ଓଏଏସ୍ କୃତିତ୍ୱ ଅମ୍ରିତାଙ୍କୁ ସମ୍ବର୍ଦ୍ଧନା 

ଓଏଏସ୍ କୃତିତ୍ୱ ଅମ୍ରିତାଙ୍କୁ ସମ୍ବର୍ଦ୍ଧନା 


 ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ପାଟଣା ଗ୍ରାମର ଅମ୍ରିତା ସାହୁ ଚଳିତବର୍ଷ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସାରା ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରି ଗ୍ରାମ ତଥା ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । ଏ ନେଇ ଯୋରନ୍ଦା ମହିମା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋରନ୍ଦା ସରପଞ୍ଚ ଆରତୀ ନାୟକ, ସମ୍ମାନିତ ଅତିଥି ଭାବେ ମହିମା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନମିତା ନାୟକ ଯୋଗ ଦେଇ ଅମ୍ରିତାଙ୍କ କଠିନ ପରିଶ୍ରମ ଓ ସଫଳତା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ସେହିପରି ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତନୁଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ଉତ୍ତରରେ ସେ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଯୋରନ୍ଦା ଗ୍ରାମ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଆରତୀ ନାୟକ ଅମ୍ରିତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଯୋରନ୍ଦା ପାଟଣା ତୈଳିକ ବୈଶ୍ୟ ସମାଜ କାର୍ଯ୍ୟଳୟ ଠାରେ ସମସ୍ତ ବରିଷ୍ଠ ସଭ୍ୟମାନଙ୍କ ଉପସ୍ଥିତିରେ ଏହି କୃତିତ୍ୱ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଆଶୀର୍ବାଦ ଦେଇଥିଲେ । ବୈଠକରେ ତୈଳିକ ବୈଶ୍ୟ ସମାଜ ସଭ୍ୟ ସୁଧାକର ସାହୁ, ତ୍ରିଲୋଚନ ସାହୁ,ଅଭୟ କୁମାର ସାହୁ, ବୈରାଗୀ ସାହୁ, ପ୍ରସନ୍ନ ସାହୁ, ଗୁଣ୍ଡିଚା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି, ଯୋରନ୍ଦା ପାଟଣା ଗ୍ରାମର ସୁଧାକର ସାହୁ ଓ ଅଶାନ୍ତି ସାହୁଙ୍କର ଝିଅ ଅମ୍ରିତା ପ୍ରଥମ ପଦାର୍ପଣରେ ଏହି ସଫଳତା ପାଇଛନ୍ତି। ଯୋରନ୍ଦା ପାଟଣା ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା, ନୋଡାଲ ସ୍କୁଲରେ ଉଚ୍ଚ ପ୍ରାଥମିକ ଶିକ୍ଷା, ଯୋରନ୍ଦା ମହିମା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ। ଢେଙ୍କାନାଳରେ +୨ ବିଜ୍ଞାନ ଓ ଦଧିଚି କଲେଜରେ ଫାର୍ମାସୀ ପଢିଥିଲେ। ଇନ୍ଦିରାଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।