ବହୁଜାଣ ସର୍ବଜାଣ ଅଜାଣ
ପ୍ରତ୍ୟେକ ଗୁରୁ ବହୁଜାଣ, ଭଗବାନ ସର୍ବଜାଣ ଯେ ବିଦ୍ୟାର୍ଜନ କରିନାହିଁ କୌଣସି ବିଷୟରେ ଅନୁଭବ ବା ସଙ୍ଗତ ନାହିଁ ପୁଣି ଜାଣିବା ପାଇଁ ସ୍ପୃହା ନାହିଁ ସେ ହେଉଛନ୍ତି ଅଜାଣ । ମର୍ତ୍ତ୍ୟରେ ଦେବାଦେବୀ ଗାଦି ପୀରସ୍ଥାନ ଗୁରୁ ଆସ୍ଥାନ ବୃକ୍ଷ ପୂଜା କରାହେଉଛି । ଭକ୍ତିରେ ଯେ ପୂଜା କରୁଛନ୍ତି ସେ ବୁଝନ୍ତି ଏସବୁ ସର୍ବଜାଣ ମାତ୍ର ବ୍ୟକ୍ତିଟିର ଭଲ ଓ ମନ୍ଦ ଚକ୍ରରେ ଯେତେବେଳେ ମନ୍ଦ ବ୍ୟଥିତ କରୁଛି କଷ୍ଟ ଦେଉଛି ସେତେବେଳେ ଏମାନଙ୍କ ପାଖକୁ ଯାଇ ମନର ବେଦନା ବ୍ୟକ୍ତ କରୁଛି । ମନ୍ଦ ନିବାରଣ ଉପାୟ ପାଇଁ ଆବେଦନ ନିବେଦନ କରୁଛନ୍ତି । ସର୍ବଜାଣ ସଜା ମୌନମୁଦ୍ରାରେ ହେଲେ ଶାସ୍ତ୍ରରୁ ଗୁରୁ ମୁଖରୁ ଲୋକଜ୍ଞାତ ଭଗବାନ ସବୁ ଶୁଣନ୍ତି ଦେବତା ସବୁ ଶୁଣନ୍ତି ଜାଣନ୍ତି ଅତଏବ ସେ ମାଲିକ ବା ମାଲିକାଣୀ ଯୋଗୁଁ ମୁଖ ଫିଟିଲେ ଦୁଃଖ ପାଇ ପାରେ ଏ ପାଇଁ ତାଙ୍କ ପାଖରେ ଦରଖାସ୍ତ ଗୁହାରୀ ଆଦି । ଦେବତା, ପଥର କାଠ, ଧାତୁ ମାଟି ବା କାଗଜଚିତ୍ର ଏସବୁ ସ୍ଥିର ଏଠାରୁ ଏକ ଭକ୍ତି ମିଳେ ସ୍ଥିରୋଭାବ । ଯାହା ଧୈର୍ଯ୍ୟ ଧରି ଏଇ ଧୈର୍ଯ୍ୟରେ ରହିଲେ ସମୁଦ୍ର ଲହଡି ମାଡି ଆସୁଥିବା ସମୟ ପୁନଃ ଫେରସ୍ତ ଚାଲିଯାଇପାରେ ବା କଷ୍ଟ ଉଭେଇ ଯାଇପାରେ । ବହୁଜାଣ ଗୁରୁମାନେ ଗୁରୁଜନମାନେ ଶିକ୍ଷକମାନେ ସର୍ବଦା ସହାୟତା ସତ, ମାତ୍ର ଜୀବନରେ କିଛି କିଛି ପର୍ଯ୍ୟାୟ ଅଛି, ସେ ପର୍ଯ୍ୟାୟରେ ପଡ଼ିବା ପାଇଁ ତା ଆଗରୁ ଗୁରୁ ଗୁରୁଜନ ଶିକ୍ଷକମାନେ କିଛି ଶିକ୍ଷା ସାଧନା ଶିକ୍ଷା ଦେଇ ଅଭ୍ୟସ୍ତ କରାନ୍ତି । ତାପରେ ଆସେ ପରୀକ୍ଷା ବେଳ ସେ ଅଭ୍ୟସ୍ତ ଜ୍ଞାନ ଅନୁଭୂତିରେ ସେ ପରୀକ୍ଷକକୁ ମୁକାବିଲା କରି ପାରି ହେବାକୁ ପଡ଼େ । ଯଦି ଉତ୍ତୀର୍ଣ୍ଣ କେହି ନଲେଖା ତେବେ ସେ ପର୍ଯ୍ୟାୟ ସେଠାରେ ଅଧା ରହିଯାଏ । ଅପୂର୍ଣ୍ଣ ଶିକ୍ଷା ରହିଯାଏ । ପ୍ରୟାସ କରିଥାନ୍ତି, କେହି ଅଳ୍ପବସ୍ତ୍ର କେହି ଉଲ୍ଲଗ୍ନ ଦିଗାମ୍ବର ବି ହୋଇଥାନ୍ତି । କେହି କୁମ୍ଭୀପଟ ବସ୍ତ୍ର କୌପୀନ ମାରିଥାନ୍ତି । ବଡ଼ ବଡ଼ ନିର୍ମାଣ କୋଠା ତାଙ୍କୁ ବିଷୟ ବିଷରେ ପକାଇଥାଏ । ଏଥିରୁ ବଞ୍ଚôତ ହେବା ପାଇଁ ସେ ଚେଷ୍ଟା ଜାହିର କରିଥାନ୍ତି । ହେଲେ ସଂସାରୀ ଚେଲା ସଙ୍ଗ ତାଙ୍କୁ ଏପରି ମାୟାରେ ପକାଇଥାଏ ।
ଇନ୍ଦ୍ରିୟ ନିୟନ୍ତ୍ରଣରେ ମହାରାଜରୁ ସେମାନେ ବିଷୟ ବିଷ ଭୋଜ ମହାରାଜ ଡାକରେ ଆସିଥାନ୍ତି । ଗାଡ଼ି ଜାତି, ପୋଷାକ ଭେକ ସବୁ ସନ୍ନ୍ୟାସୀ ତେଜ୍ୟା କରି ପୁନଃ ସେଥିରେ ପଡ଼ନ୍ତି । ଭେକ କହିଲେ ସମ୍ପ୍ରଦାୟ ସନ୍ନ୍ୟାସୀ ଗୁରୁ ପନ୍ଥାର ଦତ୍ତ ପୋଷାକ ବସ୍ତ୍ର ମାଳା ତିଳକାଦି ଧାରଣ । ଜ୍ୟୋତିଷରେ ଅଛି ସକୁନ । ଏହା ଦେଖିଲେ ଗମନକାରୀ ବାସକାରୀ ସମସ୍ତେ ସତର୍କ ରହିବା କଥା । ବାଘଟିଏ ଘାସ ଖାଇଲେ ବିରାଡ଼ି ଟିଏ ବୈଷ୍ଣବ ହୋଇଯିବା ପରି ମାଛ, ମାଂସ ବର୍ଜନ କରି ଜୀବନ ଧାରଣ କରୁଥିବା ଦେଖାଗଲେ ଘରେ ବିଲୁଆ କୁକୁର ସର୍ପ ପ୍ରବେଶ କଲେ, ଜଳ ହଠାତ ବିକୃତ ହେଲେ, ଗୋରୁ ମାନେ ରାତ୍ରୀରେ ଗୁହାଳରେ ବୋବାଇଲେ ଏପରି ସନ୍ନ୍ୟାସୀ ସହିତ ନାରୀଟିଏ ବାସ କଲେ, ସନ୍ନ୍ୟାସୀ ଲୋଭାସକ୍ତ ହୋଇ ଅର୍ଥାଦି ଚାହିଁଲେ ଜାଣିବ ଅମଙ୍ଗଳ ଆସିଗଲାଣି । ଅଜାଣ ସର୍ବଜାଣ ହେବା ଦେଖାଗଲେ ଅପଶକୁନରେ ଆସିଥାଏ । କ୍ରୋଧାକ୍ତ, ଅତିକାମାସକ୍ତ ମନୁଷ୍ୟର ବୃଦ୍ଧି କୋପକାରୀ ଏପରିକି ଅପମୃତୁ୍ୟକାରୀ ହୋଇଥାନ୍ତି । ବହୁଜାଣ ସମ୍ପୂର୍ଣ୍ଣ ସର୍ବଜାଣ ହେବା ମୁସ୍କିଲ, କେବଳ ଏକ ବିଷୟରେ ଜାଣ ହୋଇ ବହୁଜାଣ ହୋଇଥାନ୍ତି । ସଂସାରରେ ଅନେକ ବିଦ୍ୟା କାରିଗରୀ ଜ୍ଞାନ ଅନେକ ଜୀବନ ଧାରଣର ଅବଲମ୍ବନ । ଅନେକ ସୁଖର ଉତ୍ସ, ଅନେକ ଦୁଃଖ ନିବାରଣ ଦିଗ ଅନେକଙ୍କୁ ଦୁଃଖରେ ପଡ଼ିବା ଦିଗ ଅନେକ, ଏସବୁରେ କେହି ସମ୍ପୂର୍ଣ୍ଣ ସର୍ବଜାଣ ନାହାଁନ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରଙ୍କ ନିର୍ମାଣ କିଏ କରିଛି ଏ ପାଇଁ ପ୍ରମାଣ ଖୋଜ ପରେ ସାକ୍ଷୀ ଦରକାରରେ ପ୍ରଥମେ ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀର କୁରୁମ, ଏହାପରେ କଳ୍ପବଟର କାକ, ତାପରେ ହିମାଳୟର ନାଡ଼ୀ ଜଙ୍ଘବକଙ୍କୁ ପଚାରିବାକୁ ପଡ଼ିଥିଲା । ଏଥିରୁ ଜଣାପଡ଼ୁଛିସମୟ ଓ ବ୍ୟକ୍ତିତ୍ୱ ଜାଣିବା ଅନୁଭୂତିରେ ଅଭ୍ୟସ୍ତ ରହିଥାନ୍ତି । ଦୁଃଖ ଓ ଶୋକ ଭୋଗିବାକୁ ଚେଷ୍ଟା କରି କେହି ସଂସାର ତ୍ୟାଗୀ ହୋଇଥାନ୍ତି ପ୍ରକୃତରେ ପ୍ରକୃତି କିନ୍ତୁ ଏହାର ଦିଗର ବହୁ ଉତ୍ସକୁ ନିବାରଣକୁ ଚେଷ୍ଟା ଦେଇଥିବାବେଳେ କ୍ଷୁଧା ତୃଷ୍ଣା, ନିଦ୍ରା, ଖରା, ବର୍ଷା ଭୋଗିବାକୁ ସମ୍ପୂର୍ଣ୍ଣ ଛାଡ଼ କରାଇ ନଥାନ୍ତି । ଭୋକ ପାଇଁ ଭିକ୍ଷାବୃତ୍ତି ସନ୍ନ୍ୟାସୀମାନେ କରନ୍ତି, ତେବେ ସମସ୍ତଙ୍କ ପରି ଉତ୍ତମ ସ୍ୱାଦିଷ୍ଟ ଭୋଜନରେ ଇଛା । ଅଦମ୍ୟ ବାସନା ତାଙ୍କର ନିୟନ୍ତ୍ରିତ । ତୃଷ୍ଣା ପାଇଁ ସମସ୍ତେ ଶୁଦ୍ଧ ପାନୀୟ ଖୋଜରେ ଅଛନ୍ତି ମିନେରାଲ ଜଳ ଜୀବାଣୁ ଶୂନ୍ୟ ଜଳ ପାଇଁ ଯନ୍ତ୍ରପାତି ଲଗାଇ ଫିଲଟର ଲଗାଇ ପିଇବା ପାଣି ପିଉଛନ୍ତି । ହେଲେ ନଦୀ ଜଳ ଝରଣା ଜଳ କୂପ ଜଳ ଏମାନେ ସଂଗ୍ରହ କରି ପିଇଥାନ୍ତି । ତେବେ ପଶୁପରି ଯେକୌଣସି କର୍ଦ୍ଦମାକ୍ତ ଜଳ ଗ୍ରହଣ କରନ୍ତି ନାହିଁ । ନିଦ୍ରାରେ ସନ୍ନ୍ୟାସୀମାନେ ବଶୀଭୂତ ନୁହଁନ୍ତି । ମାତ୍ର ଶୟନ ସ୍ଥାନ ହିଂସ୍ରପଶୁ ସରୀସୃପା ଦି ରହିତ ସ୍ଥାନ ବାଛି ଶୟନ ସ୍ଥାନ କରିଥାନ୍ତି । ଖରାବର୍ଷାରୁ ସମସ୍ତଙ୍କ ପରି ରକ୍ଷା ପାଇଁ ଗଛମୂଳ ବା କୁଟୀର ନିର୍ମାଣ କରି ଶୟନବାସ ସ୍ଥାନ ବାଛିଥାନ୍ତି । ଦେହର ବାହ୍ୟଜ୍ଞାନ ପ୍ରତି ଯତ୍ନ ନେବା ଆସ୍ତେ ଆସ୍ତେ ଛାଡ଼ନ୍ତି ହେଲେ ସ୍ନାନ ଶୌଚ ଛାଡ଼ନ୍ତି ନାହିଁ । ନାପିତ ଆବଶ୍ୟକ ନାହିଁ ବା ଖୁଦ ବସ ଦରକାର । ବସ୍ତ୍ର ସଫାକାରୀ ଧୋବାରୁ ମଧ୍ୟ ବଞ୍ଚôତ ହେବାକୁ ।
ଅଜୟ କୁମାର ବେହେରା,ମୋ: ୯୪୩୭୦୩୧୨୫୩