ଚାଲୁନି ଭୁବନେଶ୍ୱର ବ୍ରହ୍ମପୁର ପାସେଞ୍ଜର
ବାଲୁଗାଁ: ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଭୁବନେଶ୍ୱର ବ୍ରହ୍ମପୁର ପାସେଞ୍ଜର ରେଳ ଦୀର୍ଘ ଏକ ମାସେରୁ ଅଧିକ ହେବ ଚଳା ଚଳ କରୁନାହଁ । ଏଥି ନିମିତ୍ତ ସ୍ଥାନୀୟ ଯାତ୍ରୀ ମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏଥି ପାଇଁ କାହାର ହେଲେ ଚିନ୍ତା ନାହିଁ ଏପରି କି ନା ରାଜନେତା ନା ରେଳ କାର୍ଯ୍ୟଧିକାରୀଙ୍କ ପାସେଞ୍ଜର ରେଳ ଚଳା ଚଳ ବିଷୟରେ କିଛି ଜାଣନ୍ତି ନି ବୋଧେ । ବିଶେଷ ରୂପରେ ଗରିବ ବ୍ୟବସାଇ ଚାଷୀ ଭାଇ ଓ ଅନ୍ୟ ସାଧାରଣ ଜନତା ବହୁତ ହଇରାଣ ହେବା ସହ ବସ୍ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି । ରେଳ ଉଚ୍ଚ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ରାଜ ନେତା ହସ୍ତକ୍ଷେପ କରି ପାସେଞ୍ଜର ଟ୍ରେନଟିକୁ ଶୀଘ୍ର ଚଳା ଚଳ କରିବାର ବ୍ୟବସ୍ଥା କରାନ୍ତୁ ।