ପିତୃଦେବଙ୍କ ପରଲୋକ
ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାମାୟଣବିତ୍ ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ପୋଲିସ ଠାରୁ ମାଡ ଖାଇ ଅକର୍ମଣ୍ୟ ହୋଇଯାଇଥିଲେ । ବହୁଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ହେଁ ଠିକ୍ ଭାବରେ ଚାଲିପାରୁନଥିଲେ । ମଝିରେ ମଝିରେ ପନ୍ଦର କୋଡିଏ ଦିନ ଲେଖାଏଁ ସେ ଶଯ୍ୟାଶାୟୀ ହୋଇ ରହୁଥିଲେ । ବିଭିନ୍ନ ଆୟୁର୍ବେଦିକ ଔଷଧ ସେବନ ଓ ତୈଳ ମାଲିସ କରିବା ପରେ ଆରୋଗ୍ୟ ଲାଭ କରୁଥିଲେ । ସ୍ୱାଧୀନତା ପରେ ଓ ବାପୁଜୀଙ୍କ ମହାପ୍ରୟାଣ ପରେ ସେ କଂଗ୍ରେସ ସହିତ କୋ÷ଣସି ସଂପର୍କ ନରଖି ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପୂର୍ବରୁ ସେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରା ନିକଟସ୍ଥ ସାନଛତା ମଠର ମହନ୍ତ ଗଙ୍ଗା ଦାସ ମହାରାଜଙ୍କ ଠାରୁ ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ଶ୍ରୀରାମଚରିତ ମାନସ ଶିକ୍ଷା କରିଥିଲେ । ପ୍ରତ୍ୟହ ଶ୍ରୀରାମଚରିତ ମାନସ ସ୍ୱାଧ୍ୟାୟ କରିବା ତାଙ୍କର ଅଭ୍ୟାସ ଥିଲା । ସ୍ୱାମୀ ଶିବାନନ୍ଦ ସରସ୍ୱତୀ ତାଙ୍କୁ ମଧ୍ୟ ରାମ ମନ୍ତ୍ରରେ ଦୀକ୍ଷିତ କରିଥିଲେ । ସେ ପ୍ରତ୍ୟହ ଉଷାକାଳରୁ ଉଠି ରାମମନ୍ତ୍ର ଜପ ଓ ସ୍ନାନାନ୍ତେ ଶ୍ରୀରାମ ଚରିତ ମାନସ ସ୍ୱାଧ୍ୟାୟ କରୁଥିଲେ ।
ସ୍ୱାଧୀନତା ପରେ ବାପା ରାମାୟଣ ପ୍ରଚାରରେ ବ୍ରତୀ ଥିଲେ । ଶରୀର ଟିକିଏ ସୁସ୍ଥ ହେବା ପରେ ସେ ବିଭିନ୍ନ ସ୍ଥାନକୁ ଯାଇ ରାମାୟଣ ଆଲୋଚନା କରୁଥିଲେ । ମାଆ ଯେତେ ମନା କଲେ ମଧ୍ୟ ସେ ମାନୁନଥିଲେ ଏବଂ କହୁଥିଲେ, ‘ରାମାୟଣ ମୋ ଜୀବନର ଅନ୍ତଃସ୍ୱର । ଏହି ପରମ ଶାସ୍ତ୍ରରେ ମାନବିକତା ସାକାର ରୂପ ଧାରଣ କରିଛି । ରାମାୟଣର ପ୍ରଚାର ପ୍ରକୃତରେ ମାନବଧର୍ମର ପ୍ରଚାର । ମାନବ ସଭ୍ୟତାର ସଜୀବ ମହାକାବ୍ୟ ହେଉଛି ରାମାୟଣ । ଏହି ଗ୍ରନ୍ଥ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ମାନବ ସମାଜକୁ ଜୀବନର ଯଥାର୍ଥ ମୂଲ୍ୟବୋଧ ସଂପର୍କରେ ସଚେତନ କରାଇଥାଏ । ଲୋକଚରିତ୍ର ଗଠନର ସର୍ବକାଳୀନ ଆବେଦନ ଯୋଗୁ ଏହି ପରମଗ୍ରନ୍ଥ ପ୍ରାଚୀନ ହୋଇ ମଧ୍ୟ ନିତ୍ୟ ନୂତନ । ମାନବୀୟ ମହତ୍ତ୍ୱ ପ୍ରଚାରରେ ମୁଁ ବ୍ରତୀ । ତେଣୁ କ୍ଷୟଶୀଳ ଶରୀର ନାଶ ନିମିତ୍ତ ମୋର ଚିନ୍ତା ବା ଭୟ ନାହିଁ । ବାପାଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରୁ ରାମାୟଣ ଆଲୋଚନା ନିମିତ୍ତ ନିମନ୍ତ୍ରଣ ଆସୁଥିଲା । ଲୋକମାନେ ତାଙ୍କୁ ଗାଡିରେ ଆସି ନେଇଯାଉଥିଲେ ଏବଂ ଆଲୋଚନା ପରେ ଆଣି ଘରେ ଛାଡି ଦେଉଥିଲେ । ସେହି ସମୟରେ ଆମ ଅଞ୍ଚଳରେ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ହେଉନଥିଲା । ରସମୟ କାବ୍ୟ ରାମାୟଣ ଶୁଣିବା ନିମିତ୍ତ ଲୋକମାନେ ଉତ୍ସୁକ ଥିଲେ । ବାପାଙ୍କର ଶ୍ରୀରାମଚରିତ ମାନସ ସଂପୂର୍ଣ୍ଣ କଣ୍ଠସ୍ଥ ଥିଲା । ପ୍ରବଚନ ଦେବା ସମୟରେ ସେ ଶ୍ରୀରାମଚରିତ ମାନସର ଦୋହା, ଚୋ÷ପାଇ, ଛନ୍ଦ ସହିତ ବାବାଜୀ ବଳରାମ ଦାସ ଓ ଜଗତ୍ବନ୍ଧୁ ମହାପାତ୍ରଙ୍କ ଓଡ଼ିଆ ପଦ୍ୟାନୁବାଦ ବୋଲୁଥିଲେ । ତେଣୁ ଅବଧୀ ଭାଷା ଜାଣିନଥିବା ଲୋକମାନେ ବୁଝି ପାରୁଥିଲେ । ପ୍ରସଙ୍ଗ କ୍ରମେ ସେ ସଂସ୍କୃତ ବାଲ୍ମୀକୀ ରାମାୟଣ, ଅଧ୍ୟାତ୍ମ ରାମାୟଣ, ଚମ୍ପୁ ରାମାୟଣ, ମହାନାଟକ, ଉତ୍ତର ରାମଚରିତ ପ୍ରଭୃତି ଗ୍ରନ୍ଥରୁ ଶ୍ଲୋକମାନ ଉଦ୍ଧୃତ କରି ଅର୍ଥ ସହ ବୁଝାଉଥିଲେ ।
ବାପାଙ୍କ ପ୍ରବଚନ ପ୍ରଦାନର ଧାରା ବ୍ୟବହାରିକ ଶିକ୍ଷାମୂଳକ ଥିଲା । ତାଙ୍କର ମତ ଥିଲା ଯେ ରାମାୟଣ ଅଧ୍ୟୟନରୁ ଜ୍ଞାନ, ଭକ୍ତି, ଶ୍ରଦ୍ଧା, ପ୍ରୀତି, ବିନୟ ଓ ସୋ÷ଜନ୍ୟର ଦିବ୍ୟ ସନେ୍ଦଶ ମିଳିଥାଏ । ପ୍ରତ୍ୟେକ ମାନବର ଏହା ନିତ୍ୟ ପଠନୀୟ ଗ୍ରନ୍ଥ । ପ୍ରଭୁ ଶ୍ରୀରାମ ହେଉଛନ୍ତି ବିଗ୍ରହବାନ ଧର୍ମ । ଧର୍ମର ଯଥାର୍ଥ ସ୍ୱରୂପ ପ୍ରତିପାଦନ କରିବା