କରିବାରେ ସହାୟକ ହୋଇଥାଏ । ରାଷ୍ଟ୍ରଭକ୍ତିକୁ ଜୀବନ୍ତ କରି ରଖିଥାଏ । ଭାରତ ବର୍ଷରେ ମଧ୍ୟ ଏପରି ସ୍ୱଭାଷା ଓ ସ୍ୱ ସଂସ୍କୃତି ପାଇଁ ପ୍ରତିବଦ୍ଧତାର ଆବଶ୍ୟକତା ଅଛି । କେବଳ ହିନ୍ଦୁ, ବୌଦ୍ଧ, ଜୈନ, ଶିଖମାନେ ଏଭଳି କାର୍ଯ୍ୟ କରୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଭାରତ ବର୍ଷରେ ରାଷ୍ଟ୍ରୀୟ ସଂସ୍କୃତିକୁ ଭଲ ପାଇବାରେ ବୈଷମ୍ୟ ନିର୍ମାଣ ହେଉଛି । ଯାହା ଆମ ରାଷ୍ଟ୍ରୀୟ ଏକତା ପାଇଁ ଭଲ ନୁହେଁ । ସମୟ ଆସିଛି ସମସ୍ତ ଧର୍ମ ଓ ପନ୍ଥର ଲୋକ ମିଳିମିଶି ନିଜ ରାଷ୍ଟ୍ରୀୟ ପରମ୍ପରାକୁ ଆଗକୁ ବଢେଇବା ପାଇଁ କାର୍ଯ୍ୟ କରିବାକୁ ପଡିବ । କାଜାଖସ୍ଥାନର ନିଜ ଓ ପରମ୍ପରା ପାଇଁ ଆଇନ ପ୍ରଣୟନ କରିବାର ବ୍ୟବସ୍ଥା ଭାରତ ମଧ୍ୟ ଗ୍ରହଣ କରିବା ଉଚିତ । 
ମଠସାହି, ଭଦ୍ରକ 
ମୋ-୯୪୩୭୦୧୭୮୫୭