ଗୋଖା ମହାସଂଘର କର୍ମକର୍ତ୍ତା ନିର୍ବାଚନ

ରାଜନଗର : ରାଜନଗର ବ୍ଲକ ସଦର ମହକୁମାରେ ଜିଲ୍ଲା ଗୋଖା ମହାସଂଘ କର୍ମକର୍ତା ନିର୍ବାଚନ ଓ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆବାହକ ବସନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାଜ୍ୟ ସଭାପତି ରାମଚନ୍ଦ୍ର ମଲ୍ଲିକ, ମୁଖ୍ୟବକ୍ତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘ ଆବାହକ ମାମିନା ମଲ୍ଲିକ, ସମ୍ମାନୀତଅତିଥି ପ୍ରଫୁଲ୍ଲ ସେଠୀ, ରାଜ୍ୟ ଉପଦେଷ୍ଟା ନାରାୟଣ ସେଠୀ, ଅନ୍ୟତମ ରାଜ୍ୟ ଉପଦେଷ୍ଟା ବାଉରୀବନ୍ଧୁ ସେଠୀ, ଉପସଭାପତି ହଳଧର ସେଠୀ, ରାଜ୍ୟ ଉପସଭାପତି ଧରଣୀଧର ସେଠୀ, ରାଜ୍ୟ ସାଧାରଣ ସମ୍ାଦକ ନିରଂଜନ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱକେଶନ ବେହେରା, ବାଲେଶ୍ୱର ଜିଲ୍ଲା ସଂପାଦକ କୀର୍ତିଚନ୍ଦ୍ର ଦାସ, ଚାନ୍ଦବାଲି ବ୍ଲକ ସଭାପତି ହରିହର ମଲ୍ଲିକଙ୍କ ସହ ଜିଲ୍ଲା ଓ ବ୍ଲକର ସମସ୍ତ ପ୍ରତିନିଧି ଯୋଗଦେଇ ସଙ୍ଗଠନର ବିକାଶ ଓ ଜାତିର ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ମହାସଂଘର ପରିଚାଳନା କମିଟି ଗଠନ କରାଯାଇଥିଲା । ଜିଲ୍ଲା ସଭାପତି ଭାବେ ବସନ୍ତକୁମାର ସେଠୀ, ଉପସଭାପତି ଭାବେ ସଂଜୟକୁମାର ସେଠୀ, ସଂପାଦକ ଅକ୍ଷୟ କୁମାର ସେଠୀ, ସହସଂପାଦକ ଗଣେଶ୍ୱର ସେଠୀ, କୋଷାଧ୍ୟକ୍ଷ  ମହେନ୍ଦ୍ର ସେଠୀ, ଉପଦେଷ୍ଟା ପ୍ରଦୀପ ଦାସ ଓ ନିରଂଜନ ସେଠୀ ଚୟନ ହୋଇଛନ୍ତି । ସଦସ୍ୟ ଭାବେ ବ୍ରଜକିଶୋର ସେଠୀ, ରତ୍ନାକର ସେଠୀ, ନକୁଳ ସେଠୀ, ସୂର୍ଯ୍ୟକାନ୍ତ ଦାସ, ଗୋକୁଳାନନ୍ଦ ମଲ୍ଲିକ, ବିରଂଚି ସେଠୀ ପ୍ରମୁଖ ସାମିଲ ହୋଇଛନ୍ତି ।