୧୪ରୁ ଶ୍ରୀକ୍ଷେତ୍ର ରଜ ମହୋସବ

 ପୁରୀ: ସ୍ଥାନୀୟ ମାର୍କଣ୍ଡେଶ୍ୱର ସାହି ସ୍ଥିତ ପାଣ୍ଡ ଯାଗା ପକ୍ଷରୁ ଏକାଦଶତମ ଶ୍ରୀକ୍ଷେତ୍ର ରଜ ମହୋସôବ ଆସନ୍ତା ୧୪ ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ବର୍ତ୍ତମାନର ବସ୍ତୁବାଦି ଦୁନିଆରେ ବିଭିନ୍ନ ପରମ୍ପରା ଦିନକୁ ଦିନ ଲୋପ ପାଇଯାଉଥିବା ବେଳେ ପୁରାତନ ଗାଉଁଲୀ ପରମ୍ପରାକୁ ଉଦ୍ଜୀବିତ କରିବା ପାଇଁ କେତେକ ଅନୁଷ୍ଠାନ ଆଗେଇ ଆସିବା ଦେଖାଯାଇଛି । ଏହି କ୍ରମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପାଣ୍ଡଜାଗା ପାଳନ କରିବାକୁ ଯାଉଛି ରଜ ଉସôବ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ପ୍ରଥମ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ନେଇ ଏକ ରଜ କୁଇନ୍ ବଛା ଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜାଗାର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ବୁଢୀମା ତୋଟା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହୋସôବ କମିଟିର ସଭାପତି ଭକ୍ତଚରଣ ଦାସ ଓ ସଂପାଦକ ବିଜୟ କୁମାର ସ୍ୱାଇଁ ପ୍ରକାଶ କରିଥିଲେ ଯେ ଏହି ମହୋସôବରେ ୪୦ରୁ ଅଧିଖ ଦୋଳି ଲଗାଯିବାର ବ୍ୟବସ୍ଥା କରାଯାଇଛି । ମହିଳା, ଯୁବତୀ ଓ ବାଳିକାମାନଙ୍କୁ ନେଇ ପୁଚି, ଝୋଟି, ଦଉଡ଼ି ଡ଼ିଆଁ, ପିଠା, ମିଜୁ୍ୟକ୍ ଚେୟାର ଓ ବିଭିନ୍ନ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ମହୋସôବର ପ୍ରଥମ ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପି ଅସିମା ପଣ୍ଡା ଓ ତାଙ୍କ ଦଳ ଆଧୁନିକ ସଂଗୀତ ପରିବେଷଣ କରିବେ । ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ପପମ୍ପ ନିଜର କମେଡ଼ି ମାଧ୍ୟମରେ ଦର୍ଶକମାନଙ୍କୁ ବିମୋହିତ କରିବେ । ସେହି ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ରଜ କୁଇନ୍ଙ୍କ ନାମ ଘୋଷଣା କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାଣ୍ଡଜାଗାର କୋଷାଧ୍ୟକ୍ଷ ଦିଗମ୍ବର ପଣ୍ଡା, ମହୋସôବ କମିଟିର ଇଭେଣ୍ଟ ମ୍ୟାନେଜର ସମୀର କୁମାର ସାମନ୍ତରାୟ, ଅଧିବକ୍ତା ଚିନ୍ମୟ ଦାସ, ବିଦ୍ୟାଧର ବେହେରା, ତ୍ରିଲୋଚନ ପ୍ରଧାନ, ଭବେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।