ଶ୍ରମିକଙ୍କ ମୃତୁ୍ୟ ନେଇ ଉଦବେଗ
କଟକ : ଶୈଳାବାଳା ମହାବିଦ୍ୟାଳୟ ସଂପ୍ରସାରଣ କାମ ବେଳେ ୬ମହଲାରୁ ପଡ଼ି ଜଣେ ଶ୍ରମିକ ମୃତୁ୍ୟ ଘଟଣାରେ ସେଣ୍ଟର ଫର ପ୍ରୋଟେକ୍ସନ ଅଫ ହୁ୍ୟମାନ ରାଇଟସ ଆଣ୍ଡ ସିକୁଲାରିଜିମ (ସିପିଡିଆରଏସ)ର ରାଜ୍ୟ ଶାଖା ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ସଂଗଠନର ରାଜ୍ୟ ଆବାହକ ବିଶ୍ୱାବସୁ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଶ୍ରମ ବିଭାଗ ଓ ପ୍ରଶାସନର ନିଷ୍କ୍ରିୟତା ଫଳରେ ଏଭଳି ମର୍ମନ୍ତୁଦ ଘଟଣା ବାରମ୍ବାର ଘଟୁଛି ଓ ଶ୍ରମିକମାନଙ୍କର ମୃତୁ୍ୟ ଘଟି ଚାଲିଛି । କର୍ମ ସ୍ଥଳରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା, ସୁରକ୍ଷା ବ୍ୟବସ୍ଥାର ନିୟମିତ ଯାଞ୍ଚ କରିବା, ଶ୍ରମ ଆଇନକୁ କଡ଼ାକଡ଼ି ଲାଗୁ କରିବା, ମୃତ ଶ୍ରମିକ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଶ୍ରୀ ଦାସ ଦାବି କରିଛନ୍ତି ।