ମଣ୍ଡେଇ ମହୋତ୍ସବରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ନବରଙ୍ଗପୁର: ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ମଣ୍ଡେଇ ମହୋସôବ -୨୦୨୪ ପାଳନ ଉପଲକ୍ଷେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାକୁ ଜିଲ୍ଲାପାଳ ତଥା ଉସôବ ଅଧ୍ୟକ୍ଷ ଡ଼ ଶୁଭଙ୍କର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ନବରଙ୍ଗପୁରର ଆଦିବାସୀ ପରମ୍ପରା ତଥା ଖାଦ୍ୟକୁ ଲୋକାଭିମୁଖୀ କରିବା ନିମନ୍ତେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯିବା ନିମନ୍ତେ ସ୍ଥିର କରାଗଲା । ଉକ୍ତ ଖାଦ୍ୟ ପ୍ରତିଯୋଗିତାରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ( ରେଭିନୁ୍ୟ) ନବୀନ ଚନ୍ଦ୍ର ନାୟକ,ସିଡିଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ସମେତ ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ଡି ପି ଓ ହିମାଂଶୁ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଖାଦ୍ୟ ପ୍ରତିଯୋଗିତାରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ରମା ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ, ପାପଡାହାଣ୍ଡି ବ୍ଲକ ର ସସ୍ମିତା ପାତ୍ର , ମା ଭଣ୍ଡାର ଘରଣୀ ସ୍ୱଂୟ ସହାୟକ ଗୋଷ୍ଠୀ, ମା’ ବିରଜା ଏସ ଏଚ ଜି,ବାଲ ଗୋପାଳ ଏସଏଚଜି, ନବରଙ୍ଗପୁର ପୌରପାଳିକାର ବୁଦ୍ଧ ଚୌରିଆ, ସିଦ୍ଧ ଭୈରବୀ ଏସ ଏଚ ଜି, ଲକ୍ଷ୍ମୀ ନାରାୟଣ ଏସ ଏଚ ଜି, ଜିହବାରଫା ଏସ ଏଚ ଜି,ଅନନ୍ୟା କେଶରୀ ଗ୍ରୁପ,ଗାୟତ୍ରୀ ଏସ୍ଏଚଜି, କାମାକ୍ଷି ଏସଏଚଜି, ବିର ହନୁମାନ ଏସଏଚଜି ଏଭଳି ୨୦ ଟି ମହିଳା ଦଳ ଖାଦ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ ।ପ୍ରାୟ ମାଣ୍ଡିଆ, ବାଜରା,ଚାଉଳ,ସୁଜି, ଅଟା ରେ ପ୍ରସ୍ତୁତି ପିଠା,କାକରା,ପକୁଡ଼ି, କେକ୍,ଖିରି, ଭଳି ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରିଥିଲେ ।ଏହି ଖାଦ୍ୟ ପ୍ରତିଯୋଗିତାର ପରିଚାଳନାରେ ଡି ଏସ ଡବ୍ଲୁ୍ୟ ଓ ଦ୍ରପୌଦୀ କହଁର, ଡି ପି ସି ମିଶନ ଶକ୍ତି ନିରଞ୍ଜନ ଟାଙ୍ଗ ରାଙ୍ଗା ସହଯୋଗ କରିଥିଲେ । ବିଚାରପତି ରୂପେ ଡିପିଓ ହିମାଂଶୁ ପଟ୍ଟନାୟକ, ଡିଏସଏସ ଓ ସୁଧାଂଶୁ ପାତ୍ର ଏବଂ ଡିପିଏମ, ଓ ଏଲଏମ ସୁସ୍ମିତା ସାମନ୍ତରାୟ କାର୍ଯ୍ୟ ନିର୍ବାହ କରିଥିଲେ । ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଣ୍ଡେଇ ମହୋସôବରେ ପୁରସ୍କୃତ କରାଯିବ ।