ମୁକ୍ତିକାମୀ ମଣିଷର ବନ୍ଧନ
ଡ. କିଶୋର ମହାନ୍ତି : ଏ କଥାଟି ସତ୍ୟ ଯେ ପଂଜୁରୀ ଭିତରେ ଶାରୀ ଭାବୁଥାଏ ସେ କେମିତି ବଂଦୀ ମୁକ୍ତ ନୁହେଁ - ପ୍ରତ୍ୟେକଟି ପକ୍ଷୀ ଚାହାଁନ୍ତି ଡେଣା ଝାଡି ସୁନୀଳ ଆକାଶରେ ଅବା ସବୁଜ ବନାନୀରେ ହଜି ଯିବା ପାଇଁ । ମୁକ୍ତି ପାଗଳ ପକ୍ଷୀ ଚାହେଁ ଟିକିଏ ଖୋଲା ପବନ ପାଇବା ପାଇଁ - ପ୍ରକୃତିକୁ ଭଲ ଭାବରେ ଉପଭୋଗ କରିବା ପାଇଁ ।
କିନ୍ତୁ ଅପରପକ୍ଷେ ଦେଖିବାକୁ ଗଲେ ପାଶ୍ଚାତ୍ୟ ମନୀଷୀ କହିଛନ୍ତି - "" ଗବଦ୍ଭ ସଦ୍ଭ ଭକ୍ଟକ୍ସଦ୍ଭ ଲକ୍ସରର ଭଙ୍କଗ୍ଧ ରଙ୍ଖରକ୍ସଚ୍ଚଙ୍ଗଷରକ୍ସର ଷର ସଗ୍ଦ ସଦ୍ଭ ମଷବସଦ୍ଭଗ୍ଦ''. ମଣିଷ ମୁକ୍ତ ହୋଇ ଜନ୍ମ ନେଇଛି ଆଉ ପରେ ପ୍ରତିଟି କ୍ଷେତ୍ରରେ ସେ ବଂଦୀଟିଏ ହେଇ ଯାଇଛି । ରୁଷୋଙ୍କର ଏ ବକ୍ତବ୍ୟ ସାରା ମାନବସମାଜରେ ଏକ ଆଲୋଡ଼ନ ସୃଷ୍ଟି କଲା । ମଣିଷର ଜୀବନ ସଂଘର୍ଷ କାହାଣୀ ବଡ଼ ଜଟିଳ ଓ ସେ ସବୁବେଳେ ନିଜକୁ କେମିତି ଯୋଦ୍ଧା ସେନାନୀ ବୋଲି ଚିନ୍ତା କଲାବେଳେ ଏମିତ ହୁଏ ସେଇ ସମସ୍ୟା ମାନଙ୍କର ସେ ଶୀକାର ହୁଏ ।
ଗୋଟିଏ ଗୀତ ଏ ପରିପ୍ରେକ୍ଷୀରେ ବେଶ ଉଦ୍ବେଳନ ସୃଷ୍ଟି କରେ । ସେ ଗୁଢ ରହସ୍ୟ ଭେଦ କରିବା ବଡ଼ କଷ୍ଟ । ଗୀତର ଶାବ୍ଦିକ ରୂପଚିତ୍ର ଏହିପରି-
"" ପଂଜୁରୀ ଭିତରେ ଶାରୀ
ଶାରୀ କହେ ହରି ହରି
ମଣିଷ ବୁଝେନି.... ଶାରୀ ତ ବୁଝିଛି
ସିଏ ଖୋଲି ପାରେ ଏ ଭାବ ପଂଜୁରୀ
ଶାରୀ ପଂଜୁରୀରେ ଛଟପଟ
ଥରେ ବାଟ କହେ ଖୋଲି ଦିଅ
ଲୋଡା ନାହିଁ ମୋର ରାଜା ଆହାର''
ମୋର ପବନରେ ପୁରୁ ପେଟ......... ଇତ୍ୟାଦି କେତେ ମର୍ମ ଭେଦୀ ଆଉ ଜୀବନ ଦର୍ଶନର ପ୍ରତିଲିପି ।
ବେଳେବେଳେ ନୈରାଶ୍ୟର ଘନଛାୟା ମଣିଷ ଜାତିକୁ ସଂକ୍ରମିତ କରୁଛି । ଜୀବନର କିଛି ଅର୍ଥ ନାହିଁ, ଜୀବନ ନିରର୍ଥକ, ଅସାର୍ଥକ ଓ ନିଷ୍ଫଳ । ଥରେ ଏହି ଭାବନା ମନକୁ ଛୁଇଁଗଲେ ଆଉ ଆତ୍ମୋଦ୍ଧାରର ପଥ ରହେ ନାହିଁ । ଆମେ କ'ଣ ଏ ବନ୍ଧନରୁ ମୁକ୍ତି ପାଇବାକୁ ଆତ୍ମହତ୍ୟା ପଥକୁ ଆପଣେଇବା ? ଜୀବନଟା ସର୍ବ ଦୁଃଖମୟ ନୁହେଁ କି ସର୍ବ ସୁଖମୟ ନୁହେଁ । ଏଠି ସୁଖ ଦୁଃଖ, ହସ କାନ୍ଦର ଘୋର ପ୍ରତିଯୋଗିତା ଚାଲିଛି । ଏହି ସଂଗ୍ରାମକୁ ଦୂର କରିବା ପାଇଁ ନିଜକୁ ଅନ୍ଧାର ଆଡ଼େଇ ଆଲୋକ ବର୍ତ୍ତିକା ଜାଳିବାକୁ ହେବ । ଆମ ଭିତରେ ଦୁରାତ୍ମାକୁ ପ୍ରଶ୍ରୟ ଦେବା ଆଦୌ ଉଚିତ ନୁହେଁ । ଯାହାର ମନ, ବଚନ ଓ କର୍ମ ଏକ ରୂପ ସେ ହେଉଛନ୍ତି ମହାତ୍ମା । ଯାହାର ମନ, ବଚନ ଓ କର୍ମ ଭିନ୍ନ ଭିନ୍ନ ସେ ହେଉଛି ଦୁରାତ୍ମା । ମଣିଷ ଭିତରେ ଏତକ ରହିବା ଉଚିତ କି?କୁହାଯାଇଛି -
“ଦୁଃଖରେ ନ ହେବ କାତର
ସୁଖରେ ନକର ଚାତର ।”
ଦୁଃଖରେ ଉଦ୍ବିଗ୍ନ ନ ହେବା ପାଇଁ ଓ ସୁଖରେ ବୀତସ୍ପୃହ ହେବା ପାଇଁ ଗୀତାରେ କୁହାଯାଇଛି । କିନ୍ତୁ ଏକଥା ମଧ୍ୟ ଏ ମଣିଷ ସମାଜରେ ଘଟୁଛି- ମନୁଷ୍ୟକୁ ଦାସ କରି ରଖୁଛି । ମନୁଷ୍ୟ ମନୁଷ୍ୟକୁ ଦୁଃଖ ଦେଉଛି, ପୀଡ଼ା ଦେଉଛି, କଷ୍ଟରେ ଜାଳି ଦେଉଚି । ଗୋଟିଏ ରାଷ୍ଟ୍ର ଆଉ ଗୋଟିଏ ରାଷ୍ଟ୍ରକୁ ଦମନ କରିବା ଆଳରେ ପାଦ ତଳେ ଚାପି ରଖିବାର ଅପଚେଷ୍ଟା କରୁଛି । ବଳବାନ ନିର୍ବଳକୁ ଦବେଇ ରଖୁଛି । ନିଜର ହିଂସ୍ରକ ତତ୍ତ୍ୱକୁ ହଜମ କରି ସେ କ୍ରୁର ହେଇଯାଉଛି । ଏବେ ମାନବ ସମାଜ ରକ୍ତରେ ଜର୍ଜରିତ । କେହି ସୁଖରେ ରହୁଚିତ କିଏ ଦୁଃଖରେ ରହୁଛି । କାହାର ବିଳାସ ଓ ଆଉ କାହାର ସର୍ବନାଶ । କେହି ରାଜ ପ୍ରାସାଦରେ ରହୁଚିତ ଆଉ କେହି ରାସ୍ତା କଡ଼ରେ ପଡ଼ିଛି । କିଏ ଭୋକ ଉପାସରେ ମରୁଛି । ତଥାପି ଆମେ ଏକଥା ଅସ୍ୱୀକାର କରିବାନି ଯେ, ମଣଷ ତାର ସ୍ୱଧର୍ମ ନିଭାଉଛି ବୋଲି ।
ଆମେ ହିଂସା ଆଚରଣ କରୁଛେ । ଆମେ ଆତଙ୍କବାଦୀ ସାଜୁଛେ । ନିରୀହମାନଙ୍କୁ ମାରି ଚରମ ଆନନ୍ଦ ଲାଭ କରୁଛେ । ମାନବଜୀବନକୁ ଧ୍ୱଂସ କରିବା ପାଇଁ ବିଷାକ୍ତ ବାଷ୍ପ ଛାଡୁଚେ । ବୋମା ଫିଙ୍ଗୁଚେ - ବାଇଲୋଜିକାଲ ୱାର ପାଇଁ ପ୍ରଶ୍ରୟ ଦେଉଚେ । ଏଠି ଆମେ ଧ୍ୱଂସ ଆଡକୁ ଟାଣି ହେଇ ଯାଉଚୁ । ସେ ବୁଝି ପାରୁ ନାହିଁ ଯେ ସେ ଅହଂ ପରବଶ ହୋଇ ଏସବୁ କରୁଛି । ସେ ନିଜକୁ ପ୍ରଶ୍ନ କରୁ ନାହିଁ କି ସେ ପ୍ରକୃତରେ କିଏ ? ଏ ସମଗ୍ର ଜଗତ କଣ ତାର ଆୟତ୍ତାଧୀନ? ସେ ନିଜର ସ୍ଥିତି ଓ ସ୍ୱରୂପକୁ ଭୁଲି ଯାଉଚି ବାରବାର ।
ମଣିଷକୁ ଈଶ୍ୱର ସର୍ବଶକ୍ତି ପ୍ରଦାନ କରିଛନ୍ତି- ମଣିଷକୁ ଅନ୍ଧାର ଦେଇଛନ୍ତି କୁହନ୍ତି ମଣିଷ ସେଇ ଅନ୍ଧାର ଭିତରୁ ଆଲୋକ ଖୋଜୁ । ସେ ମର୍ତ୍ତ୍ୟ ଦେଇଛନ୍ତି । ସେ କହନ୍ତି ସେହିଠାରୁ ସେ ଅମୃତ ସନ୍ଧାନ କରୁ । ମଣିଷ ଅସତ ଭିତରୁ ସତ୍ ପ୍ରାପ୍ତ ହେଉ । ବିଷରୁ ସୁଧା ସୃଜନ କରୁ । ଅମଙ୍ଗଳରୁ ମଙ୍ଗଳ ନିର୍ମାଣ କରୁ । ଭାଙ୍ଗିବା ବଦଳରେ କିଛି ଗଢିବାରେ ମନୋନିବେଶ କରୁ । ଏ ସୃଷ୍ଟି ତାରି ପାଇଁ ତ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ପ୍ରକୃତିର ରକ୍ଷଣାବେକ୍ଷଣର ଦାୟିତ୍ୱ ହିଁ ତାରି ଉପରେ । ଏସବୁରୁ ସେ ନିବୃତ୍ତ କଣ ହୋଇପାରେ ?
ମୁକ୍ତି ଆନନ୍ଦ ଦିଏ । ସ୍ୱାଧୀନତା ମାନବର ଜନ୍ମଗତ ଅଧିକାର । ପ୍ରତିଟି ମଣିଷର ସ୍ୱାଧୀନ ଭାଷାର, ସ୍ୱାଧୀନ ବିହାର ସ୍ୱାଧୀନ ଜୀବନଯାପନ ଓ ସ୍ୱାଧୀନ ସଂଘ ଗଠନର କ୍ଷମତା ହିଁ ସାମାଜିକ ଜୀବନର ଭିତ୍ତି । ବ୍ୟକ୍ତିଗତ ଜୀବନର ବିକାଶ ନିମନ୍ତେ ବ୍ୟକ୍ତି ଜୀବନର ଦାୟିତ୍ୱବୋଧ ଯେତିକି ଆବଶ୍ୟକ ସମାଜର ଅଙ୍ଗ ଭାବେ ସଂଘବଦ୍ଧ ଭାବରେ ଜୀବନଯାପନ କରୁଥିବାରୁ ଓ ସମାଜଦ୍ୱାରା ନାନା ଭାବରେ ଉପକୃତ ହେଉଥିବାରୁ ସମାଜ ପ୍ରତି ମଣିଷ ଆନୁଗତ୍ୟ ସ୍ୱୀକାର କରିବା ଉଚିତ ।
ମୋ:୯୪୩୭୭୨୮୪୭୫