ଶିଶୁଙ୍କ ଟିକାକରଣ ହାର


ଆଜିକାଲି ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବହୁ ଅସାଧ୍ୟ ରୋଗର ପ୍ରତିଷେଧକ ଟିକା ବାହାରିଲାଣି ଓ ଅନେକ ନୂଆ ନୂଆ ଟିକା ଉଦ୍ଭାବନ ପାଇଁ ମଧ୍ୟ ନିରନ୍ତର ଗବେଷଣା ଚାଲୁ ରହିଛି  । ତେବେ ଯେଉଁ ପ୍ରତିଷେଧକ ବ୍ୟବସ୍ଥା ରୋଗ ମୂଳୋତ୍ପାଟନରେ ସାହାଯ୍ୟ କରେ ସେଗୁଡ଼ିକ ହେଲା - ପୋଲିଓବୁନ୍ଦା, ବିସିଜି, ଡିପିଟି, ମିଳିମିଳା - ମମ୍ପସ୍ରୁ ବେଲା, ହେପାଟଇଟିସ-ବି, ରାବିସ ଭାକ୍ସିନ (କୁକୁର କାମୁଡ଼ା ଟିକା), ଟିଟାନସ୍ ଟକ୍ସଏଡ଼, ଡିପ୍ଥେରିଆ- ଟିଟାନାସ୍ ଟିକା (ଡି.ଟି), ରୁବେଲା ପ୍ରମୁଖ ।  ସଦ୍ୟ ପ୍ରକାଶିତ ସ୍ୱାସ୍ଥ୍ୟ ସଂଗଠନ ୟୁନିସେଫ ରିପୋର୍ଟ ୨୦୨୪ ଅନୁଯାୟୀ କୋଭିଡ଼ ମହାମାରୀ ସମୟରେ ଭାରତରେ ଶିଶୁମାନଙ୍କ ଟିକାକରଣ ହାରରେ ତୀବ୍ର ସ୍ଖଳନ ଦେଖାଦେଇଥିବାବେଳେ ୨୦୨୨ ମସିହାରେ ଏହି ହାରରେ ବୃଦ୍ଧି ଘଟି ୨୦୨୩ରେ ପୁଣି ଏହି ରିପୋର୍ଟର ଆଉ ଏକ ଚିନ୍ତାଜନକ ଦିଗ ହେଲା ଅନୂ୍ୟନ ଦୁଇଟି ରୋଗର ଗୋଟିଏ ବି ଟିକା ଡୋଜ ନେଇ ନଥିବା ଶିଶୁଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଆଗରେ ରହିଛି । ଟିକାକରଣ ହାରରେ ହ୍ରାସ କାରଣରୁ ଶିଶୁମାନଙ୍କ ମୃତୁ୍ୟ ଓ ଅସୁସ୍ଥତା ହାର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଥାଏ । ୨୦୨୨ ତୁଳନାରେ ୨୦୨୩ରେ ଟିକାକରଣ ହାର ହ୍ରାସ ପାଇଥିବା କେତେକ ଟିକା ହେଉଛି ବିସିଜି, ଡିଟିପି (ପ୍ରଥମ ଓ ଦ୍ୱିତୀୟ ଡ଼ୋଜ), ହେପାଟାଇଟିସ, ମିଳିମିଳା (ପ୍ରଥମ ଡୋଜ), ପୋଲିଓ ଓ ରୋଟାଭାଇସର । ଏଗୁଡ଼ିକର ଟିକାକରଣ ହାର ଏ ପର୍ଯ୍ୟନ୍ତ କୋଭିଡ଼ ପୂର୍ବ (୨୦୧୯) ହାର ପର୍ଯ୍ୟନ୍ତ ପହଞ୍ଚô ପାରିନାହିଁ । ଇତିମଧ୍ୟରେ କେତେକ ରୋଗର ସଂକ୍ରମଣ ବଢ଼ିଥିବାର ପ୍ରମାଣ ମିଳିଛି । ଉଦାହରଣ ସ୍ୱରୂପ ୨୦୨୩ ଅକ୍ଟୋବରରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଭାରତରେ ୧୫,୫୯୦ ଶିଶୁ ମିଳିମିଳା ସଂକ୍ରମିତ ହୋଇଥିବାର ତଥ୍ୟ ରେକର୍ଡ଼ ହୋଇଛି, ଯାହା ପୃଥିବୀରେ ଚତୁର୍ଥ ସର୍ବାଧିକ । ସେହିପରି ଗୋଟିଏ ବି ଟିକା ନେଇନଥିବା ଶୂନ୍ୟ ଡୋଜ ଶିଶୁଙ୍କ ସଂଖ୍ୟା ୨୦୨୩ରେ ୧୬ ଲକ୍ଷକୁ ବୃଦ୍ଧି ପାଇଛି, ଯେଉଁ ସଂଖ୍ୟା ୨୦୨୨ରେ ୧୧ ଲକ୍ଷ ଥିଲା । ଏହି ରିପୋର୍ଟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇମୁ୍ୟନାଇଜେସନ ଏଜେଣ୍ଡା ୨୦୨୩ରେ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଲା ଶୂନ୍ୟ ଡୋଜ ଶିଶୁଙ୍କ ସଂଖ୍ୟାରେ ଅଦେ୍ର୍ଧକ ହ୍ରାସ ଘଟାଇବା । କିନ୍ତୁ ବିଶ୍ୱ ସ୍ତରରେ ଏଯାଏ କୋଭିଡ଼ ପୂର୍ବ ଟିକାକରଣ ହାର ହାସଲ ହୋଇ ନଥିବାରୁ ଉକ୍ତ ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବାକୁ ଯାଉଛି । 
ସ୍ୱାଧୀନତାର ଢ଼େର ବର୍ଷ ପରେ ଆମ ମାନଙ୍କ ଭିତରୁ ଅନେକଙ୍କ ଭିତରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭରଷା ପାଇବା ଅତ୍ୟନ୍ତ ଖୁସିର କଥା । ସରକାର ଶିଶୁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅତ୍ୟନ୍ତ ସୁଦୃଢ଼ କରିଛନ୍ତି । ଲୋକମାନଙ୍କ ଭିତରେ ଟିକାକରଣ ନେଇ ବ୍ୟାପକ ସଚେତନତା ମଧ୍ୟ ବଢ଼ୁଛି ତେବେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରୀ ବ୍ୟବସ୍ଥିତ, ସରକାରୀ ଡାକ୍ତରଖାନାରେ ହିଁ ନିଜ ପିଲାଟିକୁ ଟିକାକରଣରେ ସାମିଲ କରାନ୍ତୁ ଓ ବିନା ମୂଲ୍ୟରେ ଏହି ସେବା ଗ୍ରହଣ କରନ୍ତୁ । ଟିକାକରଣର କୌଣସି ବିକଳ୍ପ ନାହିଁ । ଗୁଣି ଗାରେଡ଼ି, ଦେଶୀୟ ଚିକିତ୍ସାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ବିଶ୍ୱାସ କରନ୍ତୁ ନାହିଁ । ଈଶ୍ୱର ମନସ୍କ ହୋଇ ଡାକ୍ତରଙ୍କ ଉପରେ ଭରସା ରଖନ୍ତୁ ଓ ଡାକ୍ତରଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରି ସହଯୋଗ ଦିଅନ୍ତୁ । ବିଚଳିତ, ଅନ୍ୟ ମନସ୍କ ହୋଇ ନହୋଇ ପିଲାଟିର ଚିକତ୍ସା ଜାରି ରଖନ୍ତୁ ଓ ଛୋଟ ବେଳୁ ହିଁ ସମସ୍ତ ଟିକା ଯେପରି ଆପଣଙ୍କ ପିଲାଟି ନିଶ୍ଚିତ ଭାବେ ଗ୍ରହଣ କରିବ ଏହାକୁ ଏକ ବ୍ୟକ୍ତିଗତ କର୍ତ୍ତବ୍ୟ ନଭାବି ବରଂ ଜାତୀୟ ଓ ସାମାଜିକ କର୍ତ୍ତବ୍ୟ ଭାବେ ପାଳନ କରନ୍ତୁ । 
ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ,ମୋ : ୯୪୩୭୧୨୪୦୭୪