ବାପାଙ୍କ ନୈତିକ ଶିକ୍ଷା (୬)


ବାପା ସବୁବେଳେ ପ୍ରାର୍ଥନା କରିବାକୁ ଉପଦେଶ ଦେଉଥିଲେ  । ସେ କହୁଥିଲେ, ‘ମନୁଷ୍ୟର ରକ୍ତ ସଞ୍ଚାଳନ, ଶ୍ୱାସ ପ୍ରଶ୍ୱାସ, ପାକକ୍ରିୟା ଓ ଶରୀରର ପୃଷ୍ଟି ସାଧନ ପ୍ରଣାଳୀ ଚାଲୁଥିଲେ ତାହାକୁ ଜୀବନ୍ତ କୁହାଯାଏ ଏବଂ ଏହି ପ୍ରକ୍ରିୟା ଗୁଡିକର ଅବସାନ ଘଟିଲେ ତାହାକୁ ମୃତ କୁହାଯାଏ  । ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗର ଅନ୍ତରସ୍ଥ ଯାନ୍ତ୍ରିକ ପ୍ରକ୍ରିୟା ସହ ପରିପାକ ପ୍ରଣାଳୀର ସଂହତ-ସମୀକରଣକୁ ଆମେ ଜୀବନ ବୋଲି କହିଥାଉ  । କିନ୍ତୁ ପ୍ରକୃତରେ ଏହା ଜୀବନ ନୁହେଁ, ଜୀବନର ଜୀବିତାବସ୍ଥା ମାତ୍ର  । ଶରୀର ଓ ଜୀବନ ଏକ ନୁହନ୍ତି  । ମନୁଷ୍ୟ ଶରୀରକୁ ଜୀବନ ମନେ କରେ  । ଜୀବନ ଦିବ୍ୟ, ନିତ୍ୟ ଅକ୍ଷୟ ଓ ଚିର ଶାଶ୍ୱତ  । ଜୀବନ ହିଁ ଈଶ୍ୱର  । ଜୀବନ ବା ଈଶ୍ୱର ହେଉଛନ୍ତି ପରିପୂରଣ ଓ ପ୍ରୟୋଜନର ଏକ ପ୍ରଶ୍ନବାଚୀ  । ଯଦି କେହି ତାଙ୍କୁ ପାଇଛନ୍ତି କେବଳ ପ୍ରାର୍ଥନା ଦ୍ୱାରା ପାଇଛନ୍ତି  । ଶିଶୁଭକ୍ତ ଧ୍ରୁବ, ଭକ୍ତ ପ୍ରହଲ୍ଲାଦ, ଆଦିକବି ବାଲ୍ମିକୀ, ସନ୍ଥ ତୁକାରାମ, ଗୋସ୍ୱାମୀ ତୁଳସୀ ଦାସ, ଗୁରୁଦେବ ସ୍ୱାମୀ ଶିବାନନ୍ଦ ପ୍ରଭୃତି ଅଗଣିତ ସାଧୁ ସନ୍ଥ ଓ ମହାତ୍ମା କେବଳ ପ୍ରାର୍ଥନା ଦ୍ୱାରା ହିଁ ଈଶ୍ୱର ଦର୍ଶନ ଲାଭ କରିପାରିଥିଲେ  । ବାପା ପ୍ରାର୍ଥନା ସଂପର୍କରେ ଯେଉଁ ଉପଦେଶ ପ୍ରଦାନ କରିଥିଲେ ତାହା ସଂକ୍ଷେପରେ ମୁଁ ଏଠାରେ ପାଠକମାନଙ୍କ ଅବଗତି ନିମିତ୍ତ ପରିବେଷଣ କରୁଛି  । 
ଏକନିଷ୍ଠ ଭକ୍ତି ମାଧ୍ୟମରେ ଭଗବାନଙ୍କ ପରେ ମିଳିତ ହେବାର ସରଳ ପଥ ହେଉଛି ପ୍ରାର୍ଥନା  । ଈଶ୍ୱରଙ୍କ ଠାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିବା ହିଁ ପ୍ରାର୍ଥନା  । ପ୍ରାର୍ଥନା ଆତ୍ମ ବିଶ୍ୱାସକୁ ସୁଦୃଢ କରେ  । ଦୁଃଖ, ରୋଗ ଓ ଯନ୍ତ୍ରଣାକୁ ପ୍ରାର୍ଥନା ସହଜରେ ଲାଘବ କରିପାରେ  । ପ୍ରାର୍ଥନା ଅମୋଘ  ଅସ୍ତ୍ର ଦୃଶ ସକଳ ବନ୍ଧନ ଚ୍ଛିନ୍ନ କରି ଜୀବକୁ ଈଶ୍ୱରାଭିମୁଖୀ କରିଥାଏ  । ନିଜ ଭିତରେ ଈଶ୍ୱରଙ୍କୁ ଦର୍ଶନ କରିବାର ଅନ୍ୟ ନାମ ପ୍ରାର୍ଥନା  । ଜୀବର ସକଳ ସମସ୍ୟାର ସମାଧାନ ପ୍ରାର୍ଥନା ମଧ୍ୟରେ ଅନ୍ତର୍ନିିହିତ  । ପ୍ରାର୍ଥନାର ମୂଳତତ୍ତ୍ୱ ହେଉଛି ନିଜ ଭିତରେ ଥିବା ଅହଙ୍କାରକୁ ଭଗବତ ତତ୍ତ୍ୱରେ ଲୀନ କରିବା  । ପ୍ରାର୍ଥନାର ରହସ୍ୟ ହେଉଛି ଏହା ମନୁଷ୍ୟର ସ୍ୱକୀୟ ଚେତନାକୁ ଈଶ୍ୱରୀୟ ଚେତନାରେ ହଜାଇଦିଏ  । ପ୍ରାର୍ଥନା କରୁଥିବା ବ୍ୟକ୍ତିର ଭାବନା ଈଶ୍ୱରମୟ ହୋଇଯାଏ ଏବଂ ସେ ସର୍ବତ୍ର କେବଳ ଈଶ୍ୱରଙ୍କୁ ହିଁ ଦର୍ଶନ କରିଥାଏ  । ମନୁଷ୍ୟ ବାସ୍ତବରେ ଏକ ଚିରନ୍ତନ ସ୍ୱଚ୍ଛ  ଆଧ୍ୟାତ୍ମିକ ସତ୍ତା  । ସେହି ସତ୍ତାର ଉପଲବଧି ପ୍ରାର୍ଥନା ଦ୍ୱାରା ହିଁ ସମ୍ଭବ ହୋଇଥାଏ  । ନିରନ୍ତର ଅଧିକରୁ ଅଧିକ ପ୍ରାର୍ଥନା ସେହି ସତ୍ତାକୁ ଈଶ୍ୱରୀୟ ସତ୍ତାରେ ମିଶାଇଦିଏ, ଯାହାକି ଈଶ୍ୱରୋପଲବଧି  । ଯେତେବେଳେ ସମଗ୍ର ଜୀବନ ପ୍ରାର୍ଥନାମୟ ହୋଇଯାଏ ସେତେବେଳେ ସେହି ସତ୍ତା  ଈଶ୍ୱରଙ୍କ ସତ୍ତାରେ ଲୀନ ହୋଇଯାଏ  । ମଣିଷର ମୁଁ ବୋଲି କିଛି ଅହମିକା ନଥାଏ  । ପ୍ରାର୍ଥନା ହୃଦୟକୁ ଶୁଦ୍ଧ ରଖେ, ମାନସିକ ଶକ୍ତି ବୃଦ୍ଧି କରେ, ଷଡ଼ରିପୁ ନାଶ କରେ ଓ ପାପରାଶି ଧ୍ୱଂସ କରେ  । ପ୍ରାର୍ଥନା ଦ୍ୱାରା ଆଧ୍ୟାତ୍ମିକ ସତ୍ତା ଶକ୍ତିଶାଳୀ ହୁଏ, ବାଣୀରେ ମୋହିନୀ ଶକ୍ତି ଓ ଆଚରଣରେ ମାଧୁର୍ଯ୍ୟ ପ୍ରସ୍ଫୁଟିତ ହୁଏ ତଥା ରିଦ୍ଧି ସିଦ୍ଧି ପ୍ରଭୃତି କରାୟତ୍ତ ହୋଇ ପୂର୍ଣ୍ଣାନନ୍ଦ ବା ପରମସିଦ୍ଧ ପ୍ରାପ୍ତ ହୁଏ  । ଏହାହିଁ ଈଶ୍ୱରୋପଲବ୍ଧô   । ଏହି ଦିବ୍ୟ ଦୃଷ୍ଟିରେ ଈଶ୍ୱରପ୍ରାପ୍ତି ନିମିତ୍ତ ପ୍ରାର୍ଥନା ଏକ ସରଳ, ସୁଗମ, ସହଜ, ସୁରକ୍ଷିତ ଓ ନିଶ୍ଚିତ ମାର୍ଗ  ।
ରୋଗୀ, ଭୋଗୀ, ଦୀନ, ଦୁଃଖୀ, ବିଜ୍ଞ, ଅଜ୍ଞ, ପଣ୍ଡିତ, ମୂର୍ଖ, ଧନୀ, ନିର୍ଦ୍ଧନ ଯେ କୋ÷ଣସି ବ୍ୟକ୍ତି ପ୍ରାର୍ଥନା କରିପାରିବେ  । ଏଥିନିମିତ୍ତ ଜ୍ଞାନ, ବୁଦ୍ଧ, ବିବେକ, ବାଗ୍ମୀତା, ବଳ ବା କୋ÷ଶଳର ଆବଶ୍ୟକତା ନାହିଁ  । କେବଳ ବିନମ୍ରତା ହିଁ ଲୋଡ଼ା  । ପ୍ରାର୍ଥନା ଠିକାଦାରୀ ପରି ନକରି ଭାବ  ଓ ଏକାଗ୍ରତାର ସହିତ କରିବା କଲ୍ୟାଣକାରକ  । ଅନ୍ତରର ଅନ୍ତରତମ ପ୍ରଦେଶରୁ ପ୍ରାର୍ଥନା ନିର୍ଗତ  ହେଲେ ମାଧ୍ୟାକର୍ଷଣ ଶକ୍ତି ସଦୃଶ ଶକ୍ତିଶାଳୀ ହୋଇ ଈଶ୍ୱରାଭିମୁଖୀ ହୋଇଥାଏ  ।  