ଆପଣାବୋଧର ବଳୟ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ଆପଣାବୋଧର ବଳୟ ବାବଦରେ କିଛି କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଜଣେ ସମାଜରୁ ଦୂରେଇ ଯାଇ ପ୍ରକୃତି ଭିତରେ ଏକୁଟିଆ ରହିବାକୁ ଭଲପାଇବା ବା ପ୍ରକୃତି ପ୍ରତି ପ୍ରେମ  । ଆଉ କେହି ନିଜ ରୋଜଗାରରୁ ଅର୍ଥ କାଟି ପଶୁପକ୍ଷୀଙ୍କୁ ଖାଇବାକୁ ଦିଏ  । ଏହା ମଧ୍ୟ ଏକ ଭଲପାଇବା ଏବଂ ପ୍ରେମ  । ବ୍ୟାପକ ଦୃଷ୍ଟିରେ ଦେଖିଲେ ଜୀବନ ହିଁ ପ୍ରେମ  । ଯାହା ଆମକୁ ଭଲ ଲାଗେ ତାହା ତ ପ୍ରେମ  ।
ପ୍ରେମ କାହାରିକୁ ହରେଇବାକୁ ଚାହେଁ ନାହିଁ କିମ୍ବା ଦୂରେଇବାକୁ ଚାହେଁ ନାହିଁ  । ଜୀବନରେ ସବୁଠୁ ବଡ ପ୍ରେମ ହେଲା ନିଜ ଜୀବନ ପ୍ରତି ପ୍ରେମ  । ବଞ୍ôଚ ରହିବାକୁ ଇଚ୍ଛା ହେଉଛି ହଉଚି ପରା ସବୁଠାରୁ ପଡ ପ୍ରେମ  । ନିଜକୁ ନିଜେ ସାହାଯ୍ୟ କରିବା, ଯେପରି ଏକ ବୈଶିଷ୍ଟ୍ୟ, ଠିକ୍ ସେହିପରି ନିଜକୁ ନିଜେ ଭଲପାଇବା ବି ଏକ ବୈଶିଷ୍ଟ୍ୟ  । ନିଜକୁ ନ ଭଲ ପାଇ କିଏ ବଞ୍ଚ୍ôଚଛି କି ଆଜ୍ଞା? କିନ୍ତୁ ଏତକ କଥାକୁ ହୃଦୟଙ୍ଗମ କରିବା ଲୋକ ଉଣା  ।
ବିଶ୍ୱାସ କରନ୍ତୁ ଯିଏ ନିଜକୁ ଭଲପାଇବା ଶିଖିଛି ସିଏ ଅନ୍ୟକୁ ଭଲପାଇବା, ସମ୍ମାନ ଦେବା ଏବଂ ଅନ୍ୟର ଅଧିକାରରେ ହସ୍ତକ୍ଷେପ ନ କରିବା ଆଦି ବାବଦରେ ବେଶ୍ ସଚେତନ  । ଯେଉଁ ବ୍ୟକ୍ତିର ନିଜ ପ୍ରତି ସମ୍ମାନବୋଧ ନାହିଁ, ଅନ୍ୟ ଅର୍ଥରେ କହିଲେ ଆତ୍ମସମ୍ମାନ ନାହିଁ ସେ ଅନ୍ୟକୁ ସମ୍ମାନ ଦେଇପାରେ ନାହିଁ  ।
ପ୍ରତି କଥା ପଦରେ ଅନ୍ୟ ପ୍ରତି ହେୟଜ୍ଞାନ ପ୍ରକାଶ କରୁଥିବା ବ୍ୟକ୍ତି, ନିଜ ପ୍ରତି ମଧ୍ୟ ହେୟଜ୍ଞାନ ମନ ଭିତରେ ରଖେ ଏବଂ ପ୍ରତ୍ୟେକଟି ଘଟଣାରେ ନିଜ ଉପରେ ନିଜେ ସନେ୍ଦହ ପ୍ରକାଶ କରେ  ।
ଯିଏ ନିଜକୁ ନିର୍ଭେଜାଲ୍ ଭାବେ ଭଲ ପାଇପାରେନା, ସିଏ ଅନ୍ୟ ଉପରେ ମଧ୍ୟ ବିଶ୍ୱାସ ରଖିପାରେନା  । ନିଜ ଉପରେ ବିଶ୍ୱାସ ଉଣା ଥିବା ବ୍ୟକ୍ତି ନିଜ ପ୍ରତି ଯେଭଳି ସନେ୍ଦହୀ, ଅନ୍ୟମାନଙ୍କ ପ୍ରତି ମଧ୍ୟ ସେତିକି ସନେ୍ଦହୀ  । ପ୍ରଥମେ ନିଜକୁ ଟିକେ ଭଲ ପାଇଲେ, ଆପେ ଆପେ ଏ ପୃଥିବୀଟାଯାକ ଭଲପାଇବାର, ଆପଣାରବୋଧର ବଳୟ ଭିତରୁ ଧସେଇ ପଶିଆସିବ  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର ।