ନଗର ସଭାପତି ହେଲେ ଜଗନ୍ନାଥ
ଫୁଲବାଣୀ: ପିଲାଟି ଦିନରୁ ଜିଲ୍ଲା ଆର.ଏସ୍.ଏସ୍ରେ ଏକ ପ୍ରକାରର ସକ୍ରିୟତା ବଜାୟ ରଖିବା ସହ ଜିଲ୍ଲା ଭାରତୀୟ ଜନତା ପାର୍ଟିରେ ଭିନ୍ନଭିନ୍ନ କାର୍ଯ୍ୟ ତୁଲାଇ ଆସୁଥିବା ଜଣେ ପୁରୁଖା ମୁହଁ ଶ୍ରୀ ଜଗନ୍ନାଥ ସାହୁ ( ଟିକୁ ) ବିଗତ କାଲି ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ନଗର ସଭାପତି ରୂପେ ନିଯୁକ୍ତି ପାଇଛନ୍ତି । ତାଙ୍କର କାର୍ଯ୍ୟ ନିଷ୍ଠାପରତା ସହ ଲୋକ ସେବା କରିବାର ସ୍ପୃହା ତାଙ୍କ ମନରେ ପିଲାଟି ଦିନରୁ ଆଶା ଏବଂ ଇଚ୍ଛା ଥିଲା । ବିଗତ କିଛିଦିନ ତଳେ ତାଙ୍କର ନିଷ୍ଠାପରତାକୁ ହୃଦୟଙ୍ଗମ କରି ଫୁଲବାଣୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀଙ୍କର ପରାମର୍ଶ କ୍ରମେ ତାଙ୍କୁ ଭାରତୀୟ ଜନତା ପାର୍ଟି ସାଂସଦ ପ୍ରତିନିଧି ରୂପେ ଅଧିଷ୍ଠିତ କରାଯାଇଥିଲା । ଜୀବନରେ ସରଳ ସ୍ୱଭାବ ରଖି ରାଜନୀତି କ୍ଷେତ୍ରରେ ନିଜର ପରଙ୍ଗମତା ସହ ଆଜିର ଯେଉଁ କନ୍ଧମାଳ ଜିଲ୍ଲାରେ ଜିଲ୍ଲା ବିଜେପିର ସଫଳତା ପଛରେ ଶ୍ରୀ ସାହୁଙ୍କର ଅକ୍ଲାନ୍ତ ପରିଶ୍ରମ ଲୁଚିରହିଛି । ପ୍ରେସମିଟ୍ ମାଧ୍ୟମରେ ଯେତେବେଳେ ସେ ଧନ୍ୟବାଦ ଅର୍ପଣ କରିଥିଲେ ସେତେବେଳେ, ସେ ଲୋକସେବା ହିଁ ପରମ ଧର୍ମ ଏବଂ ମୋର ଏକମାତ୍ର ଅଭିଳାଷ ଏଣୁ ଫୁଲବାଣୀ ସଦର ମହକୁମାର ପ୍ରତ୍ୟେକଟି ଲୋକଙ୍କ ସୁବିଧା ଏବଂ ଅସୁବିଧାର ସାଥୀ ହୋଇ ଠିଆହେବି । ଦଳୀୟ କର୍ମୀଙ୍କ କାନ୍ଧରେ କାନ୍ଧ ମିଶାଇ ବାଟ ଚାଲିବି ଏବଂ ମୁଁ ମୋର ପାରୁ ପର୍ଯ୍ୟନ୍ତ ଅସୁବିଧାରେ କାଳାତିପାତ କରୁଥିବା ବ୍ୟକ୍ତିଙ୍କ ପାଖରେ ସଦାସର୍ବଦା ସାହାଯ୍ୟ ସ୍ୱରୂପ ଦଣ୍ଡାୟମାନ ରହିବି । ପରିଶେଷରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ତାଙ୍କୁ ଏଇ ଗୁରୁ ଦିୟିତ୍ୱ ପ୍ରଦାନ କରିଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ । ତତ୍ ସହିତ ଫୁଲବାଣୀ ଲୋକ ପ୍ରତିନିଧି ତଥା ବିଧାୟକ ଉମା ଚରଣ ମଲ୍ଲିକ ତଥା ଫୁଲବାଣୀ ଲୋକସଭା ସାଂସଦ ତାଙ୍କ ପରାକାଷ୍ଠାକୁ ହୃଦୟଙ୍ଗମ କରି ନଗର ସଭାପତି ପରି ଏକ ଗୁରୁ ଦାୟିତ୍ୱ ନିମନ୍ତେ ତାଙ୍କୁ ବାଛି ଥିବାରୁ ଶ୍ରୀ ସାହୁ ଲୋକ ପ୍ରତିନିଧିଦ୍ୱୟଙ୍କୁ ହୃଦୟରୁ ଧନ୍ୟବାଦ୍ ସହ ସାଧୁବାଦ୍ ଜଣାଇଛନ୍ତି । ତାଙ୍କର ଏହି ଭାରତୀୟ ଜନତା ପାର୍ଟି ପକ୍ଷରୁ ନଗର ସଭାପତି ସଂବିଭାଗ ପାଇଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲା ଏବଂ ଫୁଲବାଣୀ ସଦର ମହକୁମାର ସମସ୍ତ ବରିଷ୍ଠ ନାଗରିକ,ଦଳୀୟ କର୍ମୀ ତଥା ଗନ୍ୟ ମାନ୍ୟ ସବିଶେଷ ବ୍ୟକ୍ତି, ଆତ୍ମୀୟ ସ୍ୱଜନ ତଥା ସମଗ୍ର ପରିଜନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।