ଶ୍ରଦ୍ଧା ଓ ବିଶ୍ୱାସର ସହିତ ପ୍ରାର୍ଥନା କଲେ ତାହା ବିଦୁ୍ୟତ୍ ବେଗରେ ଈଶ୍ୱରଙ୍କ ଆଡକୁ ଧାବିତ ହୁଏ  । ପ୍ରତିଦିନ ପ୍ରାର୍ଥନା କରିବା ଦ୍ୱାରା, ସମଗ୍ର ଜୀବନ ବିଭୁକୃପା ଲାଭ ପୂର୍ବକ ପବିତ୍ର ଓ ମଧୁମୟ ହୁଏ  । ଜୀବନ ଯେତେ କଳୁଷିତ ହେଲେ ପ୍ରାର୍ଥନା  ପବିତ୍ର ହୁଏ ଓ ଦିବ୍ୟ ରୂପ ନିଏ  । ଏହାହିଁ ପ୍ରାର୍ଥନାର ରହସ୍ୟମୟ ଉପକାରିତା  । ପ୍ରାର୍ଥନା ବୁଦ୍ଧିକୁ ସୂକ୍ଷ୍ମ କରି ମନକୁ ଊଦ୍ଧ୍ୱର୍ମୁଖୀ କରାଏ  । ପ୍ରାର୍ଥନା ମାଧ୍ୟମରେ ଈଶ୍ୱରଙ୍କ ସହିତ ଅଖଣ୍ଡ ଯୋଗସୂତ୍ର  ସ୍ଥାପନା ହୋଇ ତାଙ୍କ ଠାରୁ ଅଚିରେ ଶକ୍ତି, ସାମର୍ଥ୍ୟ ଓ ତେଜ ପ୍ରଭୃତି ଆହରଣ କରିହୁଏ  । ମହାତ୍ମାବୃନ୍ଦ ପ୍ରାର୍ଥନା  ଅତିନ୍ଦ୍ରିୟ ଶକ୍ତିର ଅଧିକାରୀ ହୁଅନ୍ତି  । ସଦା ବିଚଳିତ ବିଶ୍ୱର ଦ୍ରତୁଗାମୀ ମନକୁ ପ୍ରାର୍ଥନା ସାହାଯ୍ୟରେ ସ୍ଥିର ଓ ନିୟନ୍ତ୍ରଣ କରାଯାଇପାରେ  । ବେଗଗାମୀ ମନ ନିମିତ୍ତ ପ୍ରାର୍ଥନା ଏକ ଚାବୁକ ବା ଅଙ୍କୁଶ ସଦୃଶ  । ହୃଦୟରେ କାମ, କ୍ରୋଧ ଓ ହିଂସା ପ୍ରଭୃତି ଅସଦ୍ଗୁଣ ସଞ୍ଚାର ହେଲେ ସ୍ଥିର ଚିତ୍ତରେ ପ୍ରାର୍ଥନା କଲେ ସେସବୁ ଦୂରୀଭୂତ ହୋଇଯାଏ  । ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତକୁ ପ୍ରାର୍ଥନାରେ ବିନିଯୋଗ କରିପାରିଲେ ଦୋଷ ଦୁର୍ବଳତା ଅପସରିଯାଇ ଅନ୍ତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହୋଇଯାଏ  । ପ୍ରାର୍ଥନା ବିବେକ ଓ ବିଚାରଧାରାକୁ ଉନ୍ନତ କରାଏ  । ସଂସାର ସର୍ପ ଦଂଶନରେ ଯେଉଁମାନେ ଆଘାତ ପ୍ରାପ୍ତ ପ୍ରାର୍ଥନା ସେମାନଙ୍କ ନିମିତ୍ତ ଅମୋଘ ବିବାହର ମନ୍ତ୍ର ସଦୃଶ  । ପ୍ରାର୍ଥନା ଅମରତ୍ୱ ଓ ଶାନ୍ତି ପ୍ରଦାୟକ  ।  