ନିମିତ୍ତ ସେ ସତ୍ୟ ଓ ତ୍ୟାଗର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ରାଜ୍ୟାଭିଷେକ ପରିବର୍ତ୍ତେ ବନବାସୀ ହୋଇ ତପସ୍ୱୀ ସଦୃଶ ବଲକଳ ପରିଧାନ କରିଥିଲେ ମଧ୍ୟ ସୁଖଦୁଃଖର ଅପ୍ରତ୍ୟାଶିତ ସମନ୍ୱୟ ଭାବ ସେ ପ୍ରଦର୍ଶନ କରିଛନ୍ତି । ଆଦର୍ଶ ପୁତ୍ରର କର୍ତ୍ତବ୍ୟ ସଂପାଦନ କରିବାକୁ ଯାଇ ଚଉଦବର୍ଷ ବନବାସକୁ ସେ ଶ୍ରେୟ ମଣିଛନ୍ତି । ମାନବୀୟ ଲୀଳାରେ ଏକ ଆଦର୍ଶ ପୁତ୍ର, ଆଦର୍ଶ ଭ୍ରାତା, ଆଦର୍ଶ ଶିଷ୍ୟ, ଆଦର୍ଶ ସ୍ୱାମୀ, ଆଦର୍ଶ ରାଜା ରୂପେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସମନ୍ୱୟ ସ୍ଥାପନ ପୂର୍ବକ ସ୍ୱକର୍ତ୍ତବ୍ୟ ସଂପାଦକ କରିଛନ୍ତି । ପ୍ରଭୁଙ୍କର ଅନନ୍ୟ ଭକ୍ତ ଭରତ, ଭ୍ରାତୃ ଭକ୍ତି ତୁଳନାରେ ରାଜ ସିଂହାସନ ତାଙ୍କ ନିକଟରେ ମୂଲ୍ୟହୀନ ହୋଇଯାଇଛି । ଅଯୋଧ୍ୟାର ସ୍ୱର୍ଣ୍ଣ ରାଜମୁକୁଟ ଚିତ୍ରକୂଟସ୍ଥ କାମଦଗିରିର ପାଦଦେଶରେ ଧୂଳି ଲୋଟିଛି । ଜ୍ୟେଷ୍ଠ ଶ୍ରୀରାମ ଗ୍ରହଣ କରି ନାହାନ୍ତି ଅଥବା କନିଷ୍ଠ ଭାରତ ସ୍ୱୀକାର କରିନାହାନ୍ତି । ନନ୍ଦି ଗ୍ରାମରେ ଶ୍ରୀରାମଙ୍କ ପାଦୁକା ପୂଜା କରି ତପସ୍ୱୀ ଜୀବନ ଯାପନ କରିଛନ୍ତି ଭରତ । ରାଜସିଂହାସନ, ରାଜଦଣ୍ଡ, ରାଜମୁକୁଟ, ତଥା ରାଜ କ୍ଷମତାର ମୋହ ଭ୍ରାତୃପ୍ରେମଭରେ ଅନ୍ତରାୟ ସୃଷ୍ଟି କରିପାରିନାହିଁ । ପ୍ରଭୁ ଶ୍ରୀରାମ ଓ ଭ୍ରାତା ଭରତଙ୍କ ସତ୍ୟ ତଥା ତ୍ୟାଗ ବର୍ଣ୍ଣନାରେ ନିଃସତ୍ତ୍ୱ ଜୀବନର ମରୁଭୂମିରେ ପ୍ରେମର ମନ୍ଦାକିନୀ ପ୍ରବାହିତ କରିପାରିଛି । ପାରିବାରିକ ରୀତି, ନୀତି, ବିଚାରବିମର୍ଷର ପ୍ରତ୍ୟେକ ଧାରା ଲୀଳା ମାଧ୍ୟମରେ ରାମାୟଣରେ ବ୍ୟକ୍ତ । ରାମାୟଣର ଐଶ୍ୱର୍ଯ୍ୟ ହେଉଛି ମାନବପ୍ରେମ । ପ୍ରଭୁ ରଘୁରାଣ ସ୍ୱକୀୟ ଦିବ୍ୟ ଲୀଳାରେ ଜାତି ବର୍ଣ୍ଣର ପ୍ରାଚୀର ଉଠାଇ ଦେଇ ସମାଜର ନିମ୍ନଶ୍ରେଣୀକୁ ପ୍ରେମ କରିବାର ସନେ୍ଦଶ ପ୍ରଦାନ କରିଛନ୍ତି । କ୍ଷୁଦ୍ର ନିଷାଦରାଜ ଗୁହ୍ୟକ, ଭକ୍ତିମତୀ ଶବରୀ, ସ୍ୱାମୀ ପରିତ୍ୟକ୍ତା ଅହଲ୍ୟା, ଗୃଧ୍ରରାଜ ଜଟାୟୁ, ବାନରରାଜ ସୁଗ୍ରୀବ ଓ ଅସୁରରାଜ ବିଭୀଷଣଙ୍କୁ ସେ ଆପଣାର କରି ସଭିଙ୍କ ନିକଟରେ ନିଜର ଅନନ୍ତ ବିସ୍ତାରିତ ଭାବନେଇ ଉଭା ହୋଇଛନ୍ତି । ସ୍ୱକୀୟ ଦିବ୍ୟ ଆଚରଣରେ ଗିରିଜନଠାରୁ ଗୁରୁଜନ ସମସ୍ତଙ୍କର ସେ ପ୍ରାଣର ପ୍ରାଣ ହୋଇଯାଇଛନ୍ତି । ରାମାୟଣ ବର୍ଣ୍ଣିତ ବିଭିନ୍ନ ଲୀଳାରେ ସମନ୍ୱୟ ମହାମନ୍ତ୍ରର ସାର୍ଥକ ରୂପାୟନ ହୋଇ ମାନବ ପ୍ରେମର ଐଶ୍ୱର୍ଯ୍ୟ ଉଦ୍ଭାସିତ । ରାମାୟଣର ରମଣୀୟତା ଅନନ୍ୟ ଓ ଅନୁପମ ଯାହା ଯୁଗ ଯୁଗ ଧରି ଜନଜୀବନକୁ ପ୍ରଭାବିତ କରିଆସିଛି । ଏହାର ଅମୃତତ୍ତ୍ୱ ଅସ୍ପାଦନ ନିମିତ୍ତ ରାମାୟଣୀ ଭାବଧାରାରେ ଜୀବନ ଯାପନ କରିବା ସମୀଚୀନ । ସଂପ୍ରତି ସମଗ୍ର ବିଶ୍ୱ କେବଳ ବସ୍ତ୍ର, ଭୋଜନ ଓ ଭାଷଣର ଆବରଣରେ ବଞ୍ଚô ରହିଛି । ଏକ ଚତୁର ବ୍ୟବସାୟୀ ସଦୃଶ ଆପଣାର ସୁଖ ଓ ସୁବିଧାର ସାମଗ୍ରୀ ଆୟୋଜନରେ ସଭିଏଁ ବ୍ୟସ୍ତ ଓ ବିବ୍ରତ । ଲାଭକ୍ଷତିର ସଂପର୍କ ବ୍ୟତୀତ ଅନ୍ୟ ସମସ୍ତ ସଂପର୍କ ଆଜି ଲୋକଦେଖାଣିଆ । ହିଂସା, ପ୍ରତିହିଂସା, ଯୁଦ୍ଧ, ଉଗ୍ରବାଦ ଓ ଆତଙ୍କବାଦରେ ସାରା ବିଶ୍ୱ ଆତଙ୍କିତ । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ରାମାୟଣର ଉପଯୋଗ, ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି । ଅନନ୍ତକାଳ ନିମିତ୍ତ ମାନବଜାତି ରାମାୟଣରୁ ଦିଗ୍ଦର୍ଶନ ପାଇପାରିବ । ରାମାୟଣର ଚିରସ୍ଥାୟୀ ମୂଲ୍ୟବୋଧ ସଂପର୍କରେ ମାନବଜାତିକୁ ସଚେତନ କରିବା ନିମିତ୍ତ ମହର୍ଷି ବାଲ୍ମୀକୀ କହିଯାଇଛନ୍ତି :-
ଯାବତ୍ ସ୍ୱାସ୍ଥ୍ୟନ୍ତି ଗିରିୟ ସରିତାଶ୍ଚ ମହୀତଳେ,
ତାବତ୍ ରାମାୟଣୀ କଥା ଲୋକେଷୁ ପ୍ରଚରିଷ୍ୟତି ।
