ଯଦୁବଂଶ ଧ୍ୱଂସ ବିବରଣ


ଶାମ୍ବକୁମାର କୋଣାର୍କ କ୍ଷେତ୍ରରେ ବିରଞ୍ଚô ନାରାୟଣଙ୍କ ସେବା କରି ରୋଗମୁକ୍ତ ହୋଇ ଦ୍ୱାରକା ଫେରି ଆସିଲେ  । ଶାମ୍ବ କୁମାରଙ୍କୁ ଦେଖି ଶ୍ରୀକୃଷ୍ଣ  ଓ କାମପାଳ ଆନନ୍ଦରେ ଉତ୍ସବର ଆୟୋଜନ କଲେ  । ଶ୍ରୀକୃଷ୍ଣଙ୍କ କୋଳରେ ଶାମ୍ବକୁ ବସାଇ ନାରୀମାନେ ସୁବର୍ଣ୍ଣଥାଳିରେ ତାଙ୍କୁ ଅର୍ଘ୍ୟ ବନ୍ଦାପନା କଲେ  । ଏହି ଉତ୍ସବ  ମହାସମାରୋହରେ ପାଳିତ ହେଲା  । ଉତ୍ସବ ସରିବା ଦିନ ଅଷ୍ଟବକ୍ର ଋଷି ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବା ନିମିତ୍ତ ଆସିଲେ  ।
ସେଦିନ ଥାଏ ତୁଳାମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ସଉରୀ ବାର  । ବ୍ରହ୍ମାଙ୍କ ଅଜ୍ଞାତରେ ଅଷ୍ଟବକ୍ର ଋଷି ଦ୍ୱାରକାରେ ପହଞ୍ଚô ଶ୍ରୀକୃଷ୍ଣଙ୍କୁ ଗୋଲକଧାମକୁ ଫେରିଯିବା ନିମିତ୍ତ ଚେତାଇ ଦେବା ପାଇଁ ପଠାଇଲେ  । ଦ୍ୱାରକାପୁରର ସଭାରେ କୁମାରମାନଙ୍କ ସହିତ ଯେତେ ଯଦୁବଂଶୀ ବସିଥିଲେ  ସମସ୍ତେ ଅଷ୍ଟବକ୍ର ଋଷିଙ୍କୁ ଦେଖି ମତ୍ତଗର୍ବରେ ଉପହାସ କଲେ  । ଶ୍ରୀକୃଷ୍ଣଙ୍କ ମହିମାରୁ ଦ୍ୱାରାବତୀପୁରରେ ଯମ ପଶିପାରେ ନାହିଁ  । ତେଣୁ ଶ୍ରୀକୃଷ୍ଣଙ୍କ ପାଇଁ ଯଦୁବଂଶୀମାନେ ମତ୍ତଗର୍ବୀ ହୋଇପଡିଥିଲେ  ।
ଶ୍ରୀକୃଷ୍ଣଙ୍କ ପୁତ୍ରମାନେ କୋ÷ତୁକରେ ଶାମ୍ବର ଉଦରରେ ଏକ ଲୁହାର କପୋରା ବାନ୍ଧି ଗର୍ଭବତୀ ସ୍ତ୍ରୀ ବେଶରେ ସଜାଇ ଅଷ୍ଟବକ୍ର ଋଷିଙ୍କ ନିକଟରେ ପହଞ୍ଚôଲେ  । ମୁନିଙ୍କୁ କୁମାରମାନେ ବିନୟର ସହିତ ପ୍ରଣାମ କରନ୍ତେ ମୁନି ଆଶୀର୍ବାଦ କଲେ  । ସବୁ କୁମାରମାନେ ଶାମ୍ବକୁମାରକୁ ଋଷିଙ୍କ ସମ୍ମୁଖକୁ ନେଇ କରଯୋଡି କହିଲେ ଯେ ଏହି ନାରୀର ଦଶମାସ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ଗର୍ଭରୁ ଏପର୍ଯ୍ୟନ୍ତ ପୁତ୍ର କନ୍ୟା ଜାତ ହେଉନାହିଁ କାହିଁକି ? ଏହାର ପେଟ ବହୁତ କଷ୍ଟ ହେଉଛି  । ୟେହାର ପୁତ୍ର କି କନ୍ୟା ହେବ, ମୁନିବର ଦୟାକରି କୁହନ୍ତୁ ବୋଲି କୁମାରମାନେ ଅଷ୍ଟବକ୍ର ଋଷିଙ୍କୁ ପୁଚ୍ଛା କଲେ  ।
ଅଷ୍ଟବକ୍ର ଋଷି ତ ହେଉଛି ତି୍ରକାଳଦର୍ଶୀ  । ସେ ଧ୍ୟାନ ବଳରେ ସବୁକଥା ଜାଣି କରି କୋପ କରି କହିଲେ- ‘ୟେହାର ଗର୍ଭରେ ଯାହା ଅଛି, ତାହା ସମଗ୍ର ଯଦୁବଂଶକୁ ନାଶ କରିବ  । ମୋ ପରି ତପୀଙ୍କ ତମେମାନେ ଉପହାସ କଲ ଶ୍ରୀକୃଷ୍ଣଙ୍କ ସହ ସାତବଂଶ ଯାଦବଗଣ ନାଶ ଯିବ କହି ଅଭିଶାପ ଦେଇଗଲେ  । ଶାମ୍ବ କୁମାରମାନଙ୍କ ଦ୍ୱାରା ଅପମାନିତ ହୋଇ ଋଷି ଦ୍ୱାରକାପୁରକୁ ପ୍ରବେଶ ନକରି ଫେରିଗଲେ  । ଅଭିଶପ୍ତ ହୋଇ କୁମାରମାନଙ୍କ ମଧ୍ୟରେ ଚିନ୍ତା ପଶିଲା  । ଭାବିଲେ ଟିକିଏ କୌତୁକ ନିମନ୍ତେ ଆମ୍ଭ ପାଇଁ ସମଗ୍ର ଯାଦବ ବଂଶ ନାଶ ଯିବ  । ତେଣୁ ପ୍ରଦୁ୍ୟମ୍ନ ସହିତ କୁମାରମାନେ ଶ୍ରୀକୃଷ୍ଣଙ୍କ ନିକଟରେ ଯାଇ ସମସ୍ତ କଥା ଜଣାଇଲେ  । 
କୁମାରମାନଙ୍କ ନିକଟରୁ ଯଦୁବଂଶ ନାଶ ହେବାର ଅଭିଶାପ ବିଷୟ ଶୁଣି ପୂର୍ବରୁ ଗାନ୍ଧାରୀଙ୍କ ଠାରୁ ବଂଶନାଶ ନିମିତ୍ତ ପାଇଥିବା ଅଭିଶାପ କଥା ତାଙ୍କର ମନେ ପଡିଗଲା  ।  ତାପରେ ମନ୍ତ୍ରୀ ଅକ୍ରୁରକୁ ଇନ୍ଦ୍ରପ୍ରସ୍ଥ ପଠାଇ ଯୁଧିଷ୍ଠିରଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇ ଭୀମସେନଙ୍କୁ ନେଇ ଆସିବାକୁ କହିଲେ  । ଅକ୍ରୁର ଭୀମସେନଙ୍କୁ ଡାକି ଆଣିଲେ  । ଶ୍ରୀକୃଷ୍ଣ ଭୀମଙ୍କୁ ଆଲିଙ୍ଗନ କରି କୁଶଳ ବାର୍ତ୍ତା ପଚାରିଲେ ଓ ଶାମ୍ବଗର୍ଭରୁ ବାହାରିଥିବା ଲୁହାର କପୋରାକୁ ନୀଳଗିରି ପର୍ବତରେ ଘସି ନଷ୍ଟ କରିଦେବାକୁ କହିଲେ  । କ୍ଷୀର ସମୁଦ୍ର ନିକଟରେ ଥିବା ପର୍ବତରେ ଭୀମ ସେହି ଲୁହାର କପୋରାକୁ ପାଣି ଦେଇ ଘସି ଘେରିବାରେ ଲାଗିଲେ  । ଘେରି ହୋଇଥିବା ଲୁହାଗୁଣ୍ଡ ଗୁଡିକ ଏକତ୍ର ଭାସିଆସି ଭୂଭାଗରେ ଲାଗି ଏକ ସନ୍ତରାବଣ ସୃଷ୍ଟି ହେଲା  । ଭୀମସେନ ଲୁହା ଘସିବା ପରେ ଯେଉଁ ଅବଶିଷ୍ଟ ଅଂଶ ଖୋଲିବା ପାଇଁ ହାତରେ ଧରିହେଲା ନାହିଁ  । ତାହାକୁ ପାଣିକୁ ଫିଙ୍ଗି ଦେଲେ  । ସମୁଦ୍ରରେ କ୍ଷୁଦ୍ର ଲୁହାଖଣ୍ଡ ପଡିବାରୁ ଖାଦ୍ୟ ଭାବି ତାହାକୁ ଏକ ଜଳଙ୍ଗ ମାଛ ଭକ୍ଷଣ କଲା  । ଲୁହ ଖଣ୍ଡକୁ ମିଳିବା ପରେ ମାଛଟି କନକ ମୀନ ପରି ଦେଖାଗଲା  । ସମୁଦ୍ରର ଜଳ ଆଲୋକମୟ ହୋଇ ଉଠିଲା  । ଭୀମସେନ ୧୧ବର୍ଷ ଲାଗି ସେ ଲୁହାକୁ ଘୋରି ସାରି ଶ୍ରୀକୃଷ୍ଣଙ୍କୁ କହିଲେ- ସମସ୍ତ ଘୋରି ସାରି ଶେଷ ଅଂଶଟିକୁ ସମୁଦ୍ରକୁ ଫୋପାଡି ଦେଇ ଆସିଲି  । ଶ୍ରୀକୃଷ ଭାବିଲେ ସେହି ଲୁହାଖଣ୍ଡକ ହିଁ କାଳ ହେଲା  । ଏତେଦିନକେ ଅଷ୍ଟବକ୍ରଙ୍କ ଅଭିଶାପ ପ୍ରାପ୍ତ ହେବ  । କାର୍ଯ୍ୟ ସମାପ୍ତ ପରେ ଭୀମସେନ ଇନ୍ଦ୍ରପ୍ରସ୍ଥ ଫେରି ଆସି ଯୁଧିଷ୍ଠିରଙ୍କୁ ସବୁ କଥା ଜଣାଇଲେ  ।
ଭୀମସେନଙ୍କ ଠାରୁ ଅଷ୍ଟବକ୍ର ଋଷିଙ୍କ ଯଦୁବଂଶ ନାଶ ନିମିତ୍ତ ଅଭିଶାପ ବିଷୟ ଶୁଣି ଯୁଧିଷ୍ଠିର ସହଦେବଙ୍କୁ ପଚାରିଲେ ଋଷିଙ୍କ ଅଭିଶାପ କିପରି କ’ଣ ଶ୍ରୀକୃଷ୍ଣଙ୍କ ଉପରେ ଫଳିବ  । ମନ୍ତ୍ରୀ ସହଦେବ କହିଲେ ପୂର୍ବର କଲା କର୍ମ କେବେ ଅନ୍ୟଥା ହୁଏ ନାହିଁ  । ଅଭିଶାପ ଅବଶ୍ୟ ଫଳିବ  ।
ସହଦେବ କହିଲେ ଭୀମସେନ ଲୁହା ଘୋରିବାରୁ ଯେଉଁ ଲୁହାଗୁଣ୍ଡ ପାଣି ସମୁଦ୍ରରେ ମିଶିଲା, ସେଥିରୁ ସନ୍ତରାବଣ ସୃଷ୍ଟି ହେଲା  । ସେହି ସନ୍ତରାବଣରେ ଯାଦବମାନେ ନିଜ ଭିତରେ ମରାମରି ହୋଇ ନିଜଘର ଜାଣିନପାରି ମୃତୁ୍ୟ ଲାଭ କଲେ  । ସେମାନଙ୍କ ଭିତରୁ ଏକ ଶ୍ରୀକୃଷ୍ଣ  ବଞ୍ଚôଥିଲେ  । ପୁଣି ସହଦେବ କହିଲେ ଭୀମସେନ ଯେଉଁ କ୍ଷୁଦ୍ର ଲୁହାଖଣ୍ଡକୁ ସମୁଦ୍ର ମଧ୍ୟକୁ ପକାଇ ଦେଇଥିଲେ  । ସେହି ଲୁହାକୁ ଜଳଙ୍ଗ ମାଛ ଖାଇଥିଲା  । ଦିନେ ବେଣ୍ଟପୁର କୁଞ୍ଜରା ନାମକ କୈବର୍ତ୍ତ୍ୟ ସେହି ମାଛଟିକୁ ସୂତା ପକାଇ ଧରିଥିଲା  ।  ସେହି କୈବର୍ତ୍ତ୍ୟ ମାଛଟିକୁ ତାହାର  ମଇତ୍ର ଜାରା ଶବର ଘରକୁ ପଠାଇଦେଲା  ।  ଶବରୁଣୀ ସେହି ମାଛ କାଟନ୍ତେ ତାହାର ପେଟରୁ ସେହି ଲୁହାଖଣ୍ଡଟି ବାହାରିଲା  । ଶବରୁଣୀ ଜାରାକୁ ସେହି କ୍ଷୁଦ୍ର ଲୁହାଖଣ୍ଡକୁ ଦେଖାଇଲା  । ଶବର ଖୁସି ହୋଇ ଲୁହା ଖଣ୍ଡକୁ ନେଇ କମାରଶାଳରେ ଏକ ନାରାଚ ଗଢାଇଲା  । ସେହି ଲୁହାର ନାରାଚଟି ବଡ ତେଜବନ୍ତ ଓ ରୁକ୍ଷ ଦିଶୁଥିଲା  । ସର୍ବଦା ଜାରା ସେହି ନାରାଚଟିକୁ ଧରି ମୃଗୟା ବିନୋଦରେ ଯାଇଥାଏ  । ତାହା ପାଖରେ କୋଦଣ୍ଡ ଦୁର୍ଦ୍ଦଣ୍ଡକାଣ୍ଡମାନ ଥିଲେ ବି ନୂତନ ଭାବେ ତିଆରି କରିଥିବା ନାରାଚଟିକୁ ଜାରା ସବୁବେଳେ ହାତରେ ଧରିଥାଏ  ।
ସହଦେବ କହିଲେ ଅଷ୍ଟବକ୍ର ଋଷିଙ୍କ ଅଭିଶାପ କେବେ ଅନ୍ୟଥା ହେବ ନାହିଁ  । ଯୁଧିଷ୍ଠିର କହିଲେ ସହଦେବ ! ଛାର ଶଙ୍କର ହାତରେ କ’ଣ ନରନାରାୟଣ ଶ୍ରୀକୃଷ୍ଣଙ୍କର ନାଶ ହେବ ? ସହଦେବ କହିଲେ ଏହି ଜାରା ଶବର ତ୍ରେତୟା ଯୁଗରେ ଥିଲା ବାଳିପୁତ୍ର ଅଙ୍ଗଦ  । ସେ ଲଙ୍କାପୁର ଯାଇ ରାବଣର ଶିରୀ ମୁକୁଟ ଭିଡ଼ିି ଆଣିଥିଲା  । କେବଳ ସେତିକି ନୁହେଁ ରାବଣର ସୁବର୍ଣ୍ଣର ଜଗତି ଓ ଚାଳମଣ୍ଡପ ସହିତ ଭାଙ୍ଗିଆଣି ଶ୍ରୀରାମଚନ୍ଦ୍ରଙ୍କୁ ସମର୍ପଣ  କରିଥିଲା  । ଭାବଗ୍ରାହୀ ଶ୍ରୀରାମଚନ୍ଦ୍ର ଖୁସି ହୋଇ ଅଙ୍ଗଦକୁ ବର ଯାଚିବାରୁ ଅଙ୍ଗଦ ପିତୃହତ୍ୟାର ପ୍ରତିଶୋଧ ନେବା ପାଇଁ ବର ମାଗିଲା  । ପ୍ରଭୁ କହିଲେ ସେ ତାଙ୍କୁ ଦ୍ୱାପର ଯୁଗରେ କାହା ଅବତାର ବେଳେ ଜାରା ଶବର ଭାବେ ନିହତ କରିବ  । ଏବେ ସେହି ପୂର୍ବ ଯୁଗର ଘଟଣାମାନ ଘଟିବା ପାଇଁ ଯାଉଛି  । ଯୁଧିଷ୍ଠିର ସବୁ ଶୁଣି ଚିନ୍ତା କଲେ ଶ୍ରୀକୃଷ୍ଣଙ୍କୁ ଛାଡି ସେମାନେ ରହିବେ ? ସହଦେବ କହିଲେ ଶ୍ରୀକୃଷ୍ଣଙ୍କ ପଛେ ପଛେ ଆମ୍ଭେମାନେ ସମସ୍ତେ ମର୍ତ୍ତ୍ୟଲୋକରୁ ଯିବା  ।