ହଠଯୋଗୀବୃନ୍ଦ ଯେଉଁ ସିଦ୍ଧିପ୍ରାପ୍ତି ନିମିତ୍ତ କଠିନ ସାଧନା କରିଥାନ୍ତି ତାହା ଅକ୍ଳେଶରେ ପ୍ରାର୍ଥନାଦ୍ୱାରା ମିଳିଯାଏ  । ପ୍ରାର୍ଥନା ପ୍ରହରୀ ସଦୃଶ, ଚିତ୍ତ ମନ ଓ ଶରୀରକୁ ରକ୍ଷା କରେ  । ଶ୍ରଦ୍ଧା ଓ ବିଶ୍ୱାସଯୁକ୍ତ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କ ଅନିର୍ବଚନୀୟ ପ୍ରକାଶରେ ହୃଦୟ ଉଦ୍ଭାସିତ ହୋଇଯାଏ  । ଏକାଗ୍ର ଚିତ୍ତରେ ଭାବ ଓ ଭକ୍ତିର ସହିତ ପ୍ରାର୍ଥନା କଲେ ମନ ଓ ତାହାର ବୃତ୍ତି ସମୂହ ଏକତ୍ର ହୋଇ ଈଶ୍ୱରଙ୍କ ଠାରେ ସଂଶ୍ଲିଷ୍ଟ ହୁଏ  । ନିରନ୍ତର ପ୍ରାର୍ଥନା କରିବା ଦ୍ୱାରା ମନର ସ୍ୱଭାବ ଓ ପ୍ରକୃତି ଉପରେ ଈଶ୍ୱରଙ୍କର ଏକ ସ୍ଥାୟୀ ଛବି ଅଙ୍କିତ ହୋଇଯାଏ  । ଜୀବନ ପ୍ରାର୍ଥନାମୟ ହୋଇଗଲେ ପ୍ରାର୍ଥନାର ଶକ୍ତିଶାଳୀ ସ୍ପନ୍ଦନ ଦ୍ୱାରା ମନ ଶରୀରର ଚେତନାରୁ ଊଦ୍ଧ୍ୱର୍ରେ ରହି ଈଶ୍ୱରୀୟ ହୋଇଯାଏ  । ଏହାହିଁ ଈଶ୍ୱର ଭକ୍ତିରେ ତନ୍ମୟ ଅବସ୍ଥା  । ଏହି ତନ୍ମୟାବସ୍ଥା ଦୀର୍ଘ ସ୍ଥାୟୀ ହେଲେ ଅକ୍ଲେଶରେ ଦିବ୍ୟଜ୍ୟୋତି, ଆନନ୍ଦ, ପ୍ରଜ୍ଞା ଓ ପରମାନନ୍ଦ ପ୍ରାପ୍ତି ହୁଏ  । ପରିଣାମ ସ୍ୱରୂପ ଚାରି ପରମସତା ଯଥା- ତତ୍ତ୍ୱମସି,  ଅୟମାତ୍ମା ବ୍ରହ୍ମ,  ଅହଂ ବ୍ରହ୍ମୋସି ଏବଂ ପ୍ରଜ୍ଞାନଂ ବ୍ରହ୍ମ ହୃଦୟଙ୍ଗମ ପୂର୍ବକ ବ୍ରହ୍ମ ସାକ୍ଷାତକାର ହୋଇଯାଏ  ।
ଭବସାଗରରୁ ଉଦ୍ଧାର ପାଇବା ନିମିତ୍ତ ପ୍ରାର୍ଥନା ଏକ ସୁରକ୍ଷିତ ନୋ÷କା ସଦୃଶ  । ପ୍ରାର୍ଥନା ଦ୍ୱାରା ସଂସାରର ସକଳ ଅନ୍ତରାୟ ଦୂରୀଭୂତ ହୋଇଯାଏ  । ଅଖଣ୍ଡ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କ ନିକଟରୁ ଶକ୍ତି, ଶାନ୍ତି, ସୁଖ ଓ ଆନନ୍ଦର ପ୍ରବାହ ଆଧ୍ୟାତ୍ମିକ ବିଦୁ୍ୟତ୍ ତରଙ୍ଗ ସ୍ୱରୂପରେ ଆସେ  । ତେଣୁ ସାଂସାରିକ ବାଧାବିଘ୍ନ ଉପୁଜିଲେ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କ ଶରଣାପନ୍ନ ହେବା ଏକାନ୍ତ ବିଧେୟ  । ପ୍ରାର୍ଥନା ମାଧ୍ୟମରେ ଈଶ୍ୱରଙ୍କ ସାନ୍ନିଧ୍ୟ ଓ ଉପସ୍ଥିତି ଅନୁଭବ ହୋଇ ସାଂସାରିକ ଭୟ ରହେ ନାହିଁ  । ଈଶ୍ୱର ବିଶ୍ୱାସ ଓ ଦୈନନ୍ଦିନ ପ୍ରାର୍ଥନା ଦ୍ୱାରା ସାଂସାରିକ ସ୍ଥିତ ସୁଦୃଢ ହୋଇଯାଏ  । କାରଣ ପ୍ରାର୍ଥନା ହିଁ ଜୀବନର ପ୍ରକୃତ ଖାଦ୍ୟ  । ପ୍ରାର୍ଥନା ହିଁ କଷ୍ଟ ସହିଷ୍ଣୁ ଜୀବନର ସମସ୍ତ ସାଫଲ୍ୟର ଗୁଢ ରହସ୍ୟ  । ପ୍ରାର୍ଥନା ଦ୍ୱାରା ଜୀବନରେ ବହୁତ ଅଦ୍ଭୁତ କର୍ମ ସଂପାଦନ କରିହୁଏ  । ଏପରିକି କୋ÷ଣସି ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା ମଧ୍ୟ ପ୍ରାର୍ଥନା ଦ୍ୱାରା ସମ୍ଭବ ହୋଇଥାଏ  । ପ୍ରାର୍ଥନା ଦ୍ୱାରା ରୋଗ ଚିକିତ୍ସା ଏକ ସୂକ୍ଷ୍ମାତିସୂକ୍ଷ୍ମ ବିଜ୍ଞାନ  । ଜୀବିତାବସ୍ଥାରେ ସାଂସ୍କାରିକ କର୍ମର ବ୍ୟସ୍ତତା ଓ ଭୋଗ ଐଶ୍ୱର୍ଯ୍ୟର ବ୍ୟଗ୍ରତାରେ ମନୁଷ୍ୟ ଆପଣାର ତାତ୍ତ୍ୱିକ ସ୍ୱରୂପ ଭୁଲିଯାଏ  । କିନ୍ତୁ ବ୍ୟସ୍ତତା ଓ ବ୍ୟଗ୍ରତା ଭିତରେ ପ୍ରାର୍ଥନାରେ ମଜ୍ଜି ରହିଲେ ତାତ୍ତ୍ୱିକ ସ୍ୱରୂପ ଉପଲବ୍ଧô ହୋଇଥାଏ  । ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କ ସହିତ ଅଖଣ୍ଡ ଯୋଗସୂତ୍ର ରକ୍ଷା ହୋଇପାରିଲେ ପୁନର୍ଜନ୍ମର ଭୟ ରହେ ନାହିଁ ବା ବାରମ୍ବାର ଜନ୍ମମୃତୁ୍ୟ ଚକ୍ରରେ ପତିତ  ହୋଇ ଦୁଃଖ, ଶୋକ, ରୋଗ, ଯନ୍ତ୍ରଣା ଓ ମୃତୁ୍ୟ ଭୋଗ ହୁଏ ନାହିଁ  । ଅନନ୍ତ ଦୁଃଖ, ଅସହ୍ୟ ଶୋକ, ଅସାଧ୍ୟ ରୋଗ, ଅତିଷ୍ଠ ଯନ୍ତ୍ରଣା ଓ ଅକାଳ ମୃତୁ୍ୟର ମହୋ÷ଷଧି ହେଉଛି ପ୍ରାର୍ଥନା  ।
ପ୍ରାର୍ଥନା ଏକା ନକରି ସମଗ୍ର ପରିବାର ସହିତ କଲେ ସମଗ୍ର ପରିବାରଟି ଭଗବାନଙ୍କର ନିକଟତର ହୁଏ  । ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟା ସମୟରେ ପରିବାରର ସକଳ ସଦସ୍ୟ ପ୍ରାର୍ଥନାରେ ନିମଜ୍ଜି ଗଲେ ଈଶ୍ୱର ସମଗ୍ର ପରିବାର ଏକାନ୍ତ ଆପଣାର ହୋଇଯାଆନ୍ତି  । ଗୃହସ୍ଥାଶ୍ରମର ସକଳ କର୍ମ ପ୍ରାର୍ଥନା ଦ୍ୱାରା ଧର୍ମରେ ପରିଣତ ହୋଇ ଆଧ୍ୟା ଆଧ୍ୟାତ୍ମିକ ଓ ଦିବା ହୋଇଯାଏ  । ନିୟମିତ ପ୍ରାର୍ଥନା ଦ୍ୱାରା ଗୃହସ୍ଥାଶ୍ରମ ସାଂସାରିକ ନହୋଇ ଆଧ୍ୟାତ୍ମିକ ହୋଇଯାଏ  । ପରିବାରଟି ଭଗବାନଙ୍କ ନିବାସସ୍ଥଳୀ ପାଲଟିଯାଏ  । ପରିବାରର ପ୍ରତ୍ୟେକ ସଦସ୍ୟ ଭଗବାନଙ୍କର ସେବକ ହୋଇଯାଆନ୍ତି  । ଗୃହସ୍ଥାଶ୍ରମ ବନ୍ଧନର କାରଣ ନହୋଇ ମୋକ୍ଷତୀର୍ଥ ପାଲଟିଯାଏ  ।  ଗୃହସ୍ଥ ଜୀବନ ଐଶ୍ୱରୀୟ ସୋ÷ଭାଗ୍ୟରେ ଉଦ୍ଦୀପନାର ପରିଚାଳିତ ହୋଇ ସର୍ବତ୍ର ଐଶ୍ୱରୀୟ ସତ୍ତାର ଦୃଶ୍ୟମାନ ପରିପ୍ରକାଶ ଅନୁଭୂତ ହୁଏ  । ଦୁଃଖମୟ ସଂସାରରୁ ମୁକ୍ତିଲାଭ ନିମିତ୍ତ ଗୃହସ୍ଥାଶ୍ରମର ଶ୍ରେଷ୍ଠ ଅବଲମ୍ବନ ହେଉଛି ପ୍ରାର୍ଥନା  । ବୈଦିକ ଯୁଗରେ ଅଗଣିତ ମୁନି ଋଷି ସପରିବାର ପ୍ରାର୍ଥନା କରି ଈଶ୍ୱରୋପଲବ୍ଧô ଲାଭ କରିଥିଲେ  । ପାର୍ଥିବ ବସ୍ତୁରେ ସଂପୂର୍ଣ୍ଣ ଅନାସକ୍ତି, ପ୍ରେମ ଉପାସନ ଓ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କ ସହିତ ଗଭୀର ଆନ୍ତରିକ ଏକତ୍ୱ ମାଧ୍ୟମରେ ଗୃହସ୍ଥାଶ୍ରମକୁ ପ୍ରଚ୍ଛନ୍ନ ଭାବରେ ଈଶ୍ୱରଙ୍କ ଠାରେ କେନ୍ଦ୍ରୀଭୂତ କରିପାରିଲେ ଦୁଃଖମୟ ସଂସାର ଆନନ୍ଦମୟ ହୋଇଯାଏ  । ଦୈନନ୍ଦିନ ପ୍ରାର୍ଥନା ଦ୍ୱାରା ଗୃହସ୍ଥାଶ୍ରମକୁ ସୁରଭିତ କରିପାରିଲେ ଈଶ୍ୱର ପରିବାରର ଏକାନ୍ତ ଆପଣାର ହୋଇଯାନ୍ତି ତଥା ଦୁଃଖ, ଯନ୍ତ୍ରଣା, ଅବସାଦ ଅନ୍ତର୍ହିତ ହୋଇ ସୁଖ, ପ୍ରସନ୍ନତା ଓ ଆନନ୍ଦନରେ ପରିବାର ମଧୁମୟ ହୋଇଯାଏ  । ମହନୀୟତା ହେଉଛି, ପରିବାରର ପ୍ରତ୍ୟେକଟି ସଦସ୍ୟ ପ୍ରାର୍ଥନାମୟ ଜୀବନ ଯାପନ ଦ୍ୱାରା ନିଜକୁ ଈଶ୍ୱରଙ୍କ ଠାରୁ ଅଲଗା ଭାବିପାରନ୍ତି ନାହିଁ  । 
ପାରିବାରିକ ପ୍ରାର୍ଥନା ନିମିତ୍ତ ଠାକୁର ଘର ବା ସ୍ୱତନ୍ତ୍ର କୋଠରୀ ରହିବା ଭଲ  । କୋଠରୀଟିକୁ ପରିଷ୍କାର ପରିଚ୍ଛନ୍ନ କରି ଶ୍ରୀଗୁରୁଦେବ, ବରିଷ୍ଠଦେବ ମୂର୍ତ୍ତି ଓ ଫଟୋଚିତ୍ର ରହିବା ଉଚିତ୍  । ପ୍ରାର୍ଥନା ସମୟରେ ଧୂପ ଓ ଦୀପ ଲଗାଇବା ସମୀଚୀନ  ।  ଶ୍ରୀବିଗ୍ରହ  ବା ଫଟୋ ସମ୍ମୁଖରେ କୁଶାସନ, କମ୍ବଳାସନ ବା ମୃଗଚର୍ମ ଉପରେ ଉପବେଶନ ପୂର୍ବକ ଉତ୍ତର ବା ପୂର୍ବାଭିମୁଖୀ ହୋଇ ବ୍ରାହ୍ମମୁହୂର୍ତ୍ତ ବା ଗୋଧୂଳି ଲଗ୍ନରେ ପ୍ରାର୍ଥନା କରିବା ବିଧେୟ  । ପ୍ରାର୍ଥନା ସଦୃଶ ଆନନ୍ଦ ଦାୟକ ଏ ସଂସାରରେ କିଛି ନାହିଁ  । ପ୍ରାର୍ଥନାର ସମୟେ ପ୍ରଥମେ ଅଧଘଣ୍ଟାଏ ଓ ଧୀରେ ଧୀରେ ଏହାର ସୀମାକୁ ବଢାଇ ଦିଆଯାଇପାରେ  । ପ୍ରାର୍ଥନା ସମୟ ବ୍ୟତୀତ ଅନ୍ୟ ସମୟରେ କୋଠରୀକୁ ବନ୍ଦ ରଖିବା ଉଚିତ୍  । ପ୍ରାର୍ଥନାରେ ନିୟମାନୁବର୍ତ୍ତିତା ପ୍ରଥମ ଓ ପ୍ରଧାନ ବିଷୟ  । ନିୟମାନୁବର୍ତ୍ତୀ ହେଲେ ଅଚିରେ ଦ୍ରୁତ ଗତିରେ ଅଗ୍ରସର ହୋଇ ମନ ଈଶ୍ୱରାଭିମୁଖୀ ହେବ  ।  ଦେଧ÷ର୍ଯ୍ୟ ଓ ଏକାଗ୍ରତାର ସହିତ ପ୍ରାର୍ଥନା କରିବା ଉଚିତ୍  । ଅସଦ୍ଗୁଣ ବର୍ଜନ ପୂର୍ବକ ପ୍ରାର୍ଥନାରେ ବ୍ରତୀ ହୋଇ ଈଶ୍ୱରଙ୍କ କୃପା ମିଳିଥାଏ  । ପ୍ରାର୍ଥନାକାରୀ ନମ୍ର, ସହିଷ୍ଣୁ, ଓ ଧୀରହେଲେ ଅସତ୍ ପ୍ରବୃତ୍ତି ଚାଲିଯାଏ  । ପ୍ରାର୍ଥନାରେ ପ୍ରଥମେ ଗୁରୁଦେବଙ୍କ ପ୍ରାର୍ଥନା ଓ ପରେ ସ୍ତବ, ସ୍ତୋତ୍ର, ଭଜନ, ଜଣାଣ ବୋଲି ବୋଲାଯାଏ  । ପ୍ରାର୍ଥନା ଶେଷରେ ଶାନ୍ତିପାଠ ଓ ସର୍ମପଣ ସ୍ତୋତ୍ର ପାଠ କରାଯାଏ  । ଗୃହସ୍ଥାଶ୍ରମରେ ପ୍ରାର୍ଥନା ହେଉଛି ବ୍ରହ୍ମୋପଲବଧିର ରାଜମାର୍ଗ  । ପ୍ରାର୍ଥନା ସଂସାରର ଯାତ୍ରା ପଥକୁ ଆଲୋକିତ, ସୁଦୁଢ ଓ ସରଳ ସୁଗମ କରିଥାଏ  । ନିଷ୍ଠା ଓ ଏକାଗ୍ରତାର ସହିତ ପ୍ରାର୍ଥନା କଲେ ବିଚାରଶକ୍ତି, ସ୍ମୃତିଶକ୍ତି, ଅନୁଭବ ଶକ୍ତି, ଧାରଣ ଶକ୍ତି, ବିବେକ ଶକ୍ତି, କଳ୍ପନା ଶକ୍ତି ଓ ଚିନ୍ତାଶକ୍ତି ସକ୍ରିୟ ହୋଇ ସାଂସାରିକ ଘାତ ପ୍ରତିଘାତରେ ମନ ବିଚିଳିତ ହୁଏ ନାହିଁ  ।  ପ୍ରାର୍ଥନା ଦ୍ୱାରା ମନର ସ୍ଥିରତା, ଶାନ୍ତି, ପ୍ରଫୁଲ୍ଲତା, କାର୍ଯ୍ୟକାରୀ କ୍ଷମତା, ଉତ୍ତମ ବ୍ୟକ୍ତିତ୍ୱ, ସ୍ଥିର  ଦୃଷ୍ଟି, ଓଜସ୍ୱୀ ସ୍ୱର, ଉଦାରମତି, ଦୃଢପ୍ରକୃତି ଓ ନିର୍ଭୀକତା ଜାଗ୍ରତ ହୋଇ ସାଂସାରିକ ଦକ୍ଷତା ଜାତ ହୁଏ  । ଈଶ୍ୱର ଦର୍ଶନ ନିମିତ୍ତ ପ୍ରାର୍ଥନା ଶ୍ରେୟ ଓ ନିଶ୍ଚିତ ପନ୍ଥା  ।
ପ୍ରାର୍ଥନା ବିହୀନ ଜୀବନ ଏକ ମରୁଭୂମି ସଦୃଶ ଶୁଷ୍କ ଓ ନିରସ  । ସମସ୍ତ ବସ୍ତୁବାଦ, ପ୍ରତିଦ୍ୱନ୍ଦ୍ୱିତା, ଲୋଭ ଓ ବିଦ୍ୱେଷକୁ ପଛରେ ପକାଇ ଅଗ୍ରଣୀ ହେବା ନିମିତ୍ତ ପ୍ରାର୍ଥନା ହିଁ ଏକମାତ୍ର ଅବଲମ୍ବନ  । ସାବଧାନ ରହିବା ଉଚିତ ଯେ, ଭୋ÷ତିକ ଉନ୍ନତି ନିମିତ୍ତ ପ୍ରାର୍ଥନାକୁ ଉପଯୋଗ କରିବା ଏକ ଗୁରୁତର ତ୍ରୁଟି  । ସ୍ମରଣ ରଖିବାକୁ ହେବ ଯେ,  ପ୍ରାର୍ଥନା ଦ୍ୱାରା ମ୍ୟାଜିକ, ତନ୍ତ୍ର, ଆକାଶରୁ ମିଠାଇଟାଏ ବା ପଛପଟୁ ଫଳଟାଏ ଆଣିପାରିଲେ ତାହାକୁ ପ୍ରାର୍ଥନାର ଶକ୍ତି ପଦବାଚ୍ୟ କୁହାଯିବ ନାହିଁ  । ପ୍ରାର୍ଥନା କେବଳ ଦିବ୍ୟାନନ୍ଦ, ପୂର୍ଣ୍ଣାନନ୍ଦ, ବ୍ରହ୍ମାନନ୍ଦ ଓ ପରମାନନ୍ଦ ନିମିତ୍ତ ଉଦ୍ଦିଷ୍ଟ  । ଭବବନ୍ଧନରୁ ମୁକ୍ତିଲାଭ ନିମିତ୍ତ ପ୍ରାର୍ଥନା ହିଁ ଏକମାତ୍ର ପଥ  । ପ୍ରାର୍ଥନା ବିନା ଜୀବନ ନିରର୍ଥକ, ବ୍ୟକ୍ତିତ୍ୱ  ଭିତ୍ତିହୀନ, ପାରିବାରିକ ଜୀବନ ଦୁଃସହ ତଥା ସାମାଜିକ ଜୀବନ ବିଧ୍ୱସ୍ତ  । ସତ୍ୟ, ପବିତ୍ରତା ଓ ଦୟାର ଆଦର୍ଶରେ ଜୀବନକୁ ପ୍ରତିଷ୍ଠିତ କରିବା ନିମିତ୍ତ ପ୍ରାର୍ଥନା ହିଁ ଶ୍ରେୟମାର୍ଗ  । ଐଶ୍ୱରୀୟ ସୋ÷ଭାଗ୍ୟରେ ଜୀବନକୁ ପରିଚାଳିତ କରିବା ନିମିତ୍ତ ପ୍ରାର୍ଥନା ହିଁ ଦିବ୍ୟମନ୍ତ୍ର ସଦୃଶ  । ପ୍ରାର୍ଥନାର ପ୍ରଚ୍ଛନ୍ନ ଶକ୍ତି ଅଲୌକିକ, ଅସୀମ ଓ ବିଶ୍ୱକଲ୍ୟାଣ କାରକ  । ସଂପ୍ରତି ମାନବିକତାର ଅଧୋଗତି ଘଟିଛି  ।   ସାଂପ୍ରତିକ ସଂସାରରେ ସତ୍ୟ, ନ୍ୟାୟ, ସଦ୍ଭାବ, ସହାନୁଭୂତି, ଶାନ୍ତି, ପ୍ରୀତି, ଶ୍ରଦ୍ଧା, ବିଶ୍ୱାସ ଓ ସମନ୍ୱୟ ବିଲୁପ୍ତ  । ନାନା ପ୍ରକାର ନିତ୍ୟନୂତନ ପରମାଣବିକ ଅସ୍ତ୍ରଶସ୍ତ୍ରର ଆବିଷ୍କାର ବିଶ୍ୱର ସ୍ଥିତି ପ୍ରତି ବିପଦ ସୃଷ୍ଟି କଲାଣି  । ସଂକ୍ଷେପରେ ଉଲ୍ଲେଖ କଲେ, ସାଂପ୍ରତିକ ବିଶ୍ୱରେ ଧର୍ମ ଅଧୋଗତି, ମନ କଳୁଷିତ, ଚିନ୍ତା ଅସ୍ଥିର, ମତି ଚଞ୍ଚଳ, ଶିକ୍ଷାବିଦ୍ଧର୍ଣ୍ଣ, ଖାଦ୍ୟ ଦୂଷିତ, ପରିବେଶ ଦୁଃସହ, ସମୟ ଦାରୁଣ, ପ୍ରବୃତ୍ତ ନୀଚ, ପ୍ରକୃତ ବିବର୍ଣ୍ଣ, ବସୁଧା ବିପନ୍ନ ଏବଂ ସତ୍ୟ ନ୍ୟାୟ ତମସାଚ୍ଛନ୍ନ  । ବିଶ୍ୱର ଏତାଦୃଶ ସ୍ଥିତିରେ ବିଶ୍ୱବାସୀଙ୍କର ଏକମାତ୍ର ଅବଲମ୍ବନ ହେଉଛି  ପ୍ରାର୍ଥନା, ଯାହାକି ବିଶ୍ୱରକ୍ଷା ଓ ଶାନ୍ତିର ଦିବ୍ୟମନ୍ତ୍ର  ।
ଆନନ୍ଦନଗର, କାଠଗଡା
ଢେଙ୍କାନାଳ-୭୫୯୦୦୧