ବାପାଙ୍କ ପ୍ରଦତ୍ତ ରାମାୟଣ ପ୍ରବଚନ ଦ୍ୱାରା ହଜାର ହଜାର ଲୋକ ପ୍ରଭାବିତ ହୋଇପାରୁଥିଲେ । ପ୍ରତ୍ୟହ ଆମ ଘରକୁ ବିଶିଷ୍ଟ ବ୍ୟକ୍ତିମାନେ ବାପାଙ୍କର ସାନ୍ନିଧ୍ୟ ଓ ଦୁଇପଦ ରାମାୟଣ ଶୁଣିବାକୁ ଆସୁଥିଲେ । ଏହାର ପ୍ରଭାବ ବାଲ୍ୟକାଳରୁ ମୋ ଉପରେ ପଡିଥିଲା । ମୁଁ ପ୍ରତିଦିନ ରାମାୟଣ ସ୍ୱାଧ୍ୟାୟ ଆସୁଥିଲେ । ଏହାର ପ୍ରଭାବ ବାଲ୍ୟକାଳରୁ ମୋ ଉପରେ ପଡିଥିଲା । ମୁଁ ପ୍ରତିଦିନ ରାମାୟଣ ସ୍ୱାଧ୍ୟାୟ କରୁଥିଲି । ବାପା ମୋତେ ନିରନ୍ତର ଉପଦେଶରେ ଚରିତ୍ରବନ୍ତ, ସତ୍ୟନିଷ୍ଠ ଓ ରାମାୟଣର ଆଦର୍ଶରେ ଜୀବନ ଗଢିବାକୁ କହୁଥିଲେ । ନିଜ ଜୀବନ ସ୍ୱଳ୍ପକାଳ ଅନୁଭବ କରି ସେ ମୋତେ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ କରିଦେଲେ । ୧୯୭୮ ଫେବୃଆରୀ ମାସରୁ ବାପା ଶଯ୍ୟାଶାୟୀ ହୋଇଗଲେ । ଚିକିତ୍ସା ପରେ ପନ୍ଦର ଦିନ ସୁସ୍ଥ ହୋଇ ଦାଣ୍ଡପିଣ୍ଡାରେ ବସି ରାମାୟଣ ବୋଲିଲେ । କିନ୍ତୁ ପରେ ଦେହ ଖରାପ ହୋଇଗଲା । ସେହି ବର୍ଷ ଦୋଳପୂର୍ଣ୍ଣିମା ସକାଳେ ମୋତେ ପାଖରେ ବସାଇ ବାପା କହିଲେ ଯେ ସେ ଆଉ ବେଶୀଦିନ ବଞ୍ଚôବେ ନାହିଁ । ଜୀବନରେ ଚରିତ୍ରବନ୍ତ, ସତ୍ୟନିଷ୍ଠ, ବିନୟୀ, ଜ୍ଞାନାନ୍ୱେଷୀ ଓ ସେବା ମନୋବୃତ୍ତି ସଂପନ୍ନ ହେବାକୁ ଉପଦେଶ ଦେଲେ । ସର୍ବଦା ସାଧୁ, ସନ୍ଥ ଓ ଗୁରୁଜନମାନଙ୍କର ଆଶୀର୍ବାଦ ଲୋଡିବୁ ବୋଲି କହିଲେ । ମୋର ସେତେବେଳକୁ ଲେଖା ବିଭିନ୍ନ ପତ୍ର ପତ୍ରିକାରେ ବାହାରୁଥାଏ ଏବଂ ମାତ୍ର ତିନିଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥାଏ । ଆଧ୍ୟାତ୍ମ ଓ ସାରସ୍ୱତ ସାଧନା ନିମିତ୍ତ ମୁଁ ପ୍ରାୟ ତିରିଶିଗୋଟି ଅନୁଷ୍ଠାନ ସମ୍ମାନ ଲାଭ କରିଥାଏ । ଏ ବିଷୟରେ ବାପା ମୋତେ ଚେତାଇ ଦେଇ କହିଲେ ଯେ କୋ÷ଣସି ସଂଘ, ସଂସଦ ବା ଗୋଷ୍ଠୀରେ ସଦସ୍ୟ ନହେବାକୁ ଏବଂ ପୁରସ୍କାର ବା ସମ୍ମାନ ନିମିତ୍ତ କାହାକୁ ଅନୁରୋଧ ନକରିବାକୁ । ସର୍ବଦା ସ୍ୱାଧ୍ୟାୟ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ସେ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କୁ ସର୍ବଦା ସ୍ମରଣ ରଖିବୁ । ତାଙ୍କ କୃପାରେ ତୁ ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଲାଭ କରିବୁ । ମାଆ ଶରଣ କୃପା କଲେ ତୁ ବହୁ ଗ୍ରନ୍ଥ ରଚନା କରିବୁ, କିନ୍ତୁ ମନେ ରଖିବୁ ତୋ ଲେଖା ଗୁଡିକ ସାମାଜିକ ଚେତନାର ଉତ୍ତରଣ ଘଟାଇ ପାଠକୀୟ ଆଦୃତି ଯେପରି ଲାଭ କରିବ । ବାପାଙ୍କର ଏହି ଶେଷ ଉପଦେଶ ମୁଁ ଆଜି ପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ପାଳନ କରି ଆସିଛି ଏବଂ ତାଙ୍କ ଆଶୀର୍ବାଦରେ ଅନେକ କ୍ଷେତ୍ରରେ ସଫଳତା ଲାଭ କରିଛି । ସରଳ ଜୀବନ ଯାପନ ଓ ଉଚ୍ଚ ବିଚାରଧାରାରେ ନିମଗ୍ନ ରହିବାକୁ ବାପାଙ୍କର ନିଦେ୍ର୍ଦଶ ଥିଲା । ମୋତେ ଉପଦେଶ ଦେବା ପରେ ମୋ ସ୍ତ୍ରୀଙ୍କୁ ଡାକିଲେ ଏବଂ କହିଲେ, ଝିଅ ! ତୁମେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳୁ ମୁଁ ତୁମକୁ ମୋ ଘରର ବୋହୂ କରିବି ବୋଲି ମନସ୍ଥ କରିଥିଲି । ଈଶ୍ୱରଙ୍କ କୃପାରୁ ତୁମେ ବୋହୂ ହୋଇ ମୋ ଘରକୁ ଆସିଲ । ତୁମ ବାପଘର ଓ ଆମ ଘର ଦୁଇଟି ଯାକ ଘରର ଦାୟିତ୍ୱ ତୁମ ଉପରେ । ମୁଁ ତୁମକୁ ବୋହୂ ବୋଲି କେବେ ଭାବିନାହିଁ, ନିଜ ଝିଅ ବୋଲି ଭାବିଛି । ପୁଅ ସବୁବେଳେ ବାହାରେ ରହୁଛି ଏବଂ ଦୁର୍ଘଟଣାରେ ଚଳତ ଶକ୍ତି ହରାଇ ବସିଲା । ତଥାପି ଠାକୁରଙ୍କ କରୁଣାରୁ ସାରା ଭାରତ ଭ୍ରମଣ କରୁଛି । ତେଣୁ ଦୁଇଟି ଘରର ଦାୟିତ୍ୱ ତୁମ ଉପରେ । ମୁଁ ଆଶୀର୍ବାଦ କରୁଛି ତୁମେ ସୂଚାରୁରୂପେ ଏହି ଦାୟିତ୍ୱ ନିର୍ବାହ କରିବ । ମନେରଖ, ମୋର ଶେଷ ମୁହୂର୍ତ୍ତ ଆସିଗଲେ ଚନ୍ଦନରେ ମୋ ଦେହରେ ରାମ ନାମ ଲେଖିଦେବ । ‘ମୋ ଶ୍ୱଶୁରଙ୍କୁ କହିଲେ ଯେ ସେ ଗାନ୍ଧୀବାଦୀ ହୋଇଥିବାରୁ ଚାଳଘରେ ରହିଲେ । ଘର ପୋଡିରେ ତିନି ଆଲମାରୀ ବହି ପୋଡିଗଲେ ମଧ୍ୟ ସେ କୋଠାଘର କଲେ ନାହିଁ । ପୁନର୍ବାର ଚାଳଘର କରି ରହିଲେ । ବାପା ଶ୍ୱଶୁରଙ୍କୁ କହିଲେ ଯେ ପୁଅକୁ ମୋ ପରେ ନିଘା ରଖିବ ଏବଂ ଏହି ଘରକୁ ଭାଙ୍ଗି କୋଠାଘର କରିଦେବ ।
ବାପା ଜୁନ ୨୦ ତାରିଖରେ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଗାଁରୁ ଆଣି ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ଭେଷଜ ବିଭାଗ ନଂ ୨୦ମ୍ବର ବେଡରେ ରଖି ଚିକିତ୍ସା କରାଗଲା । ଜିଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଦୁଇଜଣ ଭେଷଜ ବିଶେଷଜ୍ଞ ବାପାଙ୍କ ଚିକିତ୍ସା କଲେ । ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଡକ୍ଟର ହରେକୃଷ୍ଣ ମହତାବ, ମାଳତୀ ଚୋ÷ଧୁରୀ, ସରଳା ଦେବୀ, ରାଜକୃଷ୍ଣ ବୋଷ, ବ୍ରଜ କିଶୋର ଧଳ, ଦେବେନ୍ଦ୍ର ଶତପଥୀ, ବ୍ରହ୍ମାନନ୍ଦ ବିଶ୍ୱାଳ ପ୍ରଭୃତି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଚିକିତ୍ସାଳୟକୁ ଆସି ବାପାଙ୍କୁ ଦେଖା କରିଥିଲେ । ଡାକ୍ତରମାନେ ବହୁ ଚେଷ୍ଟା କରିବା ସତ୍ତ୍ୱେ ୧୯୭୮ ଜୁନ ୨୫ ତାରିଖରେ ବାପା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଶେଷନିଶ୍ୱାସ ତ୍ୟାଗ କରିବାର ଅବ୍ୟବହିତ ପୂର୍ବରୁ ସେ ରାମ ନାମ ବହୁବାର ଉଚ୍ଚାରଣ କରିଥିଲେ । ବାପା ଚାଲିଗଲା ପରେ ମୋତେ ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା । ବାପା ହିଁ ମୋର ମାର୍ଗଦର୍ଶକ ତଥା ସାହାଭରସା ଥିଲେ । ମୁଁ ଭୋ ଭୋ କାନ୍ଦି ପକାଇଲି । ମୋ କକେୟୀ, ବଡଭାଇ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଓ ମୁଖ୍ୟ ଚିକିତ୍ସାଧିକାରୀ ମୋତେ ବୁଝାଉଥାନ୍ତି । ଗାଁ ଲୋକ କହିଲେ, ‘ମାର୍ଥାପୁର ଶାସନରୁ ରାମ ନାମ ଲିଭିଗଲା । ମନକୁ ବହୁତ ବୁଝାଇଲି ।’ ‘ଜାତସ୍ୟ ହି ଧ୍ରୁବ ମୃତୁ୍ୟ’ । ଯିଏ ଜନ୍ମ ନେଇଛି ସେ ନିଶ୍ଚୟ ମରିବ । ସ୍ୱାମୀ ଶିବାନନ୍ଦଙ୍କ ଭାଷାରେ ‘ଈଶ୍ୱର ଓ ମୃତୁ୍ୟ ଏହି ଦୁଇଟି ହେଉଛି ପରମସତ୍ୟ । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସମୟକୁ ଜୀବନ କୁହାଯାଏ । ଶରୀର ସହିତ ଜୀବାତ୍ମାର ମିଳନ ହେଉଛି ଜନ୍ମ ଓ ବିୟୋଗ ହେଉଛି ମୃତୁ୍ୟ ।’ ବାପା କହିଥିଲେ ଯେ ସେ ମୋ ପୁଅ ହୋଇ ଜନ୍ମନେବେ । ୧୯୭୯ରେ ମୋ ବଡପୁଅ ‘ଅଜିତ୍’ ଜନ୍ମନେଲା । ‘ଅଜିତ୍’ ରୂପରେ ବାପା ପୁନର୍ବାର ଜନ୍ମ ନେଲେ ବୋଲି ଆମେ ଭାବିଲୁ ।
ବାପା ଚାଲିଗଲା ପରେ ତାଙ୍କ ଅଭାବ ମୁଁ ବେଶୀ ଅନୁଭବ କଲି । ମୋତେ ଉପଦେଶ ଓ ଦିଗଦର୍ଶନ ଦେବାକୁ ବାପା ଆଉ ନଥିଲେ । ବାପାଙ୍କ ପରିଚୟରେ ମୁଁ ସମସ୍ତଙ୍କ ନିକଟରେ ପରିଚିତ ହୋଇଥିଲି । ବାପା ମୋ ନିମିତ୍ତ ଥିଲେ ଆଦର୍ଶ । ମୋତେ ମଣିଷ କରିବାକୁ ସେ ବହୁ ପ୍ରଯତ୍ନ କରିଥିଲେ । ମୋ ଜୀବନର ସେ ଥିଲେ ମାର୍ଗଦର୍ଶକ । ସେ ମୋତେ ଭୋ÷ତିକ ସ୍ଥୂଳ ଶରୀର ପ୍ରଦାନ କରିଥିଲେ ହେଁ ମୋ ଭିତରେ ଥିବା ଜୀବାତ୍ମା ଭଗବାନଙ୍କର ବୋଲି ଅନୁଭବ କରିଥିଲେ ଏବଂ ମୋର ଆଧ୍ୟାତ୍ମିକ ମାର୍ଗର ପଥପ୍ରଦର୍ଶକ ଥିଲେ । ମୋର ଆଧ୍ୟାତ୍ମିକ ବିକାଶ ନିମିତ୍ତ ସେ ତତ୍ପର ଥିଲେ । ଦ୍ରୁତଗାମୀ ମନକୁ ଈଶ୍ୱରାଭିମୁଖୀ କରିବା ନିମିତ୍ତ ନିରନ୍ତର ଉପାସନାରେ ବ୍ରତୀ ହେବାକୁ ସେ ନିଦେ୍ର୍ଦଶ ପ୍ରଦାନ କରୁଥିଲେ । ସଂସାରର କୋ÷ଣସି ଦ୍ରବ୍ୟ, ଜୀବ ପ୍ରଭୃତି ପ୍ରତି ଭୋ÷ତିକ ଦୃଷ୍ଟି ନଦେଇ ସୂକ୍ଷ୍ମ ଓ ଦିବ୍ୟ ଦ୍ୟଷ୍ଟି ପ୍ରଦାନ ପୂର୍ବକ ଭଗବତ୍ ଉପଲବଧି କରିବାକୁ ସେ ଉପଦେଶ ଦେଇଥିଲେ । ସକଳ କର୍ମ, ଚିନ୍ତା, ଭାବନା ଓ ଅନୁଭୂତିରେ ତଥା କଥା ଓ କାର୍ଯ୍ୟରେ ଐଶ୍ୱରୀୟ ପ୍ରକୃତି ପ୍ରଦର୍ଶନ ନିମିତ୍ତ ସଜାଗ ରହିବାକୁ ସେ କହୁଥିଲେ । ବାପାଙ୍କ ଅବର୍ତ୍ତମାନରେ ତାଙ୍କ ଉପଦେଶ ପାଳନ ମୋ ନିମିତ୍ତ ଶ୍ରେୟ ବୋଲି ମଣିଲି । ଯେ କୋ÷ଣସି କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବାପାଙ୍କ ପ୍ରତିଛବି ମୋ ଆଗରେ ଉଦ୍ଭାସିତ ହୋଇ ଉଠୁଛି । ଶାସ୍ତ୍ରରେ କୁହାଯାଇଛି:-
ପିତା ସ୍ୱର୍ଗ ପିତା ଧର୍ମ ପିତାହି ଫରମତପ
ପିତରି ପ୍ରୀତିମାପ୍ନନେ ପ୍ରିୟନ୍ତେ ସର୍ବଦେବତାଃ ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