୧୫ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

୧୫ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ୱର: ପୁଣି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବାକୁ ରାହୁଲ ଗାନ୍ଧି ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ। ଏଠାରେ ସେ କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ।

ରାହୁଲ ବାଇକ ରାଲି ସହ ଜନସଭାରେ ଲୋକଙ୍କୁ ସମ୍ବୋଧନ କରିବେ।  
ରାହୁଲ ଗାନ୍ଧି ଏହାପୂର୍ବରୁ ଏପ୍ରିଲ ୨୮ରେ ସାଲେପୁର ଆସି କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ। ସେହିପରି ମେ’ ୩ରେ ମଧ୍ୟ ସେ ରାୟଗଡ଼ା ଆସିବାର ଥିଲା। କିନ୍ତୁ ରାଏବରେଲ ସେଦିନ ରାହୁଲ ନାମାଙ୍କନ ଭରିଥିଲେ।

ତେଣୁ ସେ ରାୟଗଡ଼ା ଆସି ପାରିଥିଲେ। କିନ୍ତୁ ରାୟଗଡ଼ାରେ ଆୟୋଜିତ କଂଗ୍ରେସ ସଭାକୁ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଥିଲେ। ଏବେ ସେ ପୁଣି ୧୫ ତାରିଖରେ ଓଡ଼ିଶା ଆସୁଛନ୍ତି। ବଲଙ୍ଗୀର ଲୋକସଭା ଆସନରେ କଂଗ୍ରେସ ଅଭିନେତାରୁ ନେତା ହୋଇଥିବା ମନୋଜ ମିଶ୍ରଙ୍କୁ ଟିକେଟ ଦେଇଛି।