ନଡ୍ଡାଙ୍କ ପରେ ଆସୁଛନ୍ତି ଶାହ

ଯାଜପୁରରୁ ଶରତ ପଥାଳ :
ବିଜେପି ନେତାଙ୍କ ଫୋକସରେ ଯାଜପୁର । ଶେଷ ପର୍ଯ୍ୟାୟରେ ହେବାକୁ ଥିବା ଯାଜପୁର ଲୋକସଭା ସହ ୭ଗୋଟି ବିଧାନସଭା ଉପରେ ପଡ଼ିଛି ବିଜେପି ନେତାଙ୍କ ନଜର । ୨୧ରୁ ୧୭ ଲୋକସଭା ଆସନ ବିଜୟ ସହ ରାଜ୍ୟରେ ସରକାର ଗଠନ କରିବା ଆଗ୍ରହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ରାଷ୍ଟ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି । ବିଜେଡ଼ି ଗଡ଼ ଯାଜପୁରରେ ପଦ୍ମ ଫୁଟାଇବାକୁ ବିଜେପି ରାଷ୍ଟ୍ରୀୟ ନେତାଙ୍କ ଆଗମନ ଆରମ୍ଭ ହୋଇଯାଇଛି ।
ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷା ଜେ.ପି.ନଡ୍ଡା ଯାଜପୁର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ମହୋତ୍ସବ ପଡ଼ିଆରେ ଗରମାଗମର ଭାଷଣ ଦେଇଯାଇଛନ୍ତି । ନଡ୍ଡାଙ୍କ ପରେ ୨୫ତାରିଖ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଯାଜପୁର ଗସ୍ତରେ ଆସୁଛନ୍ତି । ଶାହ କୋରେଇ ନିର୍ବାଚନ ମଣ୍ଡଳୀରେନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶାହ ଓଡ଼ିଶାଗସ୍ତ ବେଳେ ଯେଭଳି ରାଜ୍ୟ ସରକାରଙ୍କୁ ନିଶାନା କରୁଛନ୍ତି ଯାଜପୁରରେ ତାହା ମଧ୍ୟ ଶୁଣିବାକୁ ମିଳିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ, ଅମିତ ଶାହଙ୍କ ପରି ଦୁଇ ଟାଣୁଆ ନେତାଙ୍କ ପରେ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀକୁ କେହିବି କେନ୍ଦ୍ରୀୟ ନେତା ଗସ୍ତ କରିପାରନ୍ତି । ପଞ୍ଚମ ପାଳିର ବିଜେଡ଼ି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେପାଣ୍ଡିଆନଙ୍କ ପରେ ପ୍ରଭାବଶାଳୀ ନେତା ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଓରଫ ବବି ଦାସ । ଯାହାଙ୍କ ନେତୃତ୍ୱରେ ବିଜେଡ଼ି ଗଡ଼ ସୁରକ୍ଷିତ ରହି ଆସିଛି । ବବିଙ୍କ ରାଜନୈତିକ ଗୋଟି ଚାଳନା, ସାଂସଦ ଏବଂ ସମସ୍ତ ବିଧାୟକଙ୍କ ସହ ଦଳୀୟ କାର୍ଯ୍ୟକର୍ତାଙ୍କ ପ୍ରଚେଷ୍ଟାରୁ ବିଜେଡ଼ି ୨୦୧୯ରେ ଭାରତୀୟ ଜନତା ପାର୍ଟି ଦେଖିଥିବା ସ୍ୱପ୍ନକୁ ବିଫଳ କରିପାରିଥିଲା । ୧୯ରେ ନିରାଶ ବିଜେପି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବଳ ଯୋଗାଡ଼ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ଫେଲ ମାରିଥିଲା । ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡ଼ି ଭାରତୀୟ ଜନତା ପାର୍ଟିର ଭୋଟ ପରିମାଣକୁ ଯଥେଷ୍ଟ ଭାବେ ଭାଙ୍ଗିବାକୁ ସକ୍ଷମ ହୋଇଥିଲା । କିନ୍ତୁ ବବି ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଚାଲିଯିବା ପରେ ବିଜେପି ସକ୍ରିୟ ହୋଇପଡ଼ିଛି । ବବିଙ୍କ ଅନୁପସ୍ଥିତ ଏବଂ ବିଜେପି ରାଷ୍ଟ୍ରୀୟ ନେତାଙ୍କ ଓଡ଼ିଶା ଫୋକସରୁ ଫାଇଦା ନେବାକୁ ଦଳୀୟ ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତା ପ୍ରାଣମୂର୍ଚ୍ଛା ଲାଗିପଡ଼ିଛନ୍ତି । ଯାଜପୁରରେ ପଦ୍ମ ଫୁଟାଇବାର ମନ୍ତ୍ର ଦେବା ସହ ପ୍ରାର୍ଥୀ, କର୍ମୀ-କାର୍ଯ୍ୟକର୍ତ୍ତାଙ୍କୁ ଯୋଶ ଦେବାକୁ ଆଗେଇ ଆସିଛନ୍ତି କେନ୍ଦ୍ରିୟ ନେତା । କେନ୍ଦ୍ରିୟ ନେତାଙ୍କ ବିଜୟମନ୍ତ୍ର ଏବଂ ଯୋଶ ପ୍ରାର୍ଥୀ, କର୍ମୀ-କାର୍ଯ୍ୟକର୍ତ୍ତାଙ୍କ ଯୋଶ କେତେ ବଢାଇବ ତାହା ତ ସମୟ କହିବ, କିନ୍ତୁ ବିଜେଡ଼ି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜିଲାପରିଷଦ ଏବଂ ପାରିଷଦ ହାତେଇଥିବା ଭୋଟକୁ ଯଦି ଅଟକାଇ ପାରିବ, ତେବେ ବିଜେଡ଼ି ଗଡ଼କୁ ବିଜେପି ଦୋହଲାଇ ପାରିବା ସହଜ ହେବନି । ତେବେ କିଛି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଘାତି କାର୍ଯର୍୍ୟ ମତେ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଗୋଟି ଚାଳନା ଚାଲିଥିବା ରାଜନୈତିକ ଖଟିରେ ଚର୍ଚ୍ଚା ହେଉଛି । ବିଶେଷ କରି ପ୍ରଭାବିତ ନେତାଙ୍କ ଗୋଛିକାଟିବାକୁ ଦଳରେ ଥାଇ ଦଳ ପ୍ରାର୍ଥୀ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚାଯାଇଥିବା କଥା ଆଲୋଚନା ଯୋରଧରିଛି । ଏହା ସତ ହୋଇପାରେ କିମ୍ବା ଉଠାକଥା । ହେଲେ ଗୋଟିଏ କଥା ବିଜେଡ଼ି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଜିଲାପରିଷଦ ଏବଂ ପାରିଷଦ ପାଇଥିବା ଭୋଟ ଯଦି ଅଟକାଇ ପାରିଲା, ତେବେ ବିଜେପି ଯାଜପୁରରେ ପଦ୍ମ ଫୁଟାଇବା ସ୍ୱପ୍ନ ଅଧୁରା ରହିବ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଦେଖିଲା ଭଳି ପ୍ରଦର୍ଶନ କରିଥିବା ବିଜେପି ୨୦୧୯ରେ ବିଜେଡ଼ି ହାତରୁ ଅତିକମରେ ୩ଟି ଆସନ ଛଡ଼ାଇ ନେବ ବୋଲି ଧରିନେଇଥିଲା । ହେଲେ ଏହା ସମ୍ଭବପର ହୋଇନଥିଲା । କିନ୍ତୁ ବିଜେପି ବରୀ, ବଡ଼ଚଣା ଏବଂ ସୁକିନ୍ଦାରେ ବିଜେଡ଼ିକୁ କଡ଼ା ଟକର ଦେଇଥିଲା । ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ଟକ୍କର ଦେଇଥିବା ବିଜେପି କିନ୍ତୁ ୨୨ ପଞ୍ଚାୟତ ନିର୍ବାଚନରେ ବିଜେପିକୁ କଡ଼ା ଜବାଦ ଦେଇଥିଲା ବିଜେଡ଼ି । ସମସ୍ତ ୩୯ଗୋଟି ଜୋନରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇ ଜିଲାପରିଷଦ ଅକ୍ତିଆର କରିଥିଲା । ଆଉ ପୌର ନିର୍ବାଚନରେ ବିଜେଡ଼ି ବ୍ୟାସନଗର ଏବଂ ଯାଜପୁର ପୌରପରିଷ ଦଖଲ କରିଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପିର ନୈରାଶ୍ୟ ଜନକ ପ୍ରଦର୍ଶନ ରାଜନୈତିକ ମହଲକୁ ଚକିତ କରିଥିଲା । ବିଜେଡ଼ିର ରଣନୀତି ଆଗରେ ବିଜେପି ନେତା ଫେଲ ମାରିଥିଲେ ହେଁ କେତେକ ସ୍ଥାନରେ କିନ୍ତୁ କଡ଼ା ମୁକାବିଲା କରିଥିଲେ ଦଳୀୟ ପ୍ରାର୍ଥୀ । ପୈାର ନିର୍ବାଚନରେ ବ୍ୟାସନଗର ପୌରପାଳିକାରେ ବିଜେପି ବି ଭଲ ପ୍ରଦର୍ଶନ କରିଥିଲା ସତ ହେଲେ ତାହା ବିଜେଡ଼ିକୁ ଅଟକାଇବାକୁ ସମର୍ଥ ହୋଇନଥିଲା ।
ଯଦି ଜିଲାପରିଷଦ ପ୍ରାର୍ଥୀଙ୍କ ଭୋଟକୁ ହିସାବକୁ ନିଆଯାଏ, ତେବେ ଯାଜପୁର ଜିଲାର ୭ଗୋଟି ବିଧାନସଭା କ୍ଷେତ୍ରରେ ଥିବା ୩୯ଗୋଟି ଜିଲା ପରିଷଦ ଜୋନରୁ ବିଜେଡ଼ି ୬ଲକ୍ଷ ୨୬ହଜାର ୪୯୯ ଭୋଟ ପାଇଥିବା ବେଳେ ବିଜେପି ୩ଲକ୍ଷ ୧୬ହଜାର ୬୪୨ ଭୋଟ ହାତେଇଥିଲା । ବିଜେଡ଼ିର ଭୋଟ ବିଜେପି ଠାରୁ ଅଧାରୁ ସାମାନ୍ୟ କମ ରହିଥିଲା । କଂଗ୍ରେସ ଏହା ତୁଳନାରେ ଯଥେଷ୍ଟ କମ ପାଇଥିଲା । ଯଦି ଜିଲାର ୭ଗୋଟି ବିଧାନସଭା ଅସନ ଅନ୍ତର୍ଗତ ଜିଲାପରିଷଦ ଜୋନକୁ ହିସାବକୁ ନେବା ତେବେ କୋରେଇ ବ୍ଲକ ଅନ୍ତର୍ଗତ ୩ଟି ଜୋନରେ ବିଜେଡ଼ି ୫୧.୭୪୭ ଭୋଟ ପାଇଥିବା ବେଳେ ବିଜେପି ୨୬.୮୧୧ଭୋଟ ପାଇଥିଲା । ବିଧାୟକ ଅଶୋକ ବଳଙ୍କ ସଫଳ ଗୋଟି ଚାଳନା ଏବଂ ବିଜେପି ପ୍ରତି ଭୋଟରଙ୍କ ଥିବା ବିଶ୍ୱାସରୁ ପ୍ରାର୍ଥୀ ଭୋଟରଙ୍କ ସମର୍ଥନ ହାସଲ କରିପାରିଥିଲେ । ରସୁଲପୁର ବ୍ଲକ ଅନ୍ତର୍ଗତ ୪ଟି ଜୋନରୁ ବିଜେଡ଼ି ୭୪.୦୯୪ ଭୋଟ ପାଇବାକୁ ସମର୍ଥ ହୋଇଥିବା ବେଳେ ବିଜେପି ୩୦.୬୯୮, ବଡ଼ଚଣା ବ୍ଲକ ଅନ୍ତର୍ଗତ ଜୋନରୁ ୪୮.୩୮୪ରୁ ବିଜେଡ଼ି, ୧୮.