ସଦ୍ଗୁରୁପ୍ରାପ୍ତି
ଜୀବନର ଦୁର୍ଲଭ ବିଭୂତି ହେଉଛି ସଦ୍ଗୁରୁ ପ୍ରାପ୍ତି । ଗୁରୁ, ଈଶ୍ୱର, ବ୍ରହ୍ମ ଓ ସତ୍ୟ ଏକ ବସ୍ତୁ । ସଦ୍ଗୁରୁ ତ୍ରିଗୁଣର ଊଦ୍ଧ୍ୱର୍ରେ, ଜ୍ଞାନର ସାକାର ପ୍ରତିମା ଓ ଜୀବନର ଶ୍ରେଷ୍ଠ ଆଶ୍ରୟ । ସଦ୍ଗୁରୁ ଦେବଙ୍କୁ ବ୍ରହ୍ମାନନ୍ଦ ପ୍ରଦାୟକ ପରଂବ୍ରହ୍ମ କୁହାଯାଇଛି ତଥା ଗୋବିନ୍ଦଙ୍କ ଠାରୁ ଅଧିକ ବୋଲି ମାନ୍ୟତା ପ୍ରଦାନ କରାଯାଇଛି । କୁହାଯାଇଛି:-
ବ୍ରହ୍ମାନନ୍ଦ ପରମସୁଖଦଂ କେବଳଂ ଜ୍ଞାନମୂର୍ତ୍ତି,
ଦ୍ୱନ୍ଦ୍ୱାତୀତଂ ଗଗନ ସଦୃଶଂ ତତ୍ତ୍ୱମସ୍ୟାଦି ଲକ୍ଷ୍ୟମ୍ ।
ଏକନିତ୍ୟଂ ବିମଳମଚଳଂ ସର୍ବାଧି ସାକ୍ଷୀଭୂତମ୍
ଭାବାତୀତଂ ତ୍ରିଗୁଣ ରହିତଂ ସଦଗୁରୁତ୍ୱଂ ନମାମି ।
ସଦ୍ଗୁରୁଦେବଙ୍କର ସ୍ୱରୂପ ଶୟନେ, ସ୍ୱପନେ ଓ ଜାଗରଣରେ ଯେଉଁ ଶିଷ୍ୟର ସମ୍ମୁଖରେ ଉଦ୍ଭାସିତ ଏବଂ ସେହି ରୂପ ଦର୍ଶନ କରି ଯିଏ ଜାଗତିକ ଦୁଃଖକୁ ଭୁଲିଯାଏ ସେ ହିଁ ପ୍ରକୃତ ଶିଷ୍ୟ । ସଦଗୁରୁ ଦେବଙ୍କର ଅନନ୍ତ ପ୍ରକାଶ । କେଉଁ ରୂପରେ, କାହା ପ୍ରତି କିପରି ଭାବରେ ସେ ଦର୍ଶନ ଦିଅନ୍ତି ତାହା ବର୍ଣ୍ଣନାତୀତ । ଜଳ, ସ୍ଥଳ, ଆକାଶ, ପବନ ସର୍ବତ୍ର୍ର ସଦ୍ଗୁରୁଦେବଙ୍କର ଦର୍ଶନ କରିବା ଶିଷ୍ୟ ମହାନ । ଜ୍ଞାନମୂର୍ତ୍ତି ଦତ୍ତାତ୍ରେୟ ଅବଧୂତ ନିଜର ଏହି ପ୍ରତ୍ୟେକ୍ଷ ଦିବ୍ୟ ଅନୁଭୂତି ଅତି ସରଳ ଭାବରେ ପରମ ଭାଗବତ ଯଦୁ ରାଜାଙ୍କୁ ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଦରେ ବୁଝାଇଛନ୍ତି । ସେ ସର୍ବତ୍ର ଯାହା ଦର୍ଶନ କରୁଥିଲେ ତାଙ୍କୁ ଗୁରୁରୂପରେ ସ୍ୱୀକାର କରୁଥିଲେ ଏବଂ ସେହି ଦିବ୍ୟଗୁରୁଙ୍କ ଠାରୁ ଦେବତ୍ୱର ସନେ୍ଦଶ ଆହରଣ କରୁଥିଲେ । ଏପରିକି ରୂପ, ରସ, ସ୍ପର୍ଶ, ଗନ୍ଧ ଓ ଶବ୍ଦ ଏହି ପାଞ୍ଚଗୋଟି ତନ୍ମାଦ୍ରା ଦ୍ୱାରା ଜୀବ ଆସକ୍ତ ହୁଏ ବୋଲି ସେ ପତଙ୍ଗ, ମୀନ, ମାତଙ୍ଗ, ଭ୍ରମର ଓ କୁରଙ୍ଗ ଏହି ପାଞ୍ଚଗୁରୁଙ୍କ ଠାରୁ ଆହରଣ ପୂର୍ବକ ସଂପୃକ୍ତ ଅନାସକ୍ତ ତଥା ସଦାପ୍ରସନ୍ନ ଥିଲେ । ଏହି ପାଞ୍ଚଗୁରୁଙ୍କ ଠାରୁ ସେ ଶିକ୍ଷା ପାଇଥିଲେ ଯେ ଆସକ୍ତି ହଁ ଦୁଃଖ ଓ ମୃତୁ୍ୟର କାରଣ । ଚବିଶଟି ପରମଗୁରୁଙ୍କ ଠାରୁ ଦିବ୍ୟ ସନେ୍ଦଶ ଲାଭ ପୂର୍ବକ ସେ ପରମାନନ୍ଦରେ ବିଚରଣ କରିଥିଲେ । ଏହାହିଁ ହେଉଛି ସର୍ବତ୍ର ଶ୍ରୀଗୁରୁ ଦର୍ଶନ ମାଧ୍ୟମରେ ଗୁରୁକୃପା ସଦୃଶ ଅଲୋ÷କିକ ବିଭୂତି ଲାଭ କରିବାର ସହଜ ଉପାୟ । ସେଥିପାଇଁ କୁହାଯାଇଛି “ଧ୍ୟାନମୂଳଂ ଗୁରୋମୂର୍ତ୍ତି” ।
ଦ୍ୱିତୀୟ ପର୍ଯ୍ୟାୟ ହେଉଛି, ‘ପୂଜା ମୂଳ ଗୁରୋର୍ପଦଂ” । ଶ୍ରୀମଦ୍ ଭାଗବତରେ ଭଗବାନ କହିଛନ୍ତି, ‘ମୋତେ ପୂଜନ ଗୁରୁଦେହେ, ମୋ ତହୁଁ ଗୁରୁ ଭିନ୍ନ ନୁହେଁ’ । ଅତଏବ ସଦ୍ ଗୁରୁଦେବଙ୍କର ପୂଜା ପରଂବ୍ରହ୍ମଙ୍କର ପୂଜା ସହିତ ସମାନ । ପ୍ରଭୁ ରଘୁରାଣ ଭକ୍ତିମତ ଶବରୀକୁ କହିଥଲେ, ‘ଗୁରୁପଦ ପଙ୍କଜ ସେବା, ତିସରି ଭଗତି ଅମାନ । ଆତ୍ମଶୁଦ୍ଧି ନିମିତ୍ତ ଶ୍ରୀଗୁରୁଦେବଙ୍କର ପାଦପୂଜା ହିଁ ସର୍ବୋକ୍ରୃଷ୍ଟ ଉପାୟ । କୁହାଯାଇଛି:-
ଶ୍ରୀ ଗୁରୁକଳ୍ମ ପାଦପପଲ୍ଲବ ଚରଣ,
ପ୍ରେମଭକ୍ତି ପାରିଷଦ ନନ୍ଦନକାନନ ।
ତୃତୀୟ ପର୍ଯ୍ୟାୟ ହେଉଛି ‘ମନ୍ତ୍ର ମୂଳଂ ଗୁରୋର୍ବାକୋ’ । ଗୁରୁଦେବଙ୍କ ବାକ୍ୟ ହିଁ ମୂଳମନ୍ତ୍ର । ଧୈର୍ଯ୍ୟ ଓ ବିଜୟର ସହିତ ଗୁରୁଦେବଙ୍କର ଆଦେଶ ପାଳନ କରିବା ପ୍ରତ୍ୟେକ ଶିଷ୍ୟର ପରମକର୍ତ୍ତବ୍ୟ । ଆବଶ୍ୟକ ପଡିଲେ ଶିକ୍ଷାକୁ ଗୁରୁଦେବଙ୍କ ଦ୍ୱାରରେ ପ୍ରତୀକ୍ଷାମାଣ ଶ୍ୱାନ ସଦୃଶ ଜୀବନଯାପନ କରିବାକୁ ପଡିବ । ଏ ପ୍ରସଙ୍ଗରେ ଆରୁଶି ଓ ଏକଲବ୍ୟ ପ୍ରଭୃତି ମହାନ ଶିଷ୍ୟଙ୍କର ଚରିତ୍ର ଅନୁଧ୍ୟାନ କରାଯାଇପାରେ । ଲୁହା ବା ଅନ୍ୟ କୋ÷ଣସି ଧାତୁକୁ ଯେପରି ଅଗ୍ନିରେ ମାର୍ଜିତ କରାଯାଏ, ଗୁରୁଦେବ ସେହି ପ୍ରକାର ଅଗ୍ନିରୂପୀ ଆଦେଶ ଦେଇପାରନ୍ତି । ଶିଷ୍ୟ ହତୋତ୍ସାହ ନହୋଇ ଧୈର୍ଯ୍ୟ ଓ ସହନଶୀଳତାର ସହ ଆଦେଶ ପାଳନ କରିବା ବା‚ନୀୟ । ଦୃଢ ବିଶ୍ୱାସର ସହିତ ନିଜର ହୃଦୟ, ପ୍ରାଣ ସମସ୍ତ ଗୁରୁଦେବଙ୍କ ସେବାରେ ଅର୍ପଣ କରି ତାଙ୍କର ଆଜ୍ଞା ପାଳନ କରିବା ଶିକ୍ଷାର ଏକମାତ୍ର ଅବଲମ୍ବନ । ଏହାଦ୍ୱାରା ଶିଷ୍ୟର ଅନ୍ତର୍ଚେତନାର ବିକାଶ ହୁଏ ତଥା ଗୁରୁକୃପା ସଦୃଶ ଅଲୋ÷କିକ ବିଭୂତି ସହଜଲଭ୍ୟ ହୋଇଥାଏ । ଉପରୋକ୍ତ ତିନୋଟି ପର୍ଯ୍ୟାୟ ଆଚରଣ ପରେ ସ୍ୱତଃ ଆତ୍ମସମର୍ପଣ ଭାବ ଶିଷ୍ୟର ହୃଦୟରେ ଉଦିତ ହୁଏ । ଏହାହିଁ ଚରମ ପର୍ଯ୍ୟାୟ । ଏହି ସ୍ଥିତିରେ ଶିଷ୍ୟ ଅନେକ ଶକ୍ତିର ଅଧିକାରୀ ହୋଇଥାଏ । ସଦ୍ଗୁରୁଦେବଙ୍କର ଦର୍ଶନ, ପ୍ରଣାମ, ଚରଣବନ୍ଦନ ତଥା ବାଣୀ ଦ୍ୱାରା ଗୁରୁଙ୍କ ଶକ୍ତି ଶିକ୍ଷାକୁ ପ୍ରାପ୍ତି ହୋଇଥାଏ । ସୂତ ସଂହିତାରେ କୁହାଯାଇଛି ଗୁରୁ ଶିଷ୍ୟର ମାୟାମୋହର ନିଷ୍ଠାକରଣ କରନ୍ତି । ପରିପକ୍ୱ ଶ୍ରଦ୍ଧା ତଥା ପୂର୍ଣ୍ଣ ସମର୍ପଣ ଶିଷ୍ୟ ଭିତରେ ଅନନ୍ତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଦିଏ । ଏହାଦ୍ୱାରା ଶିଷ୍ୟ କେବଳ ନିଜ ଭିତରେ ଥିବା ପରମାତ୍ମାଙ୍କୁ ନୁହେଁ, ଅନନ୍ତ ବିଶ୍ୱରେ ବ୍ୟାପ୍ତ ବ୍ରହ୍ମସଭା ଉପଲବଧି କରିପାରେ । ଏହାହିଁ ଶ୍ରଦ୍ଧା ସହିତ ସମର୍ପଣରେ ଆଲୋ÷କିକ ଗୁରୁକୃପା ପ୍ରାପ୍ତି । ୧୯୭୧ ମସିହା ଆଷାଢ ପୂର୍ଣ୍ଣିମା ଅର୍ଥାତ୍ ଗୁରୁପୂର୍ଣ୍ଣିମାରେ ସଦ୍ଗୁରୁଦେବ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମୋତେ କୃପାକରି ମନ୍ତ୍ର ଦୀକ୍ଷା ପ୍ରଦାନ କଲେ । ଗୁରୁପ୍ରଦତ୍ତ ମନ୍ତ୍ର ଅଘୋର ପାପନାଶକ, ଶାନ୍ତିପ୍ରଦ, ଚତୁବର୍ଗ ଫଳଦାୟକ ତଥା ସିଦ୍ଧିପ୍ରଦ । ଭବ ସାଗରରୁ ଉଦ୍ଧାର ପାଇବା ନିମିତ୍ତ ଗୁରୁପ୍ରଦତ୍ତ ମନ୍ତ୍ର ଏକ ସୁରକ୍ଷିତ ନୋ÷କାସଦୃଶ । ସାଂସାରିକ ଦୁଃଖ ଓ ଯନ୍ତ୍ରଣାକୁ ଗୁରୁମନ୍ତ୍ର ସହଜରେ ଲାଘବ କରିପାରେ । ଗୁରୁ ପ୍ରଦତ୍ତ ମନ୍ତ୍ର ଏକ ଅମୋଘ ଅସ୍ତ୍ରସଦୃଶ ଜୀବନର ସକଳ ବାଧାବିଘ୍ନକୁ ଛିନ୍ନ କରିଦିଏ । ଏହା ପ୍ରହରୀ ସଦୃଶ ଶିଷ୍ୟର ଚିତ୍ତ, ମନ, ଶରୀର ଓ ସଂସାରକୁ ରକ୍ଷା କରେ । ଜନ୍ମ ଜନ୍ମାର୍ଜିତ ପାପରାଶିକୁ ଧ୍ୱଂସ କରି ଜୀବନକୁ ନିଷ୍ପାପ, ନିଷ୍କଳଙ୍କ ଓ ପବିତ୍ର କରିଥାଏ । ଜୀବନରେ ସକଳ ସମ୍ଭାବନାର ଦ୍ୱାରା ଉନ୍ମୋଚନ କରି ଚଲାପଥକୁ ସରଳ ଓ ସୁଗମନ କରିଥାଏ । ପରିଶେଷରେ ଜୀବନମୁକ୍ତି ପ୍ରଦାନ ପୂର୍ବକ ଜନ୍ମମରଣ ଚକ୍ରରୁ ଅବ୍ୟାହତି ଦିଏ । ବାପା ପରମପୂଜ୍ୟ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଠାରୁ ୧୯୪୮ ମସିହା ଗୁରୁପୂର୍ଣ୍ଣିମାରେ ଦୀକ୍ଷା ଗ୍ରହଣ କରିଥିଲେ । ସ୍ୱାମୀ ଶିବାନନ୍ଦ ଥିଲେ ଦିବ୍ୟ ଜୀବନର ବାର୍ତ୍ତାବହ । ଐଶ୍ୱରୀୟ ସୌଭାଗ୍ୟ ଉଦ୍ଦୀପନାରେ ଜୀବନକୁ ପରିଚାଳିତ କରି ଆପଣା ବ୍ୟକ୍ତିତ୍ୱର ଆଭ୍ୟନ୍ତରୀଣ ସତ୍ୟକୁ ଉପଲବଧି କରିବା ନିମିତ୍ତ ଅଖିଳ ବିଶ୍ୱକୁ ଦିଗ୍ଦର୍ଶନ ପ୍ରଦାନ କରିଥିଲେ ସ୍ୱାମୀ ଶିବାନନ୍ଦ । ୧୯୬୩ରେ ମହାସମାଧିରେ ପ୍ରବେଶ କରିବା ପର୍ଯ୍ୟନ୍ତ ବାପା ସ୍ୱାମୀ ଶିବାନନ୍ଦଙ୍କ ସହିତ ଆଧ୍ୟାତ୍ମିକ ସଂପର୍କ ରଖିଥିଲେ ଏବଂ ତାଙ୍କରି ଦିଗଦର୍ଶନରେ ଅନୁପ୍ରାଣିତ ହୋଇ ଅହଂଭାବ ରହିତ ନିଃସ୍ୱାର୍ଥ ସେବା ଓ ଉତ୍ସର୍ଗୀକୃତ ପ୍ରେମର ଜୀବାନୁଭୂତି ଲାଭ କରିଥିଲେ । ସେହି ଆଦର୍ଶରେ ସେ ମୋତେ ଗଢିଥିଲେ । ବାପାଙ୍କର ଏକାନ୍ତ ଇଛା ଥିଲା ମୁଁ ସ୍ୱାମୀ ଶିବାନନ୍ଦଙ୍କର ପରମଣିଷ୍ୟ ସ୍ୱାମୀ ଚିଦାନନ୍ଦଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବି । ଏଥି ନିମିତ୍ତ ସେ ସ୍ୱାମୀଜୀଙ୍କୁ ଅନୁରୋଧ କରିଥିଲେ । ସ୍ୱାମୀଜୀଙ୍କ କରୁଣା ଓ ବାପାଙ୍କ ଆଶୀର୍ବାଦରେ ମୁଁ ୧୯୭୧ ମସିହାର ପବିତ୍ର ଗୁରୁପୂର୍ଣ୍ଣିମା ତିଥିରେ ଦୀକ୍ଷା ଗ୍ରହଣ କଲି । ଦୀକ୍ଷା ନେବା ସମୟରେ ସ୍ୱାମୀଜୀଙ୍କ ପଦସ୍ପର୍ଶ କରି ମୁଁ ଶରୀରରେ ଅଲୋ÷କିକ ଶକ୍ତି ସଞ୍ଚାର ଅନୁଭବ କଲି । ମୋ ପ୍ରାଣ ପୁଲକିତ ହୋଇପଡିଲା । ସେ ଦିବ୍ୟ ଉପଲବଧି ବର୍ଣ୍ଣନାତୀତ । ସ୍ୱାମୀଜୀ ମୋତେ ମନ୍ତ୍ର ପ୍ରଦାନ କରିବା ସମୟରେ ଏକ ଦିବ୍ୟ ଶକ୍ତି ମୋ ଭିତରେ ପ୍ରବେଶ କରିବା ମୁଁ ଅନୁଭବ କଲି । ମୋର ସର୍ବାଙ୍ଗ ଶରୀର ଶିହିରି ଉଠିଲା । ମୋ ମୁଖ ମଣ୍ଡଳରେ ଦିବ୍ୟ ତେଜ ଫୁଟି ଉଠିଲା । ମୁଁ ଅନୁଭବ କଲି ମନରୁ ଅସତ୍ ବିଚାର, କ୍ଷୁଦ୍ର ଅଭିଳାଷ ଓ ଅଶୁଭ ବାସନା ଦୂରେଇ ଯାଉଛି । ସେଦିନ ମୁଁ ନିରନ୍ତର ଗୁରୁପ୍ରଦତ୍ତ ମନ୍ତ୍ର ଜପିଲି । କୋ÷ଣସି ଆହାର କରିବାକୁ ଇଚ୍ଛା ନଥାଏ । ବାପାଙ୍କ ଉପଦେଶକ୍ରମେ କିଛି ଫଳରସ ପିଇ ପୁନର୍ବାର ମନ୍ତ୍ର ଜପିଲି । ମୋର ଉପଲବ୍ଧି ଆସିଲା ଯେ ଦିବ୍ୟ ଈଶ୍ୱରାନୁଭୂତି ଓ ଐଶୀ ଶକ୍ତିର ସଞ୍ଚୟନ ମୋ ଭିତରେ ଘଟୁଛି । ସବୁ ସେହି ଗୁରୁଦେବଙ୍କର କୃପା । ତାଙ୍କୁ ସାଷ୍ଟାଙ୍ଗ ପ୍ରଣତି ଜଣାଇଲି ।
ମନ୍ତ୍ର ଶବ୍ଦର ଅର୍ଥ ହେଉଛି ମନନ ଦ୍ୱାରା ତ୍ରାଣ ପାଇବା । ସେଥିନିମିତ୍ତ କୁହାଯାଇଛି, ‘ମନବାତ୍ ତ୍ରାୟତେ ଇତି ମନ୍ତ୍ରଃ’ । ଦିବ୍ୟଶକ୍ତି ଧ୍ୱନିର ରୂପଧାରଣ ପୂର୍ବକ ମନ୍ତ୍ର ରୂପରେ ପ୍ରକଟିତ ହୋଇଥାଏ । ଗୁରୁଦେବ ସେହି ଦିବ୍ୟଶକ୍ତି ମନ୍ତ୍ରରୂପରେ ଶିଷ୍ୟଙ୍ଗୁ ପ୍ରଦାନ କରି ଅଶେଷ କୃପା କରିଥାନ୍ତି । ପ୍ରକୃତ ପକ୍ଷେ, ଗୁରୁଦେବ ଦୀକ୍ଷା ପ୍ରଦାନ ଦ୍ୱାରା ଶିଷ୍ୟ ଭିତରେ ଦିବ୍ୟ ଶକ୍ତିର ସଞ୍ଚୟନ କରାଇଥାଆନ୍ତି । ଅନ୍ୟ ଭାଷାରେ ଉଲ୍ଲେଖ କଲେ, ଗୁରୁଦେବ ଆପଣ ଦିବ୍ୟଶକ୍ତିରୁ କିଛି ଅଂଶ ମନ୍ତ୍ର ସ୍ୱରୂପରେ ଦାନ କରି ଶିଷ୍ୟଙ୍କୁ ଆତ୍ମାବଳରେ ଅନୁଗୃହୀତ କରିଥାନ୍ତି । ଶାସ୍ତ୍ରରେ ଦୀକ୍ଷା ପ୍ରଦାନକୁ ‘ଶକ୍ତିପାତ’ ନାମରେ ଅଭିହିତ କରାଯାଇଛି । ଏହି ଶକ୍ତିପାତ ଦ୍ୱାରା ଗୁରୁଦେବ ଶିଷ୍ୟର କ୍ଷମତାକୁ ବିକଶିତ କରାଇଥାନ୍ତି । ଶିଷ୍ୟ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଗୁରୁପ୍ରଦତ୍ତ ମନ୍ତ୍ରକୁ ମନନ କଲେ ଅଲୋ÷କିକ ଶକ୍ତି ସଞ୍ଚାର ଅନୁଭବ କରିଥାଏ । ଏହାଦ୍ୱାରା ଶିଷ୍ୟର ଅବଚେତନାରେ ସଞ୍ଚôତ ପ୍ରାରବ୍ଧ ଅପସରି ଯାଇ ସେ ଦୁଃଖ, ଯନ୍ତ୍ରଣା ଓ ମୃତୁ୍ୟକୁ ଅଚିରେ ଅତିକ୍ରମ କରିଯାଏ । ଏହି ଦିବ୍ୟ ଦୃଷ୍ଟିରେ ବିଜ୍ଞ, ପ୍ରାଜ୍ଞ, ସିଦ୍ଧ ଓ ସାଧକ ବୃନ୍ଦ ଗୁରୁମନ୍ତ୍ରକୁ ଦିବ୍ୟଶକ୍ତିର ମାନ୍ୟତା ପ୍ରଦାନ କରିଛନ୍ତି ତଥା ଆତ୍ମୋପଲବ୍ଧ ନିମିତ୍ତ ସର୍ବାପେକ୍ଷା ସୁଗମ, ସୁରକ୍ଷିତ ଏବଂ ନିଶ୍ଚିତ ମାର୍ଗ ରୂପେ ବିଚାର କରିଅଛନ୍ତି । ଗୁରୁମନ୍ତ୍ର ଏକାଗ୍ରତାର