ୟୁପିଆଇରେ ଠକେଇ
ଦେଶର ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ବା ୟୁପିଆଇ ମାଧ୍ୟମରେ ଆର୍ଥôକ କାରବାର କରିବା ପାଇଁ କେନ୍ଦ୍ର ସରକାର ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି । ଛୋଟ ଖୁଚୁରା ବ୍ୟବାସୟୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲୋକମାନେ ବର୍ତ୍ତମାନ ୟୁପିଆଇ କାରବାରକୁ ଅଧିକ ପସନ୍ଦ କରୁଛନ୍ତି । କୌଣସି ନଗଦ ଅର୍ଥ ନଧରି କେବଳ ଆଣ୍ଡ୍ରଏଡ୍ ମୋବାଇଲ୍ଟିଏ ହାତରେ ଧରିଲେ ବର୍ତ୍ତମାନ ଯେ କୌଣସି ପ୍ରକାରର ଆର୍ଥôକ କାରବାର ହୋଇପାରୁଛି । ତେବେ ୟୁପିଆଇ ମାଧ୍ୟମରେ ଆର୍ଥôକ କାରବାର କରିବା କ୍ଷେତ୍ରରେ ସତର୍କ ନ ରହିଲେ ଏଥିରେ ଠକେଇ ହେବାର ସମ୍ଭାବନା ମଧ୍ୟ ରହିଛି । ବର୍ତ୍ତମାନ ଦେଶରେ ୟୁପିଆଇ ପେମେଣ୍ଟ୍ ସହିତ ଠକେଇର ମଧ୍ୟ ସମାନ୍ତରଳ ଗତିରେ ଏକ ନେଟ୍ୱାର୍କ୍ କାମ କରୁଛି । ଗତ ୩ ବର୍ଷ ମଧ୍ୟରେ ସମଗ୍ର ଦେଶରେ ୨୧୪୫ କୋଟି ଟଙ୍କାର ୟୁପିଆଇ ଠକେଇ ସରକାରଙ୍କ ଦୃଷ୍ଟିକୁ ଆସିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ପ୍ରକାରର ଏକ ସୂଚନା ଲୋକସଭାରେ ପ୍ରଦାନ କରିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ୟୁପିଆଇ କାରବାରର ଭୌଗୋଳିକ ଅବସ୍ଥାନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ଟ୍ରାକ୍ କରାଯାଇନାହିଁ । ଏକ ଆକଳନ ଅନୁଯାୟୀ ୨୦୨୨-୨୩ ଆର୍ଥôକ ବର୍ଷରେ ୧୩୯.୧୫ ଲକ୍ଷ କୋଟି ଟଙ୍କାର ଏବଂ ୨୦୨୩-୨୪ ଆର୍ଥôକ ବର୍ଷରେ ୧୯୯.୯୬ ଲକ୍ଷ କୋଟି ଟଙ୍କାର କାରବାର ୟୁପିଆଇ ମାଧ୍ୟମରେ ହୋଇଥିଲା । ୨୦୨୪-୨୫ ଆର୍ଥôକ ବର୍ଷରେ ଏ ପର୍ଯ୍ୟନ୍ତ ୧୨୨.୦୫ ଲକ୍ଷ କୋଟି ଟଙ୍କାର ଆର୍ଥôକ କାରବାର ୟୁପିଆଇରେ ହୋଇଛି । ତେବେ ୟୁପିଆଇ ଠକେଇ ମଧ୍ୟ ଗତ ୩ ବର୍ଷରେ କ୍ରମାଗତ ଭାବରେ ବଢୁଥିବା ଦେଖାଗଲାଣି । ୨୦୨୨-୨୩ରେ ୭.୨୫ ଲକ୍ଷଟି କାରବାରରେ ୭୭୩ କୋଟି ଟଙ୍କା ମୂଲ୍ୟର ୟୁପିଆଇ ଠକେଇ ହୋଇଥିଲା । ୨୦୨୩-୨୪ ମସିହାରେ ୧୩୪୨ ଲକ୍ଷ ମାମଲାରେ ୧୦୮୭ କୋଟି ଟଙ୍କା ଠକେଇ ହୋଇଥିଲା । ସେହିପରି ୨୦୨୪-୨୫ ଆର୍ଥôକ ବର୍ଷରେ ଏ ପର୍ଯ୍ୟନ୍ତ ୭.