ଗୁରୁ ଦିବସ

ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ପାଇଁ ଏହା ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ରେ ଶିକ୍ଷକ ମାନଙ୍କ ବିଶେଷ ଅବଦାନ ନିମନ୍ତେ ସେମାନଙ୍କୁ ଉସôାହିତ ଓ ସମ୍ମାନିତ କରିବା ପାଇଁ ଏହି ଉସôବ ବା ଦିବସର ବିଶେଷତ୍ୱ । ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ପାଇଁ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ରରେ ଜଣେ ଶିକ୍ଷାବିତ୍ ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନ ର ସ୍ମୃତି ଚାରଣ କରାଯାଏ । ଏହି ପ୍ରାଥମିକ କାରଣକୁ ବିଭିନ୍ନ ଦେଶରେ ବିଭିନ୍ନ ତାରିଖରେ ପାଳନ କରନ୍ତି । ଉଦାହରଣ ସ୍ୱରୂପ ଆମ ଦେଶ ଭାରତରେ ଆମର ଦ୍ୱିତୀୟ ମହମାନ୍ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ସ୍ୱର୍ଗତ ରାଧାକ୍ରିଷ୍ଣନ୍ ଜଣେ ବିଖ୍ୟାତ ଶିକ୍ଷାବିତ୍ ଥିଲେ । ୧୯୬୨ ପର ଠାରୁ ଏହା କ୍ରମାଗତ ଭାବରେ ଆମ ଦେଶରେ ସେପଟେମ୍ବର ୫ ତାରିଖର ଆଜିର ଦିନରେ ପାଳନ କରାଯାଉଛି । ଏଆ ବ୍ୟତୀତ ପାରମ୍ପରିକ ରୀତିନୀତି ଅନୁସାରେ ହିନ୍ଦୁ ମାନଙ୍କ ଦ୍ୱାରା ଗୁରୁ ମାନଙ୍କୁ ସମ୍ମାନିତ କରିବା ପାଇଁ ଗୁରୁ ପୂର୍ଣ୍ଣିମାର ରୀତି ଚାଲି ଆସୁଛି । ପୁରାଣ ବର୍ଣ୍ଣନା ଅନୁସାରେ ପ୍ରତ୍ୟେକ ରାଜ କୁମାରମାନଙ୍କୁ ଗୁରୁକୁଳକୁ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁମାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇ ଥିବା ଆଶ୍ରମ ମାନଙ୍କୁ ଯିବାକୁ ହେଉଥିଲା । ଏପରିକି ମାନବ ଲୀଳା କରିବାକୁ ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ପ୍ରଭୁ ଶ୍ରୀରାମ ,ପ୍ରଭୁ ଶ୍ରୀକୃଷ୍ଣ ,ବଳରାମ ଙ୍କୁ ମଧ୍ୟ ଶିକ୍ଷା ଗ୍ରହଣ ପାଇଁ ଗୁରୁଙ୍କ ଆଶ୍ରମକୁ ଯିବାକୁ ହୋଇଥିଲା । ଆର୍ଜେଣ୍ଟିନାରେ ୧୯୧୫ ରୁ ଡୋମୀଙ୍ଗୋ ସାର୍ମିଏନ୍ଟିଓ ଙ୍କ ମୃତୁ୍ୟ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ । ପ୍ରତିବର୍ଷ ଅକ୍ଟୋବର ୫କୁ ସମଗ୍ର ବିଶ୍ୱରେ ବିଶ୍ୱ ଗୁରୁ ଦିବସ ରୂପେ ପାଳନ କରାଯାଉଛି । ବିଦ୍ୟାର୍ଥୀମାନଙ୍କ ପାଇଁ ଶିକ୍ଷକମାନଙ୍କ ଥିବା ଅବଦାନକୁ ନେଇ ଏହି ଦିନ ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଏ । ଏହି ଦିବସକୁ ପାଳନ ଅବସରରେ ପ୍ରତି ଦେଶର ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟା ଉପରେ ଆଲୋଚନା ମାଧ୍ୟମରେ ଲୋକଲୋଚନକୁ ଆଣି ତାହାର ସମାଧାନ କରିବା ଏହାର ମୁଖ୍ୟ ଉଦେ୍ଦଶ୍ୟ । ଚଳିତ ବର୍ଷର ବିଶ୍ୱ ଗୁରୁଦିବସର ବିଷୟବସ୍ତୁ ହେଉଛି "ଶିକ୍ଷାର ପରିବର୍ତ୍ତନ ହିଁ ଶିକ୍ଷକ ମାନଙ୍କଠାରୁ ଆରମ୍ଭ" । ୟୁନେସ୍କୋ, ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ,ଓ ଋୟଙ୍କମବଗ୍ଧସକ୍ଟଦ୍ଭବକ୍ଷ ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଅଧିକାରୀ ମାନଙ୍କ ଦ୍ୱାରା ଜାରି ଏକ ମିଳିତ ବାର୍ତ୍ତା ରେ କୁହାଯାଉଛି ଯେ ବିଶ୍ୱ ଗୁରୁଦିବସରେ ଆମେ ବିଦ୍ୟାର୍ଥୀମାନଙ୍କ ସାମର୍ଥ୍ୟକୁ ପରିବର୍ତ୍ତନ କରିବାରେ ଓ ସେମାନଙ୍କୁ କିପରି ଉସôାହିତ କରାଇ ବିଦ୍ୟାର୍ଜନର ସୁଗମ ମାର୍ଗରେ ପରିଚାଳିତ ହୋଇ ପାରିବେ ସେଥିରେ କିପରି ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ତାହା ଉପରେ ଆଧାରିତ ରହିବ । ଶିକ୍ଷକମାନେ ନିଶ୍ଚିତ କରନ୍ତି ଯେ କିପରି ବିଦ୍ୟାର୍ଥୀ ମାନେ ନିଜ ପାଇଁ ଓ ସାରା ବିଶ୍ୱ ପାଇଁ ତାଙ୍କର ଦାୟିତ୍ୱବୋଧକୁ ବୁଝିପାରି ବିଶ୍ୱହିତରେ ନିଜକୁ ସମର୍ପିତ କରାଇବେ । ୧୯୯୪ ରୁ ୟୁନେସ୍କୋ ଦ୍ୱାରା ଅକ୍ଟୋବର ୫ ତାରିଖକୁ ବିଶ୍ୱ ଗୁରୁଦିବସ ରୂପେ ମାନ୍ୟତା ପ୍ରଦାନ କରାଯାଇଛି ।ଏହାର ଉଦେ୍ଦଶ୍ୟ ୟୁନେସ୍କୋ , ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ ଦ୍ୱାରା ସୁପାରିସ କରାଯାଇଥିବା ସମସ୍ତ ନିୟମ ଗୁଡ଼ିକର ଅନୁପାଳନ କରିବା । ପ୍ୟାରିସଠାରେ ୟୁନେସ୍କୋ ଦ୍ୱାରା ଆୟୋଜିତ ଆନ୍ତଃ ସରକାରୀ ସମ୍ମିଳନୀର ଏହା ଏକ ଅଂଶ ଥିଲା ଯାହା ମାଧ୍ୟମରେ ଶ୍ରମ ସଂଗଠନ ମାନଙ୍କ ସହଯୋଗରେ ଶିକ୍ଷକମାନଙ୍କ ସ୍ଥିତିକୁ ସ୍ୱୀକୃତି ଦେଇଥିଲା । ପ୍ରସ୍ତାବିତ ପଦ୍ଧତି ଗ୍ରହଣ କରିବା ପରେ ମିଳିତ ଜାତିସଂଘର ଶିକ୍ଷା ,ବୈଜ୍ଞାନିକ , ଏବଂ ସାଂକୃତିକ ସଂଗଠନ ଅକ୍ଟୋବର ୫ ତାରିଖ କୁ ବିଶ୍ୱ ଗୁରୁଦିବସ ରୂପେ ଗ୍ରହଣ କରିଥିଲେ ।
ବିଶ୍ୱ ଗୁରୁ ଦିବସ ମାଧ୍ୟମରେ ଏହି ଦିନ ସାରା ବିଶ୍ୱର ଶିକ୍ଷକମାନଙ୍କ ସଫଳତା ,ଅବଦାନ ,ଓ ପ୍ରୟାସକୁ ଅବଗତ କରାଯାଏ । ବିଶ୍ୱ ଗୁରୁ ଦିବସ ମାଧ୍ୟମ ରେ ଏହି ଦିନ ସାରା ବିଶ୍ୱର ନୀତି ନିର୍ମାତା , ଶିକ୍ଷା ବିଶେଷଜ୍ଞମାନେ ମଧ୍ୟ ଶିକ୍ଷକମାନଙ୍କ ବୃତ୍ତି ସମ୍ବନ୍ଧିତ ସମସ୍ୟା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଗୁଡ଼ିକୁ ଚିହ୍ନିତ ଏହାର ସମାଧାନର ବାଟ ବାହାର କରନ୍ତି । ଆମ ଦେଶରେ କିନ୍ତୁ ଏହି ଦିନ ପ୍ରତି ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ମାନେ ବିଦ୍ୟାର୍ଥୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରି ପୁରସ୍କାର ପ୍ରଦାନ କରନ୍ତି ଓ ବିଦ୍ୟାର୍ଥୀ ମାନେ ମଧ୍ୟ ନିଜର ପ୍ରିୟ ଶିକ୍ଷକମାନଙ୍କୁ ଯଥାରୀତି ସମ୍ମାନିତ କରି ତାଙ୍କ ଆଶୀର୍ବାଦ ନିଅନ୍ତି ଓ ଭବିଷ୍ୟତ ଜୀବନରେ ନିଜ ନିଜର ଜୀବନକୁ ଉଜ୍ୱଳମୟ କରିବାକୁ ଆଗେଇ ଯାଆନ୍ତି ।