ଆହୁରି ଲୋଡ଼ାର ପରିଣତି

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବି·ର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ଆହୁରି ଲୋଡ଼ାର ପରିଣତି ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବି·ରିବେ ବୋଲି ଆଶା ।
ମଣିଷ ସବୁବେଳେ ଆହୁରି ଲୋଡ଼ା' ଆହୁରି ଲୋଡ଼ା' ହଉଥାଏ । ଜୀବନରେ ପ୍ରାୟ ଅଶାନ୍ତିର ମୂଳ ଏଇଠି । ଜୀବନଟା ଖାଲି ଅଶାନ୍ତି ହିଁ ଅଶାନ୍ତି' ବୋଲି ଭାବୁଥିବା ବ୍ୟକ୍ତି ଥରେ, ସମାଜର ବିଭିନ୍ନ ପ୍ରକାରରେ, ବିଭିନ୍ନ ଅବସ୍ଥାରେ ଥିବା ଲୋକଙ୍କୁ ନୀରବରେ ନୀରିକ୍ଷଣ କରୁ ବା ଅନୁଧ୍ୟାନ କରୁ ୟ ସେତକରେ ମଣିଷକୁ ଅନୁଭବ ହେଇଯିବ ଦୁଃଖ କଣ, ଅଶାନ୍ତି କଣ ! ସୁଖ କଣ, ଶାନ୍ତି କଣ? ପୃଥିବୀରେ କେହି ପୂର୍ଣ୍ଣ ନୁହେଁ । ମଣିଷର ମନ କେବେ ପୁରା ହୁଏ ନାହିଁ । ଗୋଟିଏ କାମନା ପୂରଣ ହେଲେ ଆଉ ଦଶଟି କାମନା ଯୋଡ଼ି ହୋଇଯାଏ । ତେଣୁ କାମନାକୁ ଅସରନ୍ତି ସ୍ରୋତର ନଈ ବୋଲି କୁହାଯାଏ । ନଈରେ ଯେତେ ପାଣି ଆସିଲେ ବି ଆହୁରି ପାଣି ସେଥିରେ ଧରିବ । ନଈ କେବେ ପୁରଗଲା ବୋଲି କୁହାଯାଏନାହିଁ । ଯେଉଁଠି ପୁରିଯାଏ,ସେଇଠି ତାହା ଭିତରେ ଆଉ କିଛି ଧରେନାହିଁ । ମାଣ ପୁରିଗଲେ ମାଣରୁ ·ଉଳ ଖସିପଡ଼େ । ସେଥିରେ ଆଉ ଧରେ ନାହିିଁ । କିନ୍ତୁ ମଣିଷର ମନ ଏମିତି ଏକ ନଈ ଯେଉଁ ନଈରେ ଯେତେ ପାଣି ଆସିଲେ ବି ତାହା ଦୁଇ କୂଳ ଖାଇବ ସିନା କିନ୍ତୁ ତାହା ପୁରିବ ନାହିଁ । ଦୁଇ କୂଳ ଖାଇବାର ଅର୍ଥ ହେଲା ମଣିଷର ଶରୀର ନଷ୍ଟ ହୋଇଯିବ, ଚିନ୍ତାରେ ସମୟତକ ନଷ୍ଟ ହୋଇଯିବ କିନ୍ତୁ ଫଳ କିଛି ଫଳୁ ନଥିବ ।
ଏ କଥା ସତ ଯେ, ପାର୍ଥିବ ଦୁନିଆ ପଛରେ ସମସ୍ତେ ଗୋଡ଼ାଇଛନ୍ତି । ସେତିକି ନ ହେଲେ ପେଟ ·ଖଣ୍ଡକ ପୁରିବ ନାହିଁ । କିନ୍ତୁ ପାର୍ଥିବ ଦୁନିଆ ପଛରେ ଗୋଡାଇ ଅସରନ୍ତି ଭଣ୍ଡାର ସୃଷ୍ଟି କରିବାକୁ ·ହିଁଲେ ତାହା କେବେ ବି ପୂରଣ ହେବ ନାହିଁ । ଏଭଳି ଆଶା ଆଜିଯାଏଁ ଏ ପୃଥିବୀରେ କାହାରି ପୂରଣ ହୋଇନାହିଁ । ବିଶ୍ୱବିଜୟୀ ଆଲେକଜାଣ୍ଡରଙ୍କ ଠାରୁ ଆରମ୍ଭ କରି ସାମ୍ରାଜ୍ୟ ଲୋଭୀ ଅଶୋକଙ୍କ ପର୍ଯ୍ୟନ୍ତ ଏ ସମସ୍ତଙ୍କର ଗୋଟିଏ ଇଚ୍ଛା ପୁରିଗଲେ ଆଉ ଦଶଟି ଇଚ୍ଛା ସେମାନଙ୍କୁ ଦୁଃଖୀ କରି ଦେଇଛି । ସବୁ ପାଇଁ ମଧ୍ୟ ଜୀବନରେ ଶାନ୍ତି ନଥିଲା । ସେଥିପାଇଁ ଯାହା ଅଳ୍ପ କିଛି ମିଳିଛି ତାକୁ ହିଁ ଉପଭୋଗ କରି ଆନନ୍ଦ ପାଇବା ହେଉଛି ସବୁଠାରୁ ବଡ଼ ଶାନ୍ତି । ଏହା ଠାରୁ ବଳି ଆଉ ବଡ଼ ଶାନ୍ତି କିଛି ହିଁ ନାହିଁ । ତେଣୁ ନିଜର ଶ୍ରମ ଅର୍ଜିତ ଧନକୁ ଏ ପୃଥିବୀରେ ଛାଡ଼ିଦେଇ ମଶାଣିକୁ ·ଲିଯିବା ପୂର୍ବରୁ ଶ୍ରମ ଅର୍ଜିତ ଧନକୁ ଉପଭୋଗ କରି ଶାନ୍ତି ଅନୁଭବ କରିବା ସବୁଠାରୁ ବୁଦ୍ଧିମାନର କାର୍ଯ୍ୟ । ଘରେ ମୁଠାଏ ·ଉଳ ବି ଯଦି ଅଛି ତାକୁ ରାନ୍ଧି ଖାଇଲେ ଶାନ୍ତି ମିଳିବ । କିନ୍ତୁ ବସ୍ତା ବସ୍ତା ·ଉଳ ରଖି ସେଥିରୁ ମୁଠାଏ ବି ଖାଇନପାରିଲେ ତାକୁ ତ ଦିନେ ମୂଷା ଖାଇଯିବେ । ଏହା ହିଁ ଚରମ ଅଶାନ୍ତି । ଶାନ୍ତି ହେଉ କି ଅଶାନ୍ତି, ତାହା ନିଜ ମନ ଭିତରେ ହିଁ ରହିଛି । ଏତକ ବୁଝିଲେ ହେଲା ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।