ସୁପ୍ରିମକୋର୍ଟଙ୍କ ଏବର୍ଷର ନିର୍ଣ୍ଣାୟକ ନିଷ୍ପତ୍ତି


୨୦୨୪ଟି ସୁପ୍ରିମକୋର୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟକୁ ନେଇ ମଧ୍ୟ ସ୍ମରଣୀୟ ରହିବ । ସେଥି ମଧ୍ୟରୁ କିଛି ନିର୍ଣ୍ଣାୟକ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିବା । ରାଜନୈତିକ ପାଣ୍ଠି ସଂଗ୍ରହ ଉଦେ୍ଦଶ୍ୟରେ ସରକାର ପ୍ରଚଳନ କରିଥିବା ଇଲେକ୍ଟୋରାଲ ବଣ୍ଡ ତଥା ନିର୍ବାଚନୀ ବଣ୍ଡ ସ୍କିମକୁ ସୁପି୍ରମକୋର୍ଟ ଚଳିତ ବର୍ଷ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଚାନ୍ଦା ହାସଲ ପାଇଁ ରହିଥିବା ଏହି ଯୋଜନା ନାଗରିକଙ୍କ ସୂଚନା ଅଧିକାରକୁ ଉଲ୍ଲଂଘନ କରୁଥିବାରୁ ସୁପ୍ରିମକୋର୍ଟ ଏହାକୁ ଅବୈଧ ଘୋଷଣା କରିଥିଲେ । ଶିଶୁ ପର୍ନୋଗ୍ରାଫି ଡାଉନଲୋଡ଼ କରିବା, ଷ୍ଟୋର କରିବା ଏବଂ ଦେଖିବା "ପୋକ୍ସୋ' ଆଇନ ଅଧୀନରେ ଏକ ଅପରାଧ । ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବର ୨୩ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଏହା କହିଥିଲେ । ପ୍ରଧାନ ବିଚାରପତି ପଦରୁ ଅବସର ନେବା ପୂର୍ବରୁ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଚୂଡ଼ାନ୍ତ ରାୟରେ କହିଥିଲେ ଯେ ସମ୍ପତ୍ତି ନଷ୍ଟ ଧମକ ଦେଇ ନାଗରିକଙ୍କ ସ୍ୱରକୁ ଚୁପ୍ କରାଯିବା ଉଚିତ ନୁହଁ । ଆଇନର ଶାସନ ଦ୍ୱାରା ପରିଚାଳିତ ସମାଜରେ ବୁଲଡୋଜର ନ୍ୟାୟ କଦାପି ଗ୍ରହଣୀୟ ନୁହେଁ । ନାଗରିକଙ୍କ ଘରର ସୁରକ୍ଷା ଏକ ମୌଳିକ ଅଧିକାର ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ସମ୍ବିଧାନର ମୁଖବନ୍ଧରୁ ସମାଜବାଦ ଓ ଧର୍ମନିରପେକ୍ଷ ଶବ୍ଦ ହଟିବନାହିଁ । ସାଂସଦ ହୁଅନ୍ତୁ କିମ୍ବା ବିଧାୟକ ସେମାନଙ୍କୁ ଲାଞ୍ଚ ଗ୍ରହଣ ମାମଲାରେ ସୁରକ୍ଷା ମିଳିପାରିବ ନାହିଁ । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମକଦ୍ଦମା ଚାଲିପାରିବ । ଭୋଟ ପାଇଁ ଲାଞ୍ଚ ମାମଲାର ସୁପ୍ରିମକୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୪ ତାରିଖରେ ଏଭଳି ଏକ ଐତିହାସିକ ରାୟ ଦେଇଥିଲେ । ନିଟ ପ୍ରଶ୍ନପତ୍ର ଲିକ ଓ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗରେ ନିଟ-ୟୁଜି ପରୀକ୍ଷା ବାତିଲ କରି ପୁଣି ପରୀକ୍ଷା କରିବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । କୋର୍ଟ ପୁଣିଥରେ ନିଟ-ୟୁଜି ପରୀକ୍ଷା ପାଇଁ ମନା କରିଦେଇଥିଲେ ।  ଖଣି ରୟାଲଟିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଟଣା ଓଟରା ଚାଲିଥିବାବେଳେ ସୁପ୍ରିମକୋର୍ଟ ଏ ସମ୍ପର୍କରେ ଏକ ଐତିହାସିକ ରାୟ ଚଳିତ ବର୍ଷ ଦେଇଥିଲେ ।  କୋଲକାତା ସୁପି୍ରମକୋର୍ଟ ପଶ୍ଚିମବଙ୍ଗ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ମାମଲାର ଶୁଣାଣି କରି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ପ୍ରୋଟୋକଲ ନିର୍ଦ୍ଧାରଣ ନିମେନ୍ତ ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କୁ କୋଟା ଭିତରେ କୋଟା ପ୍ରଦାନ ପାଇଁ ୬.୧ ଅନୁପାତରେ ବିଭାଜିତ ରାୟ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ୨୦୦୨ରେ ଗୁଜୁରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ସରକାର ମୁକ୍ତ କରିଦେଇଥିଲେ । ଉତ୍ତମ ଆଚରଣ ଆଧାରରେ ଦୋଷୀ ମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଗୁଜୁରାଟ ସରକାର ନିଷ୍ପତ୍ତି ନେଇଥିଲେ ଏବଂ ସେମାନଙ୍କୁ ମୁକ୍ତ କରାଯାଇଥିଲା । ତେବେ ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବାତିଲ କରିଦେଇଥିଲେ । ସମସ୍ତ ଦୋଷୀ ପୁଣିଥରେ ଜେଲ ଫେରିବା ପାଇଁ ସୁପ୍ରିମକୋର୍ଟ ଜାନୁଆରୀ ୮ ତାରିଖରେ ନିଦେ୍ର୍ଦଶ ଦେଇଥିଲେ । 
ଆଲିଗଡ଼ ମୁସଲିମ ୟୁନିଭରସିଟି ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି ପୂର୍ବ ୧୯୬୭ ମସିହାର ରାୟକୁ ବଦଳାଇବା ସହ ଏହି ଏଏମୟୁର ଷ୍ଟାଟସ ପୁଣିଥରେ ନୀତି ଆଧାରରେ ଆକଳନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଭାରତର ନ୍ୟାୟପାଳିକା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ନ୍ୟାୟପାଳିକା ଏବଂ ଏହା ନାଗରିକମାନଙ୍କ ବିଶ୍ୱାସ ଓ ଭରଷା ରଖିବାରେ ଅତୁଟ ରଖିବାରେ ସମର୍ଥ ହୋଇଛି । 
କଟକ