ପଣା ସଂକ୍ରାନ୍ତିରେ ମନ୍ଦିର ଭିତରେ ଝୁଲି ପଡିଲେ ଯୁବକ

ପଣା ସଂକ୍ରାନ୍ତିରେ ମନ୍ଦିର ଭିତରେ ଝୁଲି ପଡିଲେ ଯୁବକ

ଆଜି ଓଡ଼ିଆ ନବବର୍ଷ ତଥା ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ।  ଗାଁଠୁ ସହର ସବୁଠି ଏନେଇ ଉତ୍ସବମୁଖର। ଘରେ ଘରେ ପଣା ପ୍ରସ୍ତୁତ ଚାଲିଛି । ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶଦ୍ଧାଳୁଙ୍କ ଲମ୍ବା ଲାଇନ୍‌ ଲାଗିଛି । ଏହି ପରିପ୍ରେକ୍ଷୀରେ କଟକ ବିଡାନାସୀ ସ୍ଥିତ ଇସ୍କନ ମନ୍ଦିରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। ମନ୍ଦିରରୁ ଜଣେ ପୂଜକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ହେଲେ ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ପୂଜକଙ୍କ ମା’ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ପୋଲିସ  । ଶବ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ପଠାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।