ପରିସ୍ଥିତି ଓ ପଶ୍ଚାତାପ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ନିଜ ହାତରେ ଚଉଦ ପା' ର ଅର୍ଥ ଏବଂ ତାତ୍ପର୍ଯ୍ୟ । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସମସ୍ତେ ଜୀବନ ସାରା ସତ୍ୟ ସତ୍ୟ କହି ଚିକ୍ରାର କରୁଥାନ୍ତି । କିନ୍ତୁ ଜୀବନଟାକୁ ପ୍ରତାରଣାର ରଙ୍ଗବୋଳା ମୁଖା ତଳେ ମନ ଭରି ଉପଭୋଗ କରିବା ପାଇଁ ସମସ୍ତେ ·ହାନ୍ତି । ହେଲେ ଜୀବନର ସତ୍ୟ ହେଉଛି ମନୁଷ୍ୟ ଜଙ୍ଗଲରେ ରହୁଥିବା ପଶୁ କି ପକ୍ଷୀ ନୁହେଁ । ଏକ ସାମାଜିକ ନିୟମ ଭିତରେ ଶୃଙ୍ଖଳିତ ଜୀବନଯାପନ କରୁଥିବା ଏକ ପ୍ରାଣୀା ଶୃଙ୍ଖଳା ଭାଙ୍ଗି ଦେଲେ ସେ ଅ ।ଉ ମଣିଷ ହୋଇପାରିବ ନାହିଁ । ସେ ହୋଇଯିବ ଲାଞ୍ଜ ନଖ ଦାନ୍ତ ବିହୀନ ଏକ ପଶୁ । ତେଣୁ ମଣିଷ ସବୁବେଳେ ନିଜର ପଶୁତ୍ୱକୁ ନିଜ ଭିତରେ ·ପି ଧରି ବାହାରକୁ ଏକ ଅଭିନୟର ଜୀବନ ଦେଖେଇବାକୁ ଚେଷ୍ଟା କରେ । ଏ ଅଭିନୟରେ ସଫଳ ହେଉଥିବା ବ୍ୟକ୍ତି ପୂଜା ମଧ୍ୟ ପାଏ । ଅଭିନୟରେ ବିଫଳ ହେଉଥିବା ବ୍ୟକ୍ତି ନିନ୍ଦିତ ହୁଏ ।
ଅଥଚ ଆଜି ନହେଲେ କାଲି ଜୀବନର ବାସ୍ତବତା ଫୁଟି ଉଠିବାଟା ଥୟ । ଅଭିନୟ ହିଁ ଜୀବନ । ଜୀବନରେ ଯିଏ ଯେତେ ଅଭିନୟ କରିପାରେ ସିଏ ସେତେ ସଫଳ ହୁଏ । କିନ୍ତୁ କେବଳ ଅଭିନୟଟି ଜୀବନର ମାନଦଣ୍ଡ କିମ୍ବା ମାପଦଣ୍ଡ ଆଦୌ ନୁହେଁ । ଏହା ଅନେକ ମାପଦଣ୍ଡ ଭିତରୁ କେବଳ ଗୋଟିଏ ମାତ୍ର । ଦୁନିଆର ରଙ୍ଗମରେ ମଣିଷ ନିଜ ଅଭିନୟ ଯେ କେତେବେଳେ ଶେଷ ହେଇଯିବ, ତାହା ନିଜେ ମଧ୍ୟ ଜାଣିପାରେ ନାହିଁ । ତେଣୁ ଜୀବନରେ ବିଫଳତାର ହିସାବ କରିବା ଅପେକ୍ଷା ସଫଳତାର ସ୍ମୃତିକୁ ସାଉଁଟି ପ୍ରକୃତି ସହିତ ମିଶିଯିବା ଉଚିତ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା କ୍ଷ ନମସ୍କାର ।