ମୁଖ୍ୟମନ୍ତ୍ରୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର : ପଦୋନ୍ନତି ପାଇଁ ଓଟିଇଟି ଉଚ୍ଛେଦ ଦାବି

 ନୂଆପଡା :  ରାଜ୍ୟସ୍ତରୀୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନକ୍ରମେ ବାଙ୍ଗୋମୁଣ୍ଡା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ  ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷା ସଚିବଙ୍କ ଉଦେ୍ଦଶ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତୀ ପାଇଁ ଓଟିଇଟି ବାଧ୍ୟତାମୂଳକ ନିଦେ୍ର୍ଦଶକୁ ବିରୋଧ କରି ସଂଘର ସଭାପତି କୋଷରାଜ୍ ବେହେରାଙ୍କ ନେତୃତ୍ୱରେ ବିଇଓ ବଙ୍ଗୋମୁଣ୍ଡାଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
 ପ୍ରକାଶ ଯେ,  ଓଡିଶା ସରକାରଙ୍କ ଦ୍ୱାରା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ସମ୍ବନ୍ଧୀୟ ସଂଶୋଧନ ଅଧିନିୟମ ୨୦୧୯ ଅନୁସାରେ ୧୧ା୨ା୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ ଓଟିଇଟି ଦକ୍ଷତାକୁ ବାଧ୍ୟତାମୂଳକ କରାଯାଇନାହିଁ । କିନ୍ତୁ ପରିତାପର ବିଷୟ ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶକଙ୍କ ପରିପତ୍ରାଙ୍କ ସଂଖ୍ୟା ୯୦୨୧ ତା. ୮ା୫ା୨୦୨୫ଅନୁସାରେ ପଦୋନ୍ନତୀ ପାଇଁ ୧୧ା୨ା୨୦୧୧ ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ଓଟିଇଟିରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ କରାଯାଇଛି । ଯଦ୍ୱାରା ଶିକ୍ଷକ ମହଲରେ ନୈରାଶ୍ୟ ମନୋଭାବ ସୃଷ୍ଟି ହେବା ସଂଗେ ସଂଗେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ଆହୁରି ମଧ୍ୟ ପ୍ରକାଶ ଥାଉକି କେବଳ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି କ୍ଷେତ୍ରରେ ଶିକ୍ଷକ ଦକ୍ଷତା ପରୀକ୍ଷା ଟିଇଟିକୁ ମାନଦଣ୍ଡ ଭାବରେ ଗ୍ରହଣ କରାଯାଉଥିବା ବେଳେ ମାଧ୍ୟମିକ ଶିକ୍ଷକ ବା ଅନ୍ୟ ମାନଙ୍କ ପଦୋନ୍ନତି କ୍ଷେତ୍ରରେ ଦକ୍ଷତା ପରୀକ୍ଷାକୁ ମାନଦଣ୍ଡ ଭାବରେ ଗ୍ରହଣ କରାଯାଉନାହିଁ । ଆଗାମୀ ଦିନରେ ସରକାର ଯଦି ଶିକ୍ଷକମାନଙ୍କର ଦାବି ପ୍ରତି କର୍ଣ୍ଣପାତ ନ କରି ୧୧ା୨ା୨୦୧୧ପୂର୍ବରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ଦକ୍ଷତାକୁ ଉଚ୍ଛେଦ ନ କରନ୍ତି, ତାହେଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରି ରାଜରାସ୍ତାକୁ ଓହ୍ଲାଇବାକୁ ଶିକ୍ଷକ ସଂଘ ଚେତାବନୀ ପ୍ରଦାନ କରିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ରାଘବ ବାଗ, ଟଙ୍କଧର ବିଶ୍ୱାଳ, ଲଳିତ ସାହୁ, କୋଷାଧ୍ୟକ୍ଷ ଅମିୟ କୁମାର ନାଗ, ସହ କୋଷାଧ୍ୟକ୍ଷ ସୋମନାଥ କୁମ୍ଭାର, ହିସାବ ସମୀକ୍ଷକ ଦେବରାଜ ମେହେର, ଅମୂଲ୍ୟ ସାହୁ, ମିଡିଆ ସଂଯୋଜକ ନରେନ୍ଦ୍ର ସାହୁ ତଥା ମନୋଜ ଭରସାଗର, ହର ମାଝୀ, ଇନ୍ଦ୍ର ଭୋଇ, ଜିତାମିତ୍ର ବିଶି, ଭାସ୍କର ଜାଲ, କୃଷ୍ଣ ଚନ୍ଦ୍ର ଜେନା, ସୁରେଶ ହଂସ, ଡୋଳା ଚନ୍ଦ୍ର ବେହେରା, ବିମଳ ଛୁରା ପ୍ରମୁଖ ଉପସ୍ଥିତ ଥିଲେ ।