କୋର୍ଟ ରୁମ୍‌ ଭିତରେ କେଜ୍ରିଓ୍ୱାଲ ଅସୁସ୍ଥ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ  ହୋଇପଡିଲେ ଅସୁସ୍ଥ। କୋର୍ଟ ରୁମ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା।  ସୁଗାର ଲେବୁଲ ହ୍ରାସ୍‌ ପାଇଛି। ଏଥିପାଇଁ ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଛି।

ବୁଧବାର ମଦ ଦୁର୍ନୀତି ମାମଲାରେ ସିବିଆଇ କେଜ୍‌ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏହାପରେ ତାଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏଠାରେ ଶୁଣାଣି ବେଳେ କେଜ୍ରିଓ୍ୱାଲ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ମଧ୍ୟ ଅଛନ୍ତି। ଆପ୍‌ ମୁଖ୍ୟଙ୍କୁ ଅନ୍ୟ ଏକ କୋଠାରୀରେ ବସାଯାଇ ଚା' ଓ ବିସ୍କୁଟ୍‌ ଖାଇବାକୁ ଦିଆଯାଇଛି।କହିରଖୁ, ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍‌ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା।

ଇଡିର ଗିରଫଦାରୀ ମାମଲାରେ ଜାମିନ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। ତେବେ ଏହାକୁ ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଛି। ଏହାପରେ ସେ ସୁପ୍ରିମକୋର୍ଟରୁ ନିଜ ଆବେଦନ ଫେରାଇ ନେଇଛନ୍ତି। ବର୍ତ୍ତମାନ କେଜ୍ରିୱାଲ ସର୍ବୋଚ୍ଚ କୋର୍ଟରେ ଏକ ନୂତନ ଆବେଦନ କରିବେ।