୧୪୭ ଭୋଟ ବିଜେପିକୁ ମିଳିଥିଲା । ବରୀ ବ୍ଲକ ଅନ୍ତର୍ଗତ ଜୋନରୁ ବିଜେଡ଼ି ୪୭.୦୮୪, ବିଜେପି ୩୨.୩୦୬, ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜୋନରୁ ବିଜେଡ଼ି ୬୨୧୧୦, ବିଜେପି ୩୫୦୫୦, ଦଶରଥପୁର ବ୍ଲକ ଅନ୍ତର୍ଗତ ଜୋନରୁ ବିଜେଡ଼ି ୭୮୩୨୯, ବିଜେପି ୩୯୩୭୩, ଯାଜପୁର ବ୍ଲକ ଅନ୍ତର୍ଗତ ଜୋନରୁ ବିଜେଡ଼ି ୮୦୭୦୨, ବିଜେପି ୨୨୫୭୩, ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜୋନରୁ ବିଜେଡ଼ି ୮୧୬୦୩, ବିଜେପି ୪୯୨୨୧ନ୍ଦାନଗଦୀ ବ୍ଲକ ଅନ୍ତର୍ଗତ ଜୋନରୁ ୩୯୩୯୭ ବିଜେଡ଼ିକୁ ଭୋଟ ମିଳିଥିବା ବେଳେ ବିଜେପିକୁ ୨୧୯୮୧ ଭୋଟ ମିଳିଥିଲା । ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ଗୋଟି ଜୋନରେ ବିଜେଡ଼ି ପ୍ରାର୍ଥୀଙ୍କୁ ୪୬୨୦୬ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୩୨୩୯୪ ଭୋଟ ମିଳିଥିଲା । ସେହିପରି ପୌର ନିର୍ବାଚନରେ ବ୍ୟାସନଗର ବିଜେଡ଼ି ପୌରାଧ୍ୟକ୍ଷାଙ୍କୁ ୧୫୭୨୦ ଭୋଟ ମିଳିଥିଲା । ଯେଉଁଠିକି ବିଜେପି ପ୍ରାର୍ଥୀଙ୍କୁ ୪୧୯୪ ଭୋଟ ମିଳିଥିଲା । ଯାଜପୁର ପୌରପାଳରୁ ବିଜେଡ଼ି ଅଧ୍ୟକ୍ଷାଙ୍କୁ ୧୮୬୯୬ ଏବଂ ବିଜେପିକୁ ୨୪୯୩ ଭୋଟ ମିଳିଥିଲା । ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଯାଇଛି ମାତ୍ର ଦୁଇବର୍ଷ । ଦୁଇବର୍ଷ ତଳେ ଅନୁଷ୍ଠିତ ନିର୍ବାଚନରେ ବିଜେଡ଼ି ବିଜେପିକୁ ଭୋଟହାରରେ ଅଧା ଟପିକି ଥିଲା । କହିପାରିବା ପୌର-ପଞ୍ଚାୟତ ଠାରୁ ବିଧାନସଭ-ଲୋକସଭା ନିର୍ବାଚନ ପୁରା ଭିନ୍ନ । କିନ୍ତୁ ବିଜେଡ଼ି ଦଖଲରେ ବ୍ଲକ, ପୌରପରିଷଦ ରହିଥିବାରୁ ଯଦି ଦଳ ପାଇଥିବା ଭୋଟକୁ ଅଟକାଇ ପାରିଲା, ତେବେ ବିଜେପିକୁ ବିଜେଡ଼ି ଗଡ଼ ଦୋହଲାଇବାଟା ସହଜ ହେବନି । କିନ୍ତୁ ଦଳ ବଦଳ, ଅସନ୍ତୋଷରୁ ବିଜେପି ଫାଇଦା ଉଠାଇବାକୁ ଯେଭଳି ଭାବେ ଉଦ୍ୟମ କରିଛି, ଆଉ ବିଜେପିର ପ୍ରଭାବୀ ନେତା ଯେଭଳି ଭାବେ ଓଡ଼ିଶା ଗସ୍ତ କରି ଶାସକ ଦଳକୁ ଶଣ୍ଢୁଆଶି ଆକ୍ରମଣ କରୁଛନ୍ତି, ସେହି ପ୍ରଭାବରେ ବିଜେପି ବିଜେଡ଼ି ଗଡ଼ରେ ଗଡ଼ବଡ଼ କରିବାକୁ ଲକ୍ଷ୍ୟ ରଖିଛି । ତେବେ ସମ୍ବଲପୁର ଲୋକସଭା ନିର୍ବାଚନ ଲଢିବାକୁ ଯାଇଥିବା ବବି ଦାସ ଯାଜପୁରରେ ପହଁଚିବା ପରେ କି ପ୍ରକାର ରଣନୀତି କରି ବିଜେପିକୁ ଚେକ୍ ଦେଉଛନ୍ତି, ତାହା ଉପରେ ରହିବ ସମସ୍ତଙ୍କ ନ