ବସ୍ତୁଗତ ମୂଲ୍ୟ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ବସ୍ତୁଗତ ମୂଲ୍ୟ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଏ ଦୁନିଆରେ ବିଭିନ୍ନ ପ୍ରକାରର ଦୁର୍ଲଭ ପଦାର୍ଥ ଏବଂ ଧାତୁ, ରନô ଆଦି ରହିଛି । ଏଗୁଡିକ ନିଜେ ନିଜେ ନିଜର ମୂଲ୍ୟ ନିର୍ଦ୍ଧାରଣ କରନ୍ତି ନାହିଁ । କେହି ଜଣେ ଏସବୁକୁ ଆବଶ୍ୟକ ବୋଲି ଭାବି ବସିଲେ, ଏଗୁଡିକର ମୂଲ୍ୟ ଅନ୍ୟ ଜଣେ ବ୍ୟକ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏ ।
ମାଟି ଭିତରେ କୋଟି କୋଟି ବର୍ଷ ଧରି ପୋତି ହୋଇଥିବା ରନôପଥରର ମୂଲ୍ୟ, ରନôପଥର ନିଜେ ନିର୍ଦ୍ଧାରଣ କରି ନାହିଁ । ଅନ୍ୟ କେହି ଜଣେ ଏହାକୁ ସଂଗ୍ରହ କରିବା ପରେ ଏହାର ମୂଲ୍ୟକୁ ନିର୍ଦ୍ଧାରଣ କରିବାର ଚେଷ୍ଟା କରେ । ଏହାକୁ ପାଇବା ପାଇଁ କିମ୍ବା ଏଇଟା ଅନ୍ୟ କାହାର ଆବଶ୍ୟକ ବୋଲି ପ୍ରସଙ୍ଗଟିଏ ଆସିଲେ ଆବଶ୍ୟକତା ଥିବା ଲୋକଙ୍କ ଭିତରେ ପ୍ରତିଯୋଗିତା ହୁଏ ଏବଂ ବସ୍ତୁର ମୂଲ୍ୟ ନିର୍ଦ୍ଧାରଣ କରାଯାଏ । ସେହି ମୂଲ୍ୟ ଦେଇ ପାରିଲେ ବସ୍ତୁଟି ତାର ହୋଇଯାଏ ଏବଂ ଏହାର କ୍ରମହ୍ରାସ ମାନ ଉପଯୋଗିତା ଦିନେ ଶୂନ୍ୟସ୍ତରରେ ପହଞ୍ଚିଯାଏ ।
ଆମର ପିନ୍ଧା ବସ୍ତ୍ର ଆମର ସବୁଠାରୁ ପ୍ରିୟ । କିନ୍ତୁ ପିନ୍ଧା ବସ୍ତ୍ରଟିର ଉପଯୋଗିିତା ଦିନକୁ ଦିନ କମି କମି ଆସେ ଏବଂ ଆଉ ଏହାର ଉପଯୋଗିତା ନାହିଁ ବୋଲି ଆମେ ଭାବି ବସୁ । ସେତିକି ବେଳେ ପିନ୍ଧା ବସ୍ତ୍ରଟି ଫୋପଡା ଯାଏ ଏବଂ ତାରି ସ୍ଥାନରେ ନୂଆ ବସ୍ତ୍ରଟିଏ କିଣା ହୁଏ । ଆବଶ୍ୟକତାରେ ହିଁ ବସ୍ତୁର ମୂଲ୍ୟ ଖାଲି ନିର୍ଦ୍ଧାରଣ ହୁଏ ନାହିଁ ।
ଏହାର ସୁଲଭତା ମଧ୍ୟ ଆଉ ଏକ ପ୍ରସଙ୍ଗ । ଖୁବ୍ ସୁଲଭ ଭାବରେ ମିଳିଯାଉଥିବା ଜିନିଷଗୁଡିକ ଏତେ ମୂଲ୍ୟବାନ ନୁହେଁ । ବହୁ କଷ୍ଟରେ ମିଳୁଥିବା ପଦାର୍ଥଗୁଡିକ ଅତ୍ୟନ୍ତ ମୂଲ୍ୟବାନ । ଯଦି ସେସବୁକୁ କେହି କିଣନ୍ତି ନାହିଁ, ତା'ହେଲେ ତାର ମୂଲ୍ୟ ନଥାନ୍ତା । କିନ୍ତୁ ଅଳ୍ପ ଲୋକ ହେଲେ ମଧ୍ୟ ଏଗୁଡିକୁ ଉଚ୍ଚଦରରେ କିଣିିବା ପାଇଁ ପ୍ରସ୍ତୁତ ଥାଆନ୍ତି । ଏପରିକି ପ୍ରତିଯୋଗିତା ମଧ୍ୟ କରନ୍ତି ।
ତେଣୁ ବସ୍ତୁର ପ୍ରକୃତ ମୂଲ୍ୟ ନଥାଏ । ମୂଲ୍ୟ ରହିଥାଏ ଏହାର ଉପଯୋଗିତାରେ । କିଭଳି ଭାବରେ ଏହାକୁ ଉପଯୋଗ କରାଯିବ, ତାକୁ ନେଇ ମୂଲ୍ୟ ନିର୍ଦ୍ଧାରଣ ହୁଏ । ପ୍ରଚାରର କୌଶଳ ବ୍ୟବହାର କରି ଆବଶ୍ୟକତାକୁ ସୃଷ୍ଟି କରାଯାଇପାରେ ଏବଂ ଏହି ଆବଶ୍ୟକତା ପ୍ରଚାର ଜଗତରେ ମୂଲ୍ୟହୀନ ପଦାର୍ଥକୁ ମୂଲ୍ୟବାନ ପଦାର୍ଥରେ ପରିଣତ କରିଦେଇପାରେ । ଏ କ୍ଷେତ୍ରରେ ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଥାଏ ବୋଲି ଆବଶ୍ୟକତାକୁ ଉଦ୍ଭାବନର ଜନନୀ ବୋଲି କୁହାଯାଏ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।