ନିର୍ବାଚନ ରଣକ୍ଷେତ୍ରରେ ଆଗରେ ଭାଦବ
ସାରସକଣାରୁ ମଳୟ କୁମାର ନାୟକ :
ଏବେ ଗାଁ ଗାଁରୁ ବଜାର ଯାଏଁ ସ୍ୱର ଉଠୁଛି ବିଜେପି ସପକ୍ଷରେ । କର୍ମୀଙ୍କ ତୁଳନାରେ ଭୋଟର ସଂଖ୍ୟା ବେଶ ବଢ଼ୁଥିବା ଦେଖିବାକୁ ମିଳୁଛି । ୨୦୨୪ ନିର୍ବାଚନ ପାଇଁ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଏବେ ସାରସକଣା ନିର୍ବାଚନମଣ୍ଡଳୀରେ ବିଧାନସଭା ପ୍ରାର୍ଥୀ ଭାବେ ଲଢେଇ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ପ୍ରାର୍ଥୀ ଭାଦବ ହାଁସଦା । ଛାତ୍ର ସଂଗଠନରୁ ଲଢେଇ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶି ସୁଦାମ ମାରାଣ୍ଡି ବିଧାୟକ, ସାଂସଦ ହୋଇଥିଲେ ଏବଂ ଭାଦବ ହାଁସଦା ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇ ଜିଲ୍ଲାରେ ବେଶ ପରିଚିତ ଚେହେରା ହେଇଥିଲେ । ହେଲେ ସମୟ ଅନୁସାରେ ନିଜକୁ ଖାପ ଖୁଆଇ ଦୁହେଁ ବିଜେଡିରେ ଯୋଗ ଦେଲେ, ଭାଦବ ହାଁସଦା ସାରସକଣାରୁ ୨୦୧୪ରେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ବିଧାୟକ ଥିବା ସମୟରେ ଭାଦବ ହାଁସଦାଙ୍କ ଉଦ୍ୟମ ଫଳରେ ନିର୍ବାଚନମଣ୍ଡଳୀରେ ସର୍ବାଧିକ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା । ୧୦୦ବର୍ଷ ପୂର୍ବରୁ ରହିଥିବା ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ହୋଇଥିଲା ଭାଦବଙ୍କ ସମୟରେ । ବିଭିନ୍ନ ସ୍ଥାନରେ ନଦୀରେ ପୋଲ, ରାସ୍ତା ଏସବୁ ନିମନ୍ତେ ଭାଦବଙ୍କ ଅବଦାନ ରହିଥିବାରୁ ଆଜିବି ବିଭିନ୍ନ ପଞ୍ଚାୟତରେ ଭାଦବଙ୍କ କ୍ରେଜ୍ ରହିଛି । ସେହିପରି ବ୍ଲକ କାର୍ଯ୍ୟାଳୟର ମନମୁଖୀ ଲୁଟ ତରାଜ ଓ ଦୁର୍ନୀତି ନିୟନ୍ତ୍ରଣ ପାଇଁ ବ୍ୟକ୍ତିଗତ ଭାବେ ତଦାରଖ କରୁଥିଲେ ଭାଦବ ହାଁସଦା ସେଥିପାଇଁ ବ୍ଲକରେ ତାଙ୍କ ସ୍ୱାଭିମାନକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଠିକାଦାର ମାନଙ୍କ ଆକ୍ରସର ଶିକାର ହୋଇ ବାରମ୍ବାର ତାଙ୍କୁ ବିରୋଧ କରାଯାଇଥିଲା ବିଜେଡ଼ି ଦଳରେ, କାରଣ ଥିଲା ସାରକଣା ବ୍ଳକର ସଂଗଠକ ଅମରେନ୍ଦ୍ର କରଙ୍କ ସହିତ ମନ ମାଳିନ୍ୟ । ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ନଦେଇ ବିଶୋଇ ବ୍ଲକର ଅମର ସିଂ ଟୁଡୁଙ୍କୁ ଦେଇଥିଲା । ଫଳ ସ୍ୱରୂପ ବିଜେଡି ପରାଜୟ ହୋଇଥଲା ଓ ବିଜେପିର ବିଜୟ ହୋଇଥିଲା । ୨୦୨୪ନିର୍ବାଚନରେ ଟିକେଟ ପାଇଁ ଭାଦବ ଲଗାତାର ଉଚ୍ଚସ୍ତରୀୟ ନେତାଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା, କୁଚକ୍ରିଙ୍କ ପାଇଁ ପୁଣି ତାଙ୍କୁ ଟିକେଟରୁ ବଞ୍ଚିତ କରିବାକୁ ଯୋଜନା ହୋଇଥିବା ଶୁଣି ଭାଦବ ହାଁସଦା ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ବିଜେପି ମଧ୍ୟ ଭାଦବଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ବିଜେପି କିନ୍ତୁ ବିଜେଡି ଠାରୁ ସମ୍ପୂର୍ଣ୍ଣ ଅଲଗା ଭାବେ ନିଜର ରଣନୀତି କରି ୨୦୨୪ ନିର୍ବାଚନ ପାରି ହେବାପାଇଁ ମଇଦାନକୁ ଓହ୍ଲାଇଛି । ବିଜେଡି ସ୍ଥାନୀୟ ସମର୍ଥକ ସହିତ ବାରିପଦାର ଯୁବକ ମାନଙ୍କୁ ନେଇ ସମର୍ଥନ ଜୁଟାଇ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ, ବିଜେପି ତରଫରୁ ବିଭିନ୍ନ କୌଶଳ ଲଗାଇ ନିଜର ଭୋଟ ବ୍ୟାଙ୍କ ବଞ୍ଚାଇବା ପାଇଁ ପ୍ରତ୍ୟେକ ପଞ୍ଚାୟତସ୍ତରରେ କର୍ମୀ ସମ୍ମିଳନୀ କରି ଗ୍ରାମାଞ୍ଚଳର ଲୋକଙ୍କୁ ଏକଜୁଟ କରିବାରେ ଲାଗିଛି । ପ୍ରତ୍ୟେକ ପଞ୍ଚାୟତରେ ଭାଦବ ହାଁସଦା ନିଜର ଶତାଧିକ କର୍ମୀ ସହ ପଦଯାତ୍ରା, ମଟରସାଇକେଲ ଶୋଭାଯାତ୍ରା କରି ଲୋକଙ୍କୁ ଭେଟି ପଦ୍ମ ଚିହ୍ନରେ ଭୋଟ ଦେବାପାଇଁ ଅପିଲ କରୁଥିବା ତାଙ୍କୁ ଧୀରେ ଧିରେ ମଜବୁତ୍ କରୁଚି । ପ୍ରତ୍ୟେକ ପଞ୍ଚାୟତରେ ଶତାଧିକ ଯୁବକ ତାଙ୍କ ସହିତ ଯୋଡି ହୋଇ କେମ୍ପେନିଂ କରୁଥିବା ଅନ୍ୟଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସରକାରୀ ଦଳ ଏସଏଚଜି ଗ୍ରୁପ ଗୁଡ଼ିକୁ ଚାପ୍ ଦେଇ ନିଜ ଦଳକୁ ସମର୍ଥନ ଦେବାକୁ ବାଧ୍ୟ କରୁଥିବା ବେଳେ, ଭାଦବ ପ୍ରତ୍ୟେକ କାର୍ଯ୍ୟକ୍ରମ ଗୁଡ଼ିକରେ ସବୁଠାରୁ ବେଶି ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି । ସଭାରେ ବିଭିନ୍ନ ଦଳର ଲୋକ ସ୍ୱତ ପ୍ରବୃତ୍ତ ଭାବେ ଆସି ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ବିଜେପିର ସାଂସଦ ପ୍ରାର୍ଥୀ ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ଟିକେଟ ଦିଆଯାଇଥିବା ବେଳେ, ପ୍ରାୟତଃ ସ୍ଥାନରେ ଉଭୟେ ଭାଦବ ହାଁସଦା ଓ ନବଚରଣ ମାଝୀ ମିଳିତ ଭାବେ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର ଓ ସଭାରେ ଦେଖିବାକୁ ମିଳୁଛନ୍ତି । ଭାଦବ ହାଁସଦା ଜେଏମଏମରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଜେଡିରୁ ବିଧାୟକ ହେବା ପରେ ଏବେ ବିଜେପିରୁ ନିର୍ବାଚନ ଲଢ଼ିବା ତାଙ୍କୁ ବେଶ ସୁହାଉଛି ବୋଲି ଆଲୋଚନା ହେଉଛି । ସମସ୍ତ ଦଳର ଭୋଟରଙ୍କୁ ଏକଜୁଟ କରିବାରେ ସଫଳ ହେବେ ବୋଲି ଆଲୋଚନା ଜୋର ଧରିଛି । ସାରସକଣା ସହିତ ବିଶୋଇ, ବିଜାତଳା, କୁସୁମୀର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ସହିତ ସଭାରେ ଲୋକଙ୍କ ସମର୍ଥନ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଲୋକପ୍ରତିନିଧି ବିଜେପିରେ ଯୋଗଦେବା ନିର୍ବାଚନକୁ ସରଗରମ କରିଛି । ବହୁ ବିଜେଡ଼ି କର୍ମୀ ଦଳ ଛାଡି ଭାଦବଙ୍କୁ ସହୋଜୋଗ କରିବାକୁ ବିଜେପିରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ବିଶୋଇ ବ୍ଲକରେ ଭାଦବଙ୍କ ସ୍ଥିତି ଟିକିଏ ସମସ୍ୟାରେ ରହୁଥିବା ସୂଚନା ମିଳିଛି, ଯାହାକି ସମୟ ଆସିଲେ ସେ ସୁଧାରି ନେବେ ବୋଲି ତାଙ୍କ ସମର୍ଥକ କହିଚନ୍ତି । ଭାଦବ ଜଣେ ଦକ୍ଷ ନେତା ହୋଇଥିବାରୁ ରଣକୌଶଳ ତାଙ୍କୁ ବେଶ୍ ଜଣାଅଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଚନ୍ତି ।