ଶ୍ରୀ ଗୋପାଳଜୀଉ ମନ୍ଦିର ପ୍ରତିଷ୍ଠା ଉତ୍ସବ

  ଯାଜପୁର:  କୋରେଇ ବ୍ଲକ ତାହାରପୁର ଗ୍ରାମରେ ଶ୍ରୀ ଗୋପାଳଜୀଉ ମନ୍ଦିର ପ୍ରତିଷ୍ଠା ଉସôବ ସମାପିତ ହୋଇଛି । ୧୬ ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠା ଉସôବ ୧୯ତାରିଖ ପୂର୍ଣ୍ଣାହୂତି ଏବଂ ଶ୍ରୀ ଗୋପାଳଜୀଉଙ୍କ ମନ୍ଦିର ପ୍ରବେଶ ପରେ ଉଦ୍ୟାପିତ ହୋଇଛି । ପ୍ରତିଷ୍ଠା ଉସôବ ପରିପ୍ରେକ୍ଷୀରେ ତାହାରପୁର ପଂଚାୟତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଅବିରତ ଯଜ୍ଞ, ନାମସଂକୀର୍ତନ, ପ୍ରସାଦ ସେବନ କାର୍ଯ୍ୟ ଲାଗିରହିଥିଲା । ୧୬ତାରିଖ ପ୍ରାତଃ ସମୟରେ  କାୟାଶୁଦ୍ଧି, ଦୀକ୍ଷାକର୍ମ, ଗୁରୁପୂଜା, ଅଙ୍କୁରରୋପଣରୁ ଆରମ୍ଭ ହୋଇ୍ଥିଲା ପ୍ରତିଷ୍ଠା ଉସôବ କାର୍ଯ୍ୟ । ପରଦିନ କଳସ ଶୋଭାଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ୧୮ତାରିଖ ବିଗ୍ରହ ମାନଙ୍କ ମହାସ୍ନାନ, ପ୍ରାଣପ୍ରତିିଷ୍ଠା ବିଧି ମତେ ସଂପର୍ଣ୍ଣ ହୋଇଥିଲା । ୧୯ତାରିଖ ଶ୍ରୀ ଗୋଳଜୀଉଙ୍କୁ ବିମାନରେ ବସାଇ ଶୋଭାଯାତ୍ରାରେ ଗ୍ରାମ ଭ୍ରମଣ ପରେ ସିଂହାସନ ବିଜେ କରାଯାଇଥିଲା  । ପରେ ପୂର୍ଣ୍ଣାହୂତି ସଂପର୍ଣ୍ଣ ହୋଇଥିଲା । ଶ୍ରୀ ଗୋପାଳଜୀଉ ମନ୍ଦିର କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ପ୍ରତ୍ୟେତ ଦିନ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ମାନ ହୋଇଥିଲା । ଅଧ୍ୟାପିକା ମନସ୍ୱିନୀ ମିଶ୍ର, ପ୍ରଫୁଲ କୁମାର ଆଚାର୍ଯ୍ୟ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ଶିବପ୍ରସାଦ ଦାସ,କୁମାର ବାପି, ସୈାରଭ ଭରଦ୍ୱାଜ ଏବଂ ସେମାନଙ୍କ ସାଥି ଭଜନ ପରିବେଶଣ କରିଥିଲେ । ବିଭିନ୍ନ ଦିବସରେ ଅଂଚଳର ରାଜନେତା, ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ହୋଇ ଗୋପାଳଜୀଉଙ୍କ ଆର୍ଶିବାଦ କାମନା କରିଥିଲେ । ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରତିଷ୍ଠା ଉସôବରେ ଯୋଗ ଦେଇ ଶ୍ରୀ ଗୋପାଳଜୀଉଙ୍କ ଆଶିଷକାମନା କରିଥିଲେ ।