ଇଚ୍ଛା ଡାକ୍ତର ହେବାକୁ, ଅର୍ଥ ସାଜିଛି ବାଧକ

ଖୋର୍ଦ୍ଧାରୁ ମନୋରଞ୍ଜନ ପ୍ରଧାନ : ଇଛା ଥିଲା ବଡ଼ ହେଲେ ଡାକ୍ତର ହେବେ, ଲୋକଙ୍କ ସେବା କରିବେ ।ବାପା ମା ଓ ଦେଶର ସମ୍ମାନ ରଖିବେ । ବାପା ମାଆ ବି ସ୍ୱପ୍ନ ଦେଖିଥିଲେ ଝିଅକୁ ଡାକ୍ତର କରିବାକୁ । ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିଲେ ବି ନିଜର ଧୈର୍ଯ୍ୟ, ଓ ମନୋବଳ, ଏକାଗ୍ରତା ପାଇଁ  ଡାକ୍ତରି ପଢିବାକୁ  ଓଡିଶା ଜଏଣ୍ଟ ଏଣ୍ଟ୍ରାନସ ପରୀକ୍ଷାରେ ୧୩୦୫ ର୍ୟାଙ୍କ ରଖି ପାସ କରିଲେ । ହେଲେ ଆଡ଼ମିଶନ ପାଇଁ ଅର୍ଥ ଅଭାବରୁ ଝିଅ ନନ୍ଦିନୀ ମନ ଦୁଖ କଲା । ଫଳରେ ବୁର୍ଲା ଭୀମସାର ରେ ନାମ ଲେଖାଇବାକୁ ନିଜ ବାପା ଓ ମା ଗାଁ ଗହଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ଓ ହାତ ଉଧାରୀ ଟଙ୍କା ଆଣି ୩୮ ହଜାର ଟଙ୍କାରେ ଝିଅର ଆଡ଼ମିଶନ କଲେ । ହେଲେ ଏବେ ଡାକ୍ତରୀ ପାଠ ୫ ବର୍ଷ ପଢିବାକୁ ଯେତେବେଳେ ୬ ରୁ ୭ ଲକ୍ଷ ଖର୍ଚ୍ଚ ହେବ ବୋଲି ଶୁଣିଲେ ସେତେବେଳେ ନିଜ ପିତା ମାତା ଝିଅକୁ ପାଠ ପଢିବାକୁ ମନା କରିବାରୁ ଏବେ ଘରେ ନିଜ ଭାଗ୍ୟ କୁ ଆଦରି କାନ୍ଦୁଛନ୍ତି ଝିଅ ନନ୍ଦିନୀ ।ସତେ ଯେମିତି ଡାକ୍ତରୀ ପଢ଼ିବାର ଆଶା ସବୁଦିନ ପାଇଁ ମଉଳି ଯାଇଛି । ଗରିବ ଘରେ ଜନ୍ମ ନେବା ତା ପାଇଁ ଅଭିଶାପ ହୋଇଛି । ପାଠ ପଢିବା ପାଇଁ ବାଧକ ସାଜିଛି ଅର୍ଥ ।ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ମଲିପୁର ପଞ୍ଚାୟତର ପୋଡାପୁଟ  ଗ୍ରାମରେ । ଉକ୍ତ ଗ୍ରାମର ଦିନ ମଜୁରୀ କାମ କରି ୫ ପ୍ରାଣୀ କୁଟୁମ୍ବ କୁ ଚଳାଉଥିବା ନିରଞ୍ଜନ ଦାସ ଓ ସ୍ତ୍ରୀ ମିନତି ଦାସ ଏବେ ନିଜ ଝିଅ ନନ୍ଦିନୀ ଦାସର ଡାକ୍ତରୀ ପଢିବାକୁ ସହାୟତା ମାଗିଛନ୍ତି । କାରଣ ନିଜ ଝିଅର ଇଛା ଡାକ୍ତର ହେବ ଗରିବ ଲୋକଙ୍କ ସେବା କରିବ ଗାଁର ସମ୍ମାନ ରଖିବା । ହେଲେ ନିରଞ୍ଜନ ଜଣେ ଗରିବ ଦିନ ମଜୁରିଆ । ସେଥିରେ ସେ ପୁଣି ରୋଗାଗ୍ରସ୍ତ ।ଦିନେ କାମ କୁ ନ ଗଲେ ପରିବାର ଉପବାସ । ଛୋଟ ସ୍କୁଲରେ ପାଠ ପଢୁଥିଲେ ଚଲୁଥିଲା । ହେଲେ ଝିଅର ସବୁ ପଢା ପାଇଁ ତାଙ୍କ ସାଧ୍ୟ ମତେ ପଢ଼ାଇଲେ । ଏବେ ଧାର କରଜ କରି ଡାକ୍ତରୀ ଆଡ଼ମିଶନ କଲେ ହେଲେ ଝିଅ ଏବେ କହୁଛି ୬/୭ ଲକ୍ଷ ଖର୍ଚ୍ଚ ହେବ ଯାହା ତାଙ୍କ ପାଖରେ ସମ୍ଭବ ନୁହେଁ । ସେଥିପାଇଁ ସହାୟତା ମାଗିଛନ୍ତି ନିରଞ୍ଜନ । କେବଳ ନିରଞ୍ଜନ ନୁହେଁ, ଗ୍ରାମର ଅନେକ ଲୋକ ନନ୍ଦିନୀ ପାଠ ପଢି  ଡାକ୍ତର ହେଉ ତାଙ୍କ ଗ୍ରାମ ଓ ପଞ୍ଚାୟତ ନାମ ରଖୁ ସମସ୍ତେ ଚାହୁଁଛନ୍ତି । କାରଣ ନନ୍ଦିନୀ ତାଙ୍କ ଗ୍ରାମ ଓ ପଞ୍ଚାୟତର ପ୍ରଥମ ମହିଳା ଡାକ୍ତରୀ ପଢିବାକୁ ଯାଉଥିବା ଛାତ୍ରୀ । ଏଭଳି କ୍ଷେତ୍ରରେ ଗ୍ରାମର ଛୋଟରୁ ବଡ଼ ସମସ୍ତଙ୍କ ଭଲପାଇବା, ଆଶ୍ରର୍ବାଦ ରହିଥିବା ବେଳେ ଗାଁ ଗହଳିର ଏହି ଛୋଟିଆ ଫୁଲଟିକୁ ସମସ୍ତଙ୍କ ସହାୟତା ଦରକାର ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ନନ୍ଦିନୀର ଡାକ୍ତରୀ ହେବାର ଆଶା ପୂରଣ ପାଇଁ ତାଙ୍କ ବାପା ନିରଞ୍ଜନ ଦାସ ସମସ୍ତଙ୍କ ଆର୍ଥିକ ସହାୟତା ମାଗିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ନନ୍ଦିନୀକୁ ଆର୍ଥିକ ସାହାଯ୍ୟ କରନ୍ତେ ତେବେ ନନ୍ଦିନୀର ଡାକ୍ତରୀ ଆଶା ପୁରଣ ହୋଇ ପାରନ୍ତା ବୋଲି ବାପା କାନ୍ଦି କାନ୍ଦି କହିଛନ୍ତି । କେହି ସାହାଯ୍ୟ କରିବାକୁ ଚାହୁଁଥିଲେ ତେବେ ନନ୍ଦିନୀ ଦାସର ମୋବାଇଲ ନମ୍ବର-୭୮୪୮୮୦୯୩୧୪ ଓ ୭୮୯୪୮୦୭୮୨୦ ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।