ଗୁରୁ ପଦ୍ମସମ୍ଭବ ସମାବେଶ ସମାପିତ
ବାଲିଚନ୍ଦ୍ରପୁର: ଦ୍ୱିତୀୟ ବୁଦ୍ଧଭାବରେ ସର୍ବମାନ୍ୟ ପୂଜ୍ୟ ଗୁରୁ ପଦ୍ମସମ୍ଭବଙ୍କ ମହାପରିନିର୍ବାଣ ଭୂଇଁ ଉଦୟଗିରି ଠାରେ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମନ୍ତ୍ରଗାନ ସମାରୋହ ସମାପିତ ହୋଇଛି । ପ୍ରାତଃକାଳୀନ ମନ୍ତ୍ରଗାନ ଓ ପ୍ରାର୍ଥନା ସମାରୋହ ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟାରୁ ଆରମ୍ଭ ହୋଇଥିଲା । ବିଶ୍ୱଶାନ୍ତି ଏବଂ ଆଧ୍ୟାତ୍ମିକ ଜାଗରଣ ପାଇଁ ଧ୍ୟାନ ସଭାରେ ମନ୍ତ୍ରପାଠ ଓ ପ୍ରାର୍ଥନା ସଭା ସଂଚାଳିତ ହେବା ସହିତ ବୌଦ୍ଧପୀଠର ଏକ ଦିବ୍ୟ ପରିବେଶ ସୃଷ୍ଟି ହୋଇଥିଲା । ଜାନୁଆରୀ ୧୨ତାରିଖରୁ ଆରମ୍ଭ ହୋଇ ମାଧବପୁର ମହାବିହାର ସଲଗ୍ନ ମହାସ୍ତୁପ ଅଙ୍ଗନରେ ଭବ୍ୟସମାପିତ ସମାରୋହ ଆୟୋଜିତ ହୋଇଥିଲା । ବୌଦ୍ଧ ମହସ୍ତୁପଟିକୁ ପୁଷ୍ପବିଧିରେ ସୁସଜ୍ଜିତ କରାଯାଇଥିବା ବେଳେ ଏହାର ଚତୁଃପାର୍ଶ୍ୱରେ ଥିବା ଅକ୍ସୋଭ୍ୟ, ଅମିତାଭ, ମଜୁଶ୍ରୀ, ଓ ରନôସଭବକଙ୍କ ପ୍ରତିମା ଚତୁଃପାର୍ଶ୍ୱରେ ଫୁଲର ସ୍ତବକ ଶୋଭା ପାଉଥିଲ । ପାଂଚଦିନ ଧରି ମହସ୍ତୁପ ପଶ୍ଚାତ ଭାଗରେ ଶତାଧିକ ଦୀପର ପ୍ରଜ୍ୱଳିତ ଆଲୋକ ଶିଖା ସମଗ୍ର ପରିବେଶକୁ ପ୍ରାକୃତିକ ଆଲୋକ ସଭାର ଭ୍ରମ ତିଆରି କରିଥିଲା । ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧଭିକ୍ଷୁ, ଲାମା ଓ ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରାର୍ଥନାସ୍ଥଳୀରେ ପହଁଚି ଅଧଘଂଟା ଧରି ବୌଦ୍ଧ ତ୍ରିପିଟକ ଗ୍ରନ୍ଥରୁ ମନ୍ତ୍ର ପାଠ ଓ ପ୍ରାର୍ଥନା ଗାନ କରିଥିଲେ । ଅପରାହ୍ନ ପ୍ରାୟ ୩ଟାରେ ଉଦୟଗିରି ଅତିଥି ଭବନରୁ ବୌଦ୍ଧଭୀକ୍ଷୁ ମାନେ ବାହାରି ସଭା ସ୍ଥଳରେ ପହଁଚିଥିଲେ । ଅତିଥି ଭାବେ ଗଜପତି ଜିଲା ଚନ୍ଦ୍ରଗିରି ଜିରଙ୍ଗସ୍ଥିତ ଗୁରୁ ପଦ୍ମ ସମ୍ଭବ ମହାବିହରର ମୁଖ୍ୟ ବୌଦ୍ଧ ଶ୍ରମଣ ହିଜ୍ ହୋଲିଜେସ୍ ତେରଚେନ ନମଖା ଡ୍ରିମେଡ୍ ରନଜାମ ରିନପୋଚେ ଯୋଗା ଦେଇଥିଲେ । ଜିରାଙ୍ଗ ବୁଦ୍ଧ ବିହାରର ଭିକ୍ଷୁ ପୁନସୋକ ଦୋଜି ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ସମାରୋହର ଉଦଯାପନୀ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ସମୟରେ ଥୋରାବାଦ ଓ ମହାଯାନ ବୌଦ୍ଧ ସମ୍ପ୍ରଦାୟର ବର୍ଷୀୟାନ ଭୀକ୍ଷୁମାନେ ଉପସ୍ଥିତ ଥିଲେ । ସମଗ୍ର କର୍ଯ୍ୟକ୍ରମ ଆୟୋଜିତ କରିଥିବା । ଗୁରୁ ସମ୍ଭବଙ୍କ ପୁଣ୍ୟକ୍ଷେତ୍ରରେ ସଫଳତାର ସହିତ ଏହି ଆଧ୍ୟାତ୍ମିକ ସଭା ଆୟୋଜିତ ହୋଇଥିବାରୁ ସମସ୍ତଙ୍କ କୃତଜ୍ଞତା ଜ୍ଞାପନ କରିଥିଲେ । ସମଗ୍ର ବିଶ୍ୱକୁ ଉଦୟଗିରିର ଏହି ବୁଦ୍ଧମନ୍ତ୍ର ଗାନ ଓ ପ୍ରାର୍ଥନାର ବାଣୀ ପ୍ରସାରିତ ହେବା ସହିତ ବିଶ୍ୱଶାନ୍ତି ଏବଂ ମାନବ କଲ୍ୟାଣ ପାଇଁ ପ୍ରେରଣା ଦେବ ବୋଲି କହିଥିଲେ । ଆସନ୍ତା ବର୍ଷ ଜାନୁଆରୀ ୧୧ ରୁ ୧୬ତାରିଖ ଯାଏ ଘୋଷଣା କରିଥିଲେ । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ତିଦ୍ଧତୀୟାନ ଭାଷାରେ ବୁଦ୍ଧଙ୍କ ବାଣୀକୁ ପ୍ରକାଶ କରିଥିଲେ । ତାଙ୍କ ପୁତ୍ର ଜିଗମେଡ୍ ରିନପୋଚେ ଓ ଜିଗମେ ନେରବୋ ରିନପୋଚେ ଜିରାଙ୍ଗ ନିକଟସ୍ଥ ଲେବାରସିଂହ କ୍ୟାମ୍ପ-୩ ମହାବିହାରର ସମ୍ମାନୀୟ ବୌଦ୍ଧଭୀକ୍ଷୁ ଗ୍ୟପା ରିନପୋଚେ, ବରିଷ୍ଟ ମହିଳା ଭୀକ୍ଷୁ କମଳା ରେନପୋଚେଙ୍କ ସମେତ ବରିଷ୍ଟ ମାନ୍ୟତାପ୍ରାପ୍ତ ଥେରାବାଦର ମହାଥେରୋପନ୍ଥି ବୌଦ୍ଧଭୀକ୍ଷୁମାନେ ଉଦବୋଧନ ଦେଇଥିଲେ । ପାଂଚ ଦିନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ବୌଦ୍ଧ ଧର୍ମାଲମ୍ବୀ ଶିବିରାର୍ଥô ଉଦୟଗିରି ସମେତ ରନôଗିରି ଓ ଲଳିତଗିରି ବୌଦ୍ଧ ମହାବିହାରର ସ୍ତୁପ ପରିଦର୍ଶନ ସହିତ ଧର୍ମଗ୍ରନ୍ଥ ପାଠ ଓ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ଉତ୍ସବର ଆୟୋଜିତ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ସଂସ୍କୃତ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଇଥିଲା । ଜିଲା ପ୍ରଶାସନ, ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି, ବଡ଼ଚଣା ବିଧାୟକ ଅମର ନାୟକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପ୍ରାପ୍ତ ଆଭାହକ ଡ.ବୀଜୟାନନ୍ଦ ସିଂହ ଆଗାମୀ ଶତାଦ୍ଧୀ ସାହିତ୍ୟ ପତ୍ରିକାର ସମ୍ପାଦକ ସେକ୍ ମାସୁଦ ଅଲ୍ଲୀ, ସେକ ଯାବିର କଶୋଭାନୀୟ ଶିକ୍ଷାଶ୍ରମ, ସ୍ଥାନୀୟ ଅଞ୍ଚଳବାସୀ, ଲୋକ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ । ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ଅତିଥିଭାବେ ଯୋଗ ଦେଇଥିଲେ ।