ଖଣ୍ଡପଡ଼ାରେ ପାଣ୍ଡିଆନଙ୍କ ପ୍ରଚାର

ଖଣ୍ଡପଡ଼ାରେ ପାଣ୍ଡିଆନଙ୍କ ପ୍ରଚାର
ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ
ନବୀନ ପଟ୍ଟନାୟକ ଆପଣଙ୍କ ସୁଖଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି
ଯଦି ଖଣ୍ଡପଡ଼ାରେ ବିଜେଡ଼ିର ଦୁଇଟା ଶଙ୍ଖ ବାଜିବ, ଖଣ୍ଡପଡ଼ାର ଉନ୍ନତି ହେବ
ଯିଏ ବି ଭତ୍ତା, ପକ୍କାଘର, ବି.ଏସ୍‍.କେ.ୱାଇ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସମସ୍ତେ ସାମିଲ ହେବେ, ସମସ୍ତଙ୍କ ପାଇଁ ନବୀନବାବୁଙ୍କ ଗ୍ୟାରେଣ୍ଟି ଅଛି
ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ୧୧.୩୦ରୁ ୧ ଘଣ୍ଟା ମଧ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତ ହେବ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ରଦ୍ଦ
ବିଜେପି କହୁଛି ମାଗଣା ବିଜୁଳି ଦେବ, ୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ, ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ
ନିର୍ବାଚନ ଆସିଲେ ଏମାନେ ଟୁରିଷ୍ଟ ଭଳି ଆସିବେ, ନିର୍ବାଚନ ସରିଗଲେ ଆଉ ମିଳିବେ ନାହିଁ
ଖଣ୍ଡପଡ଼ାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଲେ
ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ୩୧ କୋଟି ଟଙ୍କା
ଖଣ୍ଡପଡ଼ା ଚାଷୀଭାଇଙ୍କ ପାଇଁ ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୧୬୬୦ କୋଟି ଟଙ୍କା
ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ ବ୍ଲକର ଚାଷୀଭାଇମାନଙ୍କ ପାଇଁ ୩୩୦ କୋଟି ଟଙ୍କାରେ କୁସୁମୀ ଜଳସେଚନ ପ୍ରକଳ୍ପ
ଡିମିରିଆ-ରାଉତପଡ଼ା ମହାନଦୀ ଆଡ଼ିବନ୍ଧ ପାଇଁ ୧୫୨୦ କୋଟି ଟଙ୍କା
ଖଣ୍ଡପଡ଼ାରେ ରାମ ମନ୍ଦିରକୁ ଐତିହ୍ୟ ସ୍ଥଳ ଭାବରେ ବିକାଶ କରାଯିବ, ନୀଳମାଧବ ମନ୍ଦିରର ଆହୁରି ବିକାଶ ହେବ, ଦକ୍ଷତା ବିକାଶ କେନ୍ଦ୍ର କରାଯିବ