ବାଣ ଫୁଟାଇବାବେଳେ ମାନନ୍ତୁ ଏହିସବୁ ନିୟମ 

ବାଣ ଫୁଟାଇବାବେଳେ ମାନନ୍ତୁ ଏହିସବୁ ନିୟମ 

-ହାତରେ ବାଣ ଫୁଟାନ୍ତୁ ନାହିଁ ।  
-ଘର ଭିତରେ ବାଣ ଫୁଟାନ୍ତୁ ନାହିଁ ।
 -କୌଣସି ଜ୍ୱଳନଶୀଳ ପଦାର୍ଥ ପାଖରେ କିମ୍ବା ଅଳିଆଗଦା ପାଖରେ ବାଣ ଫୁଟାନ୍ତୁ ନାହିଁ । 
-ଖୋଲାସ୍ଥାନରେ ବାଣ ଫୁଟାନ୍ତୁ । -ବାଣ ଫୁଟାଉଥିବା ସ୍ଥାନରେ ପାଣିବାଲଟି ରଖନ୍ତୁ । 
-ବାଣ ଫୁଟାଇବା ପରେ ବାଣର ଅବଶେଷ ବାଣିରେ ପକାଇଦିଅନ୍ତୁ ।
 -ବାଣକୁ ବାକ୍ସ,ମାଠିଆ କିମ୍ବା ବୋତଲରେ ଫୁଟାନ୍ତୁ ନାହିଁ ।
 - କୌଣସି ବାଣ କିମ୍ବା ବମକୁ ଜାଳିକି ପକାନ୍ତୁ ନାହିଁ ।
 -ଭିଡ଼ ଥିବା ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ । 
- ବାଣରେ ନିଆଁ ଲଗାଇ ଜାଳିବା ପରେ ବାଣ ପାଖକୁ ଯାଆନ୍ତୁ ନାହିଁ । 
- ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ । ଏହାଦ୍ୱାରା ଶ୍ରବଣ ଶକ୍ତିରେ ପ୍ରଭାବ ପଡ଼ିଥାଏ । 
-ଯଦି ଶରୀରର କୌଣସି ଅଙ୍ଗ ଜଳିଯାଇଛି ତେବେ ଜ୍ୱଳନ ନକମିବା ଯାଏଁ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ପରେ ଡାକ୍ତରଙ୍କୁ ଦେଖାନ୍ତୁ । 
-ଭୁଲରେ ମଧ୍ୟ ପୋଡ଼ିଯାଇଥିବା ସ୍ଥାନକୁ କପଡାରେ ଘଷନ୍ତୁ ନାହିଁ । 
-ଜଳିଯାଇଥିବା ସ୍ଥାନରେ କୋଲ୍ଡ କ୍ରିମ୍‌ ଲଗାନ୍ତୁ । 
- ଘା ଯଦି ଗଭୀର ହୋଇଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 
- ଯଦି ଆଖିରେ ବାରୁଦ କିମ୍ବା ନିଆଁ ପଡ଼ିଯାଇଥାଏ ତେବେ ଭୁଲରେ ମଧ୍ୟ ନ ରଗଡ଼ି ଥଣ୍ଡା ପାଣିରେ ୧୫ମିନିଟ ପର୍ଯ୍ୟନ୍ତ ଧୁଅନ୍ତୁ । 
-ଘରେ ଆଣ୍ଟିବାୟୋଟିକ୍‌ ଥିଲେ ଏହି ପୋଡ଼ା ଘାରେ ଲଗାନ୍ତୁ ।
 -ଯଦି ଆଖି ନ ଖୋଲେ ତେବେ ଆଖି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।
-ମନେରଖିବେ ଆଖିର ଶୀତଳତା ପାଇଁ କେବେ ହେଲେ ଗୋଲାପ ଜଳ ପକାନ୍ତୁ ନାହିଁ ।