ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ନଗଡ଼ା ସ୍ଥିତି ସଂପର୍କରେ ଅବଗତ କଲେ ମିଶନ୍ ଜ୍ୟୋତି ଟ୍ରଷ୍ଟ ପ୍ରତିନିଧି


ାା ପ୍ରଭାନୁ୍ୟଜ ।ା ଯାଜପୁର : ସମସ୍ୟା ଘେରରୁ ମୁକୁଳନି ନଗଡ଼ା । ଅପପୃଷ୍ଟିରେ ଏକ ନମ୍ବର ତ ପୁଣି କେତେ ବେଳେ ଖାଇବାକୁ ନ ପାଇ ଅକାଳ ବିୟୋଗ,ଏମିତି ସବୁବେଳେ ସମସ୍ୟା ଲାଗି ରହିଥାଏ । ସ୍ୱାସ୍ଥ୍ୟ ସମସ୍ୟା, ଶିକ୍ଷା ସମସ୍ୟା, ପିଇବା ପାଣିର ସମସ୍ୟା, ରାସ୍ତା ସମସ୍ୟା, ବିଦୁ୍ୟତ ସମସ୍ୟା ଭଳି ଅନେକ ଦିନଚର୍ଯ୍ୟରେ ବି ସମସ୍ୟା ଦେଇ ଗତି କରୁଛନ୍ତି । ବେଳ ନଗଡ଼ା ନୁହେଁ ନିକଟପାଖ ଗାଁରେ ମଧ୍ୟ ସମାନସ୍ଥିତି । ଯାହାର ସମାଧାନ ଆବଶ୍ୟକ ରହିଛି । ଆମେ ଯେତେ ବେଳେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛେ, ସେତେ ବେଳେ ମୈାଳିକ ସୁବିଧାରୁ କାହିଁକି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଏବଂ ଜଙ୍ଗଲରେ ବାସ କରୁଥିବା ଆଦିବାସୀ କାହିଁକି ସୁବିଧାରୁ ବଞ୍ଚିତ ରହିବେ । ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୂର୍ଯ୍ୟବଂଶୀ ସୁରଜଙ୍କୁ ମିଶନ ଜ୍ୟୋତି ଟ୍ରଷ୍ଟର ପ୍ରତିନିଧି ଦଳ ଭେଟି ନଗଡ଼ା ସଂପର୍କରେ ଅବଗତ କରିଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ପ୍ରତିନିଧିଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ସେ ପୂର୍ଣ୍ଣ ସହଯୋଗ କରିବେ ଓ ନିଜେ ନଗଡା ଗ୍ରସ୍ତ କରିବେ ବୋଲି ପ୍ରତିଶୃତି ଦେଇଥିବା କୁହାଯାଇଛି । ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଅବଗତ କରିଥିଲେ କି ସେମାନେ ନଗଡାବାସୀଙ୍କୁ ପରିବର୍ତ୍ତନ କରାଇବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଉଛନ୍ତି । ଯେମିତିକି ପ୍ରାଥମିକ ସ୍ୱାସ୍ଥ୍ୟ ଶିବିର, ବିଭିନ୍ନ ପ୍ରକାରର ଖାଦ୍ୟ, ଆଶାବାବପତ୍ର ଆଦି ଜଙ୍ଗଲ ରାସ୍ତାରେ ୫ କିଲୋମିଟର ଊଦ୍ଧ୍ୱର୍ ବାଟଚାଲି ପହଁଚାଉଛନ୍ତି । ନଗଡା ବାସୀଙ୍କ ସ୍ଥାୟୀ ସମାଧାନ ନିମନ୍ତେ ୨ଥର ଯାଜପୁର ଜିଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ହେଲେ ସମାଧାନ ଯେଉଁ ତିମିରେ କୁ ସେଇ ତିମିରେ ରହିଛି । ଦେଖିବାକୁ ବାକି ରହିଲା ମନ୍ତ୍ରୀ କଥା ଦେଇ କେବେ କଥା ରକ୍ଷା କରୁଛନ୍ତି ।