ସାରସ୍ୱତ ସାଧନାର ପୀଠ–ମାହାଙ୍ଗା


ପ୍ରଦୀପ୍ତ କୁମାର ଜେନା : କଳା ଓ ସାହିତ୍ୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ । ଯେଉଁ ଅଞ୍ଚଳର ସାହିତ୍ୟ ଓ କଳା ଯେତେ ସମୃଦ୍ଧ ସେ ଅଞ୍ଚଳ ସେତିକି ସଂସ୍କୃତି ସମ୍ପନ୍ନ । ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବାରେ କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳର ଅବଦାନ ଉଲ୍ଲେଖନୀୟ । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର କରାଳ ଚିତ୍ର ଓ ତଦ୍ଜନିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନହାନି ସମ୍ବାଦ ତକ୍ରାଳୀନ ବ୍ରିଟିଶ ସରକାର ଏବଂ ଜମିଦାରମାନଙ୍କ ପାଖରେ ପହଞ୍ଚô ପାରିନଥିଲା, କାରଣ ପହଞ୍ଚôବା ପାଇଁ କୌଣସି ବ୍ୟବସ୍ଥା ଆମ ପାଖରେ ନଥିଲା । ମାହାଙ୍ଗା ମାଟିର ସୁଯୋଗ୍ୟ ସନ୍ତାନ କର୍ମବୀର ଗୌରୀଶଙ୍କର ରାୟ, ଯେ କି ଅସୁରେଶ୍ୱର ଦୀକ୍ଷିତପଡା ଗ୍ରାମରେ ୧୮୩୮ ମସିହା ଜୁଲାଇ ମାସ ୧୩ ତାରିଖରେ ଏକ ବେଙ୍ଗଲୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନି ବ୍ୟଥିତ କରିଥିଲା । ଓଡ଼ିଆ ଭାଷାରେ କିଭଳି ଏକ ଖବର କାଗଜ ପ୍ରକାଶ ପାଇବ ସେଥିପ୍ରତି ସେ ଚିନ୍ତା କରିବା ସହିତ ‘ଉକ୍ରଳ ଦୀପିକା’ ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରଥମ କରି ଓଡ଼ିଆ ଭାଷାରେ ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖରେ ପ୍ରକାଶ କରିଥିଲେ, ଫଳରେ ବିଭିନ୍ନ ଅଞ୍ଚଳର ସମ୍ବାଦ ଲୋକମାନଙ୍କ ପାଖରେ ତଥା ବ୍ରିଟିଶ ସରକାରଙ୍କ ପାଖରେ ପହଞ୍ଚô ପାରିଥିଲା । ‘ଉକ୍ରଳ ଦୀପିକା’ ଓଡ଼ିଆ ଭାଷାର ପ୍ରଥମ ମୁଦ୍ରିତ ସମ୍ବାଦ ପତ୍ରିକାର ଗୌରବ ଲାଭ କରିଥିଲା, ଯେଉଁଥି ପାଇଁ ଗୌରୀଶଙ୍କର ରାୟଙ୍କୁ ସମ୍ବାଦପତ୍ରର ଜନକ ବୋଲି ଅବିହିତ କରାଯାଏ ଓ ସେହି ସ୍ମୃତିରେ ଅଗଷ୍ଟ ୪ ତାରିଖଟି ‘ଓଡ଼ିଆ ଜର୍ଣ୍ଣାଲିଷ୍ଟ ଡେ’ ଭାବରେ ପାଳିତ ହୋଇ ଆସୁଅଛି । ଓଡ଼ିଆ ଭାଷା ଯେତେବେଳେ ବିପଦରେ ଥିଲା ଓ ଏହା ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବଙ୍ଗାଳୀମାନେ ଚକ୍ରାନ୍ତ କରୁଥିଲେ ସେ ସମୟରେ ଗୌରୀଶଙ୍କର ରାୟ ଭାଷା ଆନେ୍ଦାଳନର ଥିଲେ ଅଗ୍ର ସାରଥୀ । ସେ ମଧ୍ୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ଏକ ଭାଷା ଭିତ୍ତିକ ପ୍ରଦେଶ ଗଠନ କରିବା ପାଇଁ ମଧୁବାବୁ ଓ ଅନ୍ୟ ମାନଙ୍କ ସହିତ ଅଣ୍ଟା ଭିଡ଼ିଥିଲେ, ଯାହାଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଭାବେ ଘୋଷିତ ହୋଇଥିଲା । ଗୌରୀଶଙ୍କର ରାୟ ଉଚ୍ଚଶିକ୍ଷା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଓ ପରବର୍ତ୍ତୀ ସମୟରେ କଟକ କମିଶନଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ । ଏହାପରେ ଭିଭିନ୍ନ ସାମାଜିକ, ଲୋକକଲ୍ୟାଣମୂଳକ କାର୍ଯ୍ୟ କରିବା ସହିତ ଅଲ୍ ଇଣ୍ଡିଆ କଂଗ୍ରେସରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସେ ଉକ୍ରଳ ସାହିତ୍ୟ ସମାଜ ଓ ଉକ୍ରଳ ସମ୍ମିଳନୀ ଭଳି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନରେ ନିଜକୁ ସାମିଲ କରିଥିଲେ । ରେଭେନ୍ସା କଲେଜ ଗଠନରେ ତାଙ୍କର ମଧ୍ୟ ସକ୍ରିୟ ଭୂମିକା ଥିଲା । ଆଧୁନିକ ଓଡିଶା ଗଠନରେ ସେ ଥିଲେ ଜଣେ ସୁଦକ୍ଷ ବିନ୍ଧାଣି ।
ଗୌରୀ ଶଙ୍କର ରାୟଙ୍କ ସାନ ଭାଇ ରାମଶଙ୍କର ରାୟ ମଧ୍ୟ ଥିଲେ ଜଣେ ସଫଳ ସାହିତି୍ୟକ ଓ ଆଧୁନିକ ଓଡ଼ିଆ ନାଟକ ସାହିତ୍ୟର ଜନକ । ସେ ତାଙ୍କ ଜୀବନକାଳ ଭିତରେ ଅନେକ ଯାତ୍ରା ନାଟକ ଫାର୍ସ ଆଦି ରଚନା କରିବା ସହିତ ଉପନ୍ୟାସ, ଗାଥା କବିତା ମଧ୍ୟ ରଚନା କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲେ । କାଞ୍ଚô କାବେରୀ ରାମାଶଙ୍କରଙ୍କ ପ୍ରଥମ ନାଟକ ଥିଲା । ଏହାପରେ ସେ ଅନେକ ନାଟକ ଯାତ୍ରା ଓ ସୁଆଙ୍ଗ ରଚନା କରିଥିଲେ । ସେଗୁଡିକ ମଧ୍ୟରୁ ରାମ ବନବାସ, କଂସ ବଧ, ଚୈତ୍ୟନ୍ୟ ଲୀଳା, ରାମାଭିଷେକ, କାଞ୍ଚନ ମାଳି, କଳିକାଳ, ବୁଢାବାର ଯୁଗ ଧର୍ମ ଆଦି ଅତ୍ୟନ୍ତ ଲୋକପ୍ରିୟ ଥିଲା । ଏତଦ୍ବ୍ୟତୀତ ରାମଶଙ୍କର ରାୟ ଥିଲେ ଜଣେ ସଫଳ ଔପନ୍ୟାସିକ । ସୌଦାମିନୀ ଓ ଉନ୍ମାଦିନୀ ଦୁଇଟି ଉପାନ୍ୟସ ସେ ରଚନା କରିଥିଲେ ସତ; କିନ୍ତୁ ସେଗୁଡ଼ିକୁସମ୍ପୂର୍ଣ କରିପାରିନଥିଲେ । ବିଳାସିନୀ ଥିଲା ତାଙ୍କର ଏକ ସଫଳ ଓ ସମ୍ପୂର୍ଣ ଉପନ୍ୟାସ । ପ୍ରେମତରି ନାମକ ଏକ କାବ୍ୟ ମଧ୍ୟ ତାଙ୍କ ଲେଖନୀ ନିଃସୃତ । ଏହା ବ୍ୟତୀତ ନାଟ୍ୟକାର ଗୀତା ବେଦ, ଉପନିଷଦ ଆଦି ଓଡ଼ିଆରେ ଅନୁବାଦ କରିଥିଲେ । ସେ ଥିଲେ ଜଣେ ନାଟ୍ୟକାର, କବି, ଔପନ୍ୟାସିକ, ଅନୁବାଦକ ଓ ମାହାଙ୍ଗା ମାଟିର ଜଣେ ସଫଳ ସ୍ରଷ୍ଟା ।
କୁସୁପୁର, ମାହାଙ୍ଗା ମାଟିର ଅନ୍ୟ ଏକ ପ୍ରତିଭା ଜ୍ଞାନୀନ୍ଦ୍ର ବର୍ମା ନିଜର ସାହିତ୍ୟ ସୃଷ୍ଟି ଓ ଅନୁବାଦ ସାହିତ୍ୟ ଯଥା– ଏଜରା ପାଉଣ୍ଡ କବିତା ଓ ସ୍ୱର୍ଣ୍ଣ ଯୁଗର ସନ୍ଧାନ ନାଟକ ଏକାଙ୍କିକା ପାଇଁ ଓଡିଆ ସାହିତ୍ୟ ପୁରସ୍କାର ପାଇଥିଲେ । ସେ ଜଣେ ସୁନାମଧନ୍ୟ ସାହିତି୍ୟକ ଥିଲେ ଓ ତାଙ୍କର ଅନେକ ରଚନାବଳୀ– ଯଥା ଏକ ରାତ୍ରି, ବୋଲେ ହୁଁଟି, କଲାରେଇ ଫୁଲ, ଜୟଦେବ, ନୂତନ କବିତା ଅନନ୍ୟ ପରିକ୍ରମା ଚନ୍ଦ୍ର ଫସିଲ୍ ଓ ବୃହନ୍ନଳା, ମଧ୍ୟାନ୍ନ ଉତ୍ତରକ୍ରାନ୍ତି ଅରଣ୍ୟର କୁଜ୍ଝଟିକା, ତମସୋମା’ ଜ୍ୟୋତିର୍ଗମୟ ପାଠକୀୟ ଅଦୃତି ଲାଭ କରିଅଛି । ଏତଦ୍ବ୍ୟତୀତ ଅନେକ ଇଂରାଜୀ ମୂଳ ଲେଖା କବିତାକୁ କବି ଅନୁବାଦ କରି ଅତି ସୁନ୍ଦର ଭାବରେ ପାଠକ ମାନଙ୍କ ନିକଟରେ ପହଞ୍ଚାଇଛନ୍ତି । ସେଗୁଡିକ ମଧ୍ୟରୁ ଏଜରା ପାଉଣ୍ଡ,ୱାଲ୍ଟ ହ୍ୱିଟମ୍ୟାନ, ଏମିଲି ଜୋଲା ଓ ମରିସ ମେଟଲଙ୍କ କବିତା ଅନ୍ୟତମ । କୁସୁପୁର ମାହାଙ୍ଗା ମାଟିର ଅନନ୍ୟ ପ୍ରତିଭାର ଅଧିକାରୀ ଶିଳ୍ପୀଗୁରୁ ବିମ୍ବାଧର ବର୍ମା ତାଙ୍କର ନିଖୁଣ ଜୀବନ୍ତ ଓ ନିପୁଣ ଚିତ୍ର କଳା ଏବଂ ସାହିତ୍ୟ ସୃଷ୍ଟି ପାଇଁ ଓଡିଶା ସାହିତ୍ୟ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ତାଙ୍କ ଲେଖନୀ ନିଃସୃତ ସୃଷ୍ଟି ସାଧବ ଝିଅ, ପଲ୍ଲୀ ବଧୂ ଗୋଧୂଳି, ରାଗିଣୀ ଆଦି କାବ୍ୟ ଓ କବିତା ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର କଳାକୃତି ପାଇଁ ଉକ୍ରଳ ସାହିତ୍ୟ ସମାଜ ୧୯୪୦ ମସିହାରେ ତାଙ୍କୁ ଶିଳ୍ପୀ ଗୁରୁ ଭାବେ ଘୋଷିତ କରିଥିଲେ ।
ଦ୍ୱିତୀୟ ଭଞ୍ଜ ନାମରେ ସୁବିଦିତ କବି ଗୋଲଖ ଚନ୍ଦ୍ର ପ୍ରଧାନ ମାହାଙ୍ଗା ମାଟିର ଥିଲେ ଅନ୍ୟତମ ସାରସ୍ୱତ ସାଧକ । ମହଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ କବି ଜନ୍ମ ଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲେ । ତାଙ୍କର ଜନ୍ମ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ହୋଇଥିଲେ ମଧ୍ୟ ପ୍ରାଚୀନ ରୀତିଯୁଗୀୟ ସାହିତ୍ୟର ଆଦର୍ଶ, ଏପରିକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଶୈଳୀରେ ସେ ଉଦ୍ବୁଦ୍ଧ ହୋଇ ଇନ୍ଦୁରେଖା ଓ ସତ୍ୟଭାମା ନାମରେ ଦୁଇଟି କାବ୍ୟ ରଚନା କରିଥିଲେ । ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ଥିବା ଶବ୍ଦ ସଂଯୋଜନା ଶୈଳୀ ଲଳିତ୍ୟ ଓ ଆଳଙ୍କାରିକ ଭାଷାର ପ୍ରୟୋଗ ଥିଲା କବି ଗୋଲଖ ପ୍ରଧାନଙ୍କ କାବ୍ୟ ରଚନାର ବିଶେଷତ୍ୱ, ସେଥିପାଇଁ ତାଙ୍କୁ ଦ୍ୱିତୀୟ ଭଞ୍ଜ ବୋଲି କୁହାଯାଏ । ଏତଦବ୍ୟତୀତ ତାଙ୍କ ଲେଖନୀ ମୂନରୁ ଅର୍ଜୁନ ଦକ୍ଷିଣା. ଶ୍ରୀ ରଘୁନାଥ ତୁଳସୀ, ବିଳାସ ଓ ଦେବକୁଟ ଭଳି କାବ୍ୟ ସୃଷ୍ଟି ହୋଇଥିଲା । ମହାପୁରୁଷ ଅରକ୍ଷିତ ଦାସ ଓ ଯୋଗ ଦର୍ପଣ ନାମକ ଦୁଇଟି ଗଦ୍ୟ ଗ୍ରନ୍ଥ ମଧ୍ୟ ଥିଲା ତାଙ୍କ ଲେଖନୀ ନିଃସୃତ । ସତ୍ୟଭାମା କାବ୍ୟ ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ମହଙ୍ଗା ମାଟିକୁ ଗୌରବାନ୍ୱିତ କରିବାରେ କବିଙ୍କ ଅବଦାନ ଅବିସ୍ମରଣୀୟ । ମହଙ୍ଗା ମାଟିର ଅନ୍ୟତମ ସ୍ରଷ୍ଟା ଓ ଓଡ଼ିଆ ଆଧୁନିକ ନାଟକ ସାହିତ୍ୟର ଜନକ ଜଗନମୋହନ ଲାଲା ୧୮୩୮ ମସିହାରେ କଟକ ଜିଲ୍ଲା ମାହାଙ୍ଗାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୂର୍ବ ପୁରୁଷମାନେ ବିହାରରୁ ଆସି ଓଡ଼ିଶାରେ ଜମିଦାରୀ ସମ୍ଭାଳିଥିଲେ । ଜଗନ୍ ମୋହନ ଲାଲା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର ଚାକିରି କରିଥିଲେ ମଧ୍ୟ ସାହିତ୍ୟ ସୃଷ୍ଟି ପ୍ରତି ଥିଲା ତାଙ୍କର ଗଭୀର ରୁଚି । ତାଙ୍କ ରଚିତ ‘ବାବାଜୀ’ ନାଟକ ଥିଲା ଓଡ଼ିଆ ଆଧୁନିକ ନାଟ୍ୟ ଜଗତକୁ ପ୍ରଥମ ଅର୍ଘ୍ୟ । ଓଡ଼ିଆ ନାଟକ ସାହିତ୍ୟରେ ପ୍ରଥମ ନାଟକ ଭାବରେ ବାବାଜୀ ଗୌରବ ଲାଭ କରିପାରିଛ । ନାଟ୍ୟକାରଙ୍କ ଅନ୍ୟ ଏକ ସଫଳ ସୃଷ୍ଟି ସତୀ ନାଟକ ମାଧ୍ୟମରେ ସେ ସତୀପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସେ ଏକାଧାରରେ ଥିଲେ ଐତିହାସିକ, ସମାଜ ସଂସ୍କାରକ, ସମାଜସେବୀ, ନାଟ୍ୟକାର, ନାଟ୍ୟ ନିଦେ୍ର୍ଦଶକ, ନାୟକ, ମଞ୍ଚ ପ୍ରସ୍ତୁତକାରୀ । ବହୁ ବିନିଦ୍ର ରଜନୀର ଅଭିନେତା ନିଜ ନାଟକରେ ନିଜେ ମଧ୍ୟ ସେ ଅଭିନୟ କରିଛନ୍ତି । ଆଧୁନିକ ଓଡ଼ିଆ ନାଟ୍ୟ ଜଗତର ସେ ଥିଲେ ଜଣେ ସଫଳ ସ୍ରଷ୍ଟା । ଏତଦ୍ ବ୍ୟତୀତ ଜଗନ୍ମୋହନ ଲାଲାଙ୍କ ଭ୍ରମଭଞ୍ଜନ କବିତା ଓ ଓଡିଶା ବିଜୟ ଭଳି ଲେଖ ମଧ୍ୟ ପାଠକୀୟ ଅଦୃତି ଲାଭ କରିଛି । ପ୍ରଥମ ଆଧୁନିକ ଓଡ଼ିଆ ନାଟ୍ୟକାର ଭାବେ ଜଗନ୍ମୋହନ ଲାଲା ସ୍ମରଣୀୟ ହୋଇ ରହିବେ । ମାହାଙ୍ଗା ମାଟିର ଅନ୍ୟତମ ସାରସ୍ୱତ ସାଧକ ଓ ସଫଳସ୍ରଷ୍ଟା ପଲ୍ଲୀକବି ନନ୍ଦକିଶୋର ବଳ ମାହାଙ୍ଗା ନିକଟସ୍ଥ କୁସୁପୁର ଗ୍ରାମରେ ପିତା ଭଜନା ନନ୍ଦ ଜେନା ଓ ମାତା ହିରଣ୍ୟମୟୀ ଦେବୀଙ୍କ ଔରସରୁ ୧୮୭୫ ମସିହା ଡିସେମ୍ବର ମାସରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଲା ଦିନର ନାମ ଥିଲା ରସାନନ୍ଦ ଜେନା । ସେ ତାଙ୍କ ପିଉସି ଘର ବଳ ପରିବାରକୁ ପୁଅ ହୋଇ ଯାଇଥିବାରୁ ତାଙ୍କ ନାମ ନନ୍ଦ କିଶୋର ଜେନା ପରିବର୍ତ୍ତେ ବଳ ରହିଥିଲା । କବି ରେଭେନ୍ସା କଲେଜରୁ ପାଠ ପଢା ଶେଷ କରି ମଧୁସୂଦନ ଦାସଙ୍କ ପ୍ରତିଷ୍ଠିତ ଟାଉନ ହଲ ବିଦ୍ୟାଳୟ କଟକରେ ଶିକ୍ଷକତା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ଓ ସ୍କୁଲ ନିରୀକ୍ଷକ ପଦକୁ ପଦୋନ୍ନତି ପାଇବା ପରେ ସ୍ୱେଛାକୃତ ଭାବେ ଅବସର ନେଇ ଗାଁରେ ରହିଥିଲେ । ଗ୍ରାମାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ, ସନ୍ଧ୍ୟା ସକାଳର ଦୃଶ୍ୟକୁ କବି ନିଜ ଲେଖନୀ ମୁନରେ ଅତି ସୁନ୍ଦର ଓ ଜୀବନ୍ତ ଭାବରେ ରୁପାୟିତ କରିଥିଲେ, ଯେଉଁଥିପାଇଁ ତାଙ୍କୁ ପଲ୍ଲୀ କବିର ଗୌରବ ମିଳିଥିଲା । କବି ତାଙ୍କ ଜୀବନ କାଳରେ ଏକଶହରୁ ଅଧିକ ସନେଟ ରଚନା କରି ଆଧୁନିକ ଓଡ଼ିଆ କବିତା ସାହିତ୍ୟକୁ ଋଦ୍ଧିମନ୍ତ କରିଯାଇଛନ୍ତି । କବିଙ୍କ ନାନାବାୟା ଗୀତ ଛୋଟ ପିଲାମାନଙ୍କ ମନରେ ଗଭୀର ପ୍ରଭାବ ପକାଇଥାଏ । ନିର୍ଝରିଣୀ, ପଲ୍ଲୀଚିତ୍ର, ବସନ୍ତ କୋକିଳ, ତରଙ୍ଗିରୀ ଚାରୁଚିତ୍ର, ନିର୍ମାଲ୍ୟ ପ୍ରଭାତ ସଂଗୀତ ସନ୍ଧ୍ୟା ସଂଗୀତ, କୃଷ୍ଣା କୁମାରୀ ଶ୍ରମିଷ୍ଟ ଆଦି ଲେଖା ଗୁଡିକ ପାଠକୀୟ ଅଦୃତି ଲାଭ କରିଛି । ଏତଦ୍ବ୍ୟତୀତ କବିଙ୍କ ‘କନକଲତା’ ଉପନ୍ୟାସଟି ଯୌତୁକ ନିର୍ଯାତନାର କୁପ୍ରଭାବ ଓ ବାଲ୍ୟ ବିଧବା ନାରୀର ଯନ୍ତ୍ରଣା ଉପରେ ଆଧାରିତ । ସାହିତ୍ୟରେ ସାମାଜିକ ଚେତନା ଓ ଗ୍ରାମୀଣ ସଂସ୍କୃତିର ବର୍ଣ୍ଣନା ଥିଲା ନନ୍ଦ କିଶୋର ବଳଙ୍କ ସୃଷ୍ଟିର ବିଶେଷତ୍ୱ ।
ପଶୁଲୁଣ୍ଡା ମାହାଙ୍ଗା ମାଟିରେ ଜନ୍ମ ନେଇଥିବା ପ୍ୟାରୀ ମୋହନ ଆଚାର୍ଯ୍ୟ ଉକôଳପୁତ୍ର ନାମକ ଏକ ଓଡ଼ିଆ ପତ୍ରିକାର ସମ୍ପାଦକ ଓ ପ୍ରକାଶକ ଥିଲେ । ଓଡ଼ିଆ ସାହିତ୍ୟ ଓ ସମ୍ବାଦ କ୍ଷେତ୍ରରେ ଥିବା ତାଙ୍କର ଅବଦାନ ଏ ଜାତି କେବେ ଭୁଲିବ ନାହିଁ । ଓଡ଼ିଆ ଇତିହାସ ରଚନା କରି ସେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିଥିଲେ । ତାଙ୍କ ପ୍ରଚେଷ୍ଟାରେ ଅନେକ ଲୋକ କଲ୍ୟାଣମୂଳକ କାର୍ଯ୍ୟ, ଏପରିକି କଟକରେ ଏକ ବିଦ୍ୟାଳୟ ସ୍ଥାପନା କରାଯାଇଥିଲା, ଯେକି ଆଜି ପ୍ୟାରୀମୋହନ ଏକାଡେମୀ ନାମରେ ପରିଚିତ । ସେ ଜଣେ ଐତିହାସିକ, ଶିକ୍ଷାବିତ୍, ବିଦ୍ୱାନ ଓ ସମ୍ବାଦ ପତ୍ରର ସମ୍ପାଦକ ଓ ପ୍ରକାଶକ ଭାବରେ ପରିଚିତ ।
ମାହାଙ୍ଗା ମାଟିର ଅନ୍ୟତମ ସାରସ୍ୱତ ସାଧକ ଗଣ କବି ବୈଷ୍ଣବ ପାଣି କୋଠପଦା ଗ୍ରାମରେ ୧୮୮୨ ମସିହା କୁମାରପୂର୍ଣ୍ଣମୀ ରେ ପିତା ସୁଦର୍ଶନ ପାଣି ଓ ମାତା ଛାୟା ଦେବୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଲାଦିନର ନାଁ ଥିଲା ଶତ୍ରୁଘ୍ନ ପାଣି । ସେ ପିଲା ଦିନରୁ ରୋଗଗ୍ରସ୍ତ ଥିବାରୁ ତାଙ୍କର ପିତା ମାତା ତାଙ୍କୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଦେଇ ତାଙ୍କ ନାମ ବୈଷ୍ଣବ ରଖିଥିଲେ । ଦାରିଦ୍ରର କଷାଘାତ ଭିତରେ ରହି କବି ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ ନିଜ ଚେଷ୍ଟାରେ ବଙ୍ଗଳା, ସଂସ୍କୃତ, ହିନ୍ଦୀ ଆଦି ଭାଷା ଶିକ୍ଷା କରିଥିଲେ । ସେ ଯୁବକ ଅବସ୍ଥାରେ ପ୍ରଥମେ ପାଲା ଗାୟକ ଭାବେ ଭିଭିନ୍ନ ସ୍ଥାନ ବୁଲି ପାଲା ପରିବେଷଣ କରୁଥିଲେ ଓ ଏହା ପରେ ଯାତ୍ର ଦଳ ଗଠନ କରି ନିଜେ ଯାତ୍ରା, ସୁଅଙ୍ଗ ରଚନା କରିବା ସହିତ ସେଗୁଡିକୁ ମଞ୍ଚସ୍ଥ କରୁଥିଲେ । ତାଙ୍କର ଲୋକ ପ୍ରିୟ ଯାତ୍ରାଗୁଡିକ ମଧ୍ୟରୁ ସୌଦାଗର ଫାର୍ସ, ଆବୁହୁସେନ ଫାର୍ସ, ନାଟୁଆ ମହାନ୍ତି ପ୍ରଭୃତି ଅନ୍ୟତମ । ସେ ପ୍ରଥମେ ଓଡ଼ିଆରେ ଗୀତିନାଟ୍ୟ ରଚନା କରି ସେହି ନାଟକ ଗୁଡିକୁ ପରିବେଷଣ କରୁଥିଲେ । ତାଙ୍କ ଲେଖନୀ ମୁନରୁ ଶତାଧିକ ଗୀତିନାଟ୍ୟ ଆତ୍ମପ୍ରକାଶ କରିଥିଲା । ସେଗୁଡିକ ମଧ୍ୟରେ ଗୀତିନାଟ୍ୟ-ନଳ ଦମୟନ୍ତୀ, ରାବଣ ବଧ, ବାକଶୁର ବଧ, ଜରାସନ୍ଧ ବଧ ଅତି ଅତ୍ୟନ୍ତ ଜନପ୍ରିୟ ହୋଇପାରିଥିଲା । ଗୀତିନାଟ୍ୟ ଗୁଡିକ ଯଦିଓ ପୌରାଣିକ ଓ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଥିଲା ହେଲେ କବି ତା’ ମାଧ୍ୟମରେ ସାମାଜିକ ଅବ୍ୟବସ୍ଥା, କୁସଂସ୍କାର ଉକ୍ରଟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । କବି ତାଙ୍କ ଜୀବନକାଳ ଭିତରେ ୬୦୦ରୁ ଅଧିକ ବହି ଯଥା ଗୀତିନାଟ୍ୟ, ଯାତ୍ରା, ଫାର୍ସ, ଚଉତିଶା, ଭଜନ ଆଦି ରଚନା କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲେ । ଲୋକମାନଙ୍କ ମନୋରଞ୍ଜନ କରିବା ସହିତ ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଉକôଟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଓ ସେ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ଜଣେ ଧୋବଣୀକୁ ବିଭା ହୋଇଥିଲେ । ସେ ଥିଲେ ଯାତ୍ରା ଓ ଗୀତିନାଟ୍ୟ ଜଗତର ବାଦ୍ଶାହା । ସେଥିପାଇଁ ତାଙ୍କ ମୁତୁ୍ୟର ୧୦ ବର୍ଷ ପରେ ଉକôଳ ସାହିତ୍ୟ ସମାଜ ତାଙ୍କୁ ‘ଗଣକବି’ ଉପାଧିରେ ଭୂଷିତ କରିଥିଲେ ।
ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବାରେ ବାଗ୍ମୀ ବିଶ୍ୱନାଥ କରଙ୍କ ଯୋଗଦାନକୁ ଅସ୍ୱୀକାର କରାନଯାଇପାରେ । ବିଶ୍ୱନାଥ କର ୧୮୬୪ ମସିହା ଡ଼ିସେମ୍ବର ମାସ ୨୪ ତାରିଖରେ ମୁଳୁବସନ୍ତ, ମହଙ୍ଗା ମାଟିରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ଜଣେ ସାହିତି୍ୟକ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସମ୍ପାଦକ, ପ୍ରବନ୍ଧିକ ଓ ବାଗ୍ମୀ  । ସେ ଉକôଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିବା ସମୟରେ କଟକଠାରେ ଉକ୍ରଳ ସାହିତ୍ୟ ପ୍ରେସ୍ ସ୍ଥାପନ କରିଥିଲେ ଓ ଉକôଳ ସମ୍ମିଳନୀର ଅନ୍ୟତମ ସଞ୍ଚାଳକ ଥିଲେ । ସେ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଲୋକମାନଙ୍କୁ ସଚେତନ କରୁଥିଲେ । ତକ୍ରାଳୀନ ବ୍ରିଟିଶ ସରକାରଙ୍କଠାରୁ “ରାୟ ବାହାଦୁର’ ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି  । ୧୮୯୬ ମସିହାରେ ସେ ବିବିଧ ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ  । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉକ୍ରଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ  । ମାହାଙ୍ଗା ମାଟିର ଅନ୍ୟତମ ଯୋଗଜନ୍ମା ସ୍ରଷ୍ଟା ପଦ୍ମଶ୍ରୀ ରଜତ କୁମାର କର ଏକାଧାରାରେ ଥିଲେ ଜଗନ୍ନାଥ ସଂସ୍କୃତିର ଗବେଷକ, ଜଣେ ଶିକ୍ଷାବିତ୍, ପ୍ରବଚକ, ଭଞ୍ଜ ସାହିତ୍ୟର ସମୀକ୍ଷକ ଓ ଲେଖକ । ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଗୁଡିକୁ ସମୀକ୍ଷା କରି ପୁସ୍ତକ ରଚନା କରିବା ସହିତ ଜଗନ୍ନାଥ ସଂସ୍କୃତି ଉପରେ ଅନେକ ପୁସ୍ତକ ରଚନା କରିଯାଇଛନ୍ତି । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ସେ ଥିଲେ ଏକ ଅମଳିନ ପ୍ରତିଭା ଓ ମହଙ୍ଗା ମାଟିର ଗୌରବ । ଉପେନ୍ଦ୍ର ଭଞ୍ଜଙ୍କ ଉପରେ ସେ ମଧ୍ୟ ଏକ ନାଟକ ରଚନା କରିଥିଲେ ଓ ବିଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ କଳିଙ୍ଗ ଭାରତୀର ସଭାପତି ପଦ ଅଳଙ୍କୃତ କରିଥିଲେ, ଯାହାର ଉଦେଶ୍ୟ ଥିଲା ଭଞ୍ଜ ସାହିତ୍ୟର ପ୍ରଚାର ଓ ପ୍ରସାର କରିବା । ଓଡ଼ିଆ ଭାଷା ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବାରେ ମହଙ୍ଗା ମାଟିର ଅବଦାନ ଅବିସ୍ମରଣୀୟ, ଯେଉଁଥିପାଇଁ ଓଡ଼ିଆ ସାହିତ୍ୟ ଇତିହାସରେ ମହଙ୍ଗା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି ।
     ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ମୋ: ୮୨୪୯୨୮୧୫୬୭