୩୨ ଲକ୍ଷଟି କାରବାରରେ ୮୮୫ କୋଟି ଟଙ୍କା ଠକେଇ ହୋଇଛି । ତେବେ ୟୁପିଆଇ ମାଧ୍ୟମରେ ହେଉଥିବା ଆର୍ଥôକ କାରବାର ଠକେଇ ରୋକିବା ଦିଗରେ ରିଜର୍ଭ ବ୍ୟାଙ୍କ୍ ଓ ଏନ୍ସିପିଆଇ ତଥା କେନ୍ଦ୍ର ସରକାର ମିଳିତ ଭାବରେ କଠୋର ପଦକ୍ଷେପ ସବୁ ନେଉଛନ୍ତି । ୟୁପିଆଇ କାରବାରରେ ରହୁଥିବା ତ୍ରୁଟି ବିଚୁ୍ୟତିକୁ ମଧ୍ୟ ସମୀକ୍ଷା କରାଯାଉଛି । ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ୟୁପିଆଇ ଉପରେ ଅନେକ ପରିମାଣରେ ନିର୍ଭର କରୁଛି । ଅନେକ ବ୍ୟକ୍ତି ପକେଟ୍ରେ ନଗତ ଅର୍ଥ ନେଇ ଯିବା ଆସିବା କରିବାକୁ ଆଉ ପସନ୍ଦ କରୁନାହାନ୍ତି । ପକେଟ୍ମାର୍ ହେବା, ଟଙ୍କା ଛଡ଼େଇ ନେଇଯିବା ଭଳି ଅପରାଧ ଘଟଣା ଗୁଡ଼ିକ ୟୁପିଆଇ କାରବାର କ୍ରମଶଃ କମିବାରେ ଲାଗିଛି । ବିଭିନ୍ନ ସମୟରେ ବ୍ୟାଙ୍କ୍ ଗୁଡ଼ିକ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ଆର୍ଥôକ କାରବାର ସମ୍ପର୍କିତ ସଚେତନତା ଶିବିର ଆୟୋଜନ କରାଯାଉଛି । ବିଶେଷ ଭାବରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଇଛି । ବର୍ତ୍ତମାନ ଛାତ୍ରଛାତ୍ରୀମାନେ ମଧ୍ୟ ବହି କିଣିବା, କଲମ କିଣିବା, ବିଭିନ୍ନ ପାଠ୍ୟ ଉପକ୍ରମ କିଣିବା ଆଦି କ୍ଷେତ୍ରରେ ଫୋନ୍ ପେ, ପେଟିଏମ୍, ଗୁଗୁଲ ପେ', ଭିମ୍ ଆପ୍, ଭାରତ ପେ' ଆଦିର ବ୍ୟବହାର କରିପାରୁଛନ୍ତି । ନଗଦ ଅର୍ଥର କାରବାରକୁ କମେଇବା ପାଇଁ କେନ୍ଦ୍ର ସରକାର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ନଗଦ ଅର୍ଥ କାରବାରରେ ଦୁର୍ନୀତି ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହୁଥିବାରୁ ନଗଦବିହୀନ କାରବାରକୁ ପ୍ରାଧାନ୍ୟ ଦିଆଯାଉଛି । ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ନଗଦ ଅର୍ଥ ଦିଆନଯାଇ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଅର୍ଥ ଦିଆଯାଇଛି । ଏହା ଫଳରେ ମଧ୍ୟସ୍ତିମାନେ ବାଟମାରଣା କରିପାରୁନାହାନ୍ତି । ବର୍ତ୍ତମାନ ୟୁପିଆଇ କାରବାରରେ ଅନେକ ପ୍ରକାରର ସୁବିଧା ରହୁଥିବାରୁ ଏଥିପ୍ରତି ଲୋକଙ୍କର ଆଗ୍ରହ ବଢ଼ିଛି । କିନ୍ତୁ ଉଭୟ ଗ୍ରାହକ ଏବଂ ବିକ୍ରେତା ଆର୍ଥôକ କାରବାରକୁ ସୁନିଶ୍ଚିତ କରିବା ପାଇଁ ସତର୍କ ରହିବା ଆବଶ୍ୟକ ।