ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ
କେନ୍ଦୁଝର: : ମା’ ଜଗତ ଜନନୀ ସେବାଟ୍ରଷ୍ଟ, ନମ୍ବିରା ପକ୍ଷରୁ ପାଟଣା ବ୍ଲକ୍ର ବିଭିନ୍ନ ଗ୍ରାମରେ ଅସହାୟ ଏବଂ ଗରିବ ଲୋକଙ୍କୁ ମାଗଣାରେ କମ୍ବଳ ବଣ୍ଟନ କରାଯାଇଛି । ଟ୍ରଷ୍ଟର ସଦସ୍ୟ ସଞ୍ଜିବ ବେହେରାଙ୍କ ନେତୃତ୍ୱରେ ଟ୍ରଷ୍ଟ ସଦସ୍ୟ ସନ୍ତୋଷ ପଣ୍ଡା, ବିପ୍ଳବ ମୋଦି ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲାରେ ଦିନକୁ ଦିନ ଶୀତର ପ୍ରକୋପ ବଢୁଥିବାରୁ ଦୂର୍ଗମ ଅଞ୍ଚଳ ବାଂଶପାଳ, ତେଲକୋଇ ଏବଂ ହରିଚନ୍ଦନପୁରରେ ଅଧିକ କମ୍ବଳ ଦିଆଯିବ । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନିଦେ୍ର୍ଦଶକ୍ରମେ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଗରିବ ଏବଂ ଅସହାୟ ଗରିବ ଲୋକଙ୍କୁ ମାଗଣାରେ କମ୍ବଳ ବଣ୍ଟନ କରାଯାଉଛି । ୧ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡିଛି । ଦରିଦ୍ର ରୋଗୀମାନଙ୍କୁ ଚିକିସôାର ସୁବିଧା ଯୋଗାଇ ଆସିଥିବା ମା’ ଜଗତ ଜନନୀ ସେବାଟ୍ରଷ୍ଟ ଦେବପୀଠର ଉନ୍ନତି, ପାନୀୟ ଜଳର ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ଶିକ୍ଷାର ବିକାଶ ପାଇଁ କାର୍ଯ୍ୟକରି ସାମାଜିକ ଦାୟିତ୍ୱବୋଧକୁ ଆପଣେଇ ଆସିଛି । ଜଗତ ଜନନୀ ସେବାଟ୍ରଷ୍ଟ ସର୍ବଦା ପ୍ରତିଜ୍ଞାବଦ୍ଧ ହୋଇ ରହିବ ବୋଲି ଟ୍ରଷ୍ଟର ସଦସ୍ୟ ତଥା ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ କୁମାର ବେହେରା କହିଛନ୍ତି ।