କୋଟଗଡ଼ ଓ କଳନୀ ସାହିରେ ଅଙ୍ଗନବାଡ଼ି ଗୃହ ନିର୍ମାଣ କେବେ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା କଟ ଗୋଡ଼ ବ୍ଲକ କୋଲାନି ସାହିରେ ବିଧାୟକ ପାଣ୍ଠି ଗୃହରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ଶିଶୁ ବିକାଶ ନାଁ ରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରଦା କରୁଛନ୍ତି, ସତ କିନ୍ତୁ ବାସ୍ତବର ନଗ୍ନ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ସବୁ କାଗଜ କଲମରେ ଚାଲିଛି ଫଳା ଫଳ ଶୂନ, ଯାହାରି ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳ କୋଟଗଡ ବ୍ଲକ ଅନ୍ତର୍ଗତ କୋଟଗଡ ପଞ୍ଚାୟତରେ ଏହି ଅଙ୍ଗନବାଡ଼ି କେନ୍ଦ୍ର ରହିଛି ଦୂରତା ପ୍ରାୟ ୧ କିମି ,ମଧ୍ୟ ହେବ ନାହିଁ କିନ୍ତୁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ ଆଜି ଯାଏଁ ହେଇପାରୁନାହିଁ । ଦୀପ ତଳେ ଅନ୍ଧାର, ସଦୃଶ, କାରଣ ଦୀପଟିଏ ତା ଚତୁର ପାର୍ଶ୍ୱ ରେ ଆଲୋକ କରିଥାଏ କିନ୍ତୁ ନିଜେ ଅନ୍ଧାରରେ ରହିଥାଏ । ସେହିଭଳି ଅବସ୍ଥାରେ କଲୋନୀ ସାହି ଅଙ୍ଗନବାଡି କେନ୍ଦ୍ର ରହିଛି । କୋଟଗଡ ପଞ୍ଚାୟତର ଅତି ନିକଟରେ ଏହି କଲୋନୀ ସାହି ଅଙ୍ଗନବାଡି କେନ୍ଦ୍ର କିନ୍ତୁ ପ୍ରଶାସନର ଅଭାହେଳା ଯୋଗୁଁ କୁନି କୁନି ଶିଶୁଙ୍କ ଭବିଷ୍ୟତ ଅନ୍ଧାରରେ କଟୁଛି । ଉକ୍ତ ପଞ୍ଚାୟତର କଲୋନୀ ସାହି ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଯିଏ ଦେଖିଛି ସେହିଁ ପ୍ରକୃତ ବିଶ୍ୱାସ କରିବ । କଲୋନୀ ସାହି ଅଙ୍ଗନ ୱାଡି କେନ୍ଦ୍ର ର ଅବସ୍ଥା ପୁରା ପୁରୀ ଶୋଚନୀୟ ହୋଇପଡିଛି । ୧୯୯୨ ମସିହାର ଅଙ୍ଗନୱାଡି କେନ୍ଦ୍ର ହେଲେ ଦୁଃଖ ଓ ପରିତାପର ବିଷୟ ଯେ, ଏତେ ପୁରୁଣା କେନ୍ଦ୍ର ବହୁ ସମସ୍ୟା ମଧ୍ୟରେ ଗତି କରୁଛି, କୋଟଗଡ ବ୍ଲକର କୋଟଗଡ ପଞ୍ଚାୟତ ଅଧୀନରେ ଥିବା ଏହି କେନ୍ଦ୍ର ଅବ୍ୟବସ୍ଥା ଘେରରେ ରହିଛି । ଅଙ୍ଗନୱାଡି କେନ୍ଦ୍ର ଗୃହ ନାହିଁ ଜାହା ରି ଫଳରେ ଅଙ୍ଗନବାଡି କର୍ମୀ ଘର ଘର ବୁଲି କୁନି କୁନି ଶିଶୁ ମାନଙ୍କୁ ଏକାଠି କରି କଲୋନୀ ସାହି କମିଟି ଗୃହରେ ପିଲାଙ୍କୁ ଶିକ୍ଷା, ଖାଦ୍ୟ ନିୟମିତ ଭାବରେ ଦେଇଥାନ୍ତି । କୁନି କୁନି ଶିଶୁ ସଂଖ୍ୟା ୨୦ ରୁ ଉର୍ଦ୍ଧ ହେବ,ଗର୍ଭବତୀ ୮ ଜଣ ଓ ପ୍ରସୁତି ୮ ଜଣ ରହିଛନ୍ତି । ଏହି ଶିଶୁ ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ଶ୍ରୀମତୀ ସଂଯୁକ୍ତା ପାଢ଼ୀ କଲୋନୀ ସାହି କମିଟି ଗୃହ ଠାରେ ବଷାଇ ଶିକ୍ଷା, ଖାଦ୍ୟ, ନିୟମିତ ଭାବରେ ଦିଅନ୍ତି । ବିଧାୟକ ଚକ୍ରମଣୀ କହଁରଙ୍କ ପାଣ୍ଠିରୁ ହେଇଥିବା କମିଟି ଗୃହର ଅଙ୍ଗନୱାଡି କେନ୍ଦ୍ର ଗୃହ କାମ ପାଇଁ ଯେଉଁ ଅର୍ଥ ଆସିଥିଲା ତାହା ଠିକାଦାର କାମ କରିଥିଲେ ସତ କିନ୍ତୁ ୩/୪ ବର୍ଷରୁ ଉର୍ଦ୍ଧ ହେବ ଆଜି ପର୍ଯ୍ୟନ୍ତ ଗୃହ କାମ ସରିନାହିଁ । ଚତୁର୍ପ ।ର୍ଶ୍ୱ ରେ ଜଙ୍ଗଲ, ଲୋଟା ବୁଦା ହେଇଯାଇଛି । ଅଧ ପନ୍ତରିଆ ଭାବରେ ଅଙ୍ଗନବାଡି ଗୃହ ପଡି ରହିଛି । ପ୍ରଶାସନ ଓ ଠିକାଦାରର ଅବହେଳା ଯୋଗୁଁ ୨୦ ରୁ ଉର୍ଦ୍ଧ ଶିଶୁ ମାନଙ୍କ ଭବିଷ୍ୟତ ଅନ୍ଧ କାରରେ କଟୁଛି । ଶିଶୁମାନଙ୍କୁ ପ୍ରାକ ଶିକ୍ଷା ଦିଆଯାଉଥିବା ବେଳେ ଏଭଳିଆ ଅବ୍ୟବସ୍ଥା ଅଭିଭାବକ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଶିଶୁଙ୍କ ବିକାଶ ନାଁ ରେ ସରକାର ଅନେକ ଅର୍ଥ ଯୋଗାଇ ଦେଉଥିବା ବେଳେ ଏହି କେନ୍ଦ୍ରର ଅବସ୍ଥା ଦେଖିଲେ ବିଭାଗ ଅବ୍ୟବସ୍ଥା ବିଷୟରେ ଅନଭିଜ୍ଞ ଥିବା ତାହା ସ୍ପଷ୍ଟ ବାରି ହେଉଛି । ଏଣୁ କଲୋନୀ ସାହି ଗ୍ରାମବାସୀ ଓ କୁନି କୁନି ଶିଶୁଙ୍କ ଅଭିଭାବକ ମାନେ କହିବା ଅନୁଯାଇ ତୁରନ୍ତ ନୂତନ ଅଙ୍ଗନବାଡି ଗୃହ ଯେଉଁ ଅର୍ଦ୍ଧନିର୍ମିତ ଭାବରେ ପଡ଼ିରହିଛି । ଯଥାଶୀଘ୍ର କରାଯାଉ ନଚେତ ଆଗାମୀ ଦିନରେ ସିଡିପିଓ ଅଫିସ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ସମସ୍ୟା ବିଷୟ ନେଇ କୋଟଗଡ ସିଡିପିଓ ହରଲକ୍ଷ୍ମୀ ପୂଜାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କଲୋନୀ ସାହି ଅଙ୍ଗନବାଡି କେନ୍ଦ୍ର ସମସ୍ୟା ନେଇ ସେ ବିଡିଓଙ୍କ ସହ ଆଲଚନା କରିଛନ୍ତି ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳ ବ ।ସି ଦାବି କରିଛନ୍ତି । ଦେଖିବାକୁ ବାକି ରହିଲା ଏହି ଅଙ୍ଗନବାଡ଼ି କେବେ ଓ କେଉ ଦିନ ତାହାର ପୂର୍ଣ୍ଣ ରୂପ ରେଖା ସରକାର ଦେଉଛନ୍ତି ତାହା ଅପେକ୍ଷାର ବିଷୟ ପାଲଟିଛି ।