ଦୁଇନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସୁଷମା
ନୀଳଗିରିରୁ ଭଗବାନ ମହଲ: ସୁଷମା ବିଶ୍ୱାଳଙ୍କୁ ନେଇ ଏବେ ନୀଳଗିରି ରାଜନୀତି ପାଣିପାଗ ସରଗରମ ହେବାକୁ ଯାଉଛି । ଦୁଇ ନେତାଙ୍କ ନଜର ଏବେ ଭାଉଜଙ୍କ ଉପରେ । ସୁଷମା ଭାଉଜ କାହା ମୁଣ୍ଡରେ ଆଶିଷ ଢ଼ାଳିବେ ଦେଖିବାକୁ ବାକିରହିଲା । ୨୦୧୯ନିର୍ବାଚନକୁ ମନେ ପକାଇବେ କି ସୁଷମା । ଏବେବି ଆଖିର ଲୁହ ସୁଖିନାହିଁ । ସୂଚନା ୨୦୧୯ସାଧାରଣ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ଅନେକ ଆଶା ଭରସା ରଖିଥିଲେ । ସେଥିପାଇଁ ସୁଷମା ନୀଳଗିରି ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମ କରିସାରିଥିଲେ । ଏପରିକି ନୀଳଗିରିରେ ଏକ ନିର୍ବାଚନ ଅଫିସ ଖୋଲି ମଇଦାନକୁ ଓହ୍ଲାଇ ପଡ଼ିଥିଲେ । ମାତ୍ର ନିର୍ବାଚନ ୨୦ରୁ ୨୫ଦିନ ରହିଥିବା ବେଳେ ଟିକଟକୁ ନେଇ ବହୁ ଆଶା ଭରସା ରଖିଥିଲେ ସୁଷମା । ସୁଷମାକୁ ଦଳୀୟ ଟିକଟ କିପରି ନ ପାଇବ ଆରମ୍ଭ ହୋଇଥିଲା ଗୃହ ଯୁଦ୍ଧ । ସୁଷମାକୁ ନୀଳଗିରିରୁ ହଟେଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଗଲା । ସୁଷମା ବିରୁଦ୍ଧରେ ବିଜେଡି ସୁପ୍ରିମୋଙ୍କୁ କୁହାଗଲା । ଶେଷରେ ବର୍ଷଯାକର ତପସ୍ୟା ଶୁଖୁଆ ପୋଡାରେ ଗଲା । ସୁଷମାକୁ ମିଳିଲାନି ଟିକେଟ । ନିର୍ବାଚନ ସରିଲା । ବିଜେଡି ଏଠାରେ ଶୋଚନୀୟ ପରାସ୍ତ ହେଲା । କିଛି ମାସ ପରେ ସୁଷମା ପୁଣି ନିଜ ଘର ବିଜେପି ଶିବିରକୁ ଫେରିଥିଲେ । ପୁଣି ଆସିଲା ୨୦୨୪ନିର୍ବାଚନ । ସୁଷମା ଭାଉଜ ବିଜେପିରେ । ୨୦୧୯ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏବେ ବିଜେପିର ବିଧାୟକ ପ୍ରାର୍ଥୀ । ସୁଷମା ଭାଉଜ ଏବେ ରକ୍ତ ଚାଉଳ ଚୋବେଇଲେଣି ବୋଲି ଶୁଣିବାକୁ ମିଳୁଛି । ଯିଏ ତାଙ୍କ ପାଇଁ ଅତୀତରେ ବୁମେରଙ୍ଗ ସାଜିଥିଲା ଏବେ ତାଙ୍କ ପାଇଁ ସୁଷମା କରିବେକି ଖେଳ ବୋଲି ତମାମ୍ ନୀଳଗିରିରେ ଚର୍ଚ୍ଚା ଚାଲିଛି । ନୀଳଗିରିର ବେଇମାନ୍ଙ୍କୁ ଜବାବ୍ ଦେବେକି ସୁଷମା । ନା ଗୃହ ଶତ୍ରୁ ସାଜି ଶହେରୁ ଶହେରେ ଖେଳ ଖେଳିବେକି ସୁଷମା ଭାଉଜ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି । ତେବେ କହାମୁଣ୍ଡରେ ଆଶିଷ ଢ଼ାଳିବେ ତାହା ଦେଖିବାକୁ ବାକିରହିଲା