ସହ ନିରନ୍ତର ଜପକଲେ ଶରୀର ଓ ମନ ଉଭୟ ପ୍ରକ୍ଷାଳନ ହୋଇ ସାଧବ ଶକ୍ତିଶାଳୀ ହୁଏ । ତା’ର ବାଣୀରେ ମୋହିନୀ ଶକ୍ତି ଓ ବ୍ୟବହାରରେ ମାଧୁର୍ଯ୍ୟ ପ୍ରଷ୍ପୁଟିତ ହୁଏ । ନିରନ୍ତର ଗୁରୁମନ୍ତ୍ର ଜପଦ୍ୱାରା ଚିତ୍ତ ସ୍ୱଚ୍ଛ ଓ ନିର୍ମଳ ହୁଏ । ମନର ସ୍ୱଭାବ ଓ ପ୍ରବୃତ୍ତି ଉପରେ ଗୁରୁମନ୍ତ୍ରର ଏକ ସ୍ଥାନୀୟ ଛପି ଅଙ୍କିତ ହୋଇଥାଏ । ଐଶ୍ୱରୀୟ ସୋ÷ଭାଗ୍ୟରେ ଜୀବନ ପରିଚାଳିତ ହୋଇ ମନରେ ସ୍ଥିରତା, ଶାନ୍ତି, ପ୍ରଫୁଲ୍ଲତା, ନିର୍ଭୀକତା ପ୍ରଭୃତି ଜାଗ୍ରତ ହୁଏ । ଏହାର ମୋର ନିଜସ୍ୱ ଦିବ୍ୟାନୁଭୂତି ।
ସଦ୍ଗୁରୁଦେବ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମୋତେ ମନ୍ତ୍ରଦୀକ୍ଷା ପ୍ରଦାନ ପରେ କିଛି ଉପଦେଶ ପ୍ରଦାନ କରିଥିଲେ । ସାଧନାରେ ସିଦ୍ଧିଲାଭ ନିମିତ୍ତ ପୂଜ୍ୟ ଗୁରୁଦେବ କେତେକ ସରଳ ମାର୍ଗର ଦିଗ୍ଦର୍ଶନ ପ୍ରଦାନ କରିଥିଲେ । ସେଗୁଡିକ ହେଉଛି ସାତ୍ତ୍ୱିକ ଖାଦ୍ୟ, ବ୍ରତ, ଉପବାସ ଓ ବ୍ୟାୟାମ ଦ୍ୱାରା ଆରୋଗ୍ୟ ସାଧନା, ମୋ÷ନ ଓ ବ୍ରହ୍ମଚର୍ଯ୍ୟ ପାଳନ ମାଧ୍ୟମରେ ପ୍ରାଣଶକ୍ତି ସାଧନା, ସତ୍ୟ, ଅହିଂସା, ସାଧୁତା ଓ କ୍ଷମା ପ୍ରଭୃତି ସଦ୍ଗୁଣ ବର୍ଦ୍ଧନ ଦ୍ୱାରା ଚରିତ୍ର ସାଧନା, ସଂଯମ, କୁସଙ୍ଗ ତ୍ୟାଗ ତଥା ସରଳ ଜୀବନ ଯାପନ ଦ୍ୱାରା ଇଛାଶକ୍ତି ସାଧନା, ପରୋପକାର, ଦାନ, ନମ୍ରତା, ଶ୍ରଦ୍ଧା, ସର୍ବାତ୍ମଭାବ ଦ୍ୱାରା ହୃଦୟ ସାଧନା, ସ୍ୱାଧ୍ୟାୟ, ସତ୍ସଙ୍ଗ, ମନ୍ଦିର ଦର୍ଶନ ଓ ଏକାନ୍ତବାସ ଦ୍ୱାରା ମାନସିକ ସାଧନା ଏବଂ ଜପ, ଧ୍ୟାନ, ପ୍ରାର୍ଥନା ଓ ଉପାସନା ଦ୍ୱାରା ଆଧ୍ୟାତ୍ମିକ ସାଧନା । ଏହା ସହିତ ସେ ଆଧ୍ୟାତ୍ମିକ ଦିନଲିପି ପ୍ରତ୍ୟହ ଲେଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଶେଷରେ ନିର୍ଜନସ୍ଥଳୀରେ ମନ୍ତ୍ରଜପ ପୂର୍ବକ ସିଦ୍ଧିଲାଭ କରିବାକୁ ଆଦେଶ ଦେଲେ । ମୁଁ ଶୈଳ ଶୈବକ୍ଷେତ୍ର କପିଳାସରେ ମନ୍ତ୍ରସିଦ୍ଧି କରିବାକୁ ଅନୁମତି ମାଗିବାରୁ ସେ ସ୍ୱୀକୃତି ଦେଲେ । ତତ୍ପରେ ମୁଁ କପିଳାସ ଯାଇ ପାବଚ୍ଛପାଶ୍ୱର୍ ତଳମଠରେ ଅବସ୍ଥାନ କଲି । ସେହି ମଠର ମହନ୍ତ ଜୟକୃଷ୍ଣ ଦାସ ମୋ ସାଧନା ନିମିତ୍ତ ଗୋଟିଏ ପ୍ରକୋଷ୍ଠ ନିର୍ଦ୍ଧାରଣ କଲେ । ତଳମଠ ସନ୍ନିକଟ ସେହି ପ୍ରକୋଷ୍ଠରେ ମୁଁ ଏକାନ୍ତରେ ନିରନ୍ତର ଗୁରୁଦେବଙ୍କ ପ୍ରଦତ୍ତ ମନ୍ତ୍ର ଜପ କଲି । ପ୍ରତ୍ୟେହ ରାତ୍ରି ଚାରିଟାରୁ ଉଠି ସ୍ନାନ ଓ ନିତ୍ୟକର୍ମ ପରେ ବ୍ରାହ୍ମ ମୁହୂର୍ତ୍ତରୁ ତିନିଘଣ୍ଟା ଜପ କରେ । ଏହା ପରେ ଗୀତା ଓ ଶ୍ରୀରାମ ଚରିତ ମାନସ ପ୍ରଭୃତି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସ୍ୱଧ୍ୟାୟ କରିବା ପରେ ପୁନର୍ବାର ମନ୍ତ୍ରଜପ କରେ । ଅପରାହ୍ନ ଦୁଇଘଣ୍ଟା ସମୟରେ ମଠ ମହନ୍ତ ପ୍ରଦାନ କରିଥିବା ପ୍ରସାଦ ସେବନ କରେ । ପ୍ରସାଦ ସେବା ପରେ କିଛି ସମୟ ସଦ୍ଗ୍ରନ୍ଥ ପାଠ କରେ । ଅପରାହ୍ନ ଚାରିଟା ଠାରୁ ପ୍ରାୟ ଏକ ଘଣ୍ଟା ପୁନର୍ବାର ମନ୍ତ୍ର ଜପ କରିଥାଏ । ପାଞ୍ଚଟା ବେଳକୁ ପାବଚ୍ଛ ରାସ୍ତାରେ କିଛି ସମୟ ବୁଲାବୁଲି କରିଥାଏ । କିନ୍ତୁ ମୋ÷ନବ୍ରତ ଆଚରଣ କରିଥାଏ । ମଠର ସନ୍ଧ୍ୟା ଆଳତିରେ ସାଧୁମାନଙ୍କ ସହ ଯୋଗଦିଏ । ଏହାପରେ ପୁନର୍ବାର ତିନିଘଣ୍ଟା ମନ୍ତ୍ର ଜପ କରେ । ରାତି ଦଶଟା ବେଳକୁ ଗୋଟିଏ ଗ୍ଲାସ ଗାଈ କ୍ଷୀର ପିଇ ନିଦ୍ରାଯାଏ । ମଠରେ ଗାଈ କିଛି ଥାଆନ୍ତି । ତେଣୁ କ୍ଷୀର ମିଳିଥାଏ । ଦିନରେ ଗୋଟିଏ ଥର ପ୍ରସାଦ ଓ ରାତିରେ ଗୋଟିଏ ଗ୍ଲାସ କ୍ଷୀର ବ୍ୟତୀତ ଅନ୍ୟ କୋ÷ଣସି ଖାଦ୍ୟ ଗ୍ରହଣ କରେ ନାହିଁ । ମହନ୍ତ ମହାରାଜ ଜଣେ ଉଚ୍ଚକୋଟିର ରାମାନନ୍ଦୀ ସନ୍ଥ । ସେହି ତଳ ମଠରେ ଅନ୍ୟାନ୍ୟ ସାଧୁ ମଧ୍ୟ ନିବାସ କରୁଥିଲେ । ସଭିଁଏ ସାଧନା ସମୟରେ ମୋର ବହୁତ ଯତ୍ନ ନେଇଛନ୍ତି । ମୁଁ ପ୍ରତ୍ୟେହ ପ୍ରାୟ ଦଶଘଣ୍ଟା ମନ୍ତ୍ର ଜପ କରେ ଓ ତିନିମାସରୁ ଊଦ୍ଧ୍ୱର୍କାଳ ମୁଁ ଜପ ନିରନ୍ତର ଭାବରେ କରି ଏକକୋଟିରୁ ଅଧିକ ମନ୍ତ୍ର ଜପ କରିଥିଲି । ପୂଜ୍ୟ ଗୁରୁଦେବଙ୍କ କୃପାରୁ ପବିତ୍ର ବିଜୟା ଦଶମୀ ତିଥିରୁ ମୁଁ ଦିବ୍ୟାନୁଭୂତି ଲାଭ କଲି । ହୃଦୟରେ ଅନିର୍ବଚନୀୟ ଆନନ୍ଦ, ମନରେ ଅଭୂତପୂର୍ବ ପ୍ରସନ୍ନତା ଓ ମସ୍ତିଷ୍କରେ ବିଶ୍ୱଚେତନା ଉଦ୍ଭବ ହେଲା । ମୋର ଦୈହିକ ସ୍ୱରୂପକୁ ମୁଁ ଭୁଲି ଯାଇଥିଲି । ସେତେବେଳେ ପ୍ରାତଃକାଳ ଥିଲା । ପୂଜ୍ୟ ଗୁରୁଦେବଙ୍କ ଶତକୋଟି ପ୍ରଣତି ଜଣାଇଲି । ମଠର ମହନ୍ତ ଓ ସନ୍ଥବୃନ୍ଦକୁ ପ୍ରଣତି ଜଣାଇ ପଦାକୁ ଆସିଲି । ସୂର୍ଯ୍ୟଦେବ ଉଦୟ ହେଉଥିଲେ । ତାଙ୍କୁ ପ୍ରଣାମ କଲି । ତାପରେ ମନ୍ଦିରକୁ ଯାଇ ଶ୍ରୀଚନ୍ଦ୍ରଶେଖର, ଜଗଜ୍ଜନନୀ ପାର୍ବତୀ, ପାଶ୍ୱର୍ରେ ବିରାଜିତ ଶ୍ରୀ ନୃସିଂହ, ଉପରେ ଥିବା ଶ୍ରୀ ନାରାୟଣ ଓ ଶ୍ରୀବିଶ୍ୱନାଥ ଏବଂ ବ୍ରହ୍ମଚାରୀ ମଠର ଶ୍ରୀଭୁବନେଶ୍ୱରୀଙ୍କୁ ପ୍ରଣାମ କଲି । ଜଗଦଗୁରୁ ଶ୍ରୀଧର ସ୍ୱାମୀଙ୍କ ସମାଧି ନିକଟରେ ମୁଣ୍ଡିଆ ମାରିଲି । ବଡଦାଣ୍ଡରେ ଥିବା ଶ୍ରୀହନୁମାନଙ୍କ ନିକଟରେ ଚାଳିଶା ବୋଲି ପ୍ରଣିପାତ କଲି । ତାପରେ ମନ୍ଦିର ଜମାଦାରଙ୍କ ନିକଟକୁ ଯାଇ କପିଳାସ ପୀଠର ସମସ୍ତ ସାଧୁସନ୍ଥ ଓ ସେବାସୀଙ୍କ ନିମିତ୍ତ ପ୍ରସାଦ ସେବାର ବ୍ୟବସ୍ଥା କରାଇଲି । ପ୍ରାୟ ୧୨୦ଜଣଙ୍କ ନିମିତ୍ତ ପ୍ରସାଦ ବ୍ୟବସ୍ଥା ହୋଇଥିଲା ଓ ଠାକୁରଙ୍କ କୃପାରୁ ୧୫୦ ମୂର୍ତ୍ତି ପ୍ରସାଦ ସେବା କଲେ । ଗୁରୁମନ୍ତ୍ର ଜପରେ ଦୃଢତା ଓ ନିୟମିତତା ମୋତେ ଶାନ୍ତି, ସୁଖ, ଶକ୍ତି ଓ ଆନନ୍ଦ ପ୍ରଦାନ କରିଥିଲା । ପୂଜ୍ୟ ଗୁରୁଦେବଙ୍କ ପ୍ରଦତ୍ତ ମନ୍ତ୍ର ଦ୍ୱାରା ତାଙ୍କ ସହିତ ଅଖଣ୍ଡ ଯୋଗସୂତ୍ର ସ୍ଥାପନା ଫଳରେ ତାଙ୍କ ସଭାରେ ମୁଁ ଅନ୍ତର୍ହିତ ହୋଇ ଅସୀମ ଶକ୍ତି, ସାମର୍ଥ୍ୟ ଓ ତେଜ ଲାଭ କଲି, ଯାହା ଅବର୍ଣ୍ଣନୀୟ । ଗୁରୁପ୍ରଦତ୍ତ ମନ୍ତ୍ର ଏକାଗ୍ରତାର ସହିତ ଜପ କରିବା ଫଳରେ ରିଷ୍ଟ ମୋ ମାନସ ଚକ୍ଷୁରେ ପ୍ରତ୍ୟକ୍ଷ ହେଲେ ଓ ମୁଁ ତାଙ୍କ ସାମର୍ଥ୍ୟ ଅନୁଭବ କଲି । ‘ଗୁରୁ ନୃପହି ଦୋବଳମ୍”
ନିତ୍ୟଂ ଗୁଣ ମିରାଭାସଂ ନିରାକାରଂ ନିରଞ୍ଜନସ,
ନିତ୍ୟବୋଧଂ ଚିଦାନନ୍ଦଂ ଗୁରୁଂବ୍ରହ୍ମ ନମାମ୍ୟହମ